ଡୋଲୁଟେଗ୍ରାଭିର/ଲାମିଭୁଡାଇନ

ଉଇକିପିଡ଼ିଆ‌ରୁ
ଡୋଲୁଟେଗ୍ରାଭିର/ଲାମିଭୁଡାଇନ
Combination of
DolutegravirIntegrase inhibitor
LamivudineReverse-transcriptase inhibitor
Clinical data
Trade namesDovato
AHFS/Drugs.commonograph
MedlinePlusa619043
data
Pregnancy
category
Routes of
administration
By mouth
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
  • ℞ (Prescription only)

ଡୋଲୁଟେଗ୍ରାଭିର/ଲାମିଭୁଡାଇନ, ଡୋଭାଟୋ ଏହାର ବେପାର ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଏଚ୍.ଆଇ.ଭି/ଏଡସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଏକ ପ୍ରଥମ ଧାଡ଼ିର ଚିକିତ୍ସା ବିକଳ୍ପ ହୋଇପାରେ ।[୩] ଜଣେ ବ୍ୟକ୍ତି ଆବଶ୍ୟକ କରୁଥିବା ଏକମାତ୍ର ଔଷଧ ଏହା ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।[୨] [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ତରଳ ଝାଡ଼ା, ଅଇ, ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି, ରାସ ଏବଂ ଯକୃତ ସମସ୍ୟା ହୋଇପାରେ ।[୪] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନାହିଁ କିନ୍ତୁ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୫] ଏଥିରେ ଡୋଲୁଟେଗ୍ରାଭିର, ଏକ ଇଣ୍ଟିଗ୍ରେଜ ଇନହିବିଟର ଏବଂ ଲାମିଭୁଡାଇନ, ଏକ ରିଭର୍ସ-ଟ୍ରାନ୍ସକ୍ରିପଟେଜ୍ ଇନହିବିଟର ଥାଏ ।[୨] [୪] <b id="mwBw">ଇଣ୍ଟିଗ୍ରେଜର</b> କାର୍ଯ୍ୟକଳାପକୁ ଡୋଲୁଟେଗ୍ରାଭିର ବନ୍ଦ କରିଥାଏ ଏବଂ ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ରିପଟେଜର କାର୍ଯ୍ୟକଳାପକୁ ଲାମିଭୁଡାଇନ ବନ୍ଦ କରିଦିଏ ।[୪]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୪] [୨] ଏହା ଏକ ସାଧାରଣ ଔଷଧ ।[୬] ଯୁକ୍ତରାଜ୍ୟରେ ଏକ ମାସର ଚିକିତ୍ସାର ଖର୍ଚ୍ଚ ୬୬୦ ପାଉଣ୍ଡ ଅଟେ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୫୦୦ ଡଲାର ଅଟେ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Dolutegravir / lamivudine (Dovato) Use During Pregnancy". Drugs.com. 14 May 2019. Archived from the original on 24 April 2020. Retrieved 24 April 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Dovato- dolutegravir sodium and lamivudine tablet, film coated". DailyMed. 24 March 2020. Archived from the original on 24 April 2020. Retrieved 24 April 2020.
  3. "Dolutegravir and Lamivudine Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 27 December 2021.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Dovato EPAR". European Medicines Agency (EMA). 24 April 2019. Archived from the original on 24 April 2020. Retrieved 24 April 2020.
  5. "Dolutegravir / lamivudine (Dovato) Use During Pregnancy". Drugs.com (in ଇଂରାଜୀ). Archived from the original on 24 April 2020. Retrieved 27 December 2021.
  6. ୬.୦ ୬.୧ BNF 81: March-September 2021. BMJ Group and the Pharmaceutical Press. 2021. p. 692. ISBN 978-0857114105.
  7. "Dovato Prices, Coupons & Savings Tips - GoodRx". GoodRx. Archived from the original on 11 January 2022. Retrieved 27 December 2021.