Jump to content

ଡିସଲିପିଡେମିଆ

ଉଇକିପିଡ଼ିଆ‌ରୁ

 

Dyslipidemia
Yellowish patch consisting of cholesterol above the eyelids. These are more common in people with familial hypercholesterolemia.
ବିଭାଗCardiology
ଲକ୍ଷଣNone, yellowish lipid deposits in the skin[][]
ବିପଦ କାରକGenetics, poor diet, inactivity, obesity, smoking, diabetes, nephrotic syndrome, biliary obstruction, hypothyroidism, certain medications[][]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests for total, LDL, and HDL cholesterol, and triglycerides[]
ଚିକିତ୍ସାLifestyle changes, medications[]
ପୁନଃପୌନିକCommon[]

ଡିସଲିପିଡେମିଆ ରୋଗ ହେଲେ ରକ୍ତରେ ଅସ୍ୱାଭାବିକ ଲିପିଡ ବା ସ୍ନେହସାର ପରିମାଣ ବୃଦ୍ଧି ପାଏ ।[] ଏହାକୁ ଛଅ ପ୍ରକାରରେ ବିଭକ୍ତ କରାଯାଇଛି ଯଥା:- ଅଧିକ ସମୁଦାୟ କୋଲେଷ୍ଟେରଲ ସ୍ତର, ଅଧିକ ଏଲଡିଏଲ କୋଲେଷ୍ଟେରଲ ସ୍ତର, କମ୍ ଏଚଡିଏଲ କୋଲେଷ୍ଟେରଲ ସ୍ତର, ଅଧିକ ଟ୍ରାଇଗ୍ଲିସେରାଇଡ କିମ୍ବା ଅଧିକ ଆପୋଲିପୋପ୍ରୋଟିନ ମିଶ୍ରଣ ହୋଇପାରେ । [] ସାଧାରଣତଃ ଏହି ରୋଗରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, ଯଦିଓ ବେଳେବେଳେ ଚର୍ମରେ ହଳଦିଆ ରଙ୍ଗର ଲିପିଡ ଜମାହୋଇଯାଏ । [] [] ଏହି ରୋଗ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଷ୍ଟ୍ରୋକ, ଏବଂ ଅଗ୍ନାଶୟ ପ୍ରଦାହ ହୋଇପାରେ । [] []

ଏହି ରୋଗର କାରଣଗୁଡ଼ିକରେ ଖରାପ ଖାଦ୍ୟ, ନିଷ୍କ୍ରିୟତା, ମେଦବହୁଳତା, ଅତ୍ୟଧିକ ମଦ୍ୟପାନ ଏବଂ ଧୂମପାନ ଅନ୍ତର୍ଭୁକ୍ତ ହୋଇପାରେ | [] [] ମଧୁମେହ, ନେଫ୍ରୋଟିକ୍ ସିଣ୍ଡ୍ରୋମ, ବିଲିଆରି ଅବରୋଧ, ହାଇପୋଥାଇରଏଡିଜିମ୍ ଏବଂ କେତେକ ଔଷଧ ଯୋଗୁ ମଧ୍ୟ ଏହି ରୋଗ ସୃଷ୍ଟି ହୋଇପାରେ | [] [] ପାରିବାରିକ ହାଇପରକୋଲେଷ୍ଟେରୋଲେମିଆ ଭଳି ରୋଗ କେତେକ ପରିବାରରେ ଦେଖାଯାଏ । [] ରକ୍ତରେ ସମୁଦାୟ ଏଲଡିଏଲ ଓ ଏଚଡିଏଲ କୋଲେଷ୍ଟେରୋଲ ଏବଂ ଟ୍ରାଇଗ୍ଲିସେରାଇଡ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[]

ଅଧିକ ପନିପରିବା ଥିବା ଖାଦ୍ୟ ଏବଂ ବ୍ୟାୟାମ ସାହାଯ୍ୟରେ ଜୀବନ‌ଚର୍ଯ୍ୟାରେ ପରିବର୍ତ୍ତନ କରି ଚିକିତ୍ସା କରାଯାଏ ।[] ଡିସଲିପିଡେମିଆର ପ୍ରକାର ଉପରେ ଅନ୍ୟାନ୍ୟ ଚିକିତ୍ସା ନିର୍ଭର କରେ | [] ଯଦି ଔଷଧ ବ୍ୟବହାର ଆବଶ୍ୟକ ହୁଏ, ତେବେ ପ୍ରାରମ୍ଭିକ ପସନ୍ଦ ସାଧାରଣତଃ ଷ୍ଟାଟିନ ଅଟେ | [] ବର୍ଦ୍ଧିତ ବୟସରେ ରୋଗ ସାଧାରଣତଃ ଅଧିକ ହୁଏ। [] ୨୦ ବର୍ଷ ବୟସ ଉପରେ ଥିବା ୩୪% ଲୋକଙ୍କୁ ଉଚ୍ଚ କୋଲେଷ୍ଟେରୋଲ ପ୍ରଭାବିତ କରିଥାଏ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Pappan, N; Rehman, A (January 2020). "Dyslipidemia". PMID 32809726. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Dyslipidemia - Endocrine and Metabolic Disorders". Merck Manuals Professional Edition. Retrieved 20 November 2020.