ଡିସଲିପିଡେମିଆ

ଉଇକିପିଡ଼ିଆ‌ରୁ

 

Dyslipidemia
Yellowish patch consisting of cholesterol above the eyelids. These are more common in people with familial hypercholesterolemia.
ବିଭାଗCardiology
ଲକ୍ଷଣNone, yellowish lipid deposits in the skin[୧][୨]
ବିପଦ କାରକGenetics, poor diet, inactivity, obesity, smoking, diabetes, nephrotic syndrome, biliary obstruction, hypothyroidism, certain medications[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests for total, LDL, and HDL cholesterol, and triglycerides[୧]
ଚିକିତ୍ସାLifestyle changes, medications[୧]
ପୁନଃପୌନିକCommon[୧]

ଡିସଲିପିଡେମିଆ ରୋଗ ହେଲେ ରକ୍ତରେ ଅସ୍ୱାଭାବିକ ଲିପିଡ ବା ସ୍ନେହସାର ପରିମାଣ ବୃଦ୍ଧି ପାଏ ।[୧] ଏହାକୁ ଛଅ ପ୍ରକାରରେ ବିଭକ୍ତ କରାଯାଇଛି ଯଥା:- ଅଧିକ ସମୁଦାୟ କୋଲେଷ୍ଟେରଲ ସ୍ତର, ଅଧିକ ଏଲଡିଏଲ କୋଲେଷ୍ଟେରଲ ସ୍ତର, କମ୍ ଏଚଡିଏଲ କୋଲେଷ୍ଟେରଲ ସ୍ତର, ଅଧିକ ଟ୍ରାଇଗ୍ଲିସେରାଇଡ କିମ୍ବା ଅଧିକ ଆପୋଲିପୋପ୍ରୋଟିନ ମିଶ୍ରଣ ହୋଇପାରେ । [୧] ସାଧାରଣତଃ ଏହି ରୋଗରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, ଯଦିଓ ବେଳେବେଳେ ଚର୍ମରେ ହଳଦିଆ ରଙ୍ଗର ଲିପିଡ ଜମାହୋଇଯାଏ । [୧] [୨] ଏହି ରୋଗ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଷ୍ଟ୍ରୋକ, ଏବଂ ଅଗ୍ନାଶୟ ପ୍ରଦାହ ହୋଇପାରେ । [୧] [୨]

ଏହି ରୋଗର କାରଣଗୁଡ଼ିକରେ ଖରାପ ଖାଦ୍ୟ, ନିଷ୍କ୍ରିୟତା, ମେଦବହୁଳତା, ଅତ୍ୟଧିକ ମଦ୍ୟପାନ ଏବଂ ଧୂମପାନ ଅନ୍ତର୍ଭୁକ୍ତ ହୋଇପାରେ | [୧] [୨] ମଧୁମେହ, ନେଫ୍ରୋଟିକ୍ ସିଣ୍ଡ୍ରୋମ, ବିଲିଆରି ଅବରୋଧ, ହାଇପୋଥାଇରଏଡିଜିମ୍ ଏବଂ କେତେକ ଔଷଧ ଯୋଗୁ ମଧ୍ୟ ଏହି ରୋଗ ସୃଷ୍ଟି ହୋଇପାରେ | [୧] [୨] ପାରିବାରିକ ହାଇପରକୋଲେଷ୍ଟେରୋଲେମିଆ ଭଳି ରୋଗ କେତେକ ପରିବାରରେ ଦେଖାଯାଏ । [୧] ରକ୍ତରେ ସମୁଦାୟ ଏଲଡିଏଲ ଓ ଏଚଡିଏଲ କୋଲେଷ୍ଟେରୋଲ ଏବଂ ଟ୍ରାଇଗ୍ଲିସେରାଇଡ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧]

ଅଧିକ ପନିପରିବା ଥିବା ଖାଦ୍ୟ ଏବଂ ବ୍ୟାୟାମ ସାହାଯ୍ୟରେ ଜୀବନ‌ଚର୍ଯ୍ୟାରେ ପରିବର୍ତ୍ତନ କରି ଚିକିତ୍ସା କରାଯାଏ ।[୧] ଡିସଲିପିଡେମିଆର ପ୍ରକାର ଉପରେ ଅନ୍ୟାନ୍ୟ ଚିକିତ୍ସା ନିର୍ଭର କରେ | [୨] ଯଦି ଔଷଧ ବ୍ୟବହାର ଆବଶ୍ୟକ ହୁଏ, ତେବେ ପ୍ରାରମ୍ଭିକ ପସନ୍ଦ ସାଧାରଣତଃ ଷ୍ଟାଟିନ ଅଟେ | [୧] ବର୍ଦ୍ଧିତ ବୟସରେ ରୋଗ ସାଧାରଣତଃ ଅଧିକ ହୁଏ। [୧] ୨୦ ବର୍ଷ ବୟସ ଉପରେ ଥିବା ୩୪% ଲୋକଙ୍କୁ ଉଚ୍ଚ କୋଲେଷ୍ଟେରୋଲ ପ୍ରଭାବିତ କରିଥାଏ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Pappan, N; Rehman, A (January 2020). "Dyslipidemia". PMID 32809726. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Dyslipidemia - Endocrine and Metabolic Disorders". Merck Manuals Professional Edition. Retrieved 20 November 2020.