ଡାହାଣ ବଣ୍ଡଲ ଶାଖା ଅବରୋଧ

ଉଇକିପିଡ଼ିଆ‌ରୁ
ଡାହାଣ ବଣ୍ଡଲ ଶାଖା ଅବରୋଧ
ECG characteristics of a typical RBBB showing wide QRS complexes with a terminal R wave in lead V1 and a prolonged S wave in lead V6.
ବିଭାଗହୃଦରୋଗ
ଲକ୍ଷଣNone[୧]
କାରଣUnknown, heart damage, increased right ventricular pressure, high blood potassium[୧]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG)[୧]
ସଠିକ ରୋଗ ନିର୍ଣ୍ଣୟLeft bundle branch block, ventricular tachycardia, Brugada syndrome[୧]
ଚିକିତ୍ସାBased on underlying disorder[୧]
ପୁନଃପୌନିକFairly common[୨]

ଡାହାଣ ବଣ୍ଡଲ ଶାଖା ଅବରୋଧ (ଇଂରାଜୀ ଭାଷାରେ Right bundle branch block/ RBBB ) ରୋଗରେ ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG) ଚିତ୍ରରେ ହୃତ୍‌ପିଣ୍ଡର ଏକ ପ୍ରକାର ବୈଦୁତିକ ତରଙ୍ଗ ଅସ୍ୱାଭାବିକତା ଦେଖାଯାଏ ।[୧] ନିଜେ ଏବଂ ଏହାର କୌଣସି ଲକ୍ଷଣ ସୃଷ୍ଟି ହୁଏ ନାହିଁ ଏବଂ ସାଧାରଣତ କୌଣସି ଜଟିଳତା ଦେଖାଯାଏ ନାହିଁ ।[୧] ଏହା ଅସ୍ଥାୟୀ କିମ୍ବା ସ୍ଥାୟୀ ଭାବରେ ଉପସ୍ଥିତ ହୋଇପାରେ ।[୨]

ହୃଦ୍‌ଘାତ କିମ୍ବା ମାୟୋକାର୍ଡାଇଟିସ ଜନିତ କ୍ଷତି, ଫୁସଫୁସ ଏମ୍ବୋଲିଜ୍ମ କିମ୍ବା କର୍ ପଲମୋନେଲ ଜନିତ ଅତ୍ୟଧିକ ଡାହାଣ ନିଳୟର ଚାପ ଏବଂ କ୍ୱଚିତ୍ ଉଚ୍ଚ ରକ୍ତ ପୋଟାସିଅମ ଭଳି ହୃଦଘାତ ଏହାର କାରଣ ହୋଇପାରେ ।[୧] ଯଦିଓ କିଛି କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ କାରଣ ବିନା ଏହା ଘଟିଥାଏ ।[୨] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ଡାହାଣ ବଣ୍ଡଲ୍ ଶାଖାର କ୍ଷତି ଯୋଗୁ ଏହା ହୋଇଥା ।[୧]

କ୍ୟୁଆରଏସ କମ୍ପ୍ଲେକ୍ସ ୧୨୦ ଏମଏସରୁ ଅଧିକ ଏବଂ ଲିଡ V1 କିମ୍ବା V2ରେ ଏକ ଆର‌ଏସଆର ତରଙ୍ଗ ଉପସ୍ଥିତ ଥିଲେ ରୋଗ ନିର୍ଣ୍ଣୟ କରାଯାଏ ।[୨]ଟି ତରଙ୍ଗ ସାଧାରଣତଃ ଭି୧ ଏବଂ ଭି୨ରେ ଘୁଞ୍ଚି ଯାଏ ।[୨] ଯେତେବେଳେ କ୍ୟୁଆରଏସ ଅବଧି ୧୨୦ ଏମଏସରୁ କମ୍, କିନ୍ତୁ ଅନ୍ୟ ମାନଦଣ୍ଡ ଉପସ୍ଥିତ, ଏହାକୁ ଏକ ଅସମ୍ପୂର୍ଣ୍ଣ ଆରବିବିବି (RBBB) କୁହାଯାଏ ।[୧] ଏହାର ଉପସ୍ଥିତି ହୃଦଘାତର ରୋଗ ନିର୍ଣ୍ଣୟରେ ବାଧା ସୃଷ୍ଟି କରେ ନାହିଁ ।[୧]

ଏହା ନିମନ୍ତେ ସାଧାରଣତଃ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏ ନାହିଁ ।[୧] ହୃଦଘାତର ସେଟିଂରେ କାର୍ଡ଼ିଆକ ରିସିଂକ୍ରୋନାଇଜେସନ ଥେରାପି ସୂଚିତ କରାଯାଇପାରେ ।[୧] ଏହି ରୋଗ ପ୍ରାୟ ୦.୨%ରୁ ୦.୮% ଇସିଜିରେ ଉପସ୍ଥିତ ଥାଇପାରେ । [୨] ୮୦ ବର୍ଷ ବୟସ ପର୍ଯ୍ୟନ୍ତ ୧୧% ଲୋକ ପ୍ରଭାବିତ ହୁଅନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Harkness, WT; Hicks, M (January 2020). "Right Bundle Branch Block". PMID 29939649. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Roberts, David (2019). Mastering the 12-Lead EKG (in ଇଂରାଜୀ). Springer Publishing Company. p. 316. ISBN 978-0-8261-8194-7. Archived from the original on 2021-08-29. Retrieved 2020-12-30.