ବାମ ପୋଟଳି ଶାଖା ଅବରୋଧ
Left bundle branch block | |
---|---|
ବିଭାଗ | Cardiology, emergency medicine |
ଲକ୍ଷଣ | None[୧] |
ଅବଧି | Long-term[୧] |
କାରଣ | Unknown, dilated cardiomyopathy, amyloidosis[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Electrocardiogram (ECG)[୧] |
ସଠିକ ରୋଗ ନିର୍ଣ୍ଣୟ | Intraventricular conduction delay, artificial pacemaker, run of PVCs[୧] |
ଚିକିତ୍ସା | Based on underlying disorder[୧] |
ପୁନଃପୌନିକ | Common[୧] |
ବାମ ପୋଟଳି ଶାଖା ଅବରୋଧ (ଇଂରାଜୀ ଭାଷାରେ Left bundle branch block ବା ଏଲବିବିଏସ/ LBBB) ହେଉଛି ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG)ରେ ଦେଖାଯାଇଥିବା ହୃତ୍ପିଣ୍ଡର ଏକ ପ୍ରକାର ଅସ୍ୱାଭାବିକତା ବୈଦୁତିକ ଚାଳନା ।[୧] ତାହାର ସ୍ୱତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୧] ଏହା ଏକ ସ୍ଥାୟୀ ଅବସ୍ଥା ଅଟେ ।[୧]
ଏହାର କାରଣଗୁଡ଼ିକ ମଧ୍ୟରେ ହୃଦ୍ଘାତ, ଭଲ୍ଭସମ୍ପର୍କୀୟ ହୃଦ୍ରୋଗ, କିମ୍ବା ହୃଦ୍ପାତ ଏବଂ ଆମିଲଏଡୋସିସ ହୋଇପାରେ ।[୧] କିଛି ମାମଲା କୌଣସି ନିର୍ଦ୍ଦିଷ୍ଟ କାରଣ ବିନା ଘଟିଥାଏ ।[୧] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ହିସ୍-ପରକିଞ୍ଜେ ସିଷ୍ଟମର ଉଭୟ ସମ୍ମୁଖ ଏବଂ ପୃଷ୍ଠଭାଗର ଫାସିକ୍ଲଗୁଡ଼ିକରେ ଅସ୍ୱାଭାବିକ ଚାଳନା ହୋଇଥାଏ ।[୧]
ରୋଗ ନିର୍ଣ୍ଣୟ ନିମନ୍ତେ ଚାରୋଟି ସର୍ତ୍ତ ଆବଶ୍ୟକ ହୁଏ: ସୁପ୍ରାଭେଣ୍ଟ୍ରିକୁଲାର ତାଳମେଳ, କ୍ୟୁଆରଏସ (QRS) ୧୨୦ ଏମଏସରୁ ଅଧିକ, ଲିଡ ଭି୧ର ଗୋଟିଏ କ୍ୟୁଏସ କିମ୍ବା ଏକ ବଡ଼ ଏସ ତରଙ୍ଗ ସହିତ ଏକ ଛୋଟ ଆର/ r ଥିବ ଏବଂ ଲିଡ ୫ର ଏକ ଖଣ୍ଡିତ ଆର ନଥିବ ଏବଂ କ୍ୟୁ ତରଙ୍ଗ ନ ଥିବ।[୧] ଯେତେବେଳେ କ୍ୟୁଆରଏସ ଅବଧି ୧୨୦ ଏମଏସରୁ କମ୍, କିନ୍ତୁ ଅନ୍ୟ ମାନଦଣ୍ଡ ଉପସ୍ଥିତ, ସେତେବେଳେ ଏହାକୁ ଏକ ଅସମ୍ପୂର୍ଣ୍ଣ ଏଲବିବିଏସ କୁହାଯାଏ | [୧] ଛାତି ଯନ୍ତ୍ରଣା ସହିତ ନୂତନ ଏଲବିବିଏସ ଆରମ୍ଭ ହେଉଥିଲେ ଏହାକୁ ଆଉ ହୃଦ୍ଘାତ ସମତୁଲ ଭାବରେ ବିଚାର କରାଯାଏ ନାହିଁ ।[୨] ବରଂ ଏହା ସରଗବୋସା ମାନଦଣ୍ଡ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି ।[୧]
ସାଧାରଣତଃ ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି ।[୧] ପରିଚାଳନା ମୂଳ କାରଣ ଉପରେ ନିର୍ଭର କରେ ଯାହା ଫଳାଫଳ ନିର୍ଣ୍ଣୟ କରେ ।[୧] ଏଲବିବିଏସ ସାଧାରଣଃ ପ୍ରାୟ ୧୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରିଥାଏ ।[୧] ହୃଦଘାତ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୩୩% ପ୍ରଭାବିତ ହୁଅନ୍ତି ।[୧] ପ୍ରଭାବିତ ଲୋକଙ୍କୁ ଆମେରିକା କିମ୍ବା ଯୁକ୍ତରାଜ୍ୟରେ ବିମାନ ଉଡ଼ାଣ କରିବାକୁ ଅନୁମତି ନାହିଁ ।[୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Scherbak, D; Hicks, GJ (January 2020). "Left Bundle Branch Block". PMID 29489192.
{{cite journal}}
: Cite journal requires|journal=
(help) - ↑ Roberts, David. Mastering the 12-Lead EKG (in ଇଂରାଜୀ). Springer Publishing Company. p. 434. ISBN 978-0-8261-8194-7. Archived from the original on 2021-08-28. Retrieved 2020-12-30.