ଟିଓଟିକସେନ
| Clinical data | |
|---|---|
| Trade names | Navane, others |
| Synonyms | Thiothixene |
| AHFS/Drugs.com | monograph |
| MedlinePlus | a682867 |
| Pregnancy category |
|
| Routes of administration | By mouth |
| Legal status | |
| Legal status |
|
| Pharmacokinetic data | |
| Metabolism | Liver |
| Onset of action | Within 4 weeks[୧] |
| Elimination half-life | 10–20 hours |
| Identifiers | |
| |
| ECHA InfoCard | 100.233.356 |
| Chemical and physical data | |
| Formula | C23H29N3O2S2 |
| Molar mass | ୪୪୩.୬୨ g·mol−1 |
| 3D model (JSmol) | |
| |
| |
| (verify) | |
ଟିଓଟିକସେନ, ଯାହା ଥିଓଥିକ୍ସେନ ଭାବରେ ମଧ୍ୟ ଜଣାଶୁଣା ଏବଂ ଅନ୍ୟମାନଙ୍କ ମଧ୍ୟରେ ନାଭାନେ ନାମରେ ବିକ୍ରି ହୁଏ, ହେଉଛି ଏକ ସାଧାରଣ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆ ଭଳି ସାଇକୋସିସ ରୋଗର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] ବୌଦ୍ଧିକ ଅକ୍ଷମତା ମଧ୍ୟରେ ଆଚରଣଗତ ସମସ୍ୟା ଥିଲେ ଏହା ଉପଯୋଗୀ ନୁହେଁ ।[୧] ଏହା ପାଟିରେ ଦିଆଯାଏ ।[୧] ଔଷଧର ଉପକାର ସାଧାରଣତଃ ୪ ସପ୍ତାହ ମଧ୍ୟରେ ମିଳିବା ଆରମ୍ଭ ହୁଏ କିନ୍ତୁ ସର୍ବାଧିକ ପ୍ରଭାବ ପାଇବାକୁ 6 ମାସ ପର୍ଯ୍ୟନ୍ତ ଲାଗିପାରେ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଚଳପ୍ରଚଳ ସମସ୍ୟା, ଶୁଖିଲା ପାଟି, ନିମ୍ନ ରକ୍ତଚାପ ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଡିମେନ୍ସିଆ, ନ୍ୟୁରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ ଏବଂ ଆଲର୍ଜି ପ୍ରତିକ୍ରିୟା ଥିଲେ ମୃତ୍ୟୁ ଆଶଙ୍କା ରହିଥାଏ । [୧] ଏହା ଥିଓକ୍ସାଜାନ୍ଥିନ ପରିବାରର ରାସାୟନିକ ପଦାର୍ଥ ଅଟେ ଏବଂ ଡୋପାମାଇନ୍ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୧]
୧୯୬୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଟିଓଟିକସେନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୧୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ପ୍ରାୟ 30 ଡଲାର୍ ।[୨]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 "Thiothixene Monograph for Professionals". Drugs.com (in ଇଂରାଜୀ). Archived from the original on 11 August 2020. Retrieved 3 October 2021.
{{cite web}}: More than one of|archivedate=and|archive-date=specified (help); More than one of|archiveurl=and|archive-url=specified (help) - ↑ "Thiothixene Prices, Coupons & Savings Tips - GoodRx". GoodRx. Archived from the original on 8 May 2016. Retrieved 3 October 2021.