ସାଧାରଣ ଆଣ୍ଟିସାଇକୋଟିକ

ଉଇକିପିଡ଼ିଆ‌ରୁ
ସାଧାରଣ ଆଣ୍ଟିସାଇକୋଟିକ
Drug class
Skeletal formula of chlorpromazine, the first antipsychotic
Class identifiers
SynonymsFirst generation antipsychotics, conventional antipsychotics, classical neuroleptics, traditional antipsychotics, major tranquilizers
UseAgitation, schizophrenia, bipolar, nausea[୧]
In Wikidata

ସାଧାରଣ ଆଣ୍ଟିସାଇକୋଟିକ ହେଉଛି ବିଭିନ୍ନ ପ୍ରକାରର ଆଣ୍ଟିସାଇକୋଟିକ ଔଷଧ ଶ୍ରେଣୀ ମଧ୍ୟରୁ ଗୋଟିଏ ।[୨] ସେଗୁଡିକ ମୁଖ୍ୟତଃ ଉତ୍ତେଜନା, ସିଜୋଫ୍ରେନିଆ, ବାଇପୋଲାର ଏବଂ ଅଇ ପାଇଁ ବ୍ୟବହୃତ ହୁଏ ।[୧] ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ହିକ୍କା ଅନ୍ତର୍ଭୁକ୍ତ ହୋଇପାରେ ।[୧] ସେଗୁଡିକ ପାଟିରେ ଦିଆଯାଇପାରେ କିମ୍ବା ଇଞ୍ଜେକ୍ସନ ଆକାରରେ ବ୍ୟବହାର କରାପାରେ ।[୨] ଦୀର୍ଘକାଳୀନ ଇଞ୍ଜେକ୍ସନ ଇତ୍ୟାଦି ମଧ୍ୟ ଉପଲବ୍ଧ ।[୨]

ପାର୍ଶ୍ୱ ପ୍ରତିକ୍ରିୟାରେ ଅନିଚ୍ଛାକୃତ ଗତିବିଧି ବେମାରୀ,ଟାର୍ଡିଭ୍ ଡିସକାଇନେସିଆ, ନିଦ୍ରାଳୁ, ନିମ୍ନ ରକ୍ତଚାପ ଏବଂ ଯୌନ ସମସ୍ୟା ହୋଇପାରେ ।[୧] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ ଏବଂ କ୍ୟୁଟି (QT) ବିସ୍ତାର ଅନ୍ତର୍ଭୁକ୍ତ ହୋଇପାରେ ।[୧] ସେମାନେ ଆଟିପିକାଲ୍ ଆଣ୍ଟିସାଇକୋଟିକ୍ ଅପେକ୍ଷା କମ୍ ଓଜନ ବୃଦ୍ଧି ଏବଂ ମଧୁମେହ ସୃଷ୍ଟି କରନ୍ତି ।[୨] ଡିମେନ୍ସିଆରେ ମୃତ୍ୟୁ ଆଶଙ୍କା ବଢ଼ିଯାଏ ।[୧] ଡୋପାମାଇନ୍ ପାଇଁ ମସ୍ତିଷ୍କରେ ଥିବା ରିସେପ୍ଟରଗୁଡ଼ିକୁ ଅବରୋଧ କରି ସେମାନେ କାର୍ଯ୍ୟକ୍ଷମ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ ।[୧]

ସେଗୁଡିକ ପ୍ରଥମେ ୧୯୫୦ ଦଶକରେ କ୍ଲୋରପ୍ରୋମାଜିନ ସହିତ ବିକଶିତ ହୋଇଥିଲା ।[୩] ସେଗୁଡିକ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ସାଧାରଣତଃ ଅପେକ୍ଷାକୃତ ଶସ୍ତା ।[୧] ଦୀର୍ଘକାଳୀନ ଇଞ୍ଜେକ୍ସନ ସୂତ୍ର ଅଧିକ ମହଙ୍ଗା ଅଟେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 78. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.
  2. ୨.୦ ୨.୧ ୨.୨ ୨.୩ Chokhawala, K; Stevens, L (January 2021). "Antipsychotic Medications". PMID 30137788. {{cite journal}}: Cite journal requires |journal= (help)
  3. Shen WW (1999). "A history of antipsychotic drug development". Comprehensive Psychiatry. 40 (6): 407–14. doi:10.1016/s0010-440x(99)90082-2. PMID 10579370.