ଚୈତନ୍ୟ ପ୍ରସାଦ ସେଠୀ

ଉଇକିପିଡ଼ିଆ‌ରୁ
ଚୈତନ୍ୟ ପ୍ରସାଦ ସେଠୀ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀନୀଳଗିରି
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ନିର୍ବାଚନ ମଣ୍ଡଳୀସୋର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1921-03-24)୨୪ ମାର୍ଚ୍ଚ ୧୯୨୧
ମୃତ୍ୟୁ୧୯ ଫେବୃଆରୀ ୨୦୦୩(2003-02-19) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଉଷାରାଣୀ ସେଠୀ
ସନ୍ତାନ୩ ଝିଅ
ବାପା/ବୋଉଫକୀର ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ଚୈତନ୍ୟ ପ୍ରସାଦ ସେଠୀ (ଚୈତନ ସେଠୀ ଭାବରେ ଜଣା) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନତା ପରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୫୭ ମସିହାରେ ସୋରୋ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଚୈତନ୍ୟ ପ୍ରସାଦ ସେଠୀ ୧୯୨୧ ମସିହାର ମାର୍ଚ୍ଚ ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ଫକୀର ସେଠୀ ।[୨] ଚୈତନ୍ୟଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ ଥିଲା ।[୨] ସେ ଉଷାରାଣୀ ସେଠୀଙ୍କୁ ବିବାହ କରିଥିଲେ ।[୨] ତାଙ୍କର ତିନୋଟି ସନ୍ତାନ ଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଚୈତନ୍ୟ ୧୯୩୫ ମସିହାରେ ବାନର ସେନା ଭାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହାପରେ ସେ ୧୯୩୮ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୧୯୪୨ ମସିହାଯାଏଁ କଂଗ୍ରେସର ଜଣେ ଗୁପ୍ତଚର ଭାବରେ କାର୍ଯ୍ୟ କରିଥିଲେ ।[୨]

ସ୍ୱାଧୀନତା ପରେ ଚୈତନ୍ୟ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୩]

ସ୍ୱାଧୀନତା ପରେ ୧୯୫୨ ମସିହାରେ ଓଡ଼ିଶା ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୫୭ ମସିହାରେ ୨ୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ହରେକୃଷ୍ଣ ମହତାବ କେନ୍ଦ୍ରକୁ ଚାଲିଯିବାପରେ ଉପନିର୍ବାଚନରେ ଚୈତନ୍ୟ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୪] ଏହି ବିଧାନ ସଭାରେ ସେ ୧୯୬୨ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ଚୈତନ୍ୟ ୨୦୦୩ ମସିହାର ଫେବୃଆରୀ ମାସ ୨୬ ତାରିଖଦିନ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "MLA Late Chaitanya Prasad Sethi Profile | SORO Constituency". naveenpatnaik.com. Archived from the original on 2017-10-29. Retrieved 2019-05-08.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Late Chaitanya Prasad Sethi". odishaassembly.nic.in. Odisha Assembly. Retrieved 9 May 2019.
  3. ୩.୦ ୩.୧ "MLA Late Chaitanya Prasad Sethi Profile | SORO Constituency". www.orissahelpline.com. Archived from the original on 2019-05-08. Retrieved 2019-05-08.
  4. "Soro Elections Results 2014, Current MLA, Candidate List of Assembly Elections in Soro, Orissa". www.elections.in. Retrieved 2019-05-11.