କାଠଚମ୍ପା

ଉଇକିପିଡ଼ିଆ‌ରୁ

କାଠଚମ୍ପା
କାଠଚମ୍ପା ଫୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Gentianales
କୁଳ: Apocynaceae
ଉପକୁଳ: Rauvolfioideae
ଗୋଷ୍ଠୀ: Plumerieae
ପ୍ରଜାତି: Plumeria
L.[୧]
Species

Plumeria alba
Plumeria bracteata
Plumeria clusioides
Plumeria obtusa
Plumeria pudica
Plumeria rubra[୨]


କାଠଚମ୍ପା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ବଡ଼ ହେଲେ ବି ଏହା ଚମ୍ପା ଗଛ ପରି ବଡ଼ ହୁଏ ନାହିଁ । ଏହାର ପତ୍ର ଅଳ୍ପକେ ଓଉ ପତ୍ର ପରି । ଫୁଲର ରଙ୍ଗ ଭେଦରେ ଏହା ନାଲି ଓ ଧଳା, ଦୁଇପ୍ରକାରର ହୋଇଥାଏ। ଏହି ଗଛରେ ଫଳ କମ ଫଳେ, ଏହାର ଡାଳକୁ ମାଟିରେ ପୋତିଲେ ନୂଆଗଛ ଜନ୍ମ ହୁଏ।

ବିବିଧ ଭାଷାରେ ନାମ[ସମ୍ପାଦନା]

ଭାଷା ନାମ
ଓଡ଼ିଆ କାଠଚମ୍ପା, ଗୋଳଚି
ସଂସ୍କୃତ କ୍ଷୀରଚମ୍ପା, ସ୍ଥିରଗନ୍ଧକ, ସୌଗନ୍ଧିକ, କାଷ୍ଠଚମ୍ପକ
ହିନ୍ଦୀ ଗୋଲାଇଞ୍ଚି गोलाइंचि
ଅସିମୀୟା ଗୁଳଞ୍ଚି গুলঞ্চি
କନ୍ନଡ଼ ଦେବ ଗାଣିଗିଲେ ದೇಬ ಗಾಣಿಗಿಲೇ
ଗୁଜରାଟୀ ରାଧା ଚମ୍ପା રાધાચમ્પા
ତେଲୁଗୁ ନାରୁ ୱରାହାଲ୍ଲୁ నారు వరాహాల్లు
ବଙ୍ଗଳା ଡାଲାନ ଫୁଲ୍ ডালান ফুল
ମରାଠି କ୍ଷୀର ଚମ୍ପା क्षिर चम्पा
ମାଲୟାଲମ ଆରାଇଲ୍ ആരാഇല്
ସାଁତାଳି ଚମ୍ପା ପୁଙ୍ଗର
ବର୍ମିଜ ଟା-ୟୋକେ-ସା-କା
ଇଂରାଜୀ Temple Tree

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ତିକ୍ତ କଟୁ କଷାୟ ରସ, ଶୀତୋଷ୍ଣ ମିଶ୍ରିତ ବୀର୍ଯ୍ୟ। ସିଝୁପରି ଏଥିରେ କିଛି ଉପବିଷ ରହିଥିବାରୁ ଏହାକୁ କେବଳ ବାହ୍ୟ ବ୍ୟବହାର କରାଯାଏ। ଏହାର ଆନ୍ତରିକ ବ୍ୟବହାର ହେଉ ନ ଥିବାରୁ, ଅର୍ଥାତ୍ ଏହାକୁ ସେବନ ନ କରାଯାଉଥିବାରୁ ଏହାର କୌଣସି ମାତ୍ରା ନିର୍ଦ୍ଧାରଣ କରାଯାଇ ନାହିଁ। ଆବଶ୍ୟକତା ଅନୁସାରେ ବାହ୍ୟ ପ୍ରୟୋଗ କରା ଯାଇଥାଏ।

ବ୍ୟବହାର[ସମ୍ପାଦନା]

ଏହା ଚକ୍ଷୁର ହିତକର, କଣ୍ଡୁ, କୁଷ୍ଠ, ବାଗୀ, ବ୍ରଣ ଆଦିର ବିନାଶକ ଅଟେ।

  • ବାଗୀ, ବଥ ବା କାଖଗୋଲି ପୀଡ଼ା ହେଉଥିଲେ ଖଣ୍ଡିଏ କାଗଜରେ କାଠଚମ୍ପାର କ୍ଷୀରବୋଳି ତା’ ଉପରେ ଲଗାଇଦେଲେ ତାହା ବସିଯାଏ।
  • ଏହାର ପତ୍ରକୁ ଜଳରେ ସିଝାଇ ସେହି ଜଳକୁ ଛିଞ୍ଚିଲେ ମଶା, ମାଛି ଦୂର ହୁଅନ୍ତି।
  • ଏହାର କ୍ଷୀରକୁ କନାରେ ବୁଡାଇ, ତାକୁ ଶୁଖାଇ, ପୋଡ଼ି ପାଉଁଶ କରି ସେଇ ପାଉଁସକୁ ସୋରିଷ ତେଲରେ ପାକ କରି ଦେହରେ ଲଗାଇଲେ ସମସ୍ତ ପ୍ରକାର ଚର୍ମ ରୋଗ ନିବାରିତ ହୁଏ।
  • ଏହାର ଛେଲିକୁ ଜଳରେ ବାଟି ଗରମ ଗରମ ବ୍ରଣ ଉପରେ ଲଗାଇଲେ ବ୍ରଣ ପାଚି ଫାଟିଯାଏ।
  • ଏହାର କ୍ଷୀରରେ ଅଳ୍ପ ଲୁଣ ମିଶାଇ ଯାଦୁରେ ଲଗାଇଲେ ତାହା ଚାଲିଯାଏ ଓ ଝୁଣା ମିଶାଇ କ୍ଷତରେ ଲଗାଇଲେ କ୍ଷତ ଭଲ ହୁଏ।

ସକାଳୁ କାଠ ଚମ୍ପାଫୁଲକୁ ଶୁଙ୍ଘିଲେ ଚକ୍ଷୁ ବଢେ ବୋଲି ବିଶ୍ୱାସ ରହିଛି।

ବାହାର ଆଧାର[ସମ୍ପାଦନା]

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ, ଧର୍ମଗ୍ରନ୍ଥ ଷ୍ଟୋର କଟକ ।
  • Plants That Heal by Dr. J C Kurian, Oriental Watchman Publishing House, Pune, India.

ଆଧାର[ସମ୍ପାଦନା]

  1. "Genus: Plumeria L." Germplasm Resources Information Network. United States Department of Agriculture. 2003-03-14. Retrieved 2010-09-08.
  2. "GRIN Species Records of Plumeria". Germplasm Resources Information Network. United States Department of Agriculture. Retrieved 2010-09-08.