କାଠଚମ୍ପା
ଦେଖଣା
| କାଠଚମ୍ପା | |
|---|---|
| କାଠଚମ୍ପା ଫୁଲ | |
| Scientific classification | |
| Kingdom: | |
| (unranked): | |
| (unranked): | Eudicots
|
| (unranked): | Asterids
|
| Order: | Gentianales
|
| Family: | Apocynaceae
|
| Subfamily: | Rauvolfioideae
|
| Tribe: | Plumerieae
|
| Genus: | Plumeria |
| Species | |
|
Plumeria alba | |
କାଠଚମ୍ପା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ବଡ଼ ହେଲେ ବି ଏହା ଚମ୍ପା ଗଛ ପରି ବଡ଼ ହୁଏ ନାହିଁ । ଏହାର ପତ୍ର ଅଳ୍ପକେ ଓଉ ପତ୍ର ପରି । ଫୁଲର ରଙ୍ଗ ଭେଦରେ ଏହା ନାଲି ଓ ଧଳା, ଦୁଇପ୍ରକାରର ହୋଇଥାଏ। ଏହି ଗଛରେ ଫଳ କମ ଫଳେ, ଏହାର ଡାଳକୁ ମାଟିରେ ପୋତିଲେ ନୂଆଗଛ ଜନ୍ମ ହୁଏ।
ବିବିଧ ଭାଷାରେ ନାମ
[ସମ୍ପାଦନା]| ଭାଷା | ନାମ |
|---|---|
| ଓଡ଼ିଆ | କାଠଚମ୍ପା, ଗୋଳଚି |
| ସଂସ୍କୃତ | କ୍ଷୀରଚମ୍ପା, ସ୍ଥିରଗନ୍ଧକ, ସୌଗନ୍ଧିକ, କାଷ୍ଠଚମ୍ପକ |
| ହିନ୍ଦୀ | ଗୋଲାଇଞ୍ଚି गोलाइंचि |
| ଅସିମୀୟା | ଗୁଳଞ୍ଚି গুলঞ্চি |
| କନ୍ନଡ଼ | ଦେବ ଗାଣିଗିଲେ ದೇಬ ಗಾಣಿಗಿಲೇ |
| ଗୁଜରାଟୀ | ରାଧା ଚମ୍ପା રાધાચમ્પા |
| ତେଲୁଗୁ | ନାରୁ ୱରାହାଲ୍ଲୁ నారు వరాహాల్లు |
| ବଙ୍ଗଳା | ଡାଲାନ ଫୁଲ୍ ডালান ফুল |
| ମରାଠି | କ୍ଷୀର ଚମ୍ପା क्षिर चम्पा |
| ମାଲୟାଲମ | ଆରାଇଲ୍ ആരാഇല് |
| ସାଁତାଳି | ଚମ୍ପା ପୁଙ୍ଗର |
| ବର୍ମିଜ | ଟା-ୟୋକେ-ସା-କା |
| ଇଂରାଜୀ | Temple Tree |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ତିକ୍ତ କଟୁ କଷାୟ ରସ, ଶୀତୋଷ୍ଣ ମିଶ୍ରିତ ବୀର୍ଯ୍ୟ। ସିଝୁପରି ଏଥିରେ କିଛି ଉପବିଷ ରହିଥିବାରୁ ଏହାକୁ କେବଳ ବାହ୍ୟ ବ୍ୟବହାର କରାଯାଏ। ଏହାର ଆନ୍ତରିକ ବ୍ୟବହାର ହେଉ ନ ଥିବାରୁ, ଅର୍ଥାତ୍ ଏହାକୁ ସେବନ ନ କରାଯାଉଥିବାରୁ ଏହାର କୌଣସି ମାତ୍ରା ନିର୍ଦ୍ଧାରଣ କରାଯାଇ ନାହିଁ। ଆବଶ୍ୟକତା ଅନୁସାରେ ବାହ୍ୟ ପ୍ରୟୋଗ କରା ଯାଇଥାଏ।
ବ୍ୟବହାର
[ସମ୍ପାଦନା]ଏହା ଚକ୍ଷୁର ହିତକର, କଣ୍ଡୁ, କୁଷ୍ଠ, ବାଗୀ, ବ୍ରଣ ଆଦିର ବିନାଶକ ଅଟେ।
- ବାଗୀ, ବଥ ବା କାଖଗୋଲି ପୀଡ଼ା ହେଉଥିଲେ ଖଣ୍ଡିଏ କାଗଜରେ କାଠଚମ୍ପାର କ୍ଷୀରବୋଳି ତା’ ଉପରେ ଲଗାଇଦେଲେ ତାହା ବସିଯାଏ।
- ଏହାର ପତ୍ରକୁ ଜଳରେ ସିଝାଇ ସେହି ଜଳକୁ ଛିଞ୍ଚିଲେ ମଶା, ମାଛି ଦୂର ହୁଅନ୍ତି।
- ଏହାର କ୍ଷୀରକୁ କନାରେ ବୁଡାଇ, ତାକୁ ଶୁଖାଇ, ପୋଡ଼ି ପାଉଁଶ କରି ସେଇ ପାଉଁସକୁ ସୋରିଷ ତେଲରେ ପାକ କରି ଦେହରେ ଲଗାଇଲେ ସମସ୍ତ ପ୍ରକାର ଚର୍ମ ରୋଗ ନିବାରିତ ହୁଏ।
- ଏହାର ଛେଲିକୁ ଜଳରେ ବାଟି ଗରମ ଗରମ ବ୍ରଣ ଉପରେ ଲଗାଇଲେ ବ୍ରଣ ପାଚି ଫାଟିଯାଏ।
- ଏହାର କ୍ଷୀରରେ ଅଳ୍ପ ଲୁଣ ମିଶାଇ ଯାଦୁରେ ଲଗାଇଲେ ତାହା ଚାଲିଯାଏ ଓ ଝୁଣା ମିଶାଇ କ୍ଷତରେ ଲଗାଇଲେ କ୍ଷତ ଭଲ ହୁଏ।
ସକାଳୁ କାଠ ଚମ୍ପାଫୁଲକୁ ଶୁଙ୍ଘିଲେ ଚକ୍ଷୁ ବଢେ ବୋଲି ବିଶ୍ୱାସ ରହିଛି।
ବାହାର ଆଧାର
[ସମ୍ପାଦନା]- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ, ଧର୍ମଗ୍ରନ୍ଥ ଷ୍ଟୋର କଟକ ।
- Plants That Heal by Dr. J C Kurian, Oriental Watchman Publishing House, Pune, India.
ଆଧାର
[ସମ୍ପାଦନା]- ↑ "Genus: Plumeria L." Germplasm Resources Information Network. United States Department of Agriculture. 2003-03-14. Retrieved 2010-09-08.
- ↑ "GRIN Species Records of Plumeria". Germplasm Resources Information Network. United States Department of Agriculture. Retrieved 2010-09-08.