ଗୋଲିମୁମାବ

ଉଇକିପିଡ଼ିଆ‌ରୁ
ଗୋଲିମୁମାବ
Cartoon representation of the antibody Golimumab. The heavy and light chains are coloured blue and yellow respectively. From PDB entry ଛାଞ୍ଚ:PDBe
Monoclonal antibody
TypeWhole antibody
SourceHuman
TargetTNFα
Clinical data
Trade namesSimponi, Simponi Aria
SynonymsCNTO-148[୧]
AHFS/Drugs.commonograph
MedlinePlusa610010
data
Pregnancy
category
  • AU: C
  • US: N (Not classified yet)
Routes of
administration
Subcutaneous injection
Legal status
Legal status
Identifiers
ECHA InfoCard100.226.360 Edit this at Wikidata
Chemical and physical data
FormulaC6530H10068N1752O2026S44
Molar mass୧,୪୬,୯୪୫.୨୫ g·mol−1
  (verify)

ଗୋଲିମୁମାବ, ସିମ୍ପୋନି ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ, ଜୁଭେନାଇଲ ଇଡିଓପାଥିକ ଆର୍ଥ୍ରାଇଟିସ, ସୋରିୟାଟିକ୍ ଗଣ୍ଠି ପ୍ରଦାହ, ଆଙ୍କିଲୋଜିଙ୍ଗ ସ୍ପଣ୍ଡିଲାଇଟିସ ଏବଂ ଅଲସରେଟିଭ କୋଲାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] [୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ । [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେପ୍ସିସ, ନିମୋନିଆ, ହେପାଟାଇଟିସ୍ ବିର ପୁନଃ ସକ୍ରିୟତା, ହୃଦ୍‌ପାତ, ଆଲର୍ଜି ପ୍ରତିକ୍ରିୟା, ଭାସ୍କୁଲାଇଟିସ ଏବଂ ଲିଉକେମିଆ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ ସମୟରେ ବ୍ୟବହାର କଲେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୬] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଟ୍ୟୁମର ନେକ୍ରୋସିସ୍ ଫ୍ୟାକ୍ଟର୍ ଆଲଫା (TNF-alpha) ନାମକ ଏକ ପ୍ରୋ-ଇନ୍‌ଫ୍ଲାମେଟୋରୀ ଅଣୁ ସହିତ ସଂଲଗ୍ନ ହୋଇ ତାହାକୁ ଅବରୋଧ କରେ ।[୨]

୨୦୦୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗୋଲିମୁମାବକୁ ଅନୁମୋଦନ କରାଯାଇଥିଲା ।[୫] [୨] ଆଡାଲିମୁମାବର ବିକଳ୍ପ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[୭] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧୦୦ମିଗ୍ରା ଔଷଧର ମୂଲ୍ୟ ପ୍ରାୟ ୧୫୦୦ ପାଉଣ୍ଡ ଡଲାର ଥିଲା ।[୮] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୩୦୦ ଡଲାର ଅଟେ ।[୯]

ଆଧାର[ସମ୍ପାଦନା]

  1. Mazumdar S, Greenwald D (2009). "Golimumab". mAbs. 1 (5): 422–31. doi:10.4161/mabs.1.5.9286. PMC 2759491. PMID 20065639. Archived from the original on 2014-08-08. Retrieved 2021-10-04.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Simponi EPAR". European Medicines Agency (EMA). Archived from the original on 11 November 2020. Retrieved 11 November 2020.
  3. "Simponi- golimumab injection, solution". DailyMed. 30 September 2019. Archived from the original on 25 March 2021. Retrieved 11 November 2020.
  4. "Simponi Aria- golimumab solution". DailyMed. 2 October 2020. Archived from the original on 24 March 2021. Retrieved 11 November 2020.
  5. ୫.୦ ୫.୧ ୫.୨ "Golimumab Monograph for Professionals". Drugs.com (in ଇଂରାଜୀ). Archived from the original on 9 July 2018. Retrieved 9 December 2021.
  6. "Golimumab Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 9 December 2021.
  7. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  8. BNF 81: March-September 2021. BMJ Group and the Pharmaceutical Press. 2021. p. 1162. ISBN 978-0857114105.
  9. "Simponi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 January 2021. Retrieved 9 December 2021.