ସୋରିଆଟିକ୍ ଗଣ୍ଠି ପ୍ରଦାହ

ଉଇକିପିଡ଼ିଆ‌ରୁ
Psoriatic arthritis
Arthritis psoriatica, arthropathic psoriasis, psoriatic arthropathy
Severe psoriatic arthritis of both feet and ankles. Note the changes to the nails.
ବିଭାଗRheumatology
ଲକ୍ଷଣSwelling of entire fingers and toes, nail changes, skin changes[୧]
ଅବଧିLong term[୨]
କାରଣGenetic and environmental factors[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୧]
ସଠିକ ରୋଗ ନିର୍ଣ୍ଣୟRheumatoid arthritis, reactive arthritis, ankylosing spondylitis[୨]
ଔଷଧNSAIDs, methotrexate, TNF inhibitors[୨]
ପୁନଃପୌନିକ0.3% to 1%[୧]

ସୋରିଆଟିକ୍ ଗଣ୍ଠି ପ୍ରଦାହ ହେଉଛି ଏକ ଦୀର୍ଘକାଳୀନ ପ୍ରଦାହଜନକ ଆର୍ଥ୍ରାଇଟିସ୍ ଯାହା ସୋରିୟାସିସ୍ଦ୍ୱାରା ପ୍ରଭାବିତ ଲୋକମାନଙ୍କଠାରେ ଦେଖାଯାଏ | [୨] ବିଭିନ୍ନ ଗଣ୍ଠି ଏଥିରେ ଜଡ଼ିତ ହୋଇପାରେ | [୨] ଏହାର ଲକ୍ଷଣଗୁଡିକରେ ଅଧିକାଂଶ ସମୟରେ ସମସ୍ତ ଗୋଡ଼ ଓ ପାଦର ଆଙ୍ଗୁଠିଗୁଡ଼ିକ ଫୁଲିବା ପରିଣାମରେ ସସ୍ ବା ମାଂସ ଖଣ୍ଡ ଭଳି ଦେଖାଯାଏ | [୧] ନଖରେ ପରିବର୍ତ୍ତନ ହୋଇପାରେ ଯେପରିକି ଛୋଟ ଗର୍ତ୍ତ, ମୋଟା ହେବା କିମ୍ବା ନଖ ବାହାରି ଯିବା ଦେଖାଯାଏ | [୧] ସୋରିୟାସିସ୍ ରୋଗରେ ଆର୍ଥ୍ରାଇଟିସ୍ ଆରମ୍ଭ ପୂର୍ବରୁ ଚର୍ମ ପରିବର୍ତ୍ତନ (ଲାଲ ରଙ୍ଗ, କାତି ଭଳି ଦେଖାଯିବା, ଏବଂ କୁଣ୍ଡେଇ ହେବା) ୮୫% କ୍ଷେତ୍ରରେ ଘଟିଥାଏ | [୧]

ଜେନେଟିକ୍ ଏବଂ ପରିବେଶ କାରଣମାନଙ୍କ ସମ୍ପର୍କରୁ ଏହି ରୋଗ ହେବା ସମ୍ଭାବନା ଥାଏ | [୨] ସୋରିୟାସିସ୍ ରୋଗୀର ଏକ ତୃତୀୟାଂଶରୁ ସମ୍ପର୍କୀୟ ଲୋକଙ୍କର ମଧ୍ୟ ସୋରିୟାସିସ୍ ଥାଏ। [୨] ପ୍ରାୟ ୨୫%ରୁ ୫୦% କ୍ଷେତ୍ରରେ ଏଚଏଲଏ-ବି ୨୭ (HLA-B27) ଜେନୋଟାଇପ୍ ଥାଏ | [୧] ଏହା ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପ ସହିତ ମଧ୍ୟ ଜଡ଼ିତ ଥାଏ | [୧] ଏହା ଏକ ପ୍ରକାର ସ୍ପଣ୍ଡିଲୋଆର୍ଥ୍ରୋପାଥି ଦଳରେ ଶ୍ରେଣୀଭୁକ୍ତ ହୋଇଛି | [୨] ଲକ୍ଷଣ ଉପରେ ଆଧାରିତ ହୋଇ ରୋଗ ନିର୍ଣ୍ଣୟ କରାଯାଏ। [୧]

ସାମାନ୍ୟ ରୋଗର ଚିକିତ୍ସାରେ ଏନଏସଏଆଇ‌ଡି (NSAID) ଦିଆଯାଇପାରେ । ରୋଗ ଅଧିକ ଗୁରୁତର ହେଲେ ମେଟୋଟ୍ରେକ୍ସେଟ୍ କିମ୍ବା ଟିଏନଏଫ ଅବରୋଧକ (TNF inhibitors) ଦେଇ ଚିକିତ୍ସା କରାଯାଇପାରେ | [୨] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଫିଜିଓଥେରାପି ଅନ୍ତର୍ଭୁକ୍ତ ହୋଇପାରେ | [୨] ଏହି ରୋଗରେ ଉଲ୍ଲେଖନୀୟ ଅକ୍ଷମତା ସୃଷ୍ଟି ହୋଇପାରେ | [୨]

ଜନସଂଖ୍ୟାର ୩%ରୁ ୧% ବା ସୋରିୟାସିସ୍ ରୋଗୀଙ୍କ ମଧ୍ୟରୁ ୩୦% ଏହି ରୋଗରେ ପ୍ରଭାବିତ ହୁଅନ୍ତି । [୧] ଏଥିରେ ଉଭୟ ଶିଶୁ ଏବଂ ବୟସ୍କ ଲୋକମାନେ ଅନ୍ତର୍ଭୁକ୍ତ ହୁଅନ୍ତି | [୧] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ପ୍ରଭାବିତ ହୁଅନ୍ତି | [୧] ଏସିଆ କିମ୍ବା ଆଫ୍ରିକୀୟ ବଂଶର ଲୋକମାନଙ୍କଠାରେ ଏହା କମ୍ ଦେଖାଯାଏ । [୧] ସନ 1973ରେ ପ୍ରଥମେ ଏହାର ସ୍ପଷ୍ଟ ବର୍ଣ୍ଣନା କରାଯାଇଥିଲା [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Ritchlin, CT; Colbert, RA; Gladman, DD (March 2017). "Psoriatic Arthritis". New England Journal of Medicine (Review). 376 (10): 957–70. doi:10.1056/NEJMra1505557. PMID 28273019.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Tiwari, V; Brent, LH (January 2020). "Psoriatic Arthritis". PMID 31613490. {{cite journal}}: Cite journal requires |journal= (help)