ଆଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ

ଉଇକିପିଡ଼ିଆ‌ରୁ
ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ
ଇଂରାଜୀ ପ୍ରତିଶବ୍ଦ - Bekhterev's disease, Bekhterev-Strümpell-Marie disease, Marie's disease, Marie–Strümpell arthritis, Pierre–Marie's disease[୧]
ଗୋଟିଏ ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ ରୋଗୀର କଶେରୁକ (vertebrae) ହାଡ଼ଗୁଡ଼ିକ ସଂଯୁକ୍ତ ହୋଇଯାଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିRheumatology
ଆଇସିଡ଼ି-୧୦M08.1, M45.
ଆଇସିଡ଼ି-୯-ସିଏମ୍720.0
ଓଏମ୍‌ଆଇଏମ୍106300
ରୋଗ ଡାଟାବେସ728
ମେଡ଼ିସିନ-ପ୍ଲସ000420
ଇ-ମେଡ଼ିସିନradio/41
Patient UKଆଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ
MeSHD013167

ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ (ଇଂରାଜୀ ଭାଷାରେ Ankylosing spondylitis ବା AS) ଏକ ପ୍ରକାର ଗଣ୍ଠି ପ୍ରଦାହ (arthritis) ଯେଉଁଥିରେ କଶେରୁକର ଗଣ୍ଠିଗୁଡ଼ିକରେ ଦୀର୍ଘକାଳୀନ ଭିତ୍ତିରେ ପ୍ରଦାହ (inflammation) ହୁଏ । [୨] ସ୍ୱାଭାବିକ ଭାବରେ ମେରୁହାଡ଼ ଓ ପେଲଭିସର (pelvis) ସଙ୍ଗମ ସ୍ଥଳରେ ମଧ୍ୟ ଏହି ପ୍ରଦାହ ହୁଏ । ବେଳେବେଳେ କାନ୍ଧ ଓ ହିପ ଗଣ୍ଠିରେ ମଧ୍ୟ ଏହି ରୋଗ ହୁଏ । ଏହା ସ‌ହିତ ଆଖି ଓ ଖାଦ୍ୟନଳୀ ସମସ୍ୟା ମଧ୍ୟ ଦେଖାଯାଇପାରେ । ଅନେକ ସମୟରେ କଟି ଯନ୍ତ୍ରଣା ବାରମ୍ବାର ହୁଏ ଓ ଛାଡ଼ିଯାଏ ।[୨] ସମୟକ୍ରମେ ଗଣ୍ଠିଗୁଡ଼ିକ ଶକ୍ତ ହୋଇଯାଏ ।[୨][୩]

ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ ରୋଗର କାରଣ ଅଦ୍ୟାବଧି ଅଜଣା ଥିଲେ ମଧ୍ୟ ଜେନେଟି ଓ ପରିବେଶର ମିଶ୍ରିତ ପ୍ରଭାବ ଯୋଗୁ ହେଉଥିବା ବିଶ୍ୱାସ କରାଯାଏ ।[୨] ଅଟୋଇମ୍ମ୍ୟୁ ରୋଗ (autoimmune) ବା ଅଟୋଇନଫ୍ଲାମେଟରି ରୋଗ (autoinflammatory) ଏହାର ଅନ୍ତର୍ନିହିତ କାର୍ଯ୍ୟବିଧିରେ ସଂପୃକ୍ତ ହୋଇଥାଇପାରନ୍ତି ।[୪] ରୋଗର ଲକ୍ଷଣ ସ‌ହିତ ମେଡିକାଲ ଇମେଜିଙ୍ଗ (medical imaging) ଓ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗ ଏକ ପ୍ରକାର ସେରୋନେଗେଟିଭ ଆର୍ଥ୍ରୋପାଥି (seronegative spondyloarthropathies), ଅର୍ଥାତ ରିଉମାଟଏଡ ଫ୍ୟାକ୍ଟର (rheumatoid factor) ଆଣ୍ଟିବଡି (antibody) ପରୀକ୍ଷାରେ ଏହି ବିଯୁକ୍ତାତ୍ମକ ଫଳ ଦେଖାଏ ।[୨]

ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ ରୋଗ ଅଦ୍ୟାବଧି ଆରୋଗ୍ୟସାଧ୍ୟ ନୁହେଁ । ଚିକିତ୍ସା କଲେ ଲକ୍ଷଣର ତୀବ୍ରତା କମିଯାଏ ଓ ଅଧୋଗତି ପ୍ରତିରୋଧ ହୋଇଯାଏ । ଔଷଧ, ବ୍ୟାୟାମ ଓ ଅପରେଶନ, ଏହି ତିନି ଉପାୟରେ ଚିକିତ୍ସା କରାଯାଏ । ଏନଏସଏଆଇଡି (NSAIDs), ସ୍ଟିରଏଡ (steroids), ରୋଗ ରୁପାନ୍ତରକାରୀ ଆଣ୍ଟିରିଉମାଟିକ ଔଷଧ (disease modifying antirheumatic drugs) ଯେପରିକି ମେଥିଟ୍ରେକ୍ସେଟ (methotrexate) ଓ ଜୈବ ଏଜେଣ୍ଟ ଯେପରିକି ଇନଫ୍ଲିକ୍ସିମାବ (infliximab) ଇତ୍ୟାଦି ଔଷଧ ଆବଶ୍ୟକ ଅନୁସାରେ ଦିଆଯାଏ ।[୨]

ଜନସଂଖ୍ୟାର ୦.୧%ରୁ ୧.୮% ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୫] ଅଳ୍ପ ବୟସର ଯୁବକମାନଙ୍କୁ ଏହି ରୋଗ ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ସନ ୧୬୦୦ରେ ପ୍ରଥମେ ବର୍ନାର୍ଡ କୋନୋର (Bernard Connor) ଏହି ରୋଗର ବର୍ଣ୍ଣନା କରିଥିଲେ ଓ ରୋଗ‌ଗ୍ରସ୍ତ କଙ୍କାଳ ପ୍ରଥମେ ଇଜିପ୍ଟର ମମିରେ (Egyptian mummies) ମିଳିଥିଲା । [୬] ଗ୍ରୀକ ଭାଷାରେ ଆଙ୍କିଲୋ (ankylos) ଶବ୍ଦର ଅର୍ଥ ମେରୁହାଡ଼ ଓ ଆଇଟିସ (-itis) ଶବ୍ଦର ଅର୍ଥ ପ୍ରଦାହ ।[୨]

ଆଧାର[ସମ୍ପାଦନା]

  1. Matteson, E. L.; Woywodt, A. (2006-11-01). "Eponymophilia in rheumatology". Rheumatology (in ଇଂରାଜୀ). 45 (11): 1328–1330. doi:10.1093/rheumatology/kel259. ISSN 1462-0324. PMID 16920748.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Questions and Answers about Ankylosing Spondylitis". NIAMS. June 2016. Retrieved 28 September 2016.
  3. "Ankylosing spondylitis". GARD. 9 February 2015. Retrieved 28 September 2016.
  4. Smith, JA (January 2015). "Update on ankylosing spondylitis: current concepts in pathogenesis". Current allergy and asthma reports. 15 (1): 489. PMID 25447326.
  5. Khan, Muhammad Asim (2009). Ankylosing Spondylitis (in ଇଂରାଜୀ). Oxford University Press. p. 15. ISBN 9780195368079.
  6. Boos, Norbert; Aebi, Max (2008). Spinal Disorders: Fundamentals of Diagnosis and Treatment (in ଇଂରାଜୀ). Springer Science & Business Media. p. 25. ISBN 9783540690917.