ଗର୍ଭାବସ୍ଥାର ଯକୃତ ପିତ୍ତସ୍ଥିରତା
Intrahepatic cholestasis of pregnancy | |
---|---|
Obstetric cholestasis; cholestasis of pregnancy; jaundice of pregnancy; prurigo gravidarum[୧] icterus gravidarum[୨] | |
ବିଭାଗ | Obstetrics |
ଲକ୍ଷଣ | Itchy skin, no initial rash[୩] |
ଆକ୍ରାନ୍ତ ସମୟ | Third trimester[୪] |
ଅବଧି | Resolves within 2 weeks after delivery[୨] |
ବିପଦ କାରକ | Family history, twin pregnancy[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and bile acid levels[୨][୩] |
ସଠିକ ରୋଗ ନିର୍ଣ୍ଣୟ | Pemphigus gestationis, prurigo of pregnancy, polymorphic eruption of pregnancy, scabies, pre-eclampsia[୨] |
ପ୍ରତିକାର | Selenium supplementation[୨] |
ଚିକିତ୍ସା | Delivery at 36 to 38 weeks, ursodeoxycholic acid, antihistamines[୩][୨] |
ପୁନଃପୌନିକ | 0.1% to 1.5% of pregnancies (Western world)[୨] |
ଗର୍ଭାବସ୍ଥାର ଯକୃତ ପିତ୍ତସ୍ଥିରତା ( ଆଇସିପି ), ଅନ୍ୟ ନାମ ଗର୍ଭାବସ୍ଥାର ଜଣ୍ଡିସ, ରୋଗରେ ଏକ ଚର୍ମ ରୋଗ ହୁଏ ଯେଉଁଥିରେ ଗଲୁ ବା କୁଣ୍ଡେଇ ହୁଏ ।[୩] [୪] କୁଣ୍ଡେଇ ହେବା ପ୍ରାୟ ତୀବ୍ର ହୋଇଥାଏ, ବିଶେଷତଃ ରାତିରେ, ଏବଂ ସାଧାରଣତଃ କୌଣସି ପ୍ରାରମ୍ଭିକ ଦାଗ ନଥାଏ, କୁଣ୍ଡେଇବା ଯୋଗୁ ଚର୍ମ ଭାଙ୍ଗି ଯାଇପାରେ ।[୫] ଅନ୍ୟ ଲକ୍ଷଣଗୁଡ଼ିକରେ ହଳଦିଆ ରଙ୍ଗ ଏବଂ ପେଟର ଡାହାଣ ଉପର ପାଖରେ ବେଆରାମ ଲାଗେ ।[୩] [୨] ଆରମ୍ଭ ସାଧାରଣତଃ ତୃତୀୟ ତ୍ରୈମାସିକରେ ହୁଏ; ଯଦିଓ ବେଳେବେଳେ ଏହା ପୂର୍ବରୁ ମଧ୍ୟ ହୋଇପାରେ ।[୪]
ବିପଦ କାରକଗୁଡିକ ମଧ୍ୟରେ ଜେନେଟିକ୍ସ ହୋଇପାରେ, ଯେଉଁଥିରେ ଅର୍ଦ୍ଧେକ ଲୋକଙ୍କର ଏହି ରୋଗର ପରିବାରିକ ଇତିହାସ ଏବଂ ଯାଆଁଳା ଗର୍ଭଧାରଣ ଇତିହାସ ଥାଏ ।[୨] ଯକୃତ ସମସ୍ୟା ଯୋଗୁ ଉଚ୍ଚ ସ୍ତରର ହରମୋନ ହେବା ଫଳ ସ୍ୱରୂପ ଯକୃତରୁ ଅନ୍ତନଳୀକୁ କମ୍ ପିତ୍ତ ପ୍ରବାହ ହୋଇଥାଏ ଯାହାକୁ କୋଲେଷ୍ଟାସିସ କୁହାଯାଏ ।[୨] ଲକ୍ଷଣ ଅନୁସାରେ ଏବଂ ରକ୍ତରେ ୧୦ μମୋଲ/ଲି (୪.୦୮ mcg /ମିଲି) ରୁ ଅଧିକ ବାଇଲ୍ ଏସିଡ୍ ସ୍ତର ରହିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] [୩]
ସେଲେନିଅମ ପରିପୂରକ ଏହି ରୋଗ ଘଟଣା ହ୍ରାସ କରିପାରେ | [୨] ପରିଚାଳନା ୩୬ରୁ ୩୮ ସପ୍ତାହ ମଧ୍ୟରେ ପ୍ରସବ କରେଇଦିଆଯାଏ ।[୨] ଉରସୋଡିଅକ୍ସିକୋଲିକ ଅମ୍ଳ ଦେଲେ ଫଳାଫଳ ଉନ୍ନତ ହୋଇପାରେ ।[୨] ଆଣ୍ଟିହିଷ୍ଟାମିନ ବ୍ୟବହାର ମଧ୍ୟ କରାଯାଇପାରେ ।[୩] ଏହି ରୋଗର ଶିଶୁର ଜଟିଳ ସମସ୍ୟା ହୋଇ ଅବଧିପୂର୍ବ ଜନ୍ମ, ମେକୋନିୟମ୍ ଆସ୍ପିରେସନ୍ ସିଣ୍ଡ୍ରୋମ ଏବଂ ଜରାୟୁ ଭିତରେ ମୃତ୍ୟୁ ହୋଇପାରେ ।[୩] ମାଆର ଜଟିଳତା ମଧ୍ୟରେ ପିତ୍ତାସ୍ମରୀ ରୋଗ ଏବଂ ଭିଟାମିନ କେ ଅଭାବ ହୋଇପାରେ ।[୨] ପ୍ରସବ ହେବାର ୨ ସପ୍ତାହ ମଧ୍ୟରେ ଏହା ସାଧାରଣତଃ ଚାଲିଯାଏ, ପରବର୍ତ୍ତୀ ଗର୍ଭଧାରଣରେ ଏହା ପୁନର୍ବାର ହୋଇପାରେ ।[୨]
ପାଶ୍ଚାତ୍ୟ ଜଗତର ଅଧିକାଂଶ ଗର୍ଭଧାରଣରେ ଗର୍ଭାବସ୍ଥାର ଇଣ୍ଟ୍ରାହେପାଟିକ୍ କୋଲେଷ୍ଟାସିସ୍ ୦.୧ରୁ ୧.୫% ପ୍ରଭାବ ପକାଇଥାଏ ।[୨] ବୋଲିଭିଆରେ ଏହି ରୋଗ ହାର ପ୍ରାୟ ୯% ଏବଂ ଚିଲିରେ କେତେକ ଜନସଂଖ୍ୟାରେ ୨୮% ହୁଏ ।[୨] ସାଧାରଣତ ଶୀତ ମାସରେ ଅଧିକ ହୁଏ ।[୨] ଏହି ଅବସ୍ଥା ପ୍ରଥମେ ୧୮୮୩ ମସିହାରେ ଅହଲଫେଲ୍ଡ (Ahlfeld) ଏହି ରୋଗର ବର୍ଣ୍ଣନା କରିଥିଲେ ।[୬]
ଆଧାର
[ସମ୍ପାଦନା]- ↑ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 978-1-4160-2999-1.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Roth, MM (1 February 2011). "Pregnancy dermatoses: diagnosis, management, and controversies". American journal of clinical dermatology. 12 (1): 25–41. doi:10.2165/11532010-000000000-00000. PMID 21110524.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Tunzi M, Gray GR (January 2007). "Common skin conditions during pregnancy". American Family Physician. 75 (2): 211–8. PMID 17263216.
- ↑ ୪.୦ ୪.୧ ୪.୨ Pillarisetty, Leela Sharath; Sharma, Ashish (2023). "Pregnancy Intrahepatic Cholestasis". StatPearls. StatPearls Publishing. Archived from the original on 2024-04-18. Retrieved 2024-06-17.
- ↑ Saavedra, Arturo; Roh, Ellen K.; Mikailov, Anar (2023). "15. Endocrine, metabolic, and nutritiona". Fitzpatrick's Color Atlas and Synopsis of Clinical Dermatology, 9/e (in ଇଂରାଜୀ) (9th ed.). New York: McGraw Hill Professional. p. 414. ISBN 978-1-264-27801-5. Archived from the original on 2023-12-31. Retrieved 2023-12-29.
- ↑ Geenes, V; Williamson, C (7 May 2009). "Intrahepatic cholestasis of pregnancy". World journal of gastroenterology. 15 (17): 2049–66. doi:10.3748/wjg.15.2049. PMID 19418576.
{{cite journal}}
: CS1 maint: unflagged free DOI (link)