ପ୍ରିଏକ୍ଲାମ୍ପସିଆ
ପ୍ରି-ଏକ୍ଲାମ୍ପସିଆ | |
---|---|
ବିଭାଗ | ପ୍ରସୂତୀ ବିଜ୍ଞାନ[*] |
ଆଇସିଡ଼ି-୧୦ | O11., O14. |
ଆଇସିଡ଼ି-୯-ସିଏମ୍ | 642.4-642.7 |
ରୋଗ ଡାଟାବେସ | 10494 |
ମେଡ଼ିସିନ-ପ୍ଲସ | 000898 |
ଇ-ମେଡ଼ିସିନ | med/1905 ped/1885 |
MeSH | D011225 |
ପ୍ରି-ଏକ୍ଲାମ୍ପସିଆ ବା ପିଇ (ଇଂରାଜୀରେ Pre-eclampsia or preeclampsia ସଂକ୍ଷେପରେ PE) ଏକ ଗର୍ଭାବସ୍ଥା ଜଟୀଳତା ଯେଉଁଥିରେ ରକ୍ତଚାପ ବଢ଼ିଯାଏ ଓ ପରିସ୍ରାରେ ପ୍ରଚୁର ଆଲବୁମିନ ଥାଏ । [୧] ଏହି ବେମାରୀ ଗର୍ଭାବସ୍ଥାର ଶେଷ ତ୍ରୈମାସରେ ବାହାରେ । [୨][୩] ରୋଗ ସାଂଘାତିକ ହେଲେ ଲୋହିତ ରକ୍ତ କଣିକା ଫାଟିଯାଏ, ପ୍ଲାଟେଲେଟ ସଂଖ୍ୟା କମିଯାଏ, ଯକୃତ କାମ ବାଧାପ୍ରାପ୍ତ ହୁଏ, ବୃକ୍କ କାର୍ଯ୍ୟ ସଠିକ ହୁଏ ନାହିଁ, ଫୁଲା ଦେଖାଯାଏ, ଦୃଷ୍ଟି ଦୋଷ ହୁଏ ଓ ଫୁସ୍ଫୁସ୍ରେ ତରଳ ପଦାର୍ଥ ଜମିଯିବା ଯୋଗୁ ଛୋଟ ଛୋଟ ଶ୍ୱାସ କ୍ରିୟା ହୁଏ । [୨][୩] ପ୍ରି-ଏକ୍ଲାମ୍ପସିଆ ରୋଗ ଉଭୟ ମାତା ଓ ଗର୍ଭସ୍ଥ ଶିଶୁ ନିମନ୍ତେ କ୍ଷତିକାରକ । [୩] ଚିକିତ୍ସିତ ନ ହେଲେ ଅବଶେଷରେ ବାତ ମାରେ (fits) ଯାହାକୁ ଏକ୍ଲାମ୍ପସିଆ କୁହାଯାଏ । [୨]
ପ୍ରି-ଏକ୍ଲାମ୍ପସିଆର ସଙ୍କଟ ସୃଷ୍ଟକାରୀ ଅବସ୍ଥା ମଧ୍ୟରେ ମୋଟାପଣ, ଆଗରୁ ଉଚ୍ଚ ରକ୍ତଚାପ ଉପସ୍ଥିତି, ବୟସାଧିକ୍ୟ ଓ ଡାଏବେଟିସ ମେଲିଟସ । [୨][୪] ଏହି ରୋଗ ସାଧାରଣତଃ ପ୍ରଥମ ଗର୍ଭାବସ୍ଥାରେ ବା ଯାଆଁଳା ପିଲା ଜରାୟୁରେ ଥିଲେ ହୁଏ । [୨] ଏହି ରୋଗ ହେବାର ଅନେକ ଉପାଦାନ ମଧ୍ୟରୁ ପ୍ଲାସେଣ୍ଟାରେ ରକ୍ତନଳୀ ତିଆରି ଅସ୍ୱାଭାବିକ ଥିଲେ ହୁଏ । [୨] ପ୍ରସବ ପୂର୍ବରୁ ଅଧିକାଂଶ ରୋଗ କ୍ଷେତ୍ରରେ ରୋଗ ନିର୍ଣ୍ଣୟ ହୋଇଯାଏ । ପ୍ରସବ ପର ସମୟରେ କ୍ୱଚିତ ଏହି ରୋଗ ଦେଖାଯାଏ । [୩] ଗତାନୁଗତିକ ଭାବେ ଉଚ୍ଚ ରକ୍ତଚାପ ଥିବା ସହିତ ପରିସ୍ରାରେ ପ୍ରୋଟିନ ଥିଲେ ଏହି ରୋଗ ନିର୍ଣ୍ଣୟ ହେଉଥିଲେ ମଧ୍ୟ ଅନ୍ୟ କେତେକ ସଂଜ୍ଞା ଅନୁସାରେ ଅଙ୍ଗ ଅକ୍ଷମତାକୁ ମଧ୍ୟ ବିଚାରକୁ ନିଆଯାଏ । [୩][୫] କୋଡ଼ିଏ ସପ୍ତାହ ଗର୍ଭାବସ୍ଥା ପରେ ଚାରି ଘଣ୍ଟା ଅନ୍ତରରେ ଦୁଇ ଥର ନିଆଯାଇଥିବା ସିସ୍ଟୋଲିକ ଚାପ ୧୪୦ମିମି ପାରଦ ଓ ଡାଏସ୍ଟୋଲିକ ଚାପ ୯୦ରୁ ଅଧିକ ଥାଏ ତେବେ ଉଚ୍ଚ ରକ୍ତଚାପ ନିର୍ଣ୍ଣୟ କରାଯାଏ । [୩] ପ୍ରସବ ପୂର୍ବ ଯତ୍ନ ସମୟରେ ପ୍ରି-ଏକ୍ଲାମ୍ପସିଆ ରୋଗ ନିମନ୍ତେ ଯାଞ୍ଚ କରାଯାଏ । [୬]
ଏହି ରୋଗର ପ୍ରତିଷେଧ ନିମନ୍ତେ ଉଚ୍ଚ ସଙ୍କଟମୟ ରୋଗୀଙ୍କୁ ଆସ୍ପିରିନ, ଅଧିକ କ୍ୟାଲସିଅମ ଦିଆଯାଏ ଓ ଉଚ୍ଚ ରକ୍ତଚାପ ନିମନ୍ତେ ଔଷଧ ଦେବାକୁ ଉପଦେଶ ଦିଆଯାଏ । [୪][୭] ଏହି ରୋଗୀଙ୍କର ପ୍ରସବ ଓ ପ୍ଲାସେଣ୍ଟା ନିର୍ଗତ କରିବା ଏକ ଫଳପ୍ରଦ ଚିକିତ୍ସା ଅଟେ । [୪] ଗର୍ଭାବସ୍ଥାର ସମୟ ଓ ପ୍ରି-ଏକ୍ଲାମ୍ପସିଆର ଗମ୍ଭୀରତା ଉପରେ ପ୍ରସବ କରେଇବା ନିର୍ଭର କରେ । [୪] ଲାବେଟାଲୋଲ ଓ ମିଥାଇଲଡୋପା ଆଦି ରକ୍ତଚାପ ଔଷଧ ଦେଇ ପ୍ରସବ ପୂର୍ବରୁ ଗର୍ଭିଣୀରେ ଅବସ୍ଥରେ ଉନ୍ନତି ଆଣିବାକୁ ଚେଷ୍ଟା କରାଯାଏ । [୮] ଏକ୍ଲାମ୍ପସିଆ ପ୍ରତିରୋଧ ନିମନ୍ତେ ସାଂଘାତିକ ରୋଗୀଙ୍କୁ ମ୍ୟାଗନେସିଅମ ସଲଫେଟ ଦିଆଯାଏ । [୪] ରୋଗ ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ବିଛଣା ବିଶ୍ରାମ ଓ କମ ଲବଣ ଗ୍ରହଣ ଫଳପ୍ରଦ ନ ଥିବା ଜଣାଯାଇଛି । [୩][୪]
ସାରା ପୃଥିବୀରେ ୨-୮ % ଗର୍ଭାବସ୍ଥାରେ ପ୍ରି-ଏକ୍ଲାମ୍ପସିଆ ଦେଖାଯାଏ । [୪] ଗର୍ଭାବସ୍ଥାରେ ମୃତ୍ୟୁର କାରଣମାନଙ୍କ ମଧ୍ୟରେ ଗର୍ଭାବସ୍ଥା ସମ୍ପର୍କୀୟ ଉଚ୍ଚ ରକ୍ତଚାପ ଏକ ମୂଖ୍ୟ କାରଣ । [୮] ସନ ୧୯୯୦ରେ ମୃତ୍ୟୁ ସଂଖ୍ୟା ୩୭,୦୦୦ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୨୯,୦୦୦ ହୋଇଥିଲା । [୯] ସାଧାରଣତଃ ୩୨ ସପ୍ତାହ ପରେ ହେଉଥିବା ପ୍ରି-ଏକ୍ଲାମ୍ପସିଆ ରୋଗ ପୂର୍ବରୁ ହେଲେ ଅତି ବିଷମ ଫଳପ୍ରଦ ହୁଏ । [୮] ଏହି ରୋଗ ହୋଇଥିବା ମହିଲାମାନଙ୍କର ପରବର୍ତ୍ତୀ ଜୀବନରେ ହୃଦ୍ରୋଗ ସମ୍ଭାବନା ଅଧିକ ରହେ । [୬] ଏକ୍ଲାମ୍ପସିଆ ନାମଟି ଏକ ଗ୍ରୀକ ଶବ୍ଦ ଯାହାର ଅର୍ଥ ବିଦ୍ୟୁତ (lightning) । [୧୦] ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରେଟ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ । [୧୦]
ଆଧାର
[ସମ୍ପାଦନା]- ↑ Eiland, Elosha; Nzerue, Chike; Faulkner, Marquetta (2012). "Preeclampsia 2012". Journal of Pregnancy. 2012: 1–7. doi:10.1155/2012/586578.
{{cite journal}}
: CS1 maint: unflagged free DOI (link) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ Al-Jameil, N; Aziz Khan, F; Fareed Khan, M; Tabassum, H (February 2014). "A brief overview of preeclampsia". Journal of clinical medicine research. 6 (1): 1–7. PMID 24400024.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Hypertension in pregnancy. Report of the American College of Obstetricians and Gynecologists' Task Force on Hypertension in Pregnancy" (PDF). Obstet Gynecol. 122 (5): 1122–31. Nov 2013. doi:10.1097/01.AOG.0000437382.03963.88. PMID 24150027. Archived from the original (PDF) on 2016-01-06. Retrieved 2015-06-06.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ WHO recommendations for prevention and treatment of pre-eclampsia and eclampsia (PDF). 2011. ISBN 978-92-4-154833-5. Archived from the original (PDF) on 2015-05-13. Retrieved 2015-06-07.
- ↑ Lambert, G; Brichant, JF; Hartstein, G; Bonhomme, V; Dewandre, PY (2014). "Preeclampsia: an update". Acta anaesthesiologica Belgica. 65 (4): 137–49. PMID 25622379.
- ↑ ୬.୦ ୬.୧ Steegers, Eric AP; von Dadelszen, Peter; Duvekot, Johannes J; Pijnenborg, Robert (August 2010). "Pre-eclampsia". The Lancet. 376 (9741): 631–644. doi:10.1016/S0140-6736(10)60279-6. PMID 20598363.
{{cite journal}}
: CS1 maint: multiple names: authors list (link) - ↑ Henderson, JT; Whitlock, EP; O'Connor, E; Senger, CA; Thompson, JH; Rowland, MG (May 20, 2014). "Low-dose aspirin for prevention of morbidity and mortality from preeclampsia: a systematic evidence review for the U.S. Preventive Services Task Force". Annals of internal medicine. 160 (10): 695–703. doi:10.7326/M13-2844. PMID 24711050.
- ↑ ୮.୦ ୮.୧ ୮.୨ Arulkumaran, N.; Lightstone, L. (December 2013). "Severe pre-eclampsia and hypertensive crises". Best Practice & Research Clinical Obstetrics & Gynaecology. 27 (6): 877–884. doi:10.1016/j.bpobgyn.2013.07.003.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୧୦.୦ ୧୦.୧ Emile R. Mohler (2006). Advanced Therapy in Hypertension and Vascular Disease. PMPH-USA. pp. 407–408. ISBN 9781550093186.