ଖାରବେଳ ସ୍ୱାଇଁ

ଉଇକିପିଡ଼ିଆ‌ରୁ
ମହାମେଘବାହାନ ଐର ଖାରବେଳ ସ୍ୱାଇଁ
ସାଂସଦ: ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୮ – ୨୦୦୯
ପୂର୍ବ ଅଧିକାରୀକାର୍ତ୍ତିକ ମହାପାତ୍ର
ପର ଅଧିକାରୀଶ୍ରୀକାନ୍ତ କୁମାର ଜେନା
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1953-10-25) ୨୫ ଅକ୍ଟୋବର ୧୯୫୩ (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀକଳ୍ପନା ପରିଡ଼ା
ସନ୍ତାନ୧ ପୁଅ
ବାପା/ବୋଉପୀତାମ୍ବର ସ୍ୱାଇଁ (ବାପା)
ସରସ୍ୱତୀ ସ୍ୱାଇଁ (ମାଆ)
ବୃତ୍ତିରାଜନୀତିଜ୍ଞ

ମହାମେଘ ବାହାନ ଐର ଖାରବେଳ ସ୍ୱାଇଁ (ଜନ୍ମ: ୨୫ ଅକ୍ଟୋବର ୧୯୫୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୯୮, ୧୯୯୯ ଓ ୨୦୦୪ ମସିହାରେ ସେ ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭାକୁ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧] ଖାରବେଳେ ସ୍ୱାଇଁ ବିଜେପିରୁ ଇସ୍ତଫା ଦେଇ ଉତ୍କଳ ଭାରତ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ, ମାତ୍ର ପରେ ପୁଣିଥରେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।[୨]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଖାରବେଳ ସ୍ୱାଇଁ ୧୯୫୩ ମସିହାର ଅକ୍ଟୋବର ମାସ ୨୫ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ପୀତାମ୍ବର ସ୍ୱାଇଁ ଏବଂ ମାଆଙ୍କ ନାମ ସରସ୍ୱତୀ ସ୍ୱାଇଁ ।[୩] ସେ ରାଜନୀତି ବିଜ୍ଞାନ ଏବଂ ଓଡ଼ିଆ ବିଭାଗରେ କଳାରେ ସ୍ନାତକୋତ୍ତର କରିଥିଲେ ।[୧] ସେ ୧୯୮୦ ମସିହାରେ ଭାରତୀୟ ପ୍ରଶାସନିକ ସେବା(ଆଲାଏଡ଼ ସର୍ଭିସେସ)ରେ ଯୋଗ ଦେଇ, ଭାରତୀୟ ରେଳ ବିଭାଗରେ କାମ କରିଥିଲେ । ୧୯୮୮ରେ ସେ ଚାକିରୀରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ ।[୪] ଖବରକାଗଜ ସମ୍ପାଦନା ଏବଂ ସମାଜସେବୀ ସହିତ ସେ ଜଡ଼ିତ ରହିଛନ୍ତି ।[୧] ତାଙ୍କ ପତ୍ନୀଙ୍କ ନାମ କଳ୍ପନା ପରିଡ଼ା । ତାଙ୍କର ଗୋଟିଏ ପୁଅ ଅଛି ।

ସାହିତ୍ୟରେ ଅବଦାନ[ସମ୍ପାଦନା]

ଖାରବେଳ ସ୍ୱାଇଁଙ୍କ ରଚିତ ଆଲେଖ ବିଭିନ୍ନ ପତ୍ରିକା ଆଦିରେ ପ୍ରକାଶ ପାଇଛି ।[୧] ଏଥିସହ ସେ ଏକ ସାପ୍ତାହିକ ଖବର କାଗଜ ବିଶେଷ ଖବରର ପ୍ରତିଷ୍ଠା କରିବା ସହିତ ଏହାର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।[୫]

ଅନ୍ୟ ଲୋକ ଅନ୍ୟ ଇଲାକା ଓ କ୍ଷୁଦ୍ରଗଳ୍ପର ସମାହାର ବାବୁ ଆସିଥିଲେ ଭଳି ପୁସ୍ତକର ସେ ରଚନା କରିଛନ୍ତି ।[୩]

ରାଜନୈତି ଜୀବନ[ସମ୍ପାଦନା]

ଖାରବେଳେ ସ୍ୱାଇଁ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ଯୋଗ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ବିଜେପି ଛାଡ଼ି ଉତ୍କଳ ଭାରତ ନାମକ ଏକ ରାଜନୈତି ଦଳର ଗଠନ କରିଥିଲେ ।[୬] ମାତ୍ର ପରେ ପୁଣିଥରେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।[୬] ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୩]

୧୯୯୮ ଭାରତୀୟ ସାଧାରଣ ନିର୍ବାଚନରେ ଖାରବେଳ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ସେ ପୁଣିଥରେ ବିଜେପିର ପ୍ରାର୍ଥୀ ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୯୯ ଓ ୨୦୦୪ ମସିହାରେ ଯଥାକ୍ରମେ ୧୩ଶ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Mahameghabahan Aira Kharavela Swain". odishaassembly.nic.in. Odisha Assembly. Retrieved 18 May 2019.
  2. "Kharvel Swain floats new political party 'Utkal Bharat'". odishatoday.com. 2011. Archived from the original on 16 April 2014. Retrieved 17 May 2012. Kharvel Swain floated a new political party as Utkal Bharat.
  3. ୩.୦ ୩.୧ ୩.୨ ୩.୩ ୩.୪ "Members : Lok Sabha". 164.100.47.194. Retrieved 2019-05-19.
  4. "Two MPs from Orissa among the top 5 opposition MPs (TOI)". www.orissalinks.com. www.orissalinks.com. Archived from the original on 18 July 2020. Retrieved 18 July 2020.
  5. "Odisha: Senior BJP leader Bishnu Sethi passes away; CM Patnaik mourns death". Hindustan Times (in English). 19 September 2022. Archived from the original on 19 September 2022. Retrieved 19 September 2022.{{cite news}}: CS1 maint: unrecognized language (link)
  6. ୬.୦ ୬.୧ "Utkal Bharat founder Kharavela Swain returns to BJP in Odisha | OdishaSunTimes.com25 March 2019". odishasuntimes.com (in ଆମେରିକୀୟ ଇଂରାଜୀ). Odisha Sun Times. Archived from the original on 2019-04-02. Retrieved 2019-05-19.