ଉପବାସ
ଉପବାସ ଶବ୍ଦକୁ ଲୋକେ ଉପାସ ବୋଲି କହିଥାନ୍ତି । ଆଂଶିକ ଖାଦ୍ୟ ଗ୍ରହଣ କରିବା କିମ୍ବା ଖାଦ୍ୟ ଗ୍ରହଣ କରିବା ଅନିଚ୍ଛାକୁ ଉପବାସ କୁହାଯାଏ । ଏହା ସାଧାରଣତଃ ୨୪ ଘଣ୍ଟା ପାଇଁ କିମ୍ବା ସାମୟିକ ଭାବେ ଅତିକମରେ ୧୨ ଘଣ୍ଟାରୁ ଆରମ୍ଭ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଳନ କରାଯିବାର ଦେଖାଯାଏ । ଜଳ ଉପବାସରେ କେବଳ ଜଳ ଗ୍ରହଣ କରାଯାଏ । ପ୍ରାୟ ସମସ୍ତ ଧର୍ମର ଲୋକେ ବିଭିନ୍ନ ନାମରେ ଏହାକୁ ପାଳନ୍ତି । ଖାଦ୍ୟଭାବରୁ ମଧ୍ୟ ଅନେକ ଲୋକ ଉପାସେ ରହନ୍ତି ।ଧର୍ମପ୍ରାଣ ବ୍ୟକ୍ତିମାନେ ଏହାକୁ ଅତି ନିଷ୍ଠାର ସହ ପାଳନ କରନ୍ତି ।
ହିନ୍ଦୁ ଧର୍ମରେ ପାଳନ
[ସମ୍ପାଦନା]ସାଧାରଣତଃ ଓଷା ବ୍ରତମାନଙ୍କରେ ଅଧ୍ୟାତ୍ମବାଦୀ ଲୋକେ ଉପବାସ କରିଥାନ୍ତି । କେତେକ ଏକାଦଶୀ ବ୍ରତର ନିଷ୍ଠବାଂ ଲୋକ ମାତ୍ର ଗଣ୍ଡୁଷେ ଜଳତୁଳସୀ ପାନ କରି ବ୍ରତ ରଖନ୍ତି । ଅନ୍ୟାନ୍ୟ ବ୍ରତ ମାନଙ୍କରେ ଫଳାହାର କରାଯାଇଥାଏ । ସ୍ଥଳ ବିଶେଷରେ କିଛି ଲୋକ ଏକ ବକ୍ତ ହବିଷ୍ୟାନ୍ନ ଭକ୍ଷଣ କରନ୍ତି ।
ବୌଦ୍ଧ ଧର୍ମରେ ପାଳନ
[ସମ୍ପାଦନା]ଖ୍ରୀଷ୍ଟିୟାନ ଧର୍ମରେ ପାଳନ
[ସମ୍ପାଦନା]ଜୈନ ଧର୍ମରେ ପାଳନ
[ସମ୍ପାଦନା]ଶୀଖ ଧର୍ମରେ ପାଳନ
[ସମ୍ପାଦନା]ଇସଲାମ ଧର୍ମରେ ପାଳନ
[ସମ୍ପାଦନା]ରାଜନୀତିରେ ଉପବାସ
[ସମ୍ପାଦନା]ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣ
[ସମ୍ପାଦନା]ଉପବାସ କରିବା ଫଳରେ ମନ ପ୍ରଫୁଲ୍ଲ ରୁହେ ଓ ଚିତ୍ତ ଶୁଦ୍ଧ ହୁଏ । କ୍ରମାଗତ ତିନିଦିନ ଉପବାସ ରହିବା ଫଳରେ ଶରୀର ମଧ୍ୟରେ ନୂତନ ଶ୍ୱେତ କଣିକା ସୃଷ୍ଟି ହୋଇଥାଏ ଏବଂ ଉକ୍ତ ଶ୍ୱେତ କଣିକା ପ୍ରାକୃତିକ ଭାବେ ଜୀବାଣୁ ଓ ଭୂତାଣୁ ଆଦିକୁ ନଷ୍ଟ କରି ଦେଇଥାଏ । ଅର୍ଥାତ ଉପବାସ ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । କର୍କଟ ରୋଗ ଭଳି ମାରାତ୍ମକ ବ୍ୟାଧି ଭୋଗୁଥିବା ମଣିଷମାନେ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବେ । ତେଣୁ କେବଳ ଧାର୍ମିକ ଦୃଷ୍ଟିକୋଣ ଯୋଗୁ ନୁହେଁ ବରଂ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଉପବାସ ରହିବ ପାଇଁ ଗବେଷକମାନେ ପରାମର୍ଶ ଦିଅନ୍ତି ।