କିଶୋରୀ ଗର୍ଭାଧାନ
Teenage pregnancy | |
---|---|
Teen pregnancy, adolescent pregnancy | |
ବିଭାଗ | Obstetrics |
ଲକ୍ଷଣ | Pregnancy under the age of 20[୧] |
ବିପଦ କାରକ | Lower education, poverty, child marriage, lack of access to birth control, foster care, substance misuse, religion, sexual abuse[୨][୩][୪] |
ପ୍ରତିକାର | Comprehensive sex education, birth control, not having sex[୫][୪] |
ପୁନଃପୌନିକ | 21 million per year (developing world)[୨] |
ମୃତ୍ୟୁ ସାନ୍ଦ୍ରତା | Leading cause of death (15 to 19 year old females)[୬] |
କିଶୋରୀ ଗର୍ଭାଧାନ କୁହାଯାଏ ଯେତେବେଳେ ୨୦ ବର୍ଷରୁ କମ୍ ମହିଳା ଗର୍ଭଧାରଣ କରନ୍ତି ।[୧] ଡିମ୍ବୋଦୟ (ovulation) ଆରମ୍ଭ ହେବା ପରେ ଯୌନ ସମ୍ପର୍କ ରଖିଲେ ଗର୍ଭଧାରଣ ହୋଇପାରେ, ଯାହା ପ୍ରଥମ ଋତୁସ୍ରାବ (menarche) ପୂର୍ବରୁ ହୋଇପାରେ ।[୭] ଭଲ ପୋଷଣ ପ୍ରାପ୍ତ ଝିଅମାନଙ୍କର ଋତୁସ୍ରାବ ସାଧାରଣତଃ ୧୨ କିମ୍ବା ୧୩ ବର୍ଷ ବୟସରୁ ଆରମ୍ଭ ହୋଇଥାଏ ଓ ସ୍ୱଳ୍ପ ଆୟକାରୀ ଦେଶରେ ଏହା ସାଧାରଣତ ୧୪ ବର୍ଷ ବୟସର ସାମାନ୍ୟ ପରେ ଆରମ୍ଭ ହୁଏ ।[୧] [୮]
ଏକ୍ଲାମ୍ପସିଆ, ଗର୍ଭଧାରଣର ରକ୍ତହୀନତା, ପ୍ରସବ ପୂର୍ବରୁ ଜନ୍ମ, ପ୍ରସବ ପରବର୍ତ୍ତୀ ସଂକ୍ରମଣ, ପ୍ରସୂତି ଫିସଚୁଲା ଏବଂ ପ୍ରସବ ହେବାର ଆଶଙ୍କା ଏହି ବୟସରେ ଅଧିକ ଥାଏ ।[୨] [୩] [୬] ଗର୍ଭଧାନର ଜଟିଳତା ଯୋଗୁ ୧୫ରୁ ୧୯ ବର୍ଷ ବୟସର ବାଳିକାମାନଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ ।[୯] [୬] ୧୫ ବର୍ଷରୁ କମ୍ ବୟସରେ ମାତୃ ମୃତ୍ୟୁ ଆଶଙ୍କା ପାଞ୍ଚ ଗୁଣ ଅଧିକ ହୋଇପାରେ ।[୧୦] ଯୁକ୍ତରାଷ୍ଟ୍ରରେ ଯୌନ ସମ୍ପର୍କ ନ ରଖିବା ହେତୁ କମ୍ ଗର୍ଭ ହାରରେ ପରିଣତ ହୋଇଥିଲେ ମଧ୍ୟ ନିବୃତ୍ତ ଶିକ୍ଷା କାର୍ଯ୍ୟକ୍ରମ (abstinence education programs) ପ୍ରଭାବଶାଳୀ ନୁହେଁ ।[୪] [୧୧]
ନିମ୍ନ ଶିକ୍ଷା ଏବଂ ଦାରିଦ୍ର୍ୟ ସହିତ କିଶୋରୀ ଗର୍ଭଧାରଣ ଜଡ଼ିତ ଅଟେ ।[୨] ଅନ୍ୟାନ୍ୟ ସଙ୍କଟ ମଧ୍ୟରେ ଶିଶୁ ବିବାହ, ଜନ୍ମ ନିୟନ୍ତ୍ରଣର ଅଭାବ, ପୋଷ୍ୟ ଚିକିତ୍ସାରେ ରହିବା, ଧର୍ମ ଏବଂ ଯୌନ ଶୋଷଣ ଅନ୍ତର୍ଭୁକ୍ତ ହୋଇପାରେ ।[୨] [୩] [୪] ଶିକ୍ଷାଗତ ହସ୍ତକ୍ଷେପ ଏବଂ ଜନ୍ମ ନିୟନ୍ତ୍ରଣ କରିବା ଯୋଗୁ ଅବାଞ୍ଛିତ କିଶୋରୀ ଗର୍ଭଧାରଣ ହ୍ରାସ ହୋଇପାରେ । [୫] [୧୨]
ପ୍ରାୟ ୨୦% କିଶୋରୀଙ୍କର ସନ୍ତାନ ଅଛନ୍ତି ।[୩] କେବଳ ୨୦୨୩ ମସିହାରେ ପ୍ରତି ୧୦୦୦ରେ ୪୩ ଜଣ ମହିଳାଙ୍କର ୨୦ରୁ କମ ବୟସରେ ପିଲା ଅଛନ୍ତି । [୨] ପ୍ରତି ୧୦୦୦ରେ ଆଫ୍ରିକାରେ ୯୭ ହାର ଏବଂ ୟୁରୋପରେ ୧୩ ହାର ଅଟେ ।[୨] ୧୯୯୦ରୁ ଯୁକ୍ତରାଷ୍ଟ୍ରରେ ଏହି ହାର ହ୍ରାସ ପାଉଛି ।[୪] ବିକାଶଶୀଳ ଦେଶରେ ପ୍ରାୟ ୧୫ରୁ ୧୯ ବର୍ଷ ବୟସରେ ୨୧ ନିୟୁତ ବୟସ୍କା ଗର୍ଭବତୀ ହୁଅନ୍ତି ଏବଂ ପ୍ରତିବର୍ଷ ୧୨ ନିୟୁତ ସନ୍ତାନ ଜନ୍ମ ହୁଅନ୍ତି ।[୨] ପ୍ରାୟ ୬ ନିୟୁତ ଗର୍ଭପାତ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ଅସୁରକ୍ଷିତ ।[୩] ମାଆ ପାଇଁ ଅନେକ ନକାରାତ୍ମକ ପ୍ରଭାବ ଯେପରିକି ସାମାଜିକ କଳଙ୍କ, ଆର୍ଥିକ ସମସ୍ୟା ଏବଂ ଶିକ୍ଷା ବନ୍ଦହୋଇପାରେ ।[୩] [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Adolescent Pregnancy (PDF). World Health Organization. 2004. p. 5. ISBN 978-9241591454. Archived (PDF) from the original on 18 February 2018. Retrieved 28 July 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Adolescent pregnancy". www.who.int (in ଇଂରାଜୀ). Archived from the original on 18 October 2018. Retrieved 31 March 2024.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Maheshwari, MV; Khalid, N; Patel, PD; Alghareeb, R; Hussain, A (June 2022). "Maternal and Neonatal Outcomes of Adolescent Pregnancy: A Narrative Review". Cureus. 14 (6): e25921. doi:10.7759/cureus.25921. PMID 35844352.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "About Teen Pregnancy | CDC". www.cdc.gov (in ଆମେରିକୀୟ ଇଂରାଜୀ). 7 September 2023. Archived from the original on 30 November 2021. Retrieved 31 March 2024.
- ↑ ୫.୦ ୫.୧ Oringanje, Chioma; Meremikwu, Martin M; Eko, Hokehe; Esu, Ekpereonne; Meremikwu, Anne; Ehiri, John E (3 February 2016). "Interventions for preventing unintended pregnancies among adolescents". Cochrane Database of Systematic Reviews (in ଇଂରାଜୀ). 2016 (2): CD005215. doi:10.1002/14651858.cd005215.pub3. PMC 8730506. PMID 26839116.
- ↑ ୬.୦ ୬.୧ ୬.୨ "Early childbearing and teenage pregnancy rates by country". UNICEF DATA. Archived from the original on 26 January 2024. Retrieved 31 March 2024.
- ↑ "Can a Girl Get Pregnant if She Has Never Had Her Period?". Archived from the original on 2009-07-11. Retrieved 2022-01-26.
- ↑ Ibitoye, Mobolaji; Choi, Cecilia; Tai, Hina; Lee, Grace; Sommer, Marni (7 June 2017). "Early menarche: A systematic review of its effect on sexual and reproductive health in low- and middle-income countries". PLOS ONE. 12 (6): e0178884. doi:10.1371/journal.pone.0178884.
{{cite journal}}
: CS1 maint: unflagged free DOI (link) - ↑ "Adolescent and young adult health". www.who.int (in ଇଂରାଜୀ). Archived from the original on 11 April 2020. Retrieved 31 March 2024.
- ↑ Mayor S (2004). "Pregnancy and childbirth are leading causes of death in teenage girls in developing countries". BMJ. 328 (7449): 1152. doi:10.1136/bmj.328.7449.1152-a. PMC 411126. PMID 15142897.
- ↑ Ott, Mary A; Santelli, John S (October 2007). "Abstinence and abstinence-only education". Current Opinion in Obstetrics and Gynecology. 19 (5): 446–452. doi:10.1097/GCO.0b013e3282efdc0b. PMC 5913747. PMID 17885460.
- ↑ International technical guidance on sexuality education: An evidence-informed approach (PDF). Paris: UNESCO. 2018. p. 18. ISBN 978-92-3-100259-5. Archived (PDF) from the original on 2018-11-13. Retrieved 2022-01-26.