ଋତୁସ୍ରାବର ପ୍ରାରମ୍ଭିକ ସ୍ଥିତି

ଉଇକିପିଡ଼ିଆ‌ରୁ

ଋତୁସ୍ରାବ/ ମାସିକ ଧର୍ମ

ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଏକ ଶାରିରୀକ ପ୍ରକ୍ରିୟାକୁ ଋତୁସ୍ରାବ ବା ମାସିକ ଧର୍ମ ବୋଲି କୁହାଯାଇଥାଏ। ଏହା ମହିଳାମାନଙ୍କର ପ୍ରାପ୍ତ ବୟସ୍କା ହେବାର ସୂଚନା ପ୍ରଦାନ କରିଥାଏ। ଇଂରାଜୀର ଏହାକୁ 'ମେଂସୁରେସନ' ବା ଛୋଟରେ ‘ମେନ୍‌ସ’ ବୋଲି କୁହାଯାଇଥାଏ। ମୂଳ ଗ୍ରୀକ୍‌ ଶଦ୍ଦ ‘ମେନାରଚ୍ଚ’ରୁ ଏହାର ଉତ୍ପତ୍ତି ହୋଇଛି।

ପ୍ରେତ୍ୟକ ମହିଳାଙ୍କ ପାଇଁ ଏହା ଉଭୟ ସାମାଜିକ ଏବଂ ଡାକ୍ତରୀ ଦୃଷ୍ଟିେକାଣରୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶବିେଶଷ। ମହିଳାମାନଙ୍କର ଜନେନନ୍ଦ୍ରିୟେର ଘଟୁଥିବା ଏହା ଏକ ସ୍ୱାଭାବିକ ଓ ପ୍ରାକୃତିକ ପ୍ରକ୍ରିୟା। କାରଣ, ଋତୁସ୍ରାବ ହିଁ ସୂଚନା ପ୍ରଦାନ କରିଥାଏ ଯେ ମହିଳାଜଣକ ଏବେ ପ୍ରଜନନକ୍ଷମ ଅବସ୍ଥାକୁ ଅାସିଗେଲ ।

ସମୟ[ସମ୍ପାଦନା]

ଋତୁମତୀ ହେବାପାଇଁ ମହିଳାମାନଙ୍କ ପାଇଁ କୌଣସି ନିଦ୍ଦିଷ୍ଟ ପ୍ରକାରର ବୟସ ସୀମା ରହିନାହିଁ। ମହିଳାମାେନ ଋତୁମତୀ ହେବାକ୍ଷେତ୍ରରେ ସେମାନଙ୍କ ଶାରୀରିକ ଗଠନ ସହ ସେମାନେ ବାସ କରୁଥିବା ଅଞ୍ଚଳର ଭୗେଗାଳିକ ଓ ପାରିେବଶିକ ଅବସ୍ଥାର ମଧ୍ୟ ସଂପୃକ୍ତି ରହିଥିବା କାରଣରୁ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନେର ଭିନ୍ନ ଭିନ୍ନ ବୟସେର ମହିଳାମାେନ ଋତୁମତୀ ହୋଇଥିବା ଦେଖିବାକୁ ମିଳିଥାଏ । ତେବେ , ବିଶ୍ୱସ୍ତରେର ମହିଳାମାନଙ୍କର ୠତୁମତୀ ହେବାର ବୟସ ସୀମା ୧୪ ବର୍ଷ ଧାର୍ଯ୍ୟ ହୋଇଛି । ତେବେ, ଏସୀୟ ରାଷ୍ଟ୍ର ତୁଳନାେର ପଶ୍ଚିମ ରାଷ୍ଟ୍ରଗୁଡ଼ିକେର ଶୀଘ୍ର ଋତୁମତୀ ହୋଇଥାନ୍ତି । ଯୁକ୍ତରାଷ୍ଟ୍ର ଅାେମରିକାେର ଋତୁମତୀ ହେବାର ହାରାହାରି ବୟସ ସୀମା ୧୨.୫ ରହିଥିବା େବେଳ, କାନାଡ଼ାେର ୧୨.୭୨, ୟୁେକେର ୧୨.୯େର ଋତୁମତୀ େହାଇଥାନ୍ତି। ଏକ ଅନୁଶୀଳନରୁ ଜଣାଯାଏ ଯେ ଇସ୍ତାନବୁଲ୍‌, ତୁର୍କୀ ପ୍ରଭୃତି ଦେଶର ମହିଳାମାେନ ହାରାହାରି ୧୨.୭୪ ବୟସେର ଋତୁମତୀ ହୋଇଥାନ୍ତି ।

ପାଖାପାଖି ୫୦-୫୫ ବୟସରେ ମହିଳାମାନଙ୍କର ଋତୁସ୍ରାବ ବନ୍ଦ ହୋଇଯାଇଥାଏ। ଏହାକୁ ମେନୋପଜ଼ କହନ୍ତି ।

ପ୍ରାରମ୍ଭିକ ପରିବର୍ତ୍ତନ[ସମ୍ପାଦନା]

ତେବ, ଋତୁମତୀ ହେବାପାଇଁ ମହିଳାମାନଙ୍କ କ୍ଷେତ୍ରରେ ସେପରି କୌଣସି ଏକ ନିର୍ଦ୍ଧିଷ୍ଟ ବୟସସୀମାର ପ୍ରତିବନ୍ଧକ ନାହିଁ। ମହିଳାମୋନ ଭିନ୍ନ ଭିନ୍ନ ବୟସେର ଋତୁସ୍ରାବର ଅଭିଜ୍ଞତା ହାସଲ କରିଥାନ୍ତି ଏହା ସାଧାରଣତଃ ମହିଳାମାନଙ୍କର ଶାରିରୀକ ଓ ଜନେନନ୍ଦ୍ରିୟର ଗଠନ ଉପେର ନିଭର୍ରଶୀଳ ହୋଇଥାଏ । ପୂବର୍ରୁ ଯୁବତୀ ବା ମହିଳାମାେନ ବିଳମ୍ବେର ଋତୁମତୀ ହେଉଥିବା ବେଳେ ଅାଜିକାଲି ସେମାନେ ବହୁଶୀଘ୍ର ଋତୁମତୀ ହେଉଥିବା ଦେଖିବାକୁ ମିଳୁଛି। ମହିଳାମାେନ ଋତୁମତୀହେବାପରେ ସେମାନଙ୍କ ଶାରୀରିକ ଗଠନେର ଦ୍ରୁତ ପରିବତ୍ତର୍ନ ଘେଟ। ସେମାନଙ୍କର ଉଚ୍ଚତା ବଢ଼ିବା ସହ ବେକ୍ଷାଜର ମଧ୍ୟ ବୃଦ୍ଧି ଘଟିଥାଏ। ମହିଳାମାେନ ଋତୁମତୀ ହେବାପରେ ସେମାନଙ୍କ ଶରୀରେର ବିଭିନ୍ନ ପ୍ରକାରର ହରମୋନ ସୃଷ୍ଟିହେବ ସହ ସେମାନଙ୍କ ଜରାୟୁର ମଧ୍ୟ ବିକାଶ ଘେଟ ଓ ଏହା ଭ୍ରୁଣ ଧାରଣ ପାଇଁ ସମର୍ଥ ହୁଏ।

ପ୍ରଜନନ କ୍ଷମତା[ସମ୍ପାଦନା]

ଏକ ଋତୁମତୀ ମହିଳାଙ୍କ କ୍ଷେତ୍ରରେ ପ୍ରେତ୍ୟକ ୨୮ ଦିନ ବ୍ୟବଧାନେର ଋତୁସ୍ରାବ ଘଟିଥାଏ। ଏହା ବ୍ୟାପକ ଭୋବ ଜଣାଯାଏ ଯେ , ମହିଳାମୋନ ମାସିକ ଧର୍ମ ନେହବା ପର୍ଯ୍ୟନ୍ତ ଗର୍ଭବତୀ ହୋଇପାରିବେ ନାହିଁ । ମହିଳାମାନେ ଋତୁସ୍ରୋବ ପୂର୍ବରୁ ଶାରୀରିକ ସମ୍ପର୍କ ରଖିେେଲ ଗର୍ଭଧାରଣ କରିବାର ସମ୍ଭାବନା ଅଧିକ ଥାଏ । ମହିଳାଙ୍କ ଶରୀରେର ଥିବା ସମସ୍ତ ଦୂଷିତ ରକ୍ତ ତାଙ୍କ ଜନେନନ୍ଦ୍ରିୟ ବାଟେ ବାହରକୁ ବାହାରି ଅାସିଥାଏ। ଏବଂ ଏହାପେର ମହିଳାଙ୍କ ଶରୀରେର ନୂତନ ରକ୍ତ ସୃଷ୍ଟି ହୋଇଥାଏ ।ତେବେ , ମହିଳାମାନଙ୍କର ଗଭର୍ଧାରଣ କାଳେର ଋତୁସ୍ରାବ ବନ୍ଦହୋଇଯାଇଥାଏ। ସନ୍ତାନ ପ୍ରସବ କଲାପେର ପୁଣିଥେର ମହିଳାମାନଙ୍କର ନିୟମିତ ଋତୁସ୍ରାବ ଅାରମ୍ଭ ହୋଇଥାଏ ।

ପୁରାତନ ରୋଗ[ସମ୍ପାଦନା]

ପୁରୁଣାରୋଗଥିଲେ ମାସିକ ଧର୍ମ ପ୍ରାପ୍ତ କରିବାରେ ବିଳମ୍ବ ହୁଏ ,ଯେପରିକି ସିଲିଏକରୋଗ , ଶ୍ୱାସ, ମଧୁେମହ ଟାଇପ ୧, ସିଷ୍ଟିକ ଫାଇେବ୍ରାସିସ ଇତ୍ୟାଦି ।

ଆଧାର[ସମ୍ପାଦନା]

ଋତୁସ୍ରାବ ସାଂସ୍କୃତିକ ଓ ବୈଜ୍ଞାନିକ କାରଣ ସହ ଜଡ଼ିତ । ଏହି ସବୁ ଜିନିଷ ମହିଳା ହେବାର ସଂଜ୍ଞା ନିରୂପଣ କରେ ।