କାଭେରନସ ସାଇନସ ଥ୍ରୋମ୍ବୋସିସ

ଉଇକିପିଡ଼ିଆ‌ରୁ
Cavernous sinus thrombosis
Oblique section through the cavernous sinus.
ବିଭାଗNeurology
ଲକ୍ଷଣHeadache, eye pain, bulging eyes, fever, double vision[୧]
ବିପଦ କାରକBoil of the nose, sinusitis, dental infection, injury, surgery, easy blood clot formation[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିCT scan or MRI[୩]
ସଠିକ ରୋଗ ନିର୍ଣ୍ଣୟCarotid cavernous fistula, meningioma, orbital cellulitis[୨]
ଚିକିତ୍ସାAntibiotics, heparin, corticosteroids, surgery[୧]
ପୁନଃପୌନିକRare[୧]
ମୃତ୍ୟୁ ସାନ୍ଦ୍ରତାUp to 30% die[୧]

କାଭେରନସ ସାଇନସ ଥ୍ରୋମ୍ବୋସିସ ( CST ) ରୋଗରେ ମସ୍ତିଷ୍କର ନିମ୍ନ ଭାଗରେ ଥିବା କାଭେରନସ ସାଇନସରେ ରକ୍ତ ଜମାଟ ବାନ୍ଧିଥାଏ ଯେଉଁଠାରୁ ରକ୍ତ ନିଷ୍କାସିତ ହୋଇ ପୁନଃ ହୃତ୍‌ପିଣ୍ଡକୁ ଫେରିଯାଏ । [୧] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ଆଖି ଯନ୍ତ୍ରଣା, ଏକ୍ସୋଫଥାଲମସ, ଜ୍ୱର ଏବଂ ଦୈତ ଦୃଷ୍ଟି ହୋଇପାରେ । [୧] ପ୍ରାୟ ଗୋଟିଏ ଆଖି ପ୍ରାରମ୍ଭରେ ଜଡିତ ହୋଇଥାଏ ଓ ପରବର୍ତ୍ତୀ ସମୟରେ ଅନ୍ୟ ଆଖି ପ୍ରଭାବିତ ହୋଇଥାଏ । [୨] ଜଟିଳତା ମଧ୍ୟରେ ମେନିଞ୍ଜାଇଟିସ୍, ମସ୍ତିଷ୍କ ଆବସେସ୍ ଏବଂ ପିଟୁଇଟାରି ଅଭାବ ହୋଇପାରେ। [୩]

ଏହା ଦୁଇ ପ୍ରକାର ଦେଖାଯାଏ - ସେପ୍ଟିକ୍ (ସଂକ୍ରମଣ) ଏବଂ ଆସେପ୍ଟିକ୍ (ଅଣସଂକ୍ରମଣ) | [୨] ମୁହଁ ସଂକ୍ରମଣ, ନାକ ଉପରେ ବଥ, ସାଇନୁସାଇଟିସ୍ ଏବଂ ଦାନ୍ତ ସଂକ୍ରମଣ ଭଳି ରୋଗମାନ ଏହି ରୋଗର ବିପଦ ସଙ୍କଟ ଅଟନ୍ତି । [୩] ସାଧାରଣତଃ ଷ୍ଟାଫିଲୋକୋକସ୍ ଆରିଅସ୍ ଏବଂ ଷ୍ଟ୍ରେପଟୋକୋକସ୍ ବ୍ୟାକ୍ଟେରିଆ ଯୋଗୁ ଏହି ରୋଗ ହୋଇଥାଏ ।। [୩] ଅନ୍ୟାନ୍ୟ ବିପଦ କାରକଗୁଡ଼ିକ ମଧ୍ୟରେ ଆଘାତ, ଅସ୍ତ୍ରୋପଚାର ଏବଂ ସହଜ ରକ୍ତ ଜମାଟ ବାନ୍ଧିବା ହୋଇପାରେ। [୨] ରୋଗ ନିର୍ଣ୍ଣୟ ସାଧାରଣତ ସିଟି ସ୍କାନ୍ କିମ୍ବା ଏମଆରଆଇ ଉପରେ ଆଧାରିତ ହୁଏ । [୩] ଏହା ଏକ ପ୍ରକାର ମସ୍ତିଷ୍କ ଭେନସ୍ ସାଇନସ୍ ଥ୍ରୋମ୍ବୋସିସ୍[୨]

ଏହା ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି । [୧] ଚିକିତ୍ସାରେ ଆଣ୍ଟିବାୟୋଟିକ୍, ହେପାରିନ୍ ଏବଂ କର୍ଟିକୋଷ୍ଟେରଏଡ ଦିଆଯାଏ । [୧] ଏହି ଅବସ୍ଥାରେ ଆବସେସ୍‌ ଥିଲେ ନିଷ୍କାସନ ପାଇଁ ବେଳେବେଳେ ଅସ୍ତ୍ରୋପଚାର ଆବଶ୍ୟକ ହୁଏ । [୧] [୨] ଚିକିତ୍ସା ସତ୍ତ୍ୱେ ୩୦% ଲୋକ ମୃତ୍ୟୁ ବରଣ କରନ୍ତି। [୧] ବଞ୍ଚିଯାଇଥିବା ଲୋକଙ୍କର ଦୃଷ୍ଟିହାନୀ ଏବଂ ବାତ ହୋଇପାରେ । [୧] ଗୁମ୍ଫା ସାଇନସ୍ ଥ୍ରୋମ୍ବୋସିସ୍ ରୋଗ ଏକ ବିରଳ ରୋଗ ଯାହା ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୦.୨ରୁ ୧.। ଲୋକଙ୍କୁ ପ୍ରଭାବିତ କରିଥାଏ । [୧] [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Cavernous sinus thrombosis". nhs.uk (in ଇଂରାଜୀ). 14 May 2018. Archived from the original on 10 October 2017. Retrieved 7 April 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Plewa, MC; Tadi, P; Gupta, M (January 2022). "Cavernous Sinus Thrombosis". PMID 28846357. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Cavernous Sinus Thrombosis - Eye Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 7 April 2022.