ସାଇନୁସାଇଟିସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସାଇନୁସାଇଟିସ
Maxilar sinusites.jpg
ବାମ ପାର୍ଶ୍ୱରେ ମାକଜିଲାରି ସାଇନୁସାଇଟିସ ଅଛି, ତେଣୁ ଡାହାଣ ପାଖ ଭଳି ବାୟୁ ଛାୟା (କଳା) ଦେଖାଯାଉ ନାହିଁ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Otorhinolaryngology
ଆଇସିଡ଼ି-୧୦ J01., J32.
ଆଇସିଡ଼ି-୯-ସିଏମ୍ 461, 473
ରୋଗ ଡାଟାବେସ 12136
ମେଡ଼ିସିନ-ପ୍ଲସ 000647
ଇ-ମେଡ଼ିସିନ article/232670
Patient UK ସାଇନୁସାଇଟିସ
MeSH D012852

ସାଇନୁସାଇଟିସ ବା ସାଇନସ ସଂକ୍ରମଣ ବା ରାଇନୋସାଇନୁସାଇଟିସ, ଇଂରାଜୀରେ Sinusitis ବା sinus infection ବା rhinosinusitis, ଏକ ରୋଗ ଯେଉଁଥିରେ ସାଇନସର ପ୍ରଦାହ ହୁଏ । ଚିହ୍ନ ଓ ଲକ୍ଷଣ: ସାଧାରଣତଃ ନାକରୁ ବ‌ହଳିଆ ସ୍ରାବ ହୁଏ, ନାକ ବନ୍ଦ ହୋଇଯାଏ ଓ ମୁହଁରେ ଯନ୍ତ୍ରଣା ହୁଏ । [୧] ଜ୍ୱର, ମୁଣ୍ଡବଥା, କମ ଘ୍ରାଣଶକ୍ତି ତଣ୍ଟି ଘାଆ ଓ କାଶ ଇତ୍ୟାଦି ଲକ୍ଷଣ ମଧ୍ୟ ପ୍ରକାଶ ପାଏ । [୨][୩] ରାତିରେ ଅଧିକ କାଶ ହୁଏ । କ୍ୱଚିତ ଜଟିଳତା ହୁଏ । [୩] ଚାରି ସପ୍ତାହରୁ କମ ହୋଇଥିଲେ ଏହାକୁ ଆକ୍ୟୁଟ ରାଇନୋସାଇନୁସାଇଟିସ (ଏଆରଏସ) ଓ ୧୨ ସପ୍ତାହରୁ ଅଧିକ ହେଲେ କ୍ରନିକ ରାଇନୋସାଇନୁସାଇଟିସ (ସିଆରଏସ) କୁହାଯାଏ । [୧]

ସଂକ୍ରମଣ ବା ଆଲର୍ଜି ବା ବାୟୁ ପ୍ରଦୁଷଣ ଓ ଗଠନ ଅସୁବିଧା ଯୋଗୁ ଏହି ରୋଗ ହୋଇପାରେ । ଭୁତାଣୁ ସଂକ୍ରମଣ ଯୋଗୁ ଅଧିକାଂଶ ରୋଗ ହୁଏ । [୨] ରୋଗ ଲକ୍ଷଣ ୧୦ ଦିନରୁ ଅଧିକ ରହିଲେ ବା ଭଲ ହୋଇ ଆସୁଥିବା ବେଳେ ଖରାପ ଦିଗକୁ ଗତି କଲେ ଜୀବାଣୁ ସଂକ୍ରମଣ ଯୋଗୁ ହେବା ସନ୍ଦେହ କରାଯାଏ । ଆଜମା, ସିସ୍ଟିକ ଫାଇବ୍ରୋସିସଇମ୍ମ୍ୟୁନିଟି ଆଭାବ ଥିଲେ ଏହି ରୋଗ ବାରମ୍ବାର ହୁଏ । କୌଣସି ଜଟିଳତା ସନ୍ଦେହ ନ ଥିଲେ ଏକ୍ସ-ରେ କରିବା ଅନାବଶ୍ୟକ । କ୍ରନିକ ରୋଗ କେଶ ସିଟି ସ୍କାନ ବା ସ୍ୱଚକ୍ଷୁରେ ଦର୍ଶନ କରି ନିଧାର୍ଯ୍ୟ କରାଯାଏ । [୧]

ଉତ୍ତମରୂପେ ହାତ ଧୋଇଲେ, ଧୂମ୍ରପାନ ବର୍ଜନ କଲେ ଓ ଟିକା ନେଲେ ଏହି କେତେକାଂଶରେ ଏହି ରୋଗକୁ ପ୍ରତିରୋଧ କରିହେବ । [୨] ଯନ୍ତ୍ରଣା ନିବାରକ ଔଷଧ ଔଷଧ ଯେପରିକି ନାପ୍ରୋକ୍ସେନ, ଆଘ୍ରାଣ ସ୍ଟିରଏଡନାକ ଜଳସେଚନ କରି ଲକ୍ଷଣ ଲାଘବ କରାଯାଏ । [୧][୪] ଜଟିଳତା ବିହୀନ ଏଆରଏସ ରୋଗକୁ ଆଣ୍ଟିବାୟୋଟିକ ସ‌ହିତ ବା ବ୍ୟତୀତ ଚିକିତ୍ସା କରାଯାଇପାରିବ । ୭ ଦିନ ଚିକିତ୍ସା ସତ୍ତ୍ୱେ ଉପସମ ନ ହେଲେ ଆଣ୍ଟିବାୟୋଟିକ ଆରମ୍ଭ ବା ପରିବର୍ତ୍ତନ କରାଯାଏ । ପ୍ରଥମ ପସନ୍ଦ ଭାବେ ଆଣ୍ଟିବାୟୋଟି ହେଲା ଆମୋକ୍ସିସିଲିନ ବା ଆମୋକ୍ସିସିଲିନ କ୍ଲାଭୁଲାନେଟ ଦିଆଯାଏ । [୧] କ୍ରନିକ ରୋଗ ଥିଲେ ବେଳେବେଳେ ଅପରେଶନ କରାଯାଏ । [୫]

ସାଇନୁସାଇଟିସ ଏକ ସାଧାରଣ ରୋଗ । [୧] ଆମେରିକା ଓ ୟୁରୋପରେ ୧୦ %ରୁ ୩୦ % ଲୋକଙ୍କୁ ଏହି ରୋଗ ହୁଏ । [୧][୬] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଏହି ରୋଗ ଅଧିକ ହୁଏ । [୭] କ୍ରନିକ ସାଇନୁସାଇଟିସ ପ୍ରାୟ ୧୨.୫ % ଲୋକଙ୍କୁ ହୁଏ । [୮] ଏହାର ଚିକିତ୍ସା ନିମନ୍ତେ ଆମେରିକାରେ ବାର୍ଷିକ ୧୧ ବିଲିଅନ ଆମେରିକିୟ ଡଲାର ଖର୍ଚ୍ଚ ହୁଏ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Rosenfeld, RM; Piccirillo, JF; Chandrasekhar, SS; Brook, I; Ashok Kumar, K; Kramper, M; Orlandi, RR; Palmer, JN; Patel, ZM; Peters, A; Walsh, SA; Corrigan, MD (April 2015). "Clinical practice guideline (update): adult sinusitis executive summary.". Otolaryngology--head and neck surgery : official journal of American Academy of Otolaryngology-Head and Neck Surgery 152 (4): 598–609. PMID 25833927. doi:10.1177/0194599815574247. 
  2. ୨.୦ ୨.୧ ୨.୨ "Sinus Infection (Sinusitis)". cdc.gov. September 30, 2013. Retrieved 6 April 2015. 
  3. ୩.୦ ୩.୧ "What Are the Symptoms of Sinusitis?". April 3, 2012. Retrieved 6 April 2015. 
  4. King, D; Mitchell, B; Williams, CP; Spurling, GK (20 April 2015). "Saline nasal irrigation for acute upper respiratory tract infections.". The Cochrane database of systematic reviews 4: CD006821. PMID 25892369. doi:10.1002/14651858.CD006821.pub3. 
  5. "How Is Sinusitis Treated?". April 3, 2012. Retrieved 6 April 2015. 
  6. Adkinson, N. Franklin (୨୦୧୪). Middleton's allergy : principles and practice. (Eight ed.). Philadelphia: Elsevier Saunders. p. ୬୮୭. ISBN ୯୭୮୦୩୨୩୦୮୫୯୩୯. 
  7. "Sinusitis". U.S. National Institute of Allergy and Infectious Diseases. April 3, 2012. Retrieved 6 April 2015. 
  8. Hamilos DL (October 2011). "Chronic rhinosinusitis: epidemiology and medical management". The Journal of Allergy and Clinical Immunology 128 (4): 693–707; quiz 708–9. PMID 21890184. doi:10.1016/j.jaci.2011.08.004.