ଓଲଟ କମଳ

ଉଇକିପିଡ଼ିଆ‌ରୁ

ଓଲଟକମଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Malvales
କୁଳ: Malvaceae
ପ୍ରଜାତି: Abroma
ଜାତି: A. augustum
ବାଇନୋମିଆଲ ନାମ
Abroma augustum

ଓଲଟ କମଳ (ଇଂରାଜୀ:Abroma augusta Linn.f.) ଏକ ଛୋଟ ବୃକ୍ଷ | କୁଳ(Family)-ପିଶାଚକାର୍ପାସ –Sterculiaceae ଇଂରାଜୀ ନାମ- ଡ଼େଭିଲ୍ସ୍ କଟନ(Devil’s cotton, Indian Hemp) ଲାଟିନ ନାମ-ଆବ୍ରୋମା ଅଗଷ୍ଟା ଲୀନ. ଏଫ.

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଓଲଟକମଳ
ସଂସ୍କୃତ ପିଶାଚ କାର୍ପାସ, ପିୱରୀ
ହିନ୍ଦୀ ଉଲଟ କମଳ उलट कमल
ଅସିମୀୟା ବନ୍ କପାସୀ বন কপাসী
କନ୍ନଡ଼ ମେଲ୍ପୁନ୍ଦିଗିଡା ಮೇಲಪುನ್ದಿಗಿಡಾ
ତାମିଲ ଶିବାପ୍ପୁଟ୍ଟୁଟ୍ଟୀ ஷிபாட்டுட்டடட்டீ
ବଙ୍ଗଳା ଓଲଟକମଳ ওলটকমল
ମରାଠି ଉଲାଟକମଳ, ଓଲକତାମୋଳ उलाटकमळ, ओलकतामोळ
ମାଲୟାଲମ ଶିବାପ୍ପାରୁଟ୍ଟି ശിബാപ്പാരുട്ടി
ମେଘାଲୟ ଗାରୋ ଦଇୟା
ମେଘାଲୟ ଚକ୍ମା ପୋଳୁମାଏବା
ଓଲଟକମଳ

ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା[ସମ୍ପାଦନା]

ଓଲଟକମଳ

ଏହାର ରୋମଶ ଗୁଳ୍ମ କିମ୍ବା ଛୋଟ ବୃକ୍ଷ ୧୦ ଫୁଟ ପର୍ଯ୍ୟନ୍ତ କିମ୍ବା ତତୁର୍ଦ୍ଧ ଉଚ୍ଚ ହୋଇଥାଏ ।

  • କାଣ୍ଡ ତ୍ୱକରୁ ରେଶମି ଲମ୍ବା ସୂତ୍ର ବାହାରି ଥାଏ ।
  • ପତ୍ର-୪-୬ ଇଞ୍ଚ ଦୈର୍ଘ୍ୟ,୪-୫ ଇଞ୍ଚ ପ୍ରସ୍ଥ, ଦନ୍ତୁର ଧାର । ଊର୍ଦ୍ଧ୍ୱ ଭାଗ ପତ୍ର ଅଖଣ୍ଡ ଏବଂ ଛୋଟ ହୋଇଥାଏ । ଉପପତ୍ର ପତ୍ରବୃନ୍ତ ସମାନ ୧/୨ -୧ ଇଞ୍ଚ ଲମ୍ବା ହୋଇଥାଏ ।
  • ପୁଷ୍ପ-ଗୁଚ୍ଛୟୁକ୍ତ, ବାଇଗଣୀ ରଙ୍ଗ, ଅଧୋମୁଖ, ୨ ଇଞ୍ଚ ବ୍ୟାସ ଯୁକ୍ତ ହୋଇଥାଏ । ପୁଷ୍ପଦଣ୍ଡ ୧.୫ଇଞ୍ଚ ଲମ୍ବା, ଅକ୍ଷୀୟ ଅବସ୍ଥିତି । ପୁଷ୍ପ ବାହ୍ୟ ଦଳ ୪ ତଥା ଆଭ୍ୟନ୍ତର ଦଳ ୫ଟି ଥାଏ ।
  • ଫଳ- ପଞ୍ଚ କୋଣୀୟ ତଥା ପଞ୍ଚକୋଷ୍ଠୀୟ, ୧.୫ଇଞ୍ଚ ଦୈର୍ଘ୍ୟ, ଯାହା ଭିତରେ ମୂଳା ବୀଜ ସଦୃଶ ଅନେକ କୃଷ୍ଣ ବର୍ଣ୍ଣର ବୀଜ ଥାଏ ।
  • ଅଗଷ୍ଟ –ସେପ୍ଟେମ୍ବର ମାସରେ ପୁଷ୍ପ ତଥା ଅକ୍ଟୋବର-ଜାନୁୟାରୀ ମାସରେ ଫଳ ପ୍ରସ୍ଫୁଟିତ ହୋଇଥାଏ ।
ଓଲଟକମଳ ଫୁଲ

ଭୌଗଳିକ ପ୍ରାପ୍ତି ସ୍ଥାନ[ସମ୍ପାଦନା]

ଓଲଟକମଳ

ପ୍ରାୟତଃ ସମଗ୍ର ଏସିଆରେ ଦେଖିବାକୁ ମିଳିଥାଏ ନେପାଲ ଏବଂ ପାକିସ୍ତାନରେ ମଧ୍ୟ ମିଳିଥାଏ । ଏହା ଭାରତର ଆସାମ, ସିକିମ, ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟରେ ଦେଖିବାକୁ ମିଳିଥାଏ |

ରାସାୟନିକ ସଂଘଟନ[ସମ୍ପାଦନା]

  • କାଣ୍ଡ ଏବଂ ଚେରରେ: ଆବ୍ରୋମାଇନ( abromine), କୋଲାଇନେ ଏବଂ ବିଟାଇନ (Choline and Betaine) ତଥା ଦୁଇଟି ଷ୍ଟେରୋଲ ଯଥା ବି-ଷ୍ଟେରୋଲ ଏବଂ ସିଗ୍ମା-ଷ୍ଟେରୋଲ । ଆଉଗଷ୍ଟିକ ଏସିଡ ଏବଂ ଷ୍ଟିଗ୍ମାଷ୍ଟେରୋଲ ଗ୍ଲାଇକୋସାଇଡ । ଏହା ବ୍ୟତୀତ ରେସିନ(resin), ଅଠା ନିର୍ଯ୍ୟାସ (Gum), ଡିଜିଟୋନଇଡ (digitonide) ଆଦି ଯୌଗିକ ମହଜୁଦ ଥାଏ ।
  • ଖଣିଜ ଲବଣ: ପୋଟାସିୟମ (k), ସୋଡିୟମ(Na), ମାଗ୍ନେସିୟମ(Mg)
  • ପତ୍ରରେ: ଗ୍ଲାଈକୋଷାଇଡ ଯୌଗିକ ଯଥେଷ୍ଟ ମାତ୍ରାରେ ଥାଏ ।ତାରାକ୍ସେରୋ(taraxero)
  • ମଞ୍ଜିରେ ଥାଏ: ସ୍ଥିର ତୈଳ ଏବଂ ଲିନୋଲେଇକ ଏସିଡ [୧]

ଚିକିତ୍ସା ବିଜ୍ଞାନ ଗବେଷଣାଦ୍ୱାରା ସିଦ୍ଧ ତଥ୍ୟ[ସମ୍ପାଦନା]

  • ମଧୁମେହ ନିୟନ୍ତ୍ରଣ କ୍ଷମତା: ଉଲଟ କମ୍ବଳ ପତ୍ରର ମିଥ।ନୋଲ ଆହାରିତ ଯୌଗିକ ମଧୁମେହ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ସକ୍ଷମ ।
  • ସେଣ୍ଟ୍ରାଲ କାଉନ୍ସିଲ ଅଫ ହୋମୀଓପାଥୀଦ୍ୱାରା ପ୍ରତିପାଦିତ ଗବେଷଣା ପ୍ରମାଣିତ ତଥ୍ୟାବଳୀ ଅନୁଯାୟୀ ଏହା ଯାବତୀୟ ସ୍ତ୍ରୀରୋଗ ଯଥା-କୃଛାର୍ତ୍ତବ, ଶ୍ୱେତ ପ୍ରଦର, ଜରାୟୁ ପ୍ରଦାହରେ ବହୁ ସଫଳ ପୂର୍ବକ ଆରୋଗ୍ୟ ପ୍ରଦାନ କରିଥାଏ ।ଏହା ମଧୁମେହ ଏବଂ ଶ୍ୱାସନଳୀ ପ୍ରଦାହରେ ଫଳପ୍ରଦାୟକ ।
  • ଗର୍ଭପାତ ଗୁଣ(Abortifacient): ଏହାର ବୀଜ ତୈଳ ଏବଂ ଚେରରେ ଗର୍ଭପାତ ଏବଂ ସ୍ୱତଃ ଗର୍ଭସ୍ରାବ କରାଇବାର କ୍ଷମତା ଥାଏ ।

ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଗୁଣ ବର୍ଣ୍ଣନା[ସମ୍ପାଦନା]

ଗୁଣ ଲଘୁ, ରୂକ୍ଷ, ତୀକ୍ଷ୍ଣ
ରସ କଟୁ, ତିକ୍ତ
ବୀର୍ଯ୍ୟ ଉଷ୍ଣ
ବିପାକ କଟୁ

ଦୋଷ ପ୍ରୟୋଗ[ସମ୍ପାଦନା]

ଏହା କଫ ବାତ ଶାମକ ତଥା ପିତ୍ତବର୍ଦ୍ଧକ ।

ସଂସ୍ଥାନିକ ପ୍ରୟୋଗ[ସମ୍ପାଦନା]

ପ୍ରଜନନ ସଂସ୍ଥାନ –ଜରାୟୁ ରୋଗ-ରଜୋରୋଧ, କଷ୍ଟାର୍ତ୍ତବ, ଅନିୟମିତ ଋତୁସ୍ରାବରେ ଏହା ଅତିଶୟ ଲାଭକର । ଏହା ଋତୁସ୍ରାବର ତିନି ଦିନ ପୂର୍ବରୁ ଋତୁସ୍ରାବର ଦୁଇଦିନ ପର ପର୍ଯ୍ୟନ୍ତ ଦିଆଯାଏ । ଏହା ଅତି ମାତ୍ରାରେ ଗର୍ଭପାତ କରାଏ । ଏହା ଗର୍ଭାଶୟବଲ୍ୟ, ଗର୍ଭାଶୟୋତ୍ତେଜକ, ଆର୍ତ୍ତବଜନନ ତଥା ବେଦନସ୍ଥାପନ ଗୁଣ ପ୍ରଭାବ ଯୁକ୍ତ ଅଟେ ।

ଆଧାର[ସମ୍ପାଦନା]

  1. (Ghani, 2003; Rastogi & Mehrotra, 1993; Asolkar et al., 1992)

ବାହାର ଆଧାର[ସମ୍ପାଦନା]

  1. ଦ୍ରବ୍ୟଗୁଣ ବିଜ୍ଞାନ –ପ୍ରଫେସର ପ୍ରିୟବ୍ରତ ଶର୍ମା –ଖଣ୍ଡ -୩, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ।
  2. http://www.maharashtra.gov.in/pdf/gazeetter_reprint/BOTANY/SECTION_I_MEDICINAL_PLANTS.pdf
  3. PHARMACY AND CHEMICAL STUDIES :Abroma Augusta Folia Muzumdar K P. http://homeoresearch.blogspot.com/2010/10/pharmacy-and-chemical-studies-abroma.html
  4. Dr. Shaikh Bokhtear Uddin, Ethnobotany Lab, Department of Botany, Chittagong University, Chittagong 4331, Bangladesh. Medicinal Plants Database of Bangladesh-http://www.mpbd.info/