Jump to content

ଓଡ଼ିଆ ଲିପି

ଉଇକିପିଡ଼ିଆ‌ରୁ
(ଓଡ଼ିୟା ଲିପିରୁ ଲେଉଟି ଆସିଛି)
ଓଡ଼ିଆ
ପ୍ରକାର
ଭାଷାସମୂହଓଡ଼ିଆ ଭାଷା
ସମୟକାଳ
ସି. ୧୦୬୦ରୁ–ଏବେଯାଏଁ
Parent systems
ଦିଗLeft-to-right
ISO 15924Orya, 327
ଇଉନିକୋଡ଼ ଉପନାମ
Oriya
U+0B00–U+0B7F

ଓଡ଼ିଆ ଲିପି (ଉତ୍କଳ ଲିପି/ ଉତ୍କଳାକ୍ଷର) ଓଡ଼ିଆ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଏହା ପୁରାତନ କଳିଙ୍ଗ ଲିପିରୁ ତିଆରି । ଅତୀତର କଳିଙ୍ଗ ଲିପିର ଅବଶେଷ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାର ମଞ୍ଚପୁରୀ ଗୁମ୍ଫା ତଥା ଓଡ଼ିଶାର ବାକି ଅନେକ ସ୍ଥାନରୁ ମିଳିଥିବା ପଥର ଅଭିଲେଖରୁ ମିଳିଥାଏ ।

ଚଉରାଶି ସିଦ୍ଧଙ୍କ ମଧ୍ୟରୁ ସରହାପାଦଙ୍କ ଲିଖିତ ଚର୍ଯାଗୀତିରେ ଥିବା ଓଡ଼ିଆ ଲିପିର ବ୍ୟବହାର ସୂଚିତ କରିଥାଏ ଯେ ଏହା ଓଡ଼ିଆ ଲିପିର ପୁରାତନ ରୂପ ।

ଇତିହାସ

[ସମ୍ପାଦନା]
ଉତ୍କଳ ରାଜା ପୁରୁଷୋତ୍ତମ ଦେବଙ୍କ ରାଜୁତି କାଳ(୧୪୮୩ ମସିହା)ରେ ମିଳିଥିବା ଓଡ଼ିଆ ଲିପି ଖୋଦା ଯାଇଥିବା ତମ୍ବାପାତିଆ (ତାମ୍ରଲିପି)

ଓଡ଼ିଆ ଲିପି ପୁରାତନ ବ୍ରାହ୍ମୀ ଲିପିରୁ ତିଆରି କଳିଙ୍ଗ ଲିପିରୁ ତିଆରି ହୋଇଛି ।[], ୧୦୫୧ ପରର ଓଡ଼ିଆ ଭାଷାରେ ଏଯାବତ ମିଳିଥିବା ଲେଖସବୁରୁ ଏହା ଜଣାପଡ଼େ ।

ଧଉଳିଠାରୁ ମିଳିଥିବା ଅଶୋକଙ୍କ ଅନୁଶାସନ, ଜଉଗଡ଼ର ଶିଳାଲେଖଖାରବେଳଙ୍କ ଦେଇ ଖୋଦାଯାଇଥିବା ଖଣ୍ଡଗିରିର ହାତିଗୁମ୍ଫାର ଖାରବେଳଙ୍କ ଅନୁଶାସନରୁ ଓଡ଼ିଆ ଭାଷାର ମୂଳ ରୂପ ଓ ଆରମ୍ଭ ଉପରେ ଅନେକ କଥା ଜାଣିହୁଏ । ତେବେ ଖାରବେଳଙ୍କ ଅନୁଶାସନଅଶୋକଙ୍କ ଅନୁଶାସନ ଭାଷାର ଗଢଣ ଦୃଷ୍ଟିରୁ ପୁରାପୁରି ଅଲଗା । ଖାରବେଳଙ୍କ ଅନୁଶାସନ ଓଡ଼ିଆ ଲିପିରେ ଓ ପାଳି ଭାଷାରେ ଲେଖାଯାଇଥିଲା ବେଳେ ଅଶୋକଙ୍କ ଅନୁଶାସନ ବ୍ରାହ୍ମୀ ଲିପିରେ ଲେଖାଯାଇଥିଲା । ଭାଷାବିଜ୍ଞାନୀମାନଙ୍କ ମତରେ ପାଳି ଭାଷାରୁ ହିଁ ଓଡ଼ିଆ ଭାଷାର ଜନ୍ମ । ହାତୀ ଗୁମ୍ଫାର ଶିଳାଲେଖ, ଯାହା ପାଳି ଭାଷାରେ ଲେଖାଯାଇଅଛି ତାହା ଏ ବିଷୟରେ ଅଧିକ ସୂଚନା ଦେଇଥାଏ । ଜର୍ମାନ ଭାଷାବିଜ୍ଞାନୀ ପ୍ରଫେସର ଅଲଡେନବର୍ଗଙ୍କ ଗବେଷଣା ଅନୁସାରେ ପାଳି ଓଡ଼ିଶାର ମୂଳ ଭାଷା ।[]

ଓଡ଼ିଆ ଲିପିର ଗୋଲାକାର ରୂପ ବହୁକାଳ ତାଳ ପତ୍ର ଉପରେ ଲେଖାଯିବା ଯୋଗୁଁ ହୋଇଛି, କାରଣ ତାଳପତ୍ରରେ ଲେଖିଲାବେଳେ ସିଧା ରେଖାସବୁ ଏହାକୁ ଚିରିପକାଇବାର ଭୟ ଥାଏ । []

ଗବେଷକମାନେ ଓଡ଼ିଆ ଓ ଥାଇ ଲିପି ଭିତରେ ଅନେକ ସମାନତା ପାଇଛନ୍ତି । ଏହା ଅତୀତତେ ସାଧବମାନଙ୍କ ଦକ୍ଷିଣ ଏସୀୟ ଦେଶରେ ବେପାର ବଣିଜ କାଳରେ ସେମାନେ କଳିଙ୍ଗର ଭାଷା ଓ ଲିପିର ବ୍ୟବହାର କରିବା ଥାଇ ଲିପି କଳିଙ୍ଗ ଲିପିଦ୍ୱାରା ପ୍ରଭାବିତ ହେବର ପ୍ରମାଣ ଦେଇଥାନ୍ତି । [][]

ଓଡ଼ିଆ ଏକ ଉଚ୍ଚାରଣକୁ ନେଇ ତିଆରି ଓ ଜଟିଳ (Abugida) ଭାଷା ଯେଉଁଥିରେ ସବୁ ବ୍ୟଞ୍ଜନ ବର୍ଣ୍ଣର ଉଚ୍ଚାରଣ ଏକ ସ୍ୱର ବର୍ଣ୍ଣରେ ଶେଷ ହୋଇଥାଏ । କେତେକ ବିଶେଷ ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଆଗରୁ ବା ପଛରେ ରହିଥାଏ ଓ ଏଥିରେ ଥିବା ସ୍ୱରବର୍ଣ୍ଣର ରୂପକୁ ବଦଳାଇଥାଏ । ଯେତେବେଳେ ଏହି ବିଶେଷ ବର୍ଣ୍ଣ ଏକ ସ୍ୱରର ଆରମ୍ଭରେ ଆସିଥାଏ ସେତେବେଳେ ସ୍ୱରବର୍ଣ୍ଣଟି ଏକ ସ୍ୱତନ୍ତ୍ର ଅକ୍ଷର ଭାବରେ ଲେଖାଯାଏ । ଆହୁରି ମଧ୍ୟ, ଯେତେବେଳେ କିଛି କିଛି ବ୍ୟଞ୍ଜନ ବର୍ଣ୍ଣ ଏକାଠି ମିଶି ବ୍ୟବହାର କରାଯାନ୍ତି, ସେତେବେଳେ ବିଶେଷ ବ୍ୟଞ୍ଜନ ବର୍ଣ୍ଣର ବ୍ୟବହାର କରାଯାଇଥାଏ ଯାହା ସେଇ ବ୍ୟଞ୍ଜନ ବର୍ଣ୍ଣର ନିହାତି ଦରକାରୀ ଭାଗକୁ ନେଇ ତିଆରି ହୋଇଥାଏ ।

ପୁରୁଣା ସଂଖ୍ୟା ଚିହ୍ନ

[ସମ୍ପାଦନା]
ଅଣାଏ ଦୁଇଅଣା ତିନିଅଣା ଚାରିଅଣା ଆଠଣା ବା ଅଧୁଲି ବାର ଅଣା

ଇଉନିକୋଡ଼ରେ ଓଡ଼ିଆ

[ସମ୍ପାଦନା]

ଓଡ଼ିଆର ଇଉନିକୋଡ଼ ଲିପି U+0B00–U+0B7F ଭିତରେ ଥାଏ । ଧୁସର ଜାଗାସବୁ ବ୍ୟବହାର ହୋଇ ନଥିବା କୋଡ଼ ବିନ୍ଦୁକୁ ଦେଖାଉଅଛି ।

ଓଡ଼ିଆ[୧]
ଇଉନିକୋଡ଼.ଅର୍ଗ ସାରଣୀ (PDF)
 ABCDEF
U+0B0x      
U+0B1x   
U+0B2x  
U+0B3x      ି
U+0B4x        
U+0B5x             
U+0B6x   
U+0B7x         
Notes
୧.^ ଇଉନିକୋଡ଼ ସଙ୍କଳନ ୬.୦ ଅନୁସାରେ
ଓଡ଼ିଆ ଲିପିର କ୍ରମ ବିକାଶ
ଓଡ଼ିଆ ଲିପିରେ ସଙ୍ଖ୍ୟାମାନଙ୍କର କ୍ରମବିକାଶ

ବର୍ଣ୍ଣ

[ସମ୍ପାଦନା]
  1. ଓଡ଼ିଆ ଲିପି, ସତ୍ୟ ନାରାୟଣ ରାଜଗୁରୁ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଭୁବନେଶ୍ୱର, ଓଡ଼ିଶା ପୃଷ୍ଠା- ୧-୫୮
  2. Orissareview, Page 66-67
  3. "Odia (Oriya) alphabet, pronunciation and language". www.omniglot.com. Retrieved 2026-02-14.
  4. Satyindra Singh (1986). Under two ensigns: the Indian Navy, 1945-1950 (PDF). New Delhi: Oxford & IBH Pub. Co. ISBN 978-81-204-0094-8. Archived from the original on 2006-05-14. Retrieved 2026-02-14.{{cite book}}: CS1 maint: bot: original URL status unknown (link)
  5. Sila Tripati. "Early Maritime Activities of Orissa on the East Coast of India: Linkages in Trade and Cultural Developments" (PDF).

ଆହୁରି ଦେଖନ୍ତୁ

[ସମ୍ପାଦନା]

ବାହାର ଆଧାର

[ସମ୍ପାଦନା]