Jump to content

ମହାସିଦ୍ଧ

ଉଇକିପିଡ଼ିଆ‌ରୁ
(ଚଉରାଶି ସିଦ୍ଧରୁ ଲେଉଟି ଆସିଛି)
ଜନ ଓ ବର୍ଥ ଫର୍ଡ଼ଙ୍କ ସଂଗ୍ରହରୁ ୧୮ଶ ଶତାବ୍ଦୀରେ ସିଟୁ ପାଞ୍ଚେନଙ୍କଦ୍ୱାରା ଅଙ୍କିତ ଅଷ୍ଟମହାସିଦ୍ଧ ଚିତ୍ର ମଧ୍ୟରୁ ମହାସିଦ୍ଧ ଘଣ୍ଟପା ।


ମହାସିଦ୍ଧ ପୂର୍ବରୁ ତାଙ୍କ ରଚିତ ଅନେକ ପୋଥିର ନାମ ତେଙ୍ଗୁର ପୋଥିରେ ଦେଖିବାକୁ ମିଳିଥାଏ । [] ସେ ଓଡ଼ିଶାରେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତରନାଥଙ୍କ ବିବରଣୀରେ ଲିପିବଦ୍ଧ ଅଛି ଯେ ବୁଦ୍ଧ ଦେବ ଭବିଷ୍ୟତ ବାଣୀ କରିଥିଲେ ଯେ କାହ୍ନୁପା ଉରୁବିଷ ବା ଓଡ଼ିଶା ଦେଶରେ ଜନ୍ମଗ୍ରହଣ କରିବେ । [] କେତେକଙ୍କ ମତରେ କାହ୍ନ ବା କୃଷ୍ଣପାଦ ଜଣେ ବିଶିଷ୍ଟ ବୌଦ୍ଧତାନ୍ତ୍ରିକ ଯୋଗୀ ଥିଲେ ଓ ସେ ସିଦ୍ଧ ଜାଳନ୍ଧରିପାଙ୍କ ଶିଷ୍ୟ ଥିଲେ । ସେ ୭୪ ଖଣ୍ଡ ପୋଥି ରଚନା କରିଥିଲେ ଓ ଜାତିରେ କାୟସ୍ଥ ଥିଲେ ।[] । ତେବେ ସାଧନାମାଳାର ଲେଖକ ଡ. ବିନୟତୋଷ ଭଟ୍ଟାଚାର୍ଯ୍ୟ କାହ୍ନୁ ପାଙ୍କୁ ଜୁଲ୍ହାଜାତିର ଓ ଓଡ଼ିଆ ଭାଷୀ ବୋଲି ଅଭିହିତ କରିଅଛନ୍ତି ।[]

ଚଉରାଶି ସିଦ୍ଧ

[ସମ୍ପାଦନା]

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଚଉରାଶି ସିଦ୍ଧାଚାର୍ଯ୍ୟର ବହୁଳ ଉଲ୍ଲେଖ ଦେଖିବାକୁ ମିଳିଥାଏ । ବିଶେଷ ଭାବରେ ସାରଳା ଓ ପଞ୍ଚସଖା କାଳରେ କାହ୍ନୁପା, ମଛେନ୍ଦନାଥ (ମତ୍ସ୍ୟେନ୍ଦ୍ରନାଥ), ଲୁଇପା, ଶବରୀପା, ହାଡ଼ିପା ଓ ବିରୂପାଙ୍କ ନାମ ଉଲ୍ଲେଖଯୋଗ୍ୟ ।

ଚଉରାଶି ସିଦ୍ଧଙ୍କର ନାମ ଓ କାଳ:

ଅଙ୍କନାମଅନ୍ୟ ନାମକାଳବିଶେଷତା
ଲୁଇପାଲୁଇପାଦଖ୍ରୀ ୭୯୬-୮୦୯ଆଶ୍ଚର୍ଯ୍ୟଚର୍ଯାଚୟର ୧୨ଟି ଗୀତିକା ରଚନା
ଲୀଳାପା
ବିରୂପା
ଡୋମ୍ବିପା (ଲୁଇପା)ଙ୍କ ଶିଷ୍ୟ
ଶବରପା (ସରହଙ୍କ ଶିଷ୍ୟ)
ସରହପାସରହପାଖ୍ରୀ. ୭୬୯-୮୦୯
କଙ୍କାଳିପା
ମୀନପାଖ୍ରୀ. ୮୦୮-୪୯
ଗୋରକ୍ଷପା
୧୦ଚଉରାଙ୍ଗିପା
୧୧ବିଣାପା
୧୨ଶାନ୍ତିପାଖ୍ରୀ. ୭୯୪-୧୦୨୯
୧୩ତନ୍ତିପା
୧୪ଚମାରିପା
୧୫ଖଡ଼ଗପା
୧୬ନାଗାର୍ଜୁନପା
୧୭କଣହପାଖ୍ରୀ. ୮୦୯-୪୯
୧୮କର୍ଣରିପାଆର୍ଯଦେବ
୧୯ଅଗଣପା
୨୦ନାରୋପାଖ୍ରୀ. ୭୯୪-୧୦୨୬
୨୧ଶୀଳପା
୨୨ତିଲୋପା
୨୩ଛତ୍ରପା
୨୪ଭଦ୍ରପା
୨୫ଦୋଖନ୍ଦିପା
୨୬ଅଜୋଗିପା
୨୭କାଳପା
୨୮ଆମ୍ବିପା
୨୯କଙ୍କଣପା
୩୦କମ୍ବଳପା
୩୧ଢେଙ୍କିପା
୩୨ଉଦେପା
୩୩ତନ୍ତିପା
୩୪କୁକୁରିପାକୁକ୍କୁରୀପା
୩୫କୁସୁନ୍ଦିପା
୩୬ଧର୍ମପା
୩୭ମହିପା
୩୮ଅଚନ୍ତିପା
୩୯ଭଳହପା
୪୦ନଳିନପା
୪୧ଭୁସୁକୁପା
୪୨ଇନ୍ଦଭୁତିଇନ୍ଦ୍ରଭୂତି
୪୩ମେକୋପା
୪୪କୁଠାଳିପା
୪୫କମରିପା
୪୬ଜାଙ୍କଧରିପା
୪୭ରାହୁଳପା
୪୮ଧର୍ମରିପା
୪୯ଧୋକଡ଼ିପା
୫୦ମେଦିନୀପା
୫୧ପଙ୍କଜପା
୫୨ଘଣ୍ଟାପାବଜ୍ରଖ୍ରୀ. ୮୦୪-୪୯
୫୩ଜୋଗିପାଯୋଗୀପା
୫୪ଚେଳୁକପା
୫୫ଗୁଣ୍ଡୁରିପା
୫୬ଲୁଚିକପା
୫୭ନିର୍ଗୁଣପା
୫୮ଜୟାନନ୍ତ
୫୯ଚର୍ମଟିପା
୬୦ଚମ୍ପକପା
୬୧ଭିଖନପା
୬୨ଭଳିପା
୬୩କୁମରିପା
୬୪ଚବରିଅଜପାଳି
୬୫ମଣିଭଦ୍ରା (ଯୋଗିନୀ)
୬୬ମେଖଳପା (ଯୋଗିନୀ)
୬୭କନଖଳାପା (ଯୋଗିନୀ)
୬୮କଳକଳାପା
୬୯କନ୍ଥାଳି
୭୦ଧୁହୁରିପା
୭୧ଉଧରିପା
୭୨କମଳପା
୭୩କିଳପା
୭୪ସାଗରପା
୭୫ସର୍ବଭକ୍ଷପା
୭୬ନାଗବୋଧିପା
୭୭ଦାରିକପା
୭୮ପୁତୁଳିପା
୭୯ପନହପା
୮୦କୋକିଳିପା
୮୧ଅନଙ୍ଗପା
୮୨ଲକ୍ଷ୍ମୀଙ୍କରା (ଯୋଗିନୀ)
୮୩ସମୁପପା
୮୪ଭଳିପା

[]

  1. କରଡିଆର. ତେଙ୍ଗୁର ଗ୍ରନ୍ଥାବଳୀ
  2. Dutta, B. Mystic of Tales Lama Taranath
  3. ରାହୁଳ ସାଂସ୍କୃତାୟନ
  4. ଡ. ବିନୟତୋଷ ଭଟ୍ଟାଚାର୍ଯ୍ୟ. ସାଧନାମାଳା. ୨ଯ ଭାଗ ପ୍ରସ୍ତାବନା. ପୃ. ୫୩
  5. ବୌଦ୍ଧ ସିଦ୍ଧ ସାହିତ୍ୟ. ରାହୁଳ ସାଂସ୍କୃତାୟନ. ସମ୍ମେଳନ ପତ୍ରିକା, ହୀନଧୀ ସାହିତ୍ୟ ସମ୍ମେଳନ (୧୮୮୭). ଭାଗ ୫୧, ସଂ. ୧-୨. ପୃ. ୧୩