ଇଲନ ମସ୍କ

ଉଇକିପିଡ଼ିଆ‌ରୁ
(ଏଲନ ମସ୍କରୁ ଲେଉଟି ଆସିଛି)
ଇଲନ ମସ୍କ

୨୦୧୫ରେ ମସ୍କ
Born
ଇଲନ ରିଭ ମସ୍କ

(1971-06-28) ଜୁନ ୨୮, ୧୯୭୧ (ବୟସ ୫୨)
ପ୍ରିଟୋରିଆ, ଟ୍ରାନ୍ସଭାଲ୍, ଦକ୍ଷିଣ ଆଫ୍ରିକା
Citizenship
  • ଦକ୍ଷିଣ ଆଫ୍ରିକା (୧୯୭୧–ବର୍ତ୍ତମାନ)
  • କାନାଡ଼ା (୧୯୮୯–ବର୍ତ୍ତମାନ)
  • ଯୁକ୍ତରାଷ୍ଟ୍ର ଆମେରିକା (୨୦୦୨–ବର୍ତ୍ତମାନ)
Alma mater
  • କୁଇନ୍ସ ବିଶ୍ୱବିଦ୍ୟାଳୟ
  • ପେନସିଲ୍ଭାନିଆ ବିଶ୍ୱବିଦ୍ୟାଳୟ[୧][୨]
Occupations
  • ଉଦ୍ୟୋଗୀ
  • ନିବେଶକାରୀ
  • ଯନ୍ତ୍ରୀ
Years active୧୯୯୫–ବର୍ତ୍ତମାନ
Title
  • ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ (CEO), ମୁଖ୍ୟ ଡିଜାଇନର ଏବଂ ପ୍ରତିଷ୍ଠାତା ସ୍ପେସଏକ୍ସ (SpaceX)
  • ସହ-ପ୍ରତିଷ୍ଠାତା, ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଏବଂ ଉତ୍ପାଦ ବସ୍ତୁକାର (product architect) ଟେସ୍ଲା (Tesla, Inc.)
  • ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ନିଉରାଲଲିଙ୍କ (Neurallink)
  • ପ୍ରତିଷ୍ଠାତା ଦ ବୋରିଂ କମ୍ପାନୀ (The Boring Company)
  • ସହ-ପ୍ରତିଷ୍ଠାତା ଜିପ୨ (Zip2)
  • ପ୍ରତିଷ୍ଠାତା (ଏକ୍ସ ଡଟ୍ କମ) (ପରେ ପେପଲ୍ (PayPal) ନାମିତ ହୋଇଥିଲା)
  • ସହ ପ୍ରତିଷ୍ଠାତା ଓପନଏଆଇ(OpenAI)
  • ଅଧ୍ୟକ୍ଷ ସୋଲାରସିଟି (SolarCity)
Political partyସ୍ୱାଧୀନ [୩]
Spouses
ଜଷ୍ଟିନ ୱିଲ୍ସନ
(m. ୨୦୦୦; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ତଉଲାହ ରିଲେ
(m. ୨୦୧୦; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

(m. 2013; div. 2016)[୪]
Partners
Children୬ (୧ ମୃତ)
Parents
Relatives
AwardsFellow of the Royal Society
Signature
Elon Musk

ଇଲନ ରିଭ ମସ୍କ (୨୮ ଜୁନ ୧୯୭୧ରେ ଜନ୍ମ) ହେଉଛନ୍ତି ଜଣେ ପ୍ରଦ୍ୟୋଗିକି ବ୍ୟବସାୟୀ, ନିବେଶକାରୀ ଏବଂ ଯନ୍ତ୍ରୀ ।[୧୦][୧୧][୧୨] ସେ ଏକାଧାରରେ ଦକ୍ଷିଣ ଆଫ୍ରିକା, କାନାଡ଼ା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକ ଅଟନ୍ତି । ଏହାଛଡ଼ା ସେ ମଙ୍ଗଳ ଗ୍ରହରେ ଜନବସତି ସ୍ଥାପନ ଲକ୍ଷ୍ୟରେ ଥିବା ଉଦ୍ୟୋଗ ସ୍ପେସଏକ୍ସ (SpaceX)ର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ (CEO), ମୁଖ୍ୟ ଚିତ୍ରକାର ଏବଂ ପ୍ରତିଷ୍ଠାତା ;[୧୩] ଜୈବ ଇନ୍ଧନରେ ଚାଳିତ ଗାଡ଼ି ଉତ୍ପାଦନକାରୀ ଉଦ୍ୟୋଗ ଟେସ୍ଲା (Tesla)ର ସହ-ପ୍ରତିଷ୍ଠାତା, ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଏବଂ ଉତ୍ପାଦ ବସ୍ତୁକାର (product architect);[୧୪] ମଣିଷର ମସ୍ତିଷ୍କରେ କାମ କରୁଥିବା ଉଦ୍ୟୋଗ, ନିଉରାଲଲିଙ୍କ(Neurallink)ର ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ; ଦେଶବିଦେଶକୁ ଅର୍ଥ ଆଦାନପ୍ରଦାନ କରୁଥିବା ଉଦ୍ୟୋଗ ପେପଲ (PayPal)ର ସହ-ପ୍ରତିଷ୍ଠାତା.

ଡିସେମ୍ବର ୨୦୧୬ରେ ଫୋର୍ବସଦ୍ୱାରା ତାଙ୍କୁ ପୃଥିବୀର ସର୍ବଶକ୍ତିଶାଳୀ ଲୋକମାନଙ୍କ ମଧ୍ୟରେ ୨୧ତମ ସ୍ଥାନ ମିଳିଥିଲା ।[୧୫] ଅକ୍ଟୋବର ୨୦୧୮ ସୁଦ୍ଧା ସେ $୨୨.୮ ବିଲିୟନ ସମ୍ପତ୍ତିର ଅଧିକାରୀ । ଫୋର୍ବସଦ୍ୱାରା ପ୍ରକାଶିତ ଚିଠାରେ ସେ ପୃଥିବୀର ୫୪ତମ ଧନୀ ବ୍ୟକ୍ତି ।[୧୬]

ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆଠାରେ ସେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ବାଲ୍ୟକାଳ ବିତିଥିଲା । ମସ୍କଙ୍କୁ ଯେତେବେଳେ ୧୭ ବର୍ଷ ହୋଇଥିଲା ସେ ପାଠ ପଢିବାକୁ କାନାଡାର କୁଇନ୍ସ ବିଶ୍ୱବିଦ୍ୟାଳୟକୁ ଆସିଥିଲେ । ଦୁଇ ବର୍ଷପରେ ତାଙ୍କୁ ପେନସିଲ୍ଭାନିଆ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ସେ ହ୍ୱାର୍ଟନ ବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଉପାଧି ଲାଭ କରିଥିଲେ ଏବଂ କଳା ଓ ବିଜ୍ଞାନ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଏକ ସ୍ନାତକ ଉପାଧି ଲାଭ କରିଥିଲେ । ସେ ୧୯୯୫ ମସିହାରେ ସାମଗ୍ରୀ ବିଜ୍ଞାନ ଏବଂ ଅନୁପ୍ରଯୁକ୍ତ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ ପାଇଁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିବା ଆରମ୍ଭ କଲେ ହେଲେ ନିଜସ୍ୱ ବ୍ୟବସାୟ ଖୋଲିବା ଆଶାରେ ମାତ୍ର ଦୁଇ ଦିନପରେ ପାଠପଢ଼ା ଛାଡ଼ିଦେଲେ । ସେ ପରେ ଜିପ୨ ନାମକ ଏକ ଇଣ୍ଟରନେଟ ସଫ୍ଟୱେର ଉଦ୍ୟୋଗ ତାଙ୍କ ଭାଇ, କିମ୍ବଲ ମସ୍କଙ୍କ ମିଶି ପ୍ରତିଷ୍ଠା କରିଥିଲେ, ଯାହାକି ପରେ ୧୯୯୯ ମସିହାରେ କମ୍ପାକ କମ୍ପାନୀ $୩୪୦ ମିଲିୟନରେ କିଣିଥିଲା । ମସ୍କ ପରେ ଏକ୍ସ.କମ ନାମକ ଏକ ଅନଲାଇନ ବ୍ୟାଙ୍କ ଆରମ୍ଭ କରିଥିଲେ ତାହା ପ୍ରଥମେ କୋନଫିନିଟି ସହ ୨୦୦୦ ମସିହାରେ ମିଶିଯାଇଥିଲା ଏବଂ ପରେ ସେହି ବର୍ଷ ତାହାର ନାମ ପେପଲ ହୋଇଥିଲା । ପରେ ଅକ୍ଟୋବର ୨୦୦୨ ମସିହାରେ ଇ-ବେ (E-Bay) ତାହାକୁ $୧.୫ ବିଲିୟନରେ କିଣିଥିଲା ।[୧୭]

ମଇ ମାସ ୨୦୦୨ ମସିହାରେ ମସ୍କ ସ୍ପେସଏକ୍ସ ପ୍ରତିଷ୍ଠା କରିଥିଲେ । ଏହା ଏକ ଅନ୍ତରୀକ୍ଷ ପରିଭ୍ରମଣକାରୀ କମ୍ପାନୀ ଯାହାକି ମଙ୍ଗଳ ଗ୍ରହରେ ଜନବସତି ସ୍ଥାପନାର ଲକ୍ଷ୍ୟ ରଖିଛି । ଟେସ୍ଲା କମ୍ପାନୀକୁ ଅର୍ଥ ଯୋଗାଇବାରେ ତାଙ୍କର ପ୍ରମୁଖ ଅବଦାନ ଥିଲା । ସେ ଟେସ୍ଲାକୁ ବୈଦ୍ୟୁତିକ ବାହାନ ଏବଂ ସୌରଶକ୍ତି ନିର୍ମାଣରେ ସହଯୋଗ କରିଥିଲେ । ୨୦୦୩ରେ ସେ ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ (CEO) ହୋଇଥିଲେ । ୨୦୦୬ ମସିହାରେ ସେ ସୋଲାରସିଟି (SolarCity) ନାମକ ଏକ ସୌରଶକ୍ତି ଉପରେ ପର୍ଯ୍ୟବସିତ କମ୍ପାନୀକୁ ଗଠନ କରିବାରେ ସହଯୋଗ କରିଥିଲେ, ଏହା ବର୍ତ୍ତମାନ ଟେସ୍ଲାର ଏକ ଅଂଶ । ମସ୍କ ୨୦୧୫ ମସିହାରେ ଓପନଏଆଇ(OpenAI) ନାମକ ଏକ କମ୍ପାନୀ ସହ-ପ୍ରତିଷ୍ଠା କରିଥିଲେ । ଏହା ଏକ ଅଣଲାଭକାରୀ ସଙ୍ଗଠନ ଯାହା ବନ୍ଧୁତ୍ୱପୂର୍ଣ୍ଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଚାର କରିଥାଏ । ଜୁଲାଇ ୨୦୧୬ରେ ସେ ନିଉରାଲଲିଙ୍କ ନାମକ ଏକ ମସ୍ତିଷ୍କ-କମ୍ପ୍ୟୁଟର ଉପରେ ନ୍ୟୁରୋଟେକ୍ନୋଲୋଜିରେ କାମ କରୁଥିବା କମ୍ପାନୀ ସହ-ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନ ସେ ତାହାର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଅଟନ୍ତି । ଡିସେମ୍ବର ୨୦୧୬ରେ ସେ ଦ ବୋରିଂ କମ୍ପାନୀ (The Boring Company) ପ୍ରତିଷ୍ଠା କରିଥିଲେ । ଏହା ଟ୍ରାଫିକ ସମସ୍ୟା ହଟାଇବାକୁ ମାଟି ତଳେ ସୁଡ଼ଙ୍ଗ ଖୋଲି ରାସ୍ତା ତିଆରିକରିଥାଏ ।

ଏହି ସବୁ ଛଡ଼ା ସେ ଅତ୍ୟାଧୁନିକ ବେଗ ଯୁକ୍ତ ହାଇପରଲୁପ (Hyperloop) ଉପରେ ଆଲୋକପାତ କରନ୍ତି ଏବଂ ସିଧା ସିଧା ଗୋଟିଏ ସ୍ଥାନରୁ ଆକାଶକୁ ଉଠିଯିବା ଏବଂ ଲ୍ୟାଣ୍ଡ କରିବାପାଇଁ ଏକ ସୁପରସୋନିକ ଜେଟ, ଯାହାକୁ ମସ୍କ ଇଲେକ୍ଟ୍ରୋନିକ ଜେଟ କୁହାଯାଉଛି ପରିକଳ୍ପନା କରିଛନ୍ତି ।[୧୮][୧୯]

ମସ୍କ କହିଛନ୍ତି ଯେ ତାଙ୍କର ସ୍ପେସଏକ୍ସ, ଟେସ୍ଲା ଏବଂ ସୋଲାରସିଟି କମ୍ପାନୀଗୁଡ଼ିକ ଲକ୍ଷ୍ୟ ହେଲା ପୃଥିବୀ ଏବଂ ମାନବିକତାର ବିକାଶ ନିମିତ୍ତ କାମ କରିବା । [୨୦] ତାଙ୍କର ଲକ୍ଷ୍ୟ ହେଉଛି ଏକ ନିରବଛିନ୍ନ ଶକ୍ତି ଉପଯୋଗ କରି ବିଶ୍ୱତାପନ ଘଟାଇବା ଏବଂ ମଙ୍ଗଳ ଗ୍ରହକୁ ଯାଇ ଜନବସତି ସ୍ଥାପନ କରି ମାନବକୁ ବିଲୋପନରୁ ବଞ୍ଚାଇବା ।[୨୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଇଲନ ମସ୍କ ଜୁନ୍ ୨୮, ୧୯୭୧ରେ ଦକ୍ଷିଣ ଆଫ୍ରିକାର ଟ୍ରାନ୍ସଭାଲର ପ୍ରିଟୋରିଆରେ ଜନ୍ମଗ୍ରହଣ କରିଥିଲେ,[୨୨][୨୩] ତାଙ୍କର ମାତାଙ୍କର ନାଁ ମାୟେ ମସ୍କ । ମାୟେ ଜଣେ ଫ୍ୟାଶନ ମଡେଲ ଏବଂ ଖାଦ୍ୟ ବିଶେଷଜ୍ଞ, ସେ କାନାଡାରେ ଜନ୍ମଗ୍ରହଣ କରିଥିଲେ ।[୨୪][୨୫][୨୬] ଇଲନଙ୍କର ପିତା ଇରଲ ମସ୍କ ଜଣେ ଦକ୍ଷିଣ ଅଫିକୀୟ ଇଲେକ୍ଟ୍ରୋମେକାନିକାଲ୍ ଇଞ୍ଜିନିୟର, ପାଇଲଟ୍ ଏବଂ ନାବିକ ଥିଲେ । ତାଙ୍କର ଗୋଟିଏ ସାନ ଭାଇ କିମ୍ବଲ (ଜନ୍ମ: ୧୯୭୨) ଏବଂ ଗୋଟିଏ ସାନ ଭଉଣୀ ଟସ୍କା (ଜନ୍ମ: ୧୯୭୪) ମଧ୍ୟ ଅଛନ୍ତି ।[୨୭] [୩୧][୨୬]

ତାଙ୍କର ଅଜା ଡ. ଜୋଶୁଆ ହାଲଡମ୍ୟାନ୍ ଜଣେ ଆମେରିକୀୟ ଜନ୍ମିତ କାନାଡିୟ ଥିଲେ ।[୩୨] ତାଙ୍କର ଜେଜେ ବାପା ବ୍ରିଟିଶ ଥିଲେ ଏବଂ ତାଙ୍କର ପେନସିଲଭାନିଆ ଡଚ୍ ପୂର୍ବପୁରୁଷ ମଧ୍ୟ ଅଛନ୍ତି ।[୩୩][୩୪]

୧୯୮୦ରେ ତାଙ୍କ ପିତାମାତାଙ୍କର ଛାଡ଼ପତ୍ର ହେବା ପରେ, ମସ୍କ ଅଧିକାଂଶ ସମୟ ତାଙ୍କ ପିତାଙ୍କ ସହିତ ପ୍ରିଟୋରିଆ ଉପକଣ୍ଠରେ ରହୁଥିଲେ ।[୩୩] ପିତାମାତା ଅଲଗା ହେବାର ଦୁଇ ବର୍ଷ ପରେ ସେ ପିତାଙ୍କ ସହିତ ରହିବା ପସନ୍ଦ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ନିଷ୍ପତିର ଅନୁତାପ କରିଥିଲେ ।[୩୫] ପରବର୍ତ୍ତୀ ସମୟରେ ମସ୍କ ତାଙ୍କ ପିତାଙ୍କଠାରୁ ଦୂରେଇ ଯାଇଥିଲେ, ଯାହାଙ୍କୁ ସେ ଜଣେ ଭୟଙ୍କର ମଣିଷ ବୋଲି ବିବେଚନା କରିଥିଲେ ।[୩୫] ତାଙ୍କର ମଧ୍ୟ ଜଣେ ଅଧା ଭାଇ ଏବଂ ଅଧା ଭଉଣୀ ଅଛନ୍ତି । [୩୬][୩୭]

ପିଲାଦିନେ, ମସ୍କ ଏକ ପୁସ୍ତକକୀଟ ଥିଲେ ।[୩୮] ୧୦ ବର୍ଷ ବୟସରେ, ସେ କମୋଡୋର VIC-20 ବ୍ୟବହାର କରିବା ସମୟରେ କମ୍ପ୍ୟୁଟର ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ।[୩୯] ସେ ୧୨ ବର୍ଷ ବୟସରେ ଏକ ମାନୁଆଲ୍ ବ୍ୟବହାର କରି କମ୍ପ୍ୟୁଟର ପ୍ରୋଗ୍ରାମିଂ ଶିଖିଥିଲେ । $୫୦୦ ଡଲାରରେ "ବ୍ଲାଷ୍ଟର" ନାମକ ବେସିକ (BASIC) ପ୍ରୋଗ୍ରାମିଙ୍ଗ ଭାଷାରେ ଏକ ଭିଡିଓ ଗେମ ତିଆରି କରି "ପିସି ଅଫିସ ଆଣ୍ଡ ଟେକ୍ନୋଲୋଜି" ପତ୍ରିକାକୁ ବିକିପାରିଥିଲେ ।[୪୦][୪୧] ତାଙ୍କର ପିଲାଦିନର ପଢ଼ାରେ ଆଇଜାକ୍ ଅସିମୋଭଙ୍କ ଫାଉଣ୍ଡେସନ ସିରିଜ୍ ଅନ୍ତର୍ଭୁକ୍ତ ଥିଲା, ଯେଉଁଥିରୁ ସେ ଏହି ଶିକ୍ଷା ଗ୍ରହଣ କରିଥିଲେ ଯେ “ତୁମେ ଏପରି କାର୍ଯ୍ୟ ନେବାକୁ ଚେଷ୍ଟା କରିବା ଉଚିତ ଯାହା ସଭ୍ୟତାକୁ ବଢାଇପାରେ, ଏକ ଅନ୍ଧକାର ଯୁଗର ସମ୍ଭାବନାକୁ କମ୍ କରିପାରିବ ।[୩୫]

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. Hull, Dana (April 11, 2014). "Timeline: Elon Musk's accomplishments". Retrieved June 11, 2015 – via Mercury News.
  2. Zanerhaft, Jaron (2013). "Elon Musk: Patriarchs and Prodigies". CSQ. C-Suite Quarterly. Retrieved June 11, 2015.
  3. Musk, Elon (July 14, 2018). "To be clear, I am not a conservative. Am registered independent & politically moderate". @elonmusk (in ଇଂରାଜୀ). Twitter. Retrieved January 22, 2019.
  4. "Actor Talulah Riley files to divorce billionaire Elon Musk, again". The Guardian. March 21, 2016. Retrieved April 20, 2016. The pair first married in 2010 and divorced in 2012. They remarried 18 months later.
  5. "Elon Musk and Amber Heard Call it Quits ... Again". PEOPLE.com (in ଇଂରାଜୀ). Retrieved 10 December 2018.
  6. Halls, Eleanor (30 November 2018). "Is Elon Musk behind his girlfriend Grimes's AI-loving new single?". The Telegraph. Retrieved 1 December 2018.
  7. "Billionaire Tesla CEO Elon Musk Buys Neighbor's Home in Bel Air For Million". Forbes. Retrieved November 1, 2013.
  8. "Inside Elon Musk's M Bel Air Mansion". Bloomberg News. Archived from the original on ଫେବୃଆରୀ 7, 2015. Retrieved ଅଗଷ୍ଟ 21, 2013.
  9. https://www.forbes.com/profile/elon-musk/#3ec5cb867999
  10. {{cite news}}: Empty citation (help)
  11. Vance, Ashlee (September 13, 2012). "Elon Musk, the 21st Century Industrialist". Bloomberg BusinessWeek. Archived from the original on April 26, 2017. Retrieved June 23, 2015.
  12. "Engineer in Focus: Elon Musk". asme.org. Retrieved November 4, 2015.
  13. Shanklin, Emily (March 27, 2017). "Elon Musk". SpaceX (in ଇଂରାଜୀ). Archived from the original on March 31, 2017. Retrieved June 17, 2017.
  14. "Elon Musk | Tesla". www.tesla.com. Retrieved 2018-09-07.
  15. {{cite news}}: Empty citation (help)
  16. "The World's Billionaires List". Forbes. Retrieved October 17, 2018. {{cite web}}: Cite has empty unknown parameter: |dead-url= (help)
  17. Tobak, Steve (April 11, 2014). "Trust Your Own Focus Group of One". Entrepreneur.com. Retrieved April 21, 2014. Elon Musk, founder of PayPal, Tesla and SpaceX
  18. Charlton, Jonathan. "Elon Musk 'Toying' with Designs for Electric Jet". Aviation.com. Retrieved May 30, 2015.
  19. {{cite AV media}}: Empty citation (help)
  20. "Youtube Video - Elon Musk: The mind behind Tesla, SpaceX, SolarCity".
  21. Andersen, Ross (September 30, 2014). "Elon Musk puts his case for a multi-planet civilisation". Aeon. Retrieved February 21, 2016.
  22. "Elon Musk (South African entrepreneur)". Britannica Online Encyclopedia. Retrieved December 23, 2012.
  23. Austin, Shelbi (May 23, 2018). "10 Things You Didn't Know About Elon Musk". usnews.com.
  24. ୨୪.୦ ୨୪.୧ ଛାଞ୍ଚ:Triangulation, discussion of his family starts around the 15th minute
  25. Vargas, Chanel (March 6, 2018). "11 Things to Know About Stunning 69-Year-Old Model Maye Musk". Town & Country (in ଆମେରିକୀୟ ଇଂରାଜୀ). Retrieved March 25, 2020.
  26. ୨୬.୦ ୨୬.୧ Usborne, Simon (February 21, 2018). "Meet the Musks: who's who in Elon's extended family?". The Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Retrieved March 25, 2020.
  27. Dolan, Kerry A. "How To Raise A Billionaire: An Interview With Elon Musk's Father, Errol Musk". Forbes (in ଇଂରାଜୀ). Retrieved March 25, 2020.
  28. Friend, Tad (2009). "Plugged In". The New Yorker. 85 (23–30): 53. Retrieved December 23, 2012.
  29. Masia, Seth (May 2011). "A Family Leads to the Installer Universe". Solar Today. Retrieved December 23, 2012.
  30. Elliott, Hannah (March 3, 2012). "At Home With Elon Musk: The (Soon-to-Be) Bachelor Billionaire". Forbes. Retrieved August 12, 2013.
  31. [୨୪][୨୮][୨୯][୩୦]
  32. Keating Jr., Joseph C. (September 1995). "Joshua N Haldeman, DC: the Canadian Years, 1926–1950". The Journal of the Canadian Chiropractic Association. PMC 2485067.
  33. ୩୩.୦ ୩୩.୧ Hall, Dana (April 11, 2014). "Rocket Man: The otherworldly ambitions of Elon Musk". San Jose Mercury News. Retrieved April 14, 2014.
  34. Elliott, Hannah (March 26, 2012). "At Home With Elon Musk: The (Soon-to-Be) Bachelor Billionaire". Forbes. Retrieved May 30, 2015.
  35. ୩୫.୦ ୩୫.୧ ୩୫.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; rollingstone20171115 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  36. Hull, Dana; May, Patrick (April 10, 2014). "2014: Rocket Man: The otherworldly ambitions of Elon Musk". The Mercury News. San Jose, California. Retrieved January 21, 2018.
  37. Crilly, Rob (March 25, 2018). "Elon Musk's father has baby with step-daughter he has known since she was four". The Telegraph. London, England. Retrieved March 26, 2018.
  38. Vance, Ashlee (2015). Elon Musk: Tesla, SpaceX, and the Quest for a Fantastic Future. New York City: Ecco Press. ISBN 978-0-06-230123-9.
  39. Grubb, Jeff (April 7, 2015). "How games helped make Elon Musk the real-life Tony Stark". VentureBeat. San Francisco, California: VentureBeat, Inc. Retrieved January 12, 2019.
  40. O'Kane, Sean (June 9, 2015). "Play the PC game Elon Musk wrote as a pre-teen". The Verge. New York City: Vox Media. Retrieved January 12, 2019.
  41. Belfiore, Michael (2007). "Chapter 7: Orbit on a Shoestring". Rocketeers. New York City: HarperCollins. pp. 166–95. ISBN 978-0-06-114902-3.