ସୌର ଶକ୍ତି

ଉଇକିପିଡ଼ିଆ ରୁ
Jump to navigation Jump to search

ସୂର୍ଯ୍ୟଙ୍କ ଶକ୍ତିରେ ହିଁ ପୃଥିବୀ ଉପରେ ସମସ୍ତ ଜୀବଜନ୍ତୁ ତଥା ବୃକ୍ଷଲତା ଜୀବନ ଲାଭ କରି ବଞ୍ଚି ରହିଛନ୍ତି । କାରଣ ସୂର୍ଯ୍ୟ ସକଳ ଶକ୍ତିର ଆଧାର । ଆମେ ସୂର୍ଯ୍ୟଙ୍କ ଠାରୁ ସିଧା ସଳଖ ଯେଉଁ ଶକ୍ତି ଲାଭ କରି ତାକୁ ବିଭିନ୍ନ ଭାବରେ ଉପଯୋଗ କରୁ, ତାହା ସୌର ଶକ୍ତି ନମରେ ନାମିତ ।

ବିଶେଷତା[ସମ୍ପାଦନା]

ସୂର୍ଯ୍ୟକୁ ହିଁ ସମସ୍ତ ଜୈବୀକ ଶକ୍ତିର କେନ୍ଦ୍ର କୁହାଯାଇପାରେ । ଏହା ପରିବେଶ ଅନୁକୂଳ ,ପ୍ରଦୂଷଣ ରହିତ ତଥା ଶକ୍ତିର ଅକ୍ଷୟ ଭଣ୍ଡାର । ମଣିଷ ଜୀବନର ବିଜ୍ଞାନ ଓ ସଂସ୍କୃତିର ଏକୀକରଣ ନିମିତ୍ତ ସୌର ଶକ୍ତିର ମହତ୍ତ୍ୱ ବହୁତ ଅଧିକ ।

ସୂର୍ଯ୍ୟଠାରୁ ଆସୁଥିବା କିରଣରୁ ସିଧା ସଳଖ ଆମେ ଯେଉଁ ଶକ୍ତି ପାଉ, ସେହି ସୌର ଶକ୍ତି ଅନେକ ବିଶେଷତ୍ୱ ବହନ କରେ । ସଂପୂର୍ଣ୍ନ ଭାରତୀୟ ଭୂଭାଗ ଉପରେ ପ୍ରତିଦିନ ପ୍ରତି ବର୍ଗ ମିଟର ଉପରେ ପ୍ରାୟ ୪୦୦୦ ଲକ୍ଷ କୋଟି କିଲୋୱାଟ ଘଣ୍ଟା ହିସାବରେ ଆମେ ସୌର ଶକ୍ତି ପାଇଥାଉ । ଆକାଶ ନିର୍ମଳ ଥିଲେ, ଅର୍ଥାତ ସୂର୍ଯ୍ୟ ମେଘଦ୍ୱାରା ଢାଙ୍କି ହୋଇ ନ ଥିଲେ, ପ୍ରତି ବର୍ଗ ମିଟର ସ୍ଥାନରେ ୪ରୁ ୬ କିଲୋୱାଟ ଘଣ୍ଟା ହୋଇଥାଏ । ଭାରତୀୟ ଜଳବାୟୁ ସଂଦର୍ଭରେ କୁହାଯାଇଛି, ଏଠାରେ ବର୍ଷକରେ ୨୪୦ରୁ ୩୦୦ ଦିନ ଏପରି ହୋଇଥାଏ, ଯେବେ ଆକାଶ ମେଘମୁକ୍ତ ରହିବା ଫଳରେ ଆମେ ସର୍ବାଧିକ ସୌରଶକ୍ତି ପାଇଥାଉ ।

ଉପଯୋଗ[ସମ୍ପାଦନା]

ସୌର ଶକ୍ତିକୁ ବିବିଧ ଉପାୟରେ ଆମେ ବ୍ୟବହାର କରି ଆସୁଛୁ । ତେବେ, ସୌର ଶକ୍ତିକୁ ବିଦ୍ୟୁତ ଶକ୍ତିରେ ପରିବର୍ତ୍ତନ କରିବାଦ୍ୱାରା ଏହାର ଉପଯୋଗିତା ବହୁଗୁଣରେ ବୃଦ୍ଧି ପାଇପାରିଛି । ସୌର ଶକ୍ତିକୁ ବିଦ୍ୟୁତ ଶକ୍ତିରେ ପରିବର୍ତ୍ତନ କରିବା ପାଇଁ ମୁଖ୍ୟତଃ ଦୁଇଟି ଉପାୟ ରହିଛି ।

ପ୍ରଥମ ଉପାୟ :- ଫୋଟୋ-ଇଲେକ୍ଟ୍ରିକ ସେଲ । ୧୯୦୫ ମସିହାରେ ବୈଜ୍ଞାନିକ ଆଇନଷ୍ଟାଇନ ଏକ ପରୀକ୍ଷଣ ମାଧ୍ୟମରେ ଦର୍ଶାଇ ଦେଲେ ଯେ ଆଲୋକ ରଶ୍ମୀ ଯଦି ଏକ ଫୋଟୋନ ଯୁକ୍ତ ଧାତୁରେ ପତିତ ହେଲେ, ସେହି ଫୋଟୋନ ସବୁ ବିଦ୍ୟୁତ ଶକ୍ତି ସୃଷ୍ଟି କରନ୍ତି, ଅର୍ଥାତ ଫୋଟୋନ ଜରିଆରେ ସୌର ଶକ୍ତିକୁ ବିଦ୍ୟୁତ ଶକ୍ତିରେ ରୂପାନ୍ତର ସମ୍ଭବ ।[୧] ଏହା ଫୋଟୋ-ଇଲେକ୍ଟ୍ରିସିଟି (photo-electricity) ନାମରେ ନାମିତ । ଆମେ ଵ୍ୟଵହାର କରୁଥିବା ସୋଲାର ପ୍ୟାନେଲ ମଧ୍ୟ ଏହି ପ୍ରକାରେ କାର୍ଯ୍ୟ କରିଥାଏ ।[୨] କିସ୍ ପରିସରରେ ୫୫୦ କିଲୋୱାଟ୍‌ର ସୌରଶକ୍ତି କେନ୍ଦ୍ର ସ୍ଥାପନ କରାଯାଇଛି । ସର୍ବାଧିକ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାରେ କିସ୍ ହେଉଛି ଭାରତର ସର୍ବପ୍ରଥମ ଶିକ୍ଷାନୁଷ୍ଠାନ ।[୩] ଦ୍ୱୀତିୟ ଉପାୟ:- କୌଣସି ତରଳ ପଦାର୍ଥକୁ ସୌରତାପରେ ଉତ୍ତପ୍ତ କରିବା ପରେ ସେହି ତାପ ଶକ୍ତି ସାହାଯ୍ୟରେ ମଧ୍ୟ ବିଦ୍ୟୁତ ଶକ୍ତି ଉତ୍ପନ୍ନ କରାଯାଇପାରେ । ସୂର୍ଯ୍ୟରୁ ପାଉଥିବା ତପ୍ତ କିରଣକୁ ମଧ୍ୟ ସିଧା ସଳଖ ବିନିଯୋଗ ପୂର୍ବକ ପାଣି ଗରମ କରିବା, ଶସ୍ୟ ଶୁଖାଇବା, ଖାଦ୍ୟ ରୋଷେଇ କରିବା ତଥା ଜଳ ପରିଷ୍କାର କରିବା ଭଳି ଅନେକ କାର୍ଯ୍ୟ କରାଯାଇପାରେ । ପୁଣି ସୌରଶକ୍ତିକୁ ବିଦ୍ୟୁତ ଶକ୍ତିରେ ରୁପାନ୍ତର କରିବା ପରେ ସେହି ବିଦ୍ୟୁତ ଶକ୍ତିରେ ଗୃହ ଆଲୋକିତ କରିବା, ଟେଲିଭିଜନ ଓ ରେଡିଓ ଚଳାଇବା, ପଙ୍ଖା, ପାଣି-ମଟର ଚଲାଇବା ଭଳି ଅନେକ କାର୍ଯ୍ୟ କରାଯାଇପାରେ ।

ଆମେ ମଧ୍ୟ ଘରୋଇ ଵ୍ୟଵହାର ପାଇଁ ଆଵଶ୍ୟକୀୟ ବିଦ୍ୟୁତ ଶକ୍ତିର ଚାହିଦା ନିଜ ଘରେ ସୋଲାର ପ୍ୟାନେଲ ବ୍ୟବହାର କରି ପୁରଣ କରି ପାରିଵା । ସରକାର ଏ ଦିଗରେ ଲୋକଙ୍କ ସହାୟତା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି[୪] ଭଵିଷ୍ୟତରେ ସୌର ଶକ୍ତିର ଵ୍ୟଵହାର ଯେ ଵୃଦ୍ଧି ପାଇବ ଏଥିରେ ସନ୍ଦେହ ନାହିଁ ।[୫] ଭାରତ ସରକାରଙ୍କ ଭାରତୀୟ ସୌର ଶକ୍ତି ନିଗମ ଏ ଦିଗରେ ଅହରହ କାର୍ଯ୍ୟ କରୁଛି ।[୬]

ଆଧାର[ସମ୍ପାଦନା]

  1. "How do photoelectric cells work?". www.Explain that Stuff.com. Retrieved 12 November 2019.
  2. Mysteries, Michael Dhar-LiveScience Contributor 2017-12-06T16:33:00Z. "How Do Solar Panels Work?". livescience.com (in ଇଂରାଜୀ). Retrieved 12 November 2019.
  3. ":: Kalinga Institute of Social Sciences (KISS) - a home for 25,000 tribal children". archive.kiss.ac.in. Retrieved 13 November 2019.
  4. Raja, Vidya (5 September 2019). "Go Solar: Govt Schemes & Subsidies You Can Avail to Harvest the Sun!". The Better India. Retrieved 12 November 2019.
  5. "The Future of Solar is Bright". Science in the News. 21 March 2019. Retrieved 12 November 2019.
  6. "Vision And Mission :: Solar Energy Corporation of India Limited(SECI), A Government of India Enterprise, Under Ministry of New and Renewable Energy". www.seci.co.in. Retrieved 13 November 2019.