Jump to content

ଉତ୍ସବ ଚରଣ ଦାସ

ଉଇକିପିଡ଼ିଆ‌ରୁ
ଉତ୍ସବ ଚରଣ ଦାସ
ଉତ୍ସବ ଚରଣ ଦାସ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
ଜନ୍ମ(1945-04-14)୧୪ ଅପ୍ରେଲ ୧୯୪୫
ମଣିଆ ଗାଁ, ଟାଙ୍ଗି, ଚୌଦ୍ୱାର, କଟକ
ମୃତ୍ୟୁ୨୬ ଫେବୃଆରୀ ୨୦୨୬(2026-02-26) (ବୟସ ୮୦)
ବୃତ୍ତିଚଇତି ଘୋଡ଼ା ନାଚ
ସକ୍ରିୟ ବର୍ଷ୧୯୬୪ରୁ ଏପର୍ଯ୍ୟନ୍ତ
ପିତାମାତାଗଜେନ୍ଦ୍ର ଦାସ, ସଖୀ ଦେଈ
ପୁରସ୍କାରପଦ୍ମଶ୍ରୀ ୨୦୨୦

ଉଚ୍ଛବ ଚରଣ ଦାସ, ଉତ୍ସବ ଚରଣ ଦାସ ନାମରେ ମଧ୍ୟ ଜଣା, ( ୧୪ ଅପ୍ରେଲ ୧୯୪୫ - ୨୬ ପ୍ରେବୃଆରୀ ୨୦୨୬) ଜଣେ ଚଇତି ଘୋଡ଼ା ନାଚ କଳାକାର ଏବଂ କବି, ଗୀତିକାର ଓ ଲୋକନାଟକ ନିର୍ଦ୍ଦେଶକ ଥିଲେ । ସେ ୨୦୨୦ ମସିହା ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ । ଏହା ଆଗରୁ ସେ ୧୯୯୭–୯୮ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ମଧ୍ୟ ପାଇଥିଲେ ।

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା

[ସମ୍ପାଦନା]

ଉଚ୍ଛବ ଚରଣ ଦାସ ୧୯୪୫ ଅପ୍ରେଲ ୧୪ରେ କଟକ ଜିଲ୍ଲାର ଚୌଦ୍ୱାର ଅନ୍ତର୍ଗତ ଟାଙ୍ଗିର ମଣିଆ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଗଜେନ୍ଦ୍ର ଦାସ ଓ ମାତାଙ୍କ ନାମ ସଖୀ ଦେଈ । ସାତ ବର୍ଷ ବୟସରେ ତାଙ୍କ ମାଙ୍କର ପରଲୋକ ଘଟିଥିଲା । ତାପରେ ସେ ମାମୁଁଘରେ ରହି ପାଠ ପଢ଼ିଥିଲେ । ପିଲାଦିନରୁ ସେ ଚିତ୍ର ଆଙ୍କିବା, ମୂର୍ତ୍ତି ତିଆରି କରିବା, ବହିବନ୍ଧା ଆଦି ବିଭିନ୍ନ କଳା ପ୍ରତି ମଧ୍ୟ ଆକୃଷ୍ଟ ଥିଲେ । ପାନଦୋକାନ କରି ନିଜେ ରୋଜଗାର ମଧ୍ୟ କରୁଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସେ କଳାରେ ସ୍ନାତକ କରିଥିଲେ ।

ଘୋଡ଼ା ନାଚ

[ସମ୍ପାଦନା]

ସପ୍ତମ ଶ୍ରେଣୀରେ ପଢ଼ିବା ବେଳୁ ସେ ଚଇତି ଘୋଡ଼ା ନାଚ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ତାଙ୍କ ଦାଦା ତଥା ଆକାଶବାଣୀ କଳାକାର ଭଞ୍ଜକିଶୋର ଦାସଙ୍କଠାରୁ ସେ ପ୍ରଥମେ ନାଚ ଶିଖିଥିଲେ ।[] ୧୯୬୪ ମସିହାରେ ଦଶମ ଶ୍ରେଣୀରେ ପଢ଼ିବା ବେଳେ ସେ ସଂଗୀତ କଳା ସଂସଦ ନାମକ ସାଂସ୍କୃତିକ ଅନୁଷ୍ଠାନଟିଏ ଗଠନ କରିଥିଲେ । ୧୯୬୫ ମସିହାରେ ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ ।[] ୧୯୭୧ ମସିହାରେ ସେ ଭୁବନେଶ୍ୱରର ଆଦିବାସୀ ପଡ଼ିଆରେ ଘୋଡ଼ା ନାଚ ପ୍ରଦର୍ଶନ କରି ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ସ୍ୱୀକୃତ ହୋଇଥିଲେ । ପ୍ରଥମେ ସେ ନିଜ ଦାଦାଙ୍କ ରଚନାକୁ ନେଇ ଘୋଡ଼ା ନାଚ ପରିବେଷଣ କରୁଥିଲେ । ୧୯୮୦ ମସିହାଠାରୁ ସେ ନିଜ ରଚନାକୁ ନେଇ ନୃତ୍ୟ ପରିବେଶଣ କରିବା ଆରମ୍ଭ କରିଥିଲେ ।

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]

ଉଚ୍ଛବ ଚରଣ ଦାସ ୧୯୯୭–୯୮ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପାଇଥିଲେ ।[] ୨୦୧୫ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧୀ ପ୍ରଦାନ କରିଥିଲା ।[] ୨୦୨୦ ମସିହାରେ ଜୀବନବ୍ୟାପୀ ଚଇତି ଘୋଡ଼ା ନାଚର ପ୍ରଚାର ପ୍ରସାର ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।[][][][]

ମୃତ୍ୟୁ

[ସମ୍ପାଦନା]

୨୦୨୬ ମସିହା ଫେବୃଆରୀ ୨୬ ତାରିଖରେ ଚୌଦ୍ୱାରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।[]

  1. ବେହେରା, ବନବିହାରୀ (2020-12-29). "କଳା ସଂସ୍କୃତି ହିଁ ମୋ ଜୀବନ". www.dharitriepaper.in/. ଧରିତ୍ରୀ. Archived from the original on 12 November 2021. Retrieved 12 November 2021.
  2. AKASHVANI: Vol. XLIV, No. 39 ( 30 SEPTEMBER, 1979 ). New Delhi: All India Radio (AIR). 30 SEPTEMBER, 1979. Retrieved 9 November 2021. {{cite book}}: Check date values in: |date= (help)
  3. "Odisha Sangeet Nataka Academy Award Winners" (PDF). Odisha Reference Annual. ୨୦୧୧ (୨୦୧୧): ୧୦୪–୧୦୮. Archived from the original (PDF) on 8 December 2020. Retrieved 9 November 2021.
  4. "ଚଇତି ଘୋଡ଼ା ପାଇଁ ସମର୍ପିତ: ଉତ୍ସବ ଚରଣ ଦାସ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 9 November 2021. Retrieved 9 November 2021.
  5. "From Arun Jaitley to Karan Johar: Here's full list of Padma Vibhushan, Padma Bhushan, Padma Shri awardees 2020". Deccan Herald. 25 January 2020. Retrieved 26 January 2020.
  6. "Padma Awards announced; posthumous honour for Arun Jaitley, Sushma Swaraj". The Times of India. 26 January 2020. Retrieved 26 January 2020.
  7. "Full list of 2020 Padma awardees". The Hindu. 26 January 2020. Retrieved 26 January 2020.
  8. Limca Book of Records 2020–22. Hachette India. Retrieved 9 November 2021.
  9. Desk, Sambad Digital (2026-02-26). "Padmasri Uschab Das Nomore: ଘୋଡ଼ାନାଚ କଳାକାର ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କ ପରଲୋକ". Sambad. Retrieved 2026-02-26.