ଉତ୍ସବ ଚରଣ ଦାସ
ଉତ୍ସବ ଚରଣ ଦାସ | |
---|---|
![]() ଉତ୍ସବ ଚରଣ ଦାସ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ | |
ଜନ୍ମ | |
ବୃତ୍ତି | ଘୋଡ଼ା ନାଚ |
ସକ୍ରିୟ ବର୍ଷ | ୧୯୬୪ରୁ ଏପର୍ଯ୍ୟନ୍ତ |
ପିତାମାତା | ଗଜେନ୍ଦ୍ର ଦାସ, ସଖୀ ଦେଈ |
ପୁରସ୍କାର(ଗୁଡ଼ିକ) | ପଦ୍ମଶ୍ରୀ ୨୦୨୦ |
ଉତ୍ସବ ଚରଣ ଦାସ (ଜନ୍ମ : ୧୪ ଅପ୍ରେଲ ୧୯୪୫) ଜଣେ ଘୋଡ଼ା ନାଚ କଳାକାର ।[୧] ସେ ୨୦୨୦ ମସିହା ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ ।[୨] ଜଣେ କବି, ଗୀତିକାର ଓ ଲୋକନାଟକ ନିର୍ଦ୍ଦେଶକ ଭାବରେ ମଧ୍ୟ ସେ ପରିଚିତ ।
ଜୀବନୀ[ସମ୍ପାଦନା]
ଉତ୍ସବ, ୧୯୪୫ ମସିହାରେ କଟକ ଜିଲ୍ଲାର ଚୌଦ୍ୱାର ଅନ୍ତର୍ଗତ ମଣିଆ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଗଜେନ୍ଦ୍ର ଦାସ ଓ ମାତାଙ୍କ ନାମ ସଖୀ ଦେଈ । ୭ ବର୍ଷ ବୟସରେ ତାଙ୍କ ମାଙ୍କର ପରଲୋକ ଘଟିଥିଲା । ତାପରେ ସେ ମାମୁଁଘରେ ରହି ପାଠ ପଢ଼ିଥିଲେ । ପିଲାଦିନରୁ ସେ ଚିତ୍ର ଆଙ୍କିବା, ମୂର୍ତ୍ତୀ ତିଆରି କରିବା, ବହି ବାଇଣ୍ଡିଂ ଆଦି ବିଭିନ୍ନ କଳା ପ୍ରତି ମଧ୍ୟ ଆକୃଷ୍ଟ ଥିଲେ । ପାନଦୋକାନ କରି ନିଜେ ରୋଜଗାର ମଧ୍ୟ କରୁଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସେ +୩ ପଢ଼ିଥିଲେ ।
ଘୋଡ଼ା ନାଚ[ସମ୍ପାଦନା]
ସପ୍ତମ ଶ୍ରେଣୀରେ ପଢ଼ିବା ବେଳୁ ଉତ୍ସବ ଘୋଡ଼ା ନାଚ ପ୍ରତି ଆକର୍ଷିତ ହୋଇଥିଲେ । ତାଙ୍କ ଦାଦା ଭଞ୍ଜକିଶୋର ଦାସ ଥିଲେ ଆକାଶବାଣୀର କଳାକାର । ତାଙ୍କଠୁ ଉତ୍ସବ ଘୋଡ଼ା ନାଚ ଶିଖିଥିଲେ । [୩] ୧୯୬୪ ମସିହାରେ ଦଶମ ଶ୍ରେଣୀରେ ପଢ଼ିବା ବେଳେ ସେ ସଂଗୀତ କଳା ସଂସଦ ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନ ଗଠନ କରିଥିଲେ । ୧୯୬୫ ମସିହାରେ ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ । ୧୯୭୧ ମସିହାରେ ସେ ଭୁବନେଶ୍ୱରର ଆଦିବାସୀ ପଡ଼ିଆରେ ଘୋଡ଼ା ନାଚ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ତରଫରୁ ସ୍ୱୀକୃତ ହୋଇଥିଲେ । ପ୍ରଥମେ ସେ ନିଜ ଦାଦାଙ୍କ ରଚନାକୁ ନେଇ ଘୋଡ଼ା ନାଚ ପରିବେଶଣ କରୁଥିଲେ । ୧୯୮୦ ମସିହାଠାରୁ ସେ ନିଜ ରଚନାକୁ ନେଇ ନୃତ୍ୟ ପରିବେଶଣ କରିବା ଆରମ୍ଭ କରିଥିଲେ ।
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ପଦ୍ମଶ୍ରୀ - ୨୦୨୦[୪] [୫] [୬]
- ଓଡ଼ିଶା ସଂଗୀତ ନାଟକ ଏକାଡେମି ସମ୍ମାନ - ୧୯୯୭[୭]
- ଡକ୍ଟରେଟ - ୨୦୧୫ ( ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ )[୮]
ଆଧାର[ସମ୍ପାଦନା]
- ↑ AKASHVANI: Vol. XLIV, No. 39 ( 30 SEPTEMBER, 1979 ). New Delhi: All India Radio (AIR). 30 SEPTEMBER, 1979. Retrieved 9 November 2021.
{{cite book}}
: Check date values in:|date=
(help) - ↑ Limca Book of Records 2020–22. Hachette India. Retrieved 9 November 2021.
- ↑ "ବ୍ୟକ୍ତିତ୍ୱ". www.dharitriepaper.in/. ଧରିତ୍ରୀ. Archived from the original on 12 November 2021. Retrieved 12 November 2021.
- ↑ "From Arun Jaitley to Karan Johar: Here's full list of Padma Vibhushan, Padma Bhushan, Padma Shri awardees 2020". Deccan Herald. 25 January 2020. Retrieved 26 January 2020.
- ↑ "Padma Awards announced; posthumous honour for Arun Jaitley, Sushma Swaraj". The Times of India. 26 January 2020. Retrieved 26 January 2020.
- ↑ "Full list of 2020 Padma awardees". The Hindu. 26 January 2020. Retrieved 26 January 2020.
- ↑ "ODISHA SANGEET NATAKA ACADEMY AWARD WINNERS" (PDF). ODISHA REFERENCE ANNUAL. ୨୦୧୧ (୨୦୧୧): ୧୦୪, ୧୦୫, ୧୦୬, ୧୦୭, ୧୦୮. Retrieved 9 November 2021.
- ↑ "ଚଇତି ଘୋଡ଼ା ପାଇଁ ସମର୍ପିତ: ଉତ୍ସବ ଚରଣ ଦାସ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 9 November 2021. Retrieved 9 November 2021.