ଉତ୍ସବ ଚରଣ ଦାସ
ଉତ୍ସବ ଚରଣ ଦାସ | |
---|---|
ଜନ୍ମ | |
ବୃତ୍ତି | ଚଇତି ଘୋଡ଼ା ନାଚ |
ସକ୍ରିୟ ବର୍ଷ | ୧୯୬୪ରୁ ଏପର୍ଯ୍ୟନ୍ତ |
ପିତାମାତା | ଗଜେନ୍ଦ୍ର ଦାସ, ସଖୀ ଦେଈ |
ପୁରସ୍କାର | ପଦ୍ମଶ୍ରୀ ୨୦୨୦ |
ଉଚ୍ଛବ ଚରଣ ଦାସ, ଉତ୍ସବ ଚରଣ ଦାସ ନାମରେ ମଧ୍ୟ ଜଣା, (ଜନ୍ମ : ୧୪ ଅପ୍ରେଲ ୧୯୪୫) ଜଣେ ଚଇତି ଘୋଡ଼ା ନାଚ କଳାକାର ଏବଂ କବି, ଗୀତିକାର ଓ ଲୋକନାଟକ ନିର୍ଦ୍ଦେଶକ । ସେ ୨୦୨୦ ମସିହା ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ । ଏହା ଆଗରୁ ସେ ୧୯୯୭–୯୮ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ମଧ୍ୟ ପାଇଥିଲେ ।
ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା
[ସମ୍ପାଦନା]ଉଚ୍ଛବ ଚରଣ ଦାସ ୧୯୪୫ ଅପ୍ରେଲ ୧୪ରେ କଟକ ଜିଲ୍ଲାର ଚୌଦ୍ୱାର ଅନ୍ତର୍ଗତ ମଣିଆ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଗଜେନ୍ଦ୍ର ଦାସ ଓ ମାତାଙ୍କ ନାମ ସଖୀ ଦେଈ । ସାତ ବର୍ଷ ବୟସରେ ତାଙ୍କ ମାଙ୍କର ପରଲୋକ ଘଟିଥିଲା । ତାପରେ ସେ ମାମୁଁଘରେ ରହି ପାଠ ପଢ଼ିଥିଲେ । ପିଲାଦିନରୁ ସେ ଚିତ୍ର ଆଙ୍କିବା, ମୂର୍ତ୍ତି ତିଆରି କରିବା, ବହିବନ୍ଧା ଆଦି ବିଭିନ୍ନ କଳା ପ୍ରତି ମଧ୍ୟ ଆକୃଷ୍ଟ ଥିଲେ । ପାନଦୋକାନ କରି ନିଜେ ରୋଜଗାର ମଧ୍ୟ କରୁଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସେ କଳାରେ ସ୍ନାତକ କରିଥିଲେ ।
ଘୋଡ଼ା ନାଚ
[ସମ୍ପାଦନା]ସପ୍ତମ ଶ୍ରେଣୀରେ ପଢ଼ିବା ବେଳୁ ସେ ଚଇତି ଘୋଡ଼ା ନାଚ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ତାଙ୍କ ଦାଦା ତଥା ଆକାଶବାଣୀ କଳାକାର ଭଞ୍ଜକିଶୋର ଦାସଙ୍କଠାରୁ ସେ ପ୍ରଥମେ ନାଚ ଶିଖିଥିଲେ ।[୧] ୧୯୬୪ ମସିହାରେ ଦଶମ ଶ୍ରେଣୀରେ ପଢ଼ିବା ବେଳେ ସେ ସଂଗୀତ କଳା ସଂସଦ ନାମକ ସାଂସ୍କୃତିକ ଅନୁଷ୍ଠାନଟିଏ ଗଠନ କରିଥିଲେ । ୧୯୬୫ ମସିହାରେ ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ ।[୨] ୧୯୭୧ ମସିହାରେ ସେ ଭୁବନେଶ୍ୱରର ଆଦିବାସୀ ପଡ଼ିଆରେ ଘୋଡ଼ା ନାଚ ପ୍ରଦର୍ଶନ କରି ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ସ୍ୱୀକୃତ ହୋଇଥିଲେ । ପ୍ରଥମେ ସେ ନିଜ ଦାଦାଙ୍କ ରଚନାକୁ ନେଇ ଘୋଡ଼ା ନାଚ ପରିବେଷଣ କରୁଥିଲେ । ୧୯୮୦ ମସିହାଠାରୁ ସେ ନିଜ ରଚନାକୁ ନେଇ ନୃତ୍ୟ ପରିବେଶଣ କରିବା ଆରମ୍ଭ କରିଥିଲେ ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଉଚ୍ଛବ ଚରଣ ଦାସ ୧୯୯୭–୯୮ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପାଇଥିଲେ ।[୩] ୨୦୧୫ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧୀ ପ୍ରଦାନ କରିଥିଲା ।[୪] ୨୦୨୦ ମସିହାରେ ଜୀବନବ୍ୟାପୀ ଚଇତି ଘୋଡ଼ା ନାଚର ପ୍ରଚାର ପ୍ରସାର ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।[୫][୬][୭][୮]
ଆଧାର
[ସମ୍ପାଦନା]- ↑ ବେହେରା, ବନବିହାରୀ (2020-12-29). "କଳା ସଂସ୍କୃତି ହିଁ ମୋ ଜୀବନ". www.dharitriepaper.in/. ଧରିତ୍ରୀ. Archived from the original on 12 November 2021. Retrieved 12 November 2021.
- ↑ AKASHVANI: Vol. XLIV, No. 39 ( 30 SEPTEMBER, 1979 ). New Delhi: All India Radio (AIR). 30 SEPTEMBER, 1979. Retrieved 9 November 2021.
{{cite book}}
: Check date values in:|date=
(help) - ↑ "Odisha Sangeet Nataka Academy Award Winners" (PDF). Odisha Reference Annual. ୨୦୧୧ (୨୦୧୧): ୧୦୪–୧୦୮. Archived from the original (PDF) on 8 December 2020. Retrieved 9 November 2021.
- ↑ "ଚଇତି ଘୋଡ଼ା ପାଇଁ ସମର୍ପିତ: ଉତ୍ସବ ଚରଣ ଦାସ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 9 November 2021. Retrieved 9 November 2021.
- ↑ "From Arun Jaitley to Karan Johar: Here's full list of Padma Vibhushan, Padma Bhushan, Padma Shri awardees 2020". Deccan Herald. 25 January 2020. Retrieved 26 January 2020.
- ↑ "Padma Awards announced; posthumous honour for Arun Jaitley, Sushma Swaraj". The Times of India. 26 January 2020. Retrieved 26 January 2020.
- ↑ "Full list of 2020 Padma awardees". The Hindu. 26 January 2020. Retrieved 26 January 2020.
- ↑ Limca Book of Records 2020–22. Hachette India. Retrieved 9 November 2021.