ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା
ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା, ( ହିନ୍ଦୀ ରେ उच्च शिक्षा विभाग, ओडिशा, ଇଂରାଜୀରେ Department of Higher Education , Odisha ) ଓଡ଼ିଶା ସରକାରଙ୍କ ଏକ ବିଭାଗ, ଯାହା ରାଜ୍ୟରେ ଉଚ୍ଚମାଧ୍ୟମିକ ଶିକ୍ଷା (+୨) ,କଲେଜ ସ୍ତରୀୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷାର ପରିଚାଳନା କରେ ।[୧] ଏହା ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଶିକ୍ଷ୍ୟନୁଷ୍ଠାନ ପାଇଁ ପରିଚାଳନାଗତ ନିୟମାବଳୀ ପ୍ରଣୟନ କରେ ଓ ସରକାରୀ ଓ ସରକାରଙ୍କ ଅନୁଦାନ ପାଉଥିବା ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କର ପରିଚାଳନାଗତ ଆର୍ଥିକ ବ୍ୟବସ୍ଥା ନିୟନ୍ତ୍ରଣ କରିଥାଏ । ଏହା ସରକାରୀ ମହାବିଦ୍ୟାଳୟ ସହ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ଉଚ୍ଚତର ମାଧ୍ୟମିକ ସ୍ତରର ବିଦ୍ୟାଳୟମାନଙ୍କରେ ଶିକ୍ଷକ, ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତି ଓ ସଂସ୍ଥାପନା ବ୍ୟବସ୍ଥା କରେ । ଏହା ସହିତ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ସମୂହ, ଯଥା ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପରିଚାଳନା କରିଥାଏ ।
ସୁବିଧା ସୁଯୋଗ ଓ ଆଧୂନିକୀକରଣ
[ସମ୍ପାଦନା]୨୦୧୦ ମସିହାରୁ ଉଚ୍ଚଶିକ୍ଷା ବିଭାଗ " ଛାତ୍ର ଅଧ୍ୟୟନ ପରିଚାଳନା ବ୍ୟବସ୍ଥା " ବା Students Academic Management System ( SAMS)ର ପ୍ରଣୟନ କଲେ । ଏହାଦ୍ୱାରା +୨ ଓ +୩ ସ୍ତରର ଇ-ଆଡମିସନ ଯୋଗେ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଯେକୌଣସି ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ କେନ୍ଦ୍ରୀୟ ବ୍ୟବସ୍ଥାକୁ ଆବେଦନ କରିପାରିଲେ । ଯୋଗ୍ୟତା ଅନୁସାରେ ସୁବିଧାରେ ନିଜ ପସନ୍ଦର ଅନୁଷ୍ଠାନରେ ସୁବିଧାରେ ଆଡମିସନ ନେଇ ପାରିଲେ ।[୨]
DHE Odisha ୱେବସାଇଟ ଜରିଆରେ RTI ସେବା , ଇ-ସ୍ପେସ ଓ ଇ-ପ୍ରେରଣଦ୍ୱାରା ରାଜ୍ୟର ସବୁ ଅଞ୍ଚଳରୁ ଲୋକମାନେ ସୁବିଧାରେ ସେବାର ଲାଭ ପାଇପାରୁଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କର ବିଷୟରେ ଏଥିରେ ସବିଶେଷ ତଥ୍ୟ ଉପଲବ୍ଧ ହେଇଥାଏ । ବିଭାଗ ତରଫରୁ ପ୍ରକାଶିତ ଚିଠିପତ୍ର , ନିର୍ଦ୍ଦେଶାବଳୀ ଏହି ସାଇଟ ଜରିଆରେ ଓଡ଼ିଶାର ସବୁ ଶିକ୍ଷାନୁଷ୍ଠାନ ସମେତ ଜନସାଧାରଣ ମଧ୍ୟ ଜାଣିବାର ସୁବିଧା ପାଉଛନ୍ତି । ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ଶିକ୍ଷଣ ( ଛାତ୍ରୀମାନଙ୍କ ପାଇଁ ), ପ୍ରାକୃତିକ ବିପର୍ଯ୍ୟାୟରେ ସହାୟତା ଶିକ୍ଷଣ , ରେଡ଼କ୍ରସ ଆଦି ବିଭିନ୍ନ ଉପାଦେୟ କାର୍ଯ୍ୟକ୍ରମ ମଧ୍ୟ ବିଭାଗ ତରଫରୁ ସଞ୍ଚାଳନ କରାଯାଇଥାଏ ।
ଆଧାର
[ସମ୍ପାଦନା]- ↑ Shaikh Sahu (2011). Business Environment: For Universities and Autonomous Colleges of Odisha. Pearson Education India. pp. 169–. ISBN 978-93-325-1092-0.
- ↑ Ronghuai Huang; Kinshuk; Jon K. Price (30 July 2014). ICT in Education in Global Context: Emerging Trends Report 2013-2014. Springer. pp. 276–. ISBN 978-3-662-43927-2.