ବ୍ୟବହାରକାରୀଙ୍କ ଆଲୋଚନା:Laxmikanta

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Laxmikanta, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୧:୨୩, ୨୫ ଅଗଷ୍ଟ ୨୦୨୧ (IST)[reply]
ମୁଁ ଏହି ମେସେଜ୍ ଦେଖିପାରିନଥିଲି, ସେଥିପାଇଁ କ୍ଷମା ଚାହୁଁଛି | ମୁଁ ଲିନକ୍ସ ଅପରେଟିଙ୍ଗ ସିଷ୍ଟମ୍ ବ୍ଯବହାର କରେ ଓ ସେଥିରେ ଓଡ଼ିଆ କିବୋର୍ଡ୍ ବ୍ଯବହାର କରିବା ଶିଖିବା ପରେ ମୋର ଲେଖିବା ବହୁତ ସହଜ ହେଲା| ପୂର୍ବରୁ ମୂଁ ଗୁଗୁୁଲ୍ ଫୋନେଟିକ୍ ବ୍ଯବହାର କରୁଥିଲି ଏଥିରେ ଲେଖିବା ଓ ସଂପାଦନା କରିବା ବହୁୁତ ସମୟସାପେକ୍ଷ |
ଓଡ଼ିଆ ଭାଷାର ଉନ୍ନତି ପାଇଁ ମୁଁ କିଛି ଯୋଜନା କରିଛି ସେଗୁଡ଼ିକ ହେଲା
୧. ଅନ୍ ଲାଇନ୍ ଓଡ଼ିଆ ଟାଇପିଂଗ ସଫ୍ଟୱେଆର୍
୨. ଓଡ଼ିଆ ଶବ୍ଦକୋଷ
ଏହିପରି ବହୁତ କିଛି |
ମୋର ସମସ୍ତଙ୍କୁ ବିନୀତ ଅନୁରୋଧ
ମାଇକ୍ରେସଫଟ୍ କଂପାନୀର ବିଙ୍ଗ ସର୍ଚ୍ଚ ଇଞ୍ଜିନ୍ ଯାହାକି ଏବେ ଓଡ଼ିଆରେ ଉପଲବ୍ଧ ତାହା ବ୍ଯବହାର କରନ୍ତୁ |
ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ରେ ଓଡ଼ିଆରେ ସର୍ଚ୍ଚ କରନ୍ତୁ |
ଏହା କରିବା ଦ୍ୱାରା ସେମାନଙ୍କ ସର୍ଚ୍ଚ ଇଞ୍ଜିନ୍ ଓଡ଼ିଆ ଭାଷାକୁ ଆହୁରି ପ୍ରାଧାନ୍ଯ ଦେବେ |
ଲକ୍ଷ୍ମୀକାନ୍ତ ସ୍ବାଇଁ Laxmikanta (ମୋ ଆଲୋଚନା) ୧୦:୧୮, ୧୨ ଜାନୁଆରୀ ୨୦୨୨ (IST)[reply]

ଆପଣଙ୍କ ତିଆରି ପ୍ରସଙ୍ଗ[ସମ୍ପାଦନା]

ଆଦରର @Laxmikanta ଅନେକ କମ ସମୟ ମଧ୍ୟରେ ଅନେକ ନୂଆ ପ୍ରସଙ୍ଗ ତିଆରି ପାଇଁ ଧନ୍ୟବାଦ । ତେବେ ଦୟାକରି ନୂଆ ପ୍ରସଙ୍ଗ ତିଆରି ଆଗରୁ ପୁରୁଣା ପ୍ରସଙ୍ଗର ମାନ ଉନ୍ନତ ବାବଦରେ ଦୃଷ୍ଟିଦେବାକୁ ଅନୁରୋଧ । ଆମେ ଆପଣ ଯୋଗଦେବା ଆଗରୁ ଏ ବାବଦରେ କରିଥିବା ଆଲୋଚନାରୁ ଅଧିକ ସୂଚନା ପାଇପାରିବେ ଓ ଉଇକିପିଡ଼ିଆ ନିୟମାବଳୀ ଲେଖିବା ବେଳେ ବ୍ୟବହାର କରିପାରିବେ । ଆପଣ ନିଜେ ତିଆରି କରିଥିବା ଲେଖାର ମାନ ଉନ୍ନତ କରିବା ଓ ସେଥିରେ ନିଶ୍ଚିତ ଭାବେ ଆଧାର ଦେବା ପାଇଁ ଅନୁରୋଧ । ବିନା ଆଧାରରେ ଲେଖା ପ୍ରସଙ୍ଗ ଲିଭାଇଦିଆଯାଇପାରେ । ଆପଣ ଉପରେ ଯେଉଁ ଓଡ଼ିଆ ଟାଇପିଂ ସଫ୍ଟୱେର ବାବଦରେ ଲେଖିଛନ୍ତି ସେ ବାବଦରେ ଓଡ଼ିଆ ଉଇକିପିଡ଼ିଆ ତରଫରୁ କିଛି ଉଦ୍ୟମ ଆଗରୁ ହୋଇଛି । ତା' ଭିତରୁ ଏଇଟି ଅନ୍ୟତମ । ଓଡ଼ିଆ ଉଇକିପିଡ଼ିଆରେ ଅଧୁନା ବ୍ୟବହାର ହେଉଥିବା ଇନପୁଟ ଟୁଲର ତାଲିକା ଏଠାରେ ରହିଛି । ହୁଏତ ଆପଣଙ୍କ କାମରେ ଲାଗିପାରେ । ଓଡ଼ିଆ ଶବ୍ଦକୋଷ ବାବଦରେ କଣ ଯୋଜନା ଜଣାଇଲେ ଆଲୋଚନା କରିପାରିବା । ତେବେ ଓଡ଼ିଆରେ ଓଡ଼ିଆ ଉଇକିଅଭିଧାନ ରହିଛି ଓ ସେଥିରେ ୧ ଲକ୍ଷରୁ ଅଧିକ ଶବ୍ଦ ମଧ୍ୟ ରହିଛି । ତାହା ଓଡ଼ିଆ ଉଇକିପିଡ଼ିଆର ଏକ ସହ ପ୍ରକଳ୍ପ । ସେଥିରେ ଥିବା ଭୁଲ ସୁଧାରିବା ଓ ମୋଟାମୋଟି ପ୍ରକଳ୍ପକୁ ଉନ୍ନତ କରିବାକୁ ଇଚ୍ଛୁକ ଥିଲେ ସେଠାରେ କରିପାରିବେ । ସୁଭ (ଆଳାପ) ୧୪:୫୨, ୧୪ ଜାନୁଆରୀ ୨୦୨୨ (IST)[reply]

ଆଦରର @Psubhashish
ମୁଁ ଏହି ପ୍ରସଂଗରେ ୱେବ୍ ଟେଷ୍ଟିଂ ଏକ ଆଧାର ଯୋଡିଛି | ଏହା ଠିକ୍ କିମ୍ବା ଭୁଲ୍ ଅଛି ଦୟାକରି କୁୁହନ୍ତୁ | ଅତିକମ୍ ରେ ୩ ଟି ଆଧାର ଦେବା ଜରୁରୀ କି ? ଆଧାର ଯୋଡିବା ପାଇଁ ଯଦି କିଛି ମାନକ କିମ୍ବା ଉଦାହରଣ ଅଛି ତେବେ ସେୟାର୍ କରନ୍ତୁ |
ଧନ୍ଯବାଦ
ଲକ୍ଷ୍ମୀକାନ୍ତ Laxmikanta (ମୋ ଆଲୋଚନା) ୧୬:୪୪, ୧୪ ଜାନୁଆରୀ ୨୦୨୨ (IST)[reply]
@Laxmikanta: ଆଧାର କେମିତି ଦେବେ ତାହା ଚାଟସଭାରୁ ଶିଖିପାରିବେ । ଏ ବାବଦରେ ଅଧିକ ସୂଚନା ଇଂରାଜୀରେ ମଧ୍ୟ ଅଛି । ହଁ, ୩ଟି ଆଧାର ଦେବା ନିହାତି ଜରୁରୀ । ତେବେ ଧୀରେଧୀରେ ଏକ ପ୍ରସଙ୍ଗକୁ ଉନ୍ନତ କରିବାରେ ଆଉ ସେଥିରେ ଅଧିକ ଆଧାର ଦେଇ ତଥ୍ୟ ଯୋଡ଼ିବାରେ କିଛି ଅସୁବିଧା ନାହିଁ । ମାଇକ୍ରୋସଫ୍ଟ ବିଙ୍ଗ ଟ୍ରାନ୍ସଲେଟ ଓ ଗୁଗୁଲ ଟ୍ରାନ୍ସଲେଟରେ ଓଡ଼ିଆ ପୂର୍ଣ୍ଣଚ୍ଛେଦ ଜାଗାରେ "|" (ପାଇପ ଚିହ୍ନ) ଆସୁଛି । ତେଣୁ ସେଗୁଡ଼ିକୁ ଅନ୍ୟାନ୍ୟ ବ୍ୟାକରଣିକ ଭୁଲ ସଜାଡ଼ିବା ପାଇଁ ମଧ୍ୟ ଧ୍ୟାନଦେବେ । --ସୁଭ (ଆଳାପ) ୧୮:୨୪, ୧୪ ଜାନୁଆରୀ ୨୦୨୨ (IST)[reply]
@Laxmikanta: ଦୟାକରି ଇଂରାଜୀ ଉଇକିପିଡ଼ିଆକୁ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗରେ ଆଧାର ଭାବେ ଦିଅନ୍ତୁ ନାହିଁ । କି ଇଂରାଜୀ କି ଓଡ଼ିଆ ଉଇକିପିଡ଼ିଆ ମାତ୍ରକେ ବାହାର ଆଧାର ଉପରେ ନିର୍ଭରଶୀଳ । ଆପଣ ନିକଟରେ ଲେଖିଥିବା ଜାଭାସ୍କ୍ରିପ୍ଟ ଭଳି ପ୍ରସଙ୍ଗ ପାଇଁ ଆଧାର ଅନେକ । ଇଂରାଜୀ ଉଇକିରେ ପ୍ରସଙ୍ଗଟି ଖୁବ ଭଲ ଭାବେ ଲିଖିତ । ବାକ୍ୟରୁ ବାକ୍ୟ ଅନୁବାଦ କରି ଆଧାର ସିଧାସଳଖ କପି କରି ଆଣି ପକାଇପାରିବେ । ଓଡ଼ିଶାର ଏକ ଗାଁ ପ୍ରସଙ୍ଗ ହୋଇଥିଲେ ଆଧାର ପାଇବାରେ ହୁଏତ ଅସୁବିଧା ହୁଅନ୍ତା ବା ଇଂରାଜୀରେ ଭଲ ଲେଖା ମିଳନ୍ତା ନାହିଁ । କିନ୍ତୁ ଜାଭାସ୍କ୍ରିପ୍ଟ ବା କମ୍ପ୍ୟୁଟର ବିଜ୍ଞାନ ସମ୍ବନ୍ଧିତ ଉଣାଅଧିକେ ପ୍ରସଙ୍ଗ ଇଂରାଜୀରୁ ଅନୁବାଦ କଲେ ଓଡ଼ିଆ ଲେଖାର ମାନ ବରଂ ଭଲ ହେବ । ମୁଁ ଜାଭାସ୍କ୍ରିପ୍ଟ ପ୍ରସଙ୍ଗଟି ସାମାନ୍ୟ ସୁଧାରୁଛି । ଆଶା ଆପଣ ସେ ପ୍ରସଙ୍ଗ ଆଉ ତିଅରି କରିଥିବା ବାକି ପ୍ରସଙ୍ଗକୁ ସୁଧାରିବାରେ ସାହାଯ୍ୟ କରିବେ । --ସୁଭ (ଆଳାପ) ୧୩:୦୧, ୨୪ ଜାନୁଆରୀ ୨୦୨୨ (IST)[reply]
ସଂପାଦନା କରିଥିବାରୁ ଧନ୍ଯବାଦ |
ଜାଭାସ୍କ୍ରିପ୍ଟ ର ଡାହାଣ ପଟେ ଆପଣ ଯୋଡିଥିବା ଟେମ୍ପଲେଟ୍ ରେ ନାଲି ରଂଗରେ ଦେଖଉଥିବା ଲିଙ୍କକୁ ମୁଁ ସଂପାଦନା କରି ଲିଙ୍କ ଯୋଡିବାକୁ ଚାହୁଁଥିଲି କିନ୍ତୁ ହଉନାହିଁ |
ଦୟାକରି କହିପାରିବେ ଏହା କିପରି କରାଯାଏ | ଲକ୍ଷ୍ମୀକାନ୍ତ (ମୋ ଆଲୋଚନା) ୨୩:୦୪, ୨୫ ଜାନୁଆରୀ ୨୦୨୨ (IST)[reply]

ଆଦିବାସୀ ନାଚ ପ୍ରସଙ୍ଗ ବାବଦରେ[ସମ୍ପାଦନା]

@Laxmikanta: ମୁଁ ଏ ପ୍ରସଙ୍ଗରେ କିଛି ବଦଳାଇଛି । ପ୍ରସଙ୍ଗଟି ରହିବାଯୋଗ୍ୟ ହେଲେ ଉଇକିପିଡ଼ିଆରେ ଅନ୍ୟାନ୍ୟ ଗଦ୍ୟ ଭଳି ସାହିତ୍ୟ ପୁଟ ନରହି ନିଦା ଓ ଶୁଖିଲା ତଥ୍ୟ ରହେ । ଏଣୁ କେବଳ ତଥ୍ୟ ଓ ରହିବାଯୋଗ୍ୟ ଆଧାର ଦେବାକୁ ହେବ । "ଆଦିବାସୀ" ଶବ୍ଦ ଯଦିଓ ଭାରତୀୟ ଆଦିବାସୀ ଜନଜାତିମାନଙ୍କୁ ବୁଝାଏ ଅନ୍ୟ ଦେଶର ଆଦିମ ଅଧିବାସୀମାନଙ୍କୁ ମଧ୍ୟ ସ୍ଥଳବିଶେଷରେ ଆଦିବାସୀ ବୋଲି ଉଲ୍ଲେଖ କରାଯାଏ । ଏଣୁ ଆପଣ ଆରମ୍ଭ କରିଥିବା ପ୍ରସଙ୍ଗଟି "ଭାରତୀୟ ଆଦିବାସୀ ନୃତ୍ୟଗୁଡ଼ିକର ତାଲିକା" ହେଲେ ଭଲ । ଉପକ୍ରମଟିରେ ତଥ୍ୟ ବୋଲି କିଛି ନଥିଲା ଏଣୁ ପୂରା ବାହାର କରିଦେଲି । ଆଦିବାସୀମାନେ ଜଙ୍ଗଲରେ ରହନ୍ତି ନାହିଁ । ସେଭଳି ମନଗଢ଼ା ସୂଚନା ଅପମାନଜନକ ମଧ୍ୟ ହୋଇପାରେ । ଉଇକିପିଡ଼ିଆରେ ୧୯ଶ ଦଶକର ଶୈଳୀ ନରହି ୨୧ଶ ଶତକର ଆଧୁନିକତା ରହିବ । ତା'ଛଡ଼ା ପ୍ରସଙ୍ଗଟି ନାଚ ବାବଦରେ ଏଣୁ ଜନଜାତିମାନଙ୍କ ବାବଦରେ ଅତ୍ୟାବଶ୍ୟକୀୟ ତଥ୍ୟ ରହି ନାଚ ବାବଦରେ ବେଶୀ ତଥ୍ୟ ରହିବ । ମୁଁ ଉଦାହରଣ ଦେବା ପାଇଁ ସାନ୍ତାଳୀ ନାଚ ଉପରେ ଥିବା ବିଭାଗଟି ସମ୍ପାଦନା କଲି । ସେହି ଶୈଳୀରେ ବାକି ଆଦିବାସୀ ସମ୍ପ୍ରଦାୟର ନାଚ ରହିବ । ଆଉ ତଥ୍ୟର କ୍ରମ ମୋଟ ନାଚର ସଂଖ୍ୟା -> କେତେକ ବହୁଜଣାଶୁଣା ନାଚର ନାମ ଓ କେବେ ପରିବେଷଣ ହୁଏ -> ମୁଖ୍ୟ ଗାୟନ ଶୈଳୀ -> ବାଦ୍ୟଯନ୍ତ୍ର (ଏଇଟା ଆପଣ ଉଲ୍ଲେଖ କରିଥିଲେ ତେଣୁ କେବଳ ଟିକେ ସମ୍ପାଦନା କଲି) ଏମିତି ରହିବ । କୌଣସି ବିଶେଷ ସୂଚନା ସମସ୍ତ ନାଚ ପାଇଁ ପ୍ରଯୁଯ୍ୟ ହୋଇଥିଲେ ଆରମ୍ଭ ରଖିଲେ ଭଲ । ଏ ଉଦାହରଣରେ ପରସ୍ପରର ହାତ ଧରି ନାଚିବା ପ୍ରାୟତଃ ସବୁ ନାଚରେ ରହିଥିବାରୁ ସେ ସୂଚନାଟି ଗୁରୁତ୍ତ୍ୱପୂର୍ଣ୍ଣ ଓ ଆରମ୍ଭରେ ରହିବ । ଆଶା ଆଗକୁ ଲେଖାଟି ବଢ଼େଇବେ । ଲେଖାଟି ନିଶ୍ଚେ ଅନେକଙ୍କୁ ବିଭିନ୍ନ ନାଚ ବାବଦରେ ଜାଣିବା ପାଇଁ କୌତୁହଳୀ କରେଇବ । ଆପଣ ପ୍ରସଙ୍ଗଟି ଆରମ୍ଭ କରିଥିବାରୁ ମୋର ବି ଆଗ୍ରହ ବଢ଼ିଲା ଓ ଅଧିକ ପଢ଼ିବାର ସୁଯୋଗ ପାଇଲି । Psubhashish (ମୋ ଆଲୋଚନା) ୦୮:୫୫, ୨୩ ନଭେମ୍ବର ୨୦୨୩ (IST)[reply]

ଆପଣ ବଦଳ କରୁଥିବା ବନାନସୁଦ୍ଧି ବାବଦରେ[ସମ୍ପାଦନା]

ଆଦରର ଲକ୍ଷ୍ମୀକାନ୍ତ ବାବୁ, ଆପଣଙ୍କ ବଦଳ ଓ ପ୍ରସଙ୍ଗରେ ଉନ୍ନତ ପାଇଁ ସାଧୁବାଦ । ତେବେ ଆପଣ କରିଥିବା କିଛି ବଦଳରୁ ମୁଁ ଯାହା ଅନୁଭବ କରୁଛି କି ଆପଣ ପଢ଼ୁଥିବା ସିଷ୍ଟମରେ କିଛି ଫଣ୍ଟର ଅସୁବିଧା ରହୁଛି, ଫଳରେ ଆପଣ ୍ୟ (୍+ୟ)କୁ ଭୁଲ ବୋଲି ଭାବି ତାହାକୁ ୍ଯ (୍+ଯ)କୁ ବଦଳାଉଛନ୍ତି, ଯାହାକି ବ୍ୟାକରଣ ଦୃଷ୍ଟିରୁ ଭୁଲ ଓ ଅନ୍ୟ ଫଣ୍ଟଗୁଡ଼ିକରେ ଏହା ଭୁଲ୍ ଦେଖାଉଛି । ସେହିଭଳି ଆପଣ ୍ୱ (୍+ୱ)କୁ ବଦଳେଇ ୍ବ (୍+ବ) କରିଦେଇଛନ୍ତି ।

ଏହା ବନାନ ଅଶୁଦ୍ଧି ନୁହେଁ, କୌଣସି ଫଣ୍ଟର ଅସୁବିଧା ଲାଗୁଛି । ତେଣୁ ଭବିଷ୍ୟତରେ ଏମିତି ନ କରିବାକୁ ଅନୁରୋଧ । - ଗପୁ (ମୋ ଆଲୋଚନା) ୨୦:୫୪, ୨୫ ନଭେମ୍ବର ୨୦୨୩ (IST)[reply]

ଆଦରର ଗପୁ ବାବୁ,
ଆପଣ ଠିକ୍ କହିଛନ୍ତି| ବୋଧହୁଏ ଫଣ୍ଟରେ କିଛି ଅସୁବିଧା ରହିଛି| ଫାୟାରଫକ୍ସ ଓ କ୍ରୋମରେ ସମାନ ଜିନିଷ ଅଲଗା ଅଲଗା ଦେଖେଉଛି | ମୁଁ ଦୁଇଟି ଯାକ ବ୍ଯବହାର କରେ କିନ୍ତୁ ଫାୟାରଫକ୍ସ ଅଧିକ ବ୍ଯବହାର କରେ | ତା ସହିତ ମୋର ସିଷ୍ଟମ ଲିନକ୍ସ ( Ubuntu )| ମୋତେ ଏହି ସମସ୍ଯାର ମୂଳ ଖୋଜିବାକୁ ପଡିବ ସେତେଦିନ ଯାଏ ମୁଁ କ୍ରୋମରେ ଉଇକିପିଡିଆ ଲେଖାଗୁଡ଼ିକ ଲେଖିବି | ଲକ୍ଷ୍ମୀକାନ୍ତ (ମୋ ଆଲୋଚନା) ୨୧:୩୧, ୨୫ ନଭେମ୍ବର ୨୦୨୩ (IST)[reply]
ଆଦରର ଗପୁ ବାବୁ,
ମୋ ଫାୟାରଫକ୍ସ ବ୍ରାଉଜରରେ ଫଣ୍ଟ ପରିବର୍ତ୍ତନ କଲା ପରେ ସମସ୍ଯା ଠିକ୍ ହୋଇଯାଇଛି | ମୁଁ କିଛି ଲେଖିଲା ବେଳେ ଯଦି ଏହି ସମସ୍ଯାଟି ପୁଣି ଦେଖାଯାଏ ତେବେ ନିଶ୍ଚୟ କହିବେ |
ଧନ୍ଯବାଦ ଲକ୍ଷ୍ମୀକାନ୍ତ (ମୋ ଆଲୋଚନା) ୨୧:୪୯, ୨୫ ନଭେମ୍ବର ୨୦୨୩ (IST)[reply]
ଉବଣ୍ଟୁରେ "ଲୋହିତ ଓଡ଼ିଆ" (ବା କେତେକ ପୁରୁଣା ଡିଷ୍ଟ୍ରିବ୍ୟୁସନରେ "ଉତ୍କଳ") ଆପେଆପେ ଇନଷ୍ଟଲ ହୋଇ ଆସେ । ଦୁଇଟିଯାକ ଫଣ୍ଟରେ ପ୍ରାୟ ସମାନ ଅସୁବିଧା ରହିଛି (ଗପୁ ଯାହା ଉପରେ ଲେଖିଛି) । ମୋ ମତରେ "ନୋଟୋ ଓଡ଼ିଆ" ଫଣ୍ଟଯୋଡ଼ିକରେ ଏ ଅସୁବିଧା ପ୍ରାୟ ନାହିଁ (https://fonts.google.com/noto/fonts?query=n&noto.script=Orya) । ଆପଣ ହୁଏତ ସିଷ୍ଟମ ଡିଫଲ୍ଟ ଫଣ୍ଟ ବା ଅନ୍ତତଃ ଫାୟାରଫକ୍ସରେ ସିଷ୍ଟମ ଫଣ୍ଟକୁ ନୋଟୋ ଓଡ଼ିଆ କରିପାରିବେ । Psubhashish (ମୋ ଆଲୋଚନା) ୦୫:୫୭, ୨୬ ନଭେମ୍ବର ୨୦୨୩ (IST)[reply]

ଅଶ୍ମମଣ୍ଡଳ ଓ କିଛି ସଜଡ଼ା/ଶୈଳୀ ଟିପ୍[ସମ୍ପାଦନା]

  • ଅଶ୍ମମଣ୍ଡଳ ପ୍ରସଙ୍ଗରୁ ତିଆରି ହୋଇନଥିବା ବିଭାଗ ନାମ ସାମୟିକ ଭାବେ ଲୁଚାଇଲି । ବିଭାଗ ନାମ ତଳେ ଲେଖିବା ଆରମ୍ଭିଲେ ହଟାଇପାରିବେ ।
  • ଅଶ୍ମମଣ୍ଡଳ ଯେହୁଁ ପ୍ରସଙ୍ଗର ନାମ ତେଣୁ ବୋଲ୍ଡ ହେବା ବିଧେୟ । ସମାନ ନିୟମ ପ୍ରତି ପ୍ରସଙ୍ଗ ନାମର ପ୍ରଥମ ଉଲ୍ଲେଖ ବେଳେ ପ୍ରଯୁଯ୍ୟ ।
  • ଦୁଇଟି ସ୍ପେସ ବଦଳରେ ଗୋଟେ ସ୍ପେସ କାରଣ ପ୍ରଥମଟି ଅନାବଶ୍ୟକ ।
  • {{ଅଧାଗଢ଼ା}} ଛାନ୍ଚଟି ଯୋଡ଼ିଲି କାରଣ ଏବେ ଅଳ୍ପ ଲେଖା ଅଛି । ଛାଞ୍ଚ ଯୋଡ଼ିବାର କାରଣ କାହାରି ଆଖିରେ ପଡ଼ିଲେ ସେ ସଜାଡ଼ିବେ । କାରଣ: ବେଳେବେଳେ ଆମେ ସାମୁହିକ ଭାବେ ଗଣସମ୍ପାଦନା (edit-a-thon/editing sprint) କରି ଅଳ୍ପ/ଅନୁନ୍ନତ ଲେଖାଥିବା ପ୍ରସଙ୍ଗ ସଜାଡ଼ୁ ।

Psubhashish (ମୋ ଆଲୋଚନା) ୧୮:୦୪, ୨୮ ନଭେମ୍ବର ୨୦୨୩ (IST)[reply]