Topic on ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ

Laxmikanta (ଆଲୋଚନାଅବଦାନ)

ଗୋଟିଏ ବିଷୟରେ ଏକରୁ ଅଧିକ ଲେଖା ଅଛି | ଯଦି ଜଣଙ୍କୁ ସଂପାଦନ କରିବାକୁୁ ଇଛା ତେବେ ସେ କେଉଁଟାକୁ କରିବ ? ଉଦାହରଣ ସ୍ବରୂପ * ଗପ ହେଲେ ବି ସତ ଚଳଚ୍ଚିତ୍ର ପାଞ୍ଚ ଥର ଲେଖା ହୋଇଛି |

Soumendrak (ଆଲୋଚନାଅବଦାନ)

ଏକାଧିକ ଲେଖାଗୁଡ଼ିକୁ ଏଠାରେ ଦର୍ଶାଇ ସର୍ବସାଧାରଣଙ୍କ ଦୃଷ୍ଟିଗୋଚରକୁ ଆଣନ୍ତୁ । କେଉଁଟି ରହିବ ଓ କାହା ବିଲୋପ ହେବ ତାହାର ନିର୍ଣ୍ଣୟ ନିଆଯିବ ।

"ଗପ ହେଲେ ବି ସତ" ନାମରେ ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ୧୯୭୬ରେ ଗୋଟିଏ (ଗପ ହେଲେ ବି ସତ) ଏବଂ ୨୦୧୫ରେ ଆଉଗୋଟିଏ (ଗପ ହେଲେ ବି ସତ (୨୦୧୫)) । ଅନ୍ୟ ତିନୋଟି ଲେଖାର ଲିଙ୍କ ଦିଅନ୍ତୁ ।

Laxmikanta (ଆଲୋଚନାଅବଦାନ)

ଗପ ହେଲେ ବି ସତ

ଗପ ହେଲେ ବି ସତ (୨୦୧୫)

ଗପ ହେଲେ ବି ସତ

ଗପ ହେଲେ ବି ସତ (୨୦୧୫)

ଗପ ହେଲେ ବି ସତ (୨୦୧୫)


ପ୍ରଧାନ ପୃଷ୍ଠା

ପ୍ରଧାନ ପୃଷ୍ଠାରେ ଯାଇ 'ଗ' ଅକ୍ଷର ଶ୍ରେଣୀ ଉପରେ କ୍ଳିକ କରନ୍ତୁ | ଗପ ହେଲେ ବି ସତ ୨ ଟି ଓ ଗପ ହେଲେ ବି ସତ (୨୦୧୫) ୩ ଟି ଲେଖା ଅଛି |

Psubhashish (ଆଲୋଚନାଅବଦାନ)

@Laxmikanta ୫ଟି ନୁହେଁ ୨ଟି ଅଛି ଆଉ ଉପରେ ସୌମେନ୍ଦ୍ର ଲେଖିଥିବା କାରଣ ପାଇଁ ଅଛି । କାରଣ ଯଥାଯଥ ଆଉ କୌଣସି ଅସୁବିଧା ନାହିଁ । "ଗ" ଶ୍ରେଣୀରେ ଦେଖଉଥିବା ଅନେକ ପ୍ରସଙ୍ଗ ନାମ ଆଉଗୋଟେ ପ୍ରସଙ୍ଗକୁ ଲେଉଟାଇ ଦିଆଯାଇଥାଏ (redirected) । ଏ କ୍ଷେତ୍ରରେ ସେଇଆ ହୋଇଛି । ତେଣୁ ଏ ଦୁଇଟି ପ୍ରସଙ୍ଗରେ କୌଣସି ଅସୁବିଧା ନାହିଁ । ତେବେ ସତରେ ଯଦି ଏକା ପ୍ରସଙ୍ଗ ଏକାଧିକ ଥର ରହିଛି ତାକୁ ଏଠାରେ ତାଲିକାବଦ୍ଧ କରନ୍ତୁ । ତାକୁ ସଜାଡ଼ିବା ବାଟ ହେଲା ଯେଉଁ ପ୍ରସଙ୍ଗର ବନାନ ଠିକ ତାହା ରହିବ । ଏ କ୍ଷେତ୍ରରେ "ହେଲେବି" ଭୁଲ ଆଉ "ହେଲେ ବି" ଠିକ । ତେଣୁ "ହେଲେବି" ନ ଲିଭାଇ କେବଳ "ହେଲେ ବି"ରେ ସବୁ ତଥ୍ୟ ରଖାଯାଇଛି ଆଉ "ହେଲେବି"ରୁ "ହେଲେ ବି"କୁ ପୃଷ୍ଠାକୁ ଲେଉଟାଇଦିଆଯାଇଛି ।

Laxmikanta (ଆଲୋଚନାଅବଦାନ)

ସନ୍ଦେହ ଦୁର କରିଥିବାରୁ ଅଶେଷ ଧନ୍ଯବାଦ |

"ଗୋଟିଏ ବିଷୟରେ ଏକରୁ ଅଧିକ ଲେଖା ଅଛି |"ଙ୍କୁ ଉତ୍ତର