ଉଇକିପିଡ଼ିଆ:ଉଇକିପତ୍ରିକା/ଜୁଲାଇ୨୦୧୬

ଉଇକିପିଡ଼ିଆ ରୁ
Jump to navigation Jump to search
ଉଇକିଶିଖା, ସଞ୍ଚାର ... ଏକ ନୂଆ ଆଶାର ।
ଓଡ଼ିଆ ଉଇକିପିଡ଼ିଆର ଚତୁର୍ଦ୍ଦଶ ଜନ୍ମତିଥି
ପ୍ରକାରତ୍ରୈମାସିକ
ଗଢ଼ଣଇ-ପତ୍ରିକା
ମାଲିକଓଡ଼ିଆ ଉଇକିପିଡ଼ିଆ
ପ୍ରତିଷ୍ଠାତାଓଡ଼ିଆ ଉଇକିପିଡ଼ିଆ
ଭାଷାଓଡ଼ିଆ
ମୁଖ୍ୟାଳୟଓଡ଼ିଶା
ୱେବସାଇଟor.wikipedia.org

ଜୟ ଜଗନ୍ନାଥ, ଓଡ଼ିଆ ଉଇକିପିଡ଼ିଆ : ଓଡ଼ିଆ ଭାଷାର ନୂତନ ଆଶା । ଆପଣଙ୍କୁ ପାଛୋଟି ନେଉଛି ଉଇକିପତ୍ରିକା : ଉଇକିଶିଖା ।

ସମ୍ପାଦକୀୟ[ସମ୍ପାଦନା]

ମାତୃଭୂମି ମାତୃଭାଷାର ମମତା ଯା' ହୃଦେ ଜନମି ନାହିଁ,
ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ।।

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଏହି ପଦ୍ୟାଂଶରେ ମାତୃଭୂମି ଓ ମାତୃଭାଷାର ଜୟଗାନ ଝଙ୍କୃତ ହୋଇଛି । ମାନବ ହୃଦୟରେ ନିଜ ମାତୃଭାଷାର ସ୍ଥାନ ହିଁ ତା' ଜ୍ଞାନର ପ୍ରକୃତ ପରିଚୟ । ଇତିହାସର ବକ୍ଷରେ ଦିନେ ଏକ ଗୌରବମୟ ପ୍ରଦେଶ ଥିଲା କଳିଙ୍ଗ । ମଧୁସୂଦନ ଦାସଙ୍କ ଭଳି ଜାତି ପ୍ରେମ ପ୍ରତି ସମର୍ପିତ ମହିଷୀମାନଙ୍କ ନିରବଚ୍ଛିନ୍ନ ସାଧନା ଫଳରେ ଭାରତବର୍ଷର ପୂର୍ବୋପକୂଳରେ ଗଢ଼ି ଉଠିଥିଲା ସ୍ୱତନ୍ତ୍ର ରାଜ୍ୟ ଉତ୍କଳ । କାଳକ୍ରମେ ସେହି ଉତ୍କଳ ଓଡ଼ିଶାରେ ପରିଣତ ହୋଇଥିଲା । ବୀରା ଉତ୍କଳମାତାର କୋଳରେ ଜନ୍ମ ନେଇଥିବା ଓଡ଼ିଶାବାସୀଙ୍କ ମାତୃଭାଷା ଓଡ଼ିଆ

ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ନିଜର ଯାତ୍ରା ଆରମ୍ଭ କରିଥିବା ଓଡ଼ିଆ ଭାଷା ହେଉଛି ଓଡ଼ିଶାର ସ୍ଥାନୀୟ ତଥା ମୁଖ୍ୟ ପ୍ରଶାସନିକ ଭାଷା ଏବଂ ପଡ଼ୋଶୀ ଝାଡ଼ଖଣ୍ଡର ଦ୍ୱିତୀୟ ପ୍ରଶାସନିକ ଭାଷା । ଭାରତ ସମ୍ବିଧାନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୨୨ ଗୋଟି ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ । ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଛତିଶଗଡ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟର ଅନେକ ଅଞ୍ଚଳରେ ଓଡ଼ିଆ ଭାଷାର ଛାପ ସୁସ୍ପଷ୍ଟ । ଓଡ଼ିଶାବାସୀଙ୍କ ଘର ଚଟାଣରୁ ଉଠି ପୃଥିବୀର ଦୀର୍ଘତମ ଲିଖିତ ସମ୍ବିଧାନରେ ନିଜର ସ୍ଥାନ ସୁନିଶ୍ଚିତ କରିବା ପରେ ବର୍ତ୍ତମାନ ଇଣ୍ଟରନେଟ ଜରିଆରେ ନିଜ କାୟା ବିସ୍ତାର କରିଛି ଓଡ଼ିଆ । ଆଜି ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ଅଧିକାଂଶ ଜ୍ଞାନ ପିପାସୁଙ୍କ ମୁଖରେ ଓଡ଼ିଆ ଉଇକିପିଡ଼ିଆ ଏକ ଜଣାଶୁଣା ନାମ ।

ସଂକ୍ଷେପରେ ଓଡ଼ିଆ ଉଇକିପିଡ଼ିଆ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ହେଉଛି ଏକ ଖୋଲା ଜ୍ଞାନକୋଷ । ଏହା ଇଂରାଜୀ ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ କହିଲେ ଭୁଲ୍ ହେବନାହିଁ । ଜିମି ୱେଲ୍ସ୍ ଓ ଲ୍ୟାରୀ ସାଙ୍ଗରଙ୍କ ଦ୍ୱାରା ୨୦୦୧ ମସିହାରେ ଆରମ୍ଭ କରାଯାଇଥିବା ତଥା ଏକ ଅଣଲାଭକାରୀ ସଂଘ ଉଇକିମିଡ଼ିଆ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ଏହି ପ୍ରକଳ୍ପ ଅଜକୁ ପ୍ରାୟ ୧୫ ବର୍ଷ ହେବ ଦେଶ ବିଦେଶର ବିଭିନ୍ନ ବ୍ୟକ୍ତିଙ୍କୁ ବିଭିନ୍ନ ବିଷୟ ଉପରେ ନିର୍ଭୁଲ ତଥା ବିଶ୍ୱାସଯୋଗ୍ୟ ତଥ୍ୟ ପ୍ରଦାନ କରି ଆସୁଛି । ୨୯୨ଟି ଭାଷାରେ ନିଜକୁ ସମୃଦ୍ଧ କରିପାରିଥିବା ଏହି ଉଇକିପିଡ଼ିଆ ପ୍ରାୟ ୨୦ରୁ ଅଧିକ ଭାରତୀୟ ଭାଷାରେ ଉପଲବ୍ଧ । ଅନ୍ୟାନ୍ୟ ସଂସ୍କରଣ ଭଳି ଓଡ଼ିଆ ଉଇକିପିଡ଼ିଆ ମଧ୍ୟ ପୃଥିବୀର ସମସ୍ତ ପ୍ରାନ୍ତରେ ଥିବା ଯେ କୌଣସି ବ୍ୟକ୍ତିକୁ ଏକ ପ୍ରସଙ୍ଗ ସମ୍ବନ୍ଧରେ ଲେଖିବାର ସୁଯୋଗ ପ୍ରଦାନ କରିଥାଏ । ବର୍ତ୍ତମାନ ଏଥିରେ ପ୍ରତି ମାସରେ ପ୍ରାୟ ୪ଟି ନୂତନ ପ୍ରସଙ୍ଗ ଯୋଡା ଯାଉଛି । ଉଇକିପାଠାଗାର, ଉଇକିଅଭିଧାନ ଏବଂ ଉଇକିଡାଟା ହେଉଛି ଓଡ଼ିଆ ଉଇକିପିଡ଼ିଆର ସହଯୋଗୀ ପ୍ରକଳ୍ପ ।

ଓଡ଼ିଆ ଉଇକିପିଡ଼ିଆ କେବଳ ଓଡ଼ିଆ ଭାଷାର ପ୍ରଚାରକ ନୁହେଁ, ବରଂ ଆଜିର ଇଣ୍ଟରନେଟ ଯୁଗରେ ଓଡ଼ିଆ ଭାଷାକୁ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ପହଞ୍ଚାଇବା ଓ ପ୍ରତ୍ୟେକ ଜନମାନସରେ ଜ୍ଞାନର ପୃଷ୍ଠଭୂମିକୁ ଅଧିକରୁ ଅଧିକ ଶକ୍ତ କରିବା ପାଇଁ ଏହା ଏକ ଆହ୍ୱାନ । ବିଶ୍ୱର ପ୍ରତ୍ୟେକ କୋଣ, ଅନୁକୋଣ, ଇତିହାସ, ଭୂଗୋଳ, ସମାଜ, ସଂସ୍କୃତି, ପରମ୍ପରା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ରାଜନୀତି, ଭାଷା, ସଭ୍ୟତା ତଥା ସାହିତ୍ୟର ପ୍ରତ୍ୟେକଟି ଅଂଶକୁ ସହୃଦୟେ ଆଲିଙ୍ଗନ କରିବାକୁ ଏହା ସର୍ବଦା ତତ୍ପର । ଓଡ଼ିଶାର ଢିଙ୍କିଶାଳ ଠାରୁ ଆରମ୍ଭ କରି ପଖାଳ ଭାତ ପର୍ଯ୍ୟନ୍ତ, ଭାଗବତ ଟୁଙ୍ଗୀ ଠାରୁ ଆରମ୍ଭ କରି ଜଗନ୍ନାଥ ସଂସ୍କୃତି ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ପ୍ରଚଳିତ ତଥା ଓଡ଼ିଶାକୁ ଏକ ଅନନ୍ୟ ପ୍ରଦେଶ ଭାବେ ଗଢ଼ିତୋଳିଥିବା ପ୍ରତ୍ୟେକଟି ପ୍ରଥା ଓ ପରମ୍ପରାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ତଥା ବର୍ତ୍ତମାନର ଆଧୁନିକତା ଭିତରେ ଧୀରେ ଧୀରେ ହଜିଯାଉଥିବା ଓଡ଼ିଆ ଭାଷାର ଗାରୀମାକୁ ଉଜ୍ଜୀବିତ କରିବା ଓଡ଼ିଆ ଉଇକିପିଡ଼ିଆର ପ୍ରଧାନ ଲକ୍ଷ୍ୟ । ହଜାର ହଜାର ଓଡ଼ିଆ ଭାଷାଭାଷୀଙ୍କୁ ନିଜ ଭାଷାରେ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ସୁଯୋଗ ପ୍ରଦାନ କରିବା ଏହାର ସ୍ୱପ୍ନ ।

ଏକାର୍ଥରେ କହିବାକୁ ଗଲେ ଶିକ୍ଷାର ଅଗ୍ରଗତି କ୍ଷେତ୍ରରେ ଉଇକିପିଡ଼ିଆ ଏକ କ୍ରାନ୍ତି ଓ ସମସ୍ତ ଓଡ଼ିଆ ମାନଙ୍କ ପାଇଁ ଓଡ଼ିଆ ଉଇକିପିଡ଼ିଆ ଏହି କ୍ରାନ୍ତିର ଏକ ଜ୍ଵଳନ୍ତ ଉଦାହରଣ ।

ଅବଦାନକାରୀ[ସମ୍ପାଦନା]

ବିଶେଷ ପୃଷ୍ଠା[ସମ୍ପାଦନା]

  • ଜୁଲାଇ ୬
    ଆଷାଢ଼ ୨୨, ଶୁକ୍ଳପକ୍ଷ ଦ୍ଵିତୀୟା, ପୁଷ୍ୟା କର୍କଟ
    ଶ୍ରୀ ଗୁଣ୍ଡିଚା : ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ନିଜ ଜନ୍ମସ୍ଥାନକୁ ଯାତ୍ରା । (ଅଧିକ ଜାଣନ୍ତୁ : ରଥଯାତ୍ରା )
    ଇଦ୍-ଉଲ୍-ଫିତର୍ : ପବିତ୍ର ଇସଲାମ୍ ମାସ 'ରାମ୍‌ଜାନ୍' ଶେଷରେ ବିଶ୍ଵବ୍ୟାପୀ ମୁସଲିମ୍‌ମାନଙ୍କ ଦ୍ଵାରା ପାଳନ କରାଯାଉଥିବା ପର୍ବ । (ଅଧିକ ଜାଣନ୍ତୁ : ଇଦ୍-ଉଲ୍-ଫିତର୍)
  • ଜୁଲାଇ ୧୯
    ଶ୍ରାବଣ ୪, ପୂର୍ଣ୍ଣିମା, ପୂର୍ବାଷାଢ଼ା ଧନୁ
    ବ୍ୟାସ ପୂର୍ଣ୍ଣିମା / ଗୁରୁପୂଜା : ବ୍ୟାସଦେବଙ୍କ ଜନ୍ମଦିବସ । (ଅଧିକ ଜାଣନ୍ତୁ : ଗୁରୁ ପୂର୍ଣ୍ଣିମା)
  • ଅଗଷ୍ଟ ୧୫
    ଶ୍ରାବଣ ୩୧, ଶୁକ୍ଳପକ୍ଷ ଦ୍ୱାଦଶୀ, ପୂର୍ବାଷାଢ଼ା ଧନୁ
    ସ୍ଵାଧୀନତା ଦିବସ : ପ୍ରାୟ ଦୀର୍ଘ ୨୦୦ ବର୍ଷର ପରାଧୀନତାର ଶୃଙ୍ଖଳ ଚ୍ଛିନ୍ନ କରି ଭାରତବର୍ଷ ଏହି ଦିନ ସ୍ଵାଧୀନତା ପାଇଥିଲା । (ଅଧିକ ଜାଣନ୍ତୁ : ସ୍ଵାଧୀନତା ଦିବସ‌ (ଭାରତ))
  • ଅଗଷ୍ଟ ୧୮
    ଭାଦ୍ରବ ୩, ପୂର୍ଣ୍ଣିମା, ଧନିଷ୍ଠା ମକର
    ଗ‌ହ୍ମା ପୂର୍ଣ୍ଣିମା / ରକ୍ଷା ବନ୍ଧନ : ବଳଭଦ୍ରଙ୍କ ଜନ୍ମୋତ୍ସବ । (ଅଧିକ ଜାଣନ୍ତୁ : ରାକ୍ଷୀ ପୂର୍ଣ୍ଣିମା)
  • ଅଗଷ୍ଟ ୨୪
    ଭାଦ୍ରବ ୯, କୃଷ୍ଣପକ୍ଷ ସପ୍ତମୀ, ଦ୍ୱିଜା ମେଷ
    ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ : ଯଶୋଦା ନନ୍ଦନ, ଦେବକୀ ସୂତ, ଲୀଳାମୟୀ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । (ଅଧିକ ଜାଣନ୍ତୁ : ଜନ୍ମାଷ୍ଟମୀ)
  • ସେପ୍ଟେମ୍ବର ୫
    ଭାଦ୍ରବ ୨୧, ଶୁକ୍ଳପକ୍ଷ ଚତୁର୍ଥୀ, ଚିତ୍ରା କନ୍ୟା
    ଗଣେଶ ଚତୁର୍ଥୀ : ବିଦ୍ୟାଦାତା ଗଣେଶଙ୍କ ଜନ୍ମୋତ୍ସବ । (ଅଧିକ ଜାଣନ୍ତୁ : ଗଣେଶ ପୂଜା)
    ଗୁରୁ ଦିବସ : ଶିକ୍ଷକ ସମାଜ ପାଇଁ ଉତ୍ସର୍ଗୀକୃତ, ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ । (ଅଧିକ ଜାଣନ୍ତୁ : ଗୁରୁ ଦିବସ)
  • ସେପ୍ଟେମ୍ବର ୬
    ଭାଦ୍ରବ ୨୨, ଶୁକ୍ଳପକ୍ଷ ପଞ୍ଚମୀ, ସ୍ଵାତୀ ତୁଳା
    ନୂଆଖାଇ : ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଥିବା ଏକ କୃଷିଭିତ୍ତିକ ପର୍ବ । (ଅଧିକ ଜାଣନ୍ତୁ : ନୂଆଖାଇ)
  • ସେପ୍ଟେମ୍ବର ୧୨
    ଭାଦ୍ରବ ୨୮, ଶୁକ୍ଳପକ୍ଷ ଦଶମୀ, ପୂର୍ବାଷାଢା ଧନୁ
    ଇଦୁଜ୍ଜୁହା : ତ୍ୟାଗର ପ୍ରତୀକ ରୂପେ ମୁସ୍‌ଲିମ୍‌ମାନଙ୍କ ଦ୍ୱାରା ପାଳନ କରାଯାଉଥିବା ପର୍ବ । କିମ୍ବଦନ୍ତୀ କୁହେ, ଏକଦା ମୁସ୍‌ଲିମ୍‌ମାନଙ୍କ ଧର୍ମଗୁରୁ ପ୍ରଫେଟ୍ ଇବ୍ରାହିମ୍ ଆଲ୍ଲ୍‌ହାଙ୍କ ଆଦେଶରେ ନିଜ ପୁଅକୁ ଉତ୍ସର୍ଗ କରିବା ପାଇଁ ରାଜି ହୋଇଯାଇଥିଲେ । ତାଙ୍କର ଏହି ତ୍ୟାଗକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲ୍‌ମାନ୍‌ମାନେ ଏହି ଦିନ ଏକ ଛେଳିକୁ ବଳି ଦେଇଥାନ୍ତି । (ଅଧିକ ଜାଣନ୍ତୁ : ଇଦୁଜ୍ଜୁହା)
  • ସେପ୍ଟେମ୍ବର ୧୬
    ଆଶ୍ଵିନ ୧, ପୂର୍ଣ୍ଣିମା, ଶତଭିଷା କୁମ୍ଭ
    ଭାଗବତ ଜନ୍ମ : ଶ୍ରୀମଦ୍ ଭାଗବତ ମହାପୁରାଣର ସୃଷ୍ଟି ତ‌ଥା ରଚନା ଉପଲକ୍ଷେ ହିନ୍ଦୁମାନ‌ଙ୍କ ଦ୍ୱାରା ପାଳିତ ଉତ୍ସବ । (ଅଧିକ ଜାଣନ୍ତୁ : ଭାଗବତ ଜନ୍ମ)
    ବିଶ୍ୱକର୍ମା ପୂଜା : ସମୁଦ୍ର ମନ୍ଥନରୁ ଜାତ ଦେବଲୋକର ସ୍ଥପତି ଦେବତା ବିଶ୍ୱକର୍ମାଙ୍କ ଜନ୍ମୋତ୍ସବ । (ଅଧିକ ଜାଣନ୍ତୁ : ବିଶ୍ୱକର୍ମା)
  • ସେପ୍ଟେମ୍ବର ୩୦
    ଆଶ୍ଵିନ ୧୫, ଅମାବାସ୍ୟା, ଉତ୍ତରା କନ୍ୟା
    ମହାଳୟା : ହିନ୍ଦୁମାନଙ୍କ ଦ୍ଵାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ କରାଯାଉଥିବା ଶ୍ରାଦ୍ଧକର୍ମ । (ଅଧିକ ଜାଣନ୍ତୁ : ମହାଳୟା)

ବିଶିଷ୍ଟ ବ୍ୟକ୍ତିତ୍ଵ[ସମ୍ପାଦନା]

ଗଜପତି ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେବ

ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତ‌ଥା ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ (ଜନ୍ମ- ୧୮୯୨ ମସିହା ଅପ୍ରେଲ୍ ମାସ ୨୬ ତାରିଖ), ସ୍ଵତନ୍ତ୍ର ଓଡ଼ିଶା ରାଜ୍ୟ ଆନ୍ଦୋଳନର ଜଣେ ମୁଖ୍ୟ ସେରୋଧା ଥିଲେ । ଦକ୍ଷିଣ ଓଡ଼ିଶାର ପ୍ରଥମ ସ୍ନାତକ ହେବାର ଗୌରବ ଅର୍ଜନ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର, ୧୯୧୩ ମସିହାରେ ଖରସୁଆଁ ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିବା ସ‌ହ ତାଙ୍କର ଜମିଦାରୀ ପରିଚାଳନା ଦାୟିତ୍ୱ ଓ ଶାସନ ଭାର ଗ୍ରହଣ କରିଥିଲେ । ସେହିଦିନଠାରୁ ନିଜ ପ୍ରଜାମାନ‌ଙ୍କ ଉନ୍ନତି କଳ୍ପେ ସେ ଉଦ୍ୟମ ଆରମ୍ଭ କରିଦେଇଥିଲେ ।

୧୯୧୪ ମସିହାରେ କୃଷ୍ଣଚନ୍ଦ୍ର ଗଜପତି ପାରଳାଖେମୁଣ୍ଡିଠାରେ ଉତ୍କଳ ଇଉନିୟନ୍ କନ୍‌ଫରେନ୍ସ୍‌ର ବାର୍ଷିକ ଅଧିବେଶନର ଆୟୋଜନ କରିଥିଲେ । ସେଠାରେ ଓଡ଼ିଶାର ଅନ୍ୟ ନେତୃବୃନ୍ଦଙ୍କ ସ‌ହିତ ତାଙ୍କର ପରିଚୟ ହୋଇଥିଲା । ରୂପେ ନିଯୁକ୍ତ କରିଥିଲେ । ସେତେବେଳେ ସେ କମିଶନ୍‌ର ସଦସ୍ୟ ରୂପେ ପାଉଥିବା ଦରମାକୁ କୃଷିର ଉନ୍ନତି ଦିଗରେ ଗବେଷଣା କରିବା ପାଇଁ ଖର୍ଚ କରୁଥିଲେ ।

୧୯୧୪ ମସିହାରେ ପାରଳାଖେମୁଣ୍ଡି ଠାରେ ଆୟୋଜିତ ଉତ୍କଳ ସମ୍ମିଳନୀରେ, ସେ ଭାଷା ଭିତ୍ତିକ ଓଡ଼ିଶା ରାଜ୍ୟ ଗଠନର ମୂଳଦୁଆ ପକାଇଥିଲେ । ୧୯୨୮ ମସିହାରେ ସାଇମନ୍ କମିଶନ୍ ଓଡ଼ିଶା ପରିଦର୍ଶନ କରିବାକୁ ଆସିଥିବା ସମୟରେ, କୃଷ୍ଣଚନ୍ଦ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଏବଂ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ କରିବା ପାଇଁ ପଦକ୍ଷେପ ନେବାକୁ ସାଇମନ୍ କମିଶନ୍ ଆଗରେ ଅକାଟ୍ୟ ଦାବି ଉପସ୍ଥାପନ କରିଥିଲେ । ୧୯୩୦ ମସିହାରେ ସେ ଗଞ୍ଜାମ ନିର୍ବାଚନ ମଣ୍ଡଳୀରୁ ମାନ୍ଦ୍ରାଜ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହି ବର୍ଷ ତାଙ୍କୁ ଲଣ୍ଡନଠାରେ ବସୁଥିବା ଗୋଲଟେବୁଲ ବୈଠକର ସଭ୍ୟ ରୂପେ ମନୋନୀତ କରାଯାଇଥିଲା । ସେ ଲଣ୍ଡନଠାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଓଡ଼ିଶା ସ‌ହ ମିଶାଇବାକୁ ଦୃଢ଼ ଦାବି ଜଣାଇଥିଲେ । ସେଠାରେ ସେ ଇଂଲଣ୍ଡର ବୈଦେଶିକ ମନ୍ତ୍ରୀ ସାମୁଏଲ୍ ହୋର୍‌ଙ୍କ ସ‌ହିତ ଆଲୋଚନା କରି ଓଡ଼ିଶାର ଯୁକ୍ତିଯୁକ୍ତ ଦାବି ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ତାଙ୍କର କ୍ରମାଗତ ଦାବି ଫଳରେ ଓଡ଼ିଶା ବିବାଦର ଅବସାନ ଘଟାଇବା ପାଇଁ ଏକ ସୀମା ନିର୍ଦ୍ଧାରଣ କମିଟି ନିଯୁକ୍ତ କରିବାକୁ ଇଂରେଜ ସରକାର ବାଧ୍ୟ ହୋଇଥିଲେ । ୧୯୩୧ ମସିହାରେ ସାମୁଏଲ୍ ହୋର୍ ଓ ଡନେଲ୍‌ଙ୍କ ନେତୃତ୍ୱରେ ଗଠିତ ଏହି ସୀମା ନିର୍ଦ୍ଧାରଣ କମିଟି ଆଗରେ କୃଷ୍ଣଚନ୍ଦ୍ର ଓଡ଼ିଶାର ଏକତ୍ରୀକରଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତେବେ ଡନେଲ୍ ପାରଳାଖେମୁଣ୍ଡିକୁ ପ୍ରସ୍ତାବିତ ଓଡ଼ିଶା ସ‌ହ ମିଶାଇବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ । ଏହି ପରିପ୍ରେକ୍ଷୀରେ କୃଷ୍ଣଚନ୍ଦ୍ର ୧୯୩୨ ମସିହା ଅଗଷ୍ଟ ମାସ ୨୧ ତାରିଖ ଦିନ ବ୍ରହ୍ମ‌ପୁରଠାରେ ଉତ୍କଳ ଇଉନିୟନ୍ କନ୍‌ଫରେନ୍ସ୍‌‌ର ଏକ ଜରୁରୀ ବୈଠକ ଡକାଇ ଏ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଏକମାତ୍ର ନେତା ଭାବରେ ଭାଇସ୍‌ରାୟ୍‌ଙ୍କୁ ଭେଟିବା ପାଇଁ ମନୋନୀତ କରାଯାଇଥିଲା । ୧୯୩୨ ମସିହା ସେପ୍ଟେମ୍ବର ମାସ ୧୭ ତାରିଖ ଦିନ ତାଙ୍କ ନେତୃତ୍ୱରେ ଓଡ଼ିଶାର କେତେକ ନେତୃବୃନ୍ଦ ସିମଳାଠାରେ ତ‌ତ୍କାଳୀନ ଭାଇସ୍‌ରାୟ୍ ଲର୍ଡ଼୍‌ ଉଇଲିଙ୍ଗ୍‌ଡନ୍‌ଙ୍କୁ ଭେଟିଥିଲେ । ଏହି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଅଧିକ ଦାବି ଉପସ୍ଥାପନ କରିବା ପାଇଁ ସେତେବେଳେ ଲଣ୍ଡନଠାରେ ଥିବା ଖଲ୍ଲିକୋଟ ରାଜାଙ୍କୁ କୃଷ୍ଣଚନ୍ଦ୍ର ଗଜପତି ପତ୍ର ଲେଖି ଜଣାଇଥିଲେ ।



(ଅଧିକ ଜାଣନ୍ତୁ : କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ)

ଓଡ଼ିଆ ଉଇକିପିଡିଆର ଇତିହାସ : ଭାଗ ୧[ସମ୍ପାଦନା]

Odia-Wikipedia-long.svg


ଓଡ଼ିଆ ଉଇକିପିଡ଼ିଆ (ଅଥବା ଓଡ଼ିଆ ୱିକିପିଡ଼ିଆ ବା orwiki), ମୁଖ୍ୟତଃ ଇଂରାଜୀ ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଇଣ୍ଟରନେଟରେ ଓଡ଼ିଆ ଭାଷାରେ ଜ୍ଞାନ ବିତରଣ କରୁଥିବା ଏକ ମାଗଣା ଜ୍ଞାନକୋଷ । ଭାଷାର ଉନ୍ନତି ପାଇଁ ଓଡ଼ିଆ ଉଇକିପିଡ଼ିଆ ପ୍ରକଳ୍ପଟି ୩ ଜୁନ ୨୦୦୨ ମସିହାରେ, ପଞ୍ଜାବି ଓ ଅସମୀୟା ସହ ଭାରତୀୟ ଭାଷାର ପ୍ରଥମ ଉଇକିପିଡ଼ିଆ ଭାବେ ଆରମ୍ଭ ହୋଇଥିଲା ।

ମାତ୍ର ପ୍ରଥମ ପର୍ଯ୍ୟାୟରେ ଏଥିରେ ସେପରି କୌଣସି ଆଖିଦୃଶିଆ ଅଗ୍ରଗତି ହୋଇ ନ ଥିଲା । ପ୍ରଚାର, ପ୍ରସାରର ଅଭାବ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପଛୁଆ ରହିବା ଏହାର ମୁଖ୍ୟ କାରଣ ଥିଲା । ଯାହାର ନିଦର୍ଶନ ସ୍ୱରୂପ ୨୦୧୧ ବେଳକୁ ଦୀର୍ଘ ୯ ବର୍ଷ ମଧ୍ୟରେ ଏଥିରେ ମାତ୍ର ୧୦୦୦ଟି ପ୍ରସଙ୍ଗ ସ୍ଥାନ ପାଇଥିଲା । ମାତ୍ର ମାର୍ଚ୍ଚ ୨୦୧୨ ସୁଦ୍ଧା ଏଥିରେ ସମୁଦାୟ ୨୩୬୭ଟି ପ୍ରସଙ୍ଗ ସ୍ଥାନ ପାଇଲା, ଯାହା ଫଳରେ ଏହା ବିଶ୍ୱର ୨୪୦ଟି ଭାଷା ମଧ୍ୟରୁ ଅଧିକ ଲେଖା ଥିବା କ୍ରମରେ ୧୭୬ ନଂ ସ୍ଥାନକୁ ଉନ୍ନୀତ ହୋଇପାରିଥିଲା ।

ଓଡ଼ିଆରେ ଟାଇପ କରିବା ଓ ପଢ଼ିବା ସେତେ ସହଜ ନଥିଲା । ଇଉନିକୋଡ଼ ବାହାରିବା ପର୍ଯ୍ୟନ୍ତ ଏହି ଅସୁବିଧା ଲାଗି ରହିଥିଲା । କିଛି ବର୍ଷପରେ ସମସ୍ତ ଓଡ଼ିଆ ଅକ୍ଷରକୁ ଏକାଠି କରି ଇଉନିକୋଡ଼ ଲିପି (ଫଣ୍ଟ) ତିଆରି ହେଲା । ଓଡ଼ିଆ ଇଉନିକୋଡ଼ରେ ଥିବା ପଢ଼ିବା ଓ ଲେଖିବା ଅସୁବିଧାଗୁଡ଼ିକୁ ସୁଧାରିବା ପରେ ବର୍ତ୍ତମାନ ଏହା ବ୍ୟବହାରକାରୀମାନଙ୍କ ପାଇଁ ବହୁତ ସହଜ ହୋଇପାରିଛି । ମାଲାୟାଲମ ଉଇକିଆଳି ଜୁନେଦଙ୍କ ଉଦ୍ୟମ ଫଳରେ ଓଡ଼ିଆରେ ଟାଇପ କରିବା ଟୁଲଟି ତିଆରି କରାଯାଇଛି ଯାହା ଅବଦାନକାରୀଙ୍କୁ ସହଜରେ ଟାଇପ କରିବାରେ ସାହାଯ୍ୟ କରୁଅଛି । ଓଡ଼ିଆ ଉଇକିପିଡ଼ିଆରେ ଆଗରୁ ସେତେ ବେଶି କାମ ହୋଇନାହିଁ, ତେବେ ଯେହେତୁ ଏହାର ବିକାଶ ଏଇମାତ୍ର ଆରମ୍ଭ ହୋଇଛି ତେଣୁ ଉତ୍ତମ ମାନର ଲେଖା ଦ୍ୱାରା ହିଁ କେବଳ ଏହାକୁ ଉନ୍ନତ ଉଇକିପିଡ଼ିଆଙ୍କ ଭିତରେ ଗଣାଯାଇପାରିବ ।

ଅବଦାନ ପାଇଁ କୌଣସି ଆର୍ଥିକ ସାହାଯ୍ୟର ବ୍ୟବସ୍ଥା ନ ଥିଲେ ମଧ୍ୟ କେତେଜଣ ମାତୃଭାଷା ପ୍ରେମୀ ବ୍ୟକ୍ତିବିଶେଷଙ୍କ ପାଇଁ ଓଡ଼ିଆ ଉଇକିପିଡ଼ିଆ ଆଜି ସମୃଦ୍ଧିର ସହ ଉନ୍ନତି ପଥରେ ଆଗେଇ ଚାଲିଛି । ତେବେ ୨୦୦୨ ରୁ ୨୦୧୧ ମସିହା ଓଡ଼ିଆ ଉଇକିପିଡ଼ିଆ ପାଇଁ କଠିନ ସମୟ ଥିଲା । ସେହି ସମୟରେ ପ୍ରକଳ୍ପର ମଙ୍ଗ ଧରିଥିବା ଉଇକିଆଳିଙ୍କ କଠିନ ସାଧନା ଓ ପରିଶ୍ରମ ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ବୋଲି କହିଲେ ଭୁଲ ହେବ ନାହିଁ । ସେହି ପରିଶ୍ରମର ମୂଲ୍ୟ ସ୍ୱରୂପ ଆଜି ଓଡ଼ିଆ ଭାଷାରେ ମୋଟ ୧୦,୬୫୯ଟି ପ୍ରସଙ୍ଗ ଅଛି ଯାହା ୬୮ ଜଣ ସଚଳ ସଭ୍ୟ ଏବଂ ୧୧,୭୨୨ ଜଣ ବ୍ୟବହାରକାରୀଙ୍କ ଦ୍ଵାରା ସମ୍ପାଦିତ ହେଉଛି ।

କାର୍ଯ୍ୟକ୍ରମ,କର୍ମଶାଳା ଓ ଫଳାଫଳ[ସମ୍ପାଦନା]

ଅପ୍ରେଲ[ସମ୍ପାଦନା]

' ୩୩ ' ଜଣ ନୂଆ ଉଇକିଆଳି ଯୋଗଦାନ କରିଥିଲେ ।

୮ ମାର୍ଚ୍ଚରୁ ୭ ଅପ୍ରେଲ[ସମ୍ପାଦନା]

କାର୍ଯ୍ୟକ୍ରମ[ସମ୍ପାଦନା]
  • 'ଆନ୍ତର୍ଜାତୀୟ ମହିଳା ମାସ ଗଣ ସମ୍ପାଦନା' ଆୟୋଜିତ ହୋଇଥିଲା ।
  • ଏଥିରେ ୧୦ ଜଣ ଉଇକିଆଳି ଯୋଗ ଦେଇଥିଲେ ।
ଫଳାଫଳ[ସମ୍ପାଦନା]
  • ୧୫ଟି ନୂତନ ପ୍ରସଙ୍ଗ ଗଢାଯିବା ସହ ୪ଟି ପୁରୁଣା ପ୍ରସଙ୍ଗର ଉଇକିକରଣ କରାଯାଇଥିଲା ।
  • ରାଜଲକ୍ଷ୍ମୀ ମିଶ୍ର ସର୍ବାଧିକ ୪ଟି ପ୍ରସଙ୍ଗରେ ନିଜ ଅବଦାନ ରଖିଥିଲେ ।
  • ଏହି ଗଣ ସମ୍ପାଦନା ସମୟରେ ରାଜଲକ୍ଷ୍ମୀଙ୍କ ଦ୍ଵାରା ଲିଖିତ 'ଆନିବେଶାନ୍ତ' ପ୍ରସଙ୍ଗଟି ଓଡିଆ ଉଇକିପିଡିଆରେ ଥିବା ପ୍ରଥମ ୧୦ ଟି ଲମ୍ବା ପୃଷ୍ଠା ମଧ୍ୟରେ ସ୍ଥାନ ପାଇଥିଲା ।

ମଇ[ସମ୍ପାଦନା]

' ୨୪ ' ଜଣ ନୂଆ ଉଇକିଆଳି ଯୋଗଦାନ କରିଥିଲେ ।

କାର୍ଯ୍ୟକ୍ରମ[ସମ୍ପାଦନା]

  • ଏକ ଛୋଟିଆ ମେଳଣରେ ଓଡ଼ିଆ ଉଇକିପିଡ଼ିଆର ୧୪ଶ ଜନ୍ମଦିବସ କିପରି ପାଳନ କରାଯିବ ଓ ଏହି ଅବସରରେ କଣ କାର୍ଯ୍ୟକ୍ରମ ରଖାଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ଉଇକିଆଳି ଶିତିକଣ୍ଠ ଦାଶ, ନୂତନ ଉଇକିଆଳିମାନଙ୍କୁ ମିଡିଆ ଉଇକି ବିଷୟରେ ତାଲିମ୍ ଦେବାକୁ ପ୍ରସ୍ତାବ ରଖିଥିଲେ । ଉଇକିଆଳି ଡଃ. ସୁବାସ ଚନ୍ଦ୍ର ରାଉତ ଓ ଜ୍ଞାନରଞ୍ଜନ ସାହୁ ଉଇକି କଥା ପ୍ରକଳ୍ପର ପରିଚାଳନା ବିଷୟରେ ମତ ରଖିଥିଲେ ।
  • ଉଇକିଆଳି ଶୈଳେଶ ପଟ୍ଟନାୟକ ପୁରୀରେ ଆୟୋଜିତ ଏକ ସାଧାରଣ ସଭାରେ ଓଡ଼ିଆ ଉଇକିପିଡ଼ିଆ ବିଷୟରେ ସାଧାରଣ ଲୋକଙ୍କୁ ଜଣାଇଥିଲେ ।

ଫଳାଫଳ[ସମ୍ପାଦନା]

ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଆ ଉଇକିପିଡ଼ିଆର ଜନ୍ମୋତ୍ସବ ସହିତ ଏକ ଦୁଇ ଦିନିଆ କର୍ମଶାଳା ସୁଚାରୁ ରୂପେ ସଙ୍ଗଠିତ ହୋଇଥିଲା ।

ଜୁନ[ସମ୍ପାଦନା]

' ୫୪ ' ଜଣ ନୂଆ ଉଇକିଆଳି ଯୋଗଦାନ କରିଥିଲେ ।

୫ ଓ ୬[ସମ୍ପାଦନା]

କାର୍ଯ୍ୟକ୍ରମ[ସମ୍ପାଦନା]

ଓଡ଼ିଆଉଇକିର ଚତୁର୍ଦ୍ଦଶ ଜନ୍ମତିଥି ପାଳନ ଅବସରରେ "ଇନ୍‌ଷ୍ଟିଚ୍ୟୁଟ୍ ଅନ୍ ମ୍ୟାନେଜମେଣ୍ଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ଏକ୍ସଟେନ୍‌ସନ୍" ରେ ଦୁଇ ଦିନ ଧରି ଏକ କର୍ମଶାଳା ଆୟୋଜିତ ହୋଇଥିଲା ।

  • ପ୍ରଥମ ଦିନ ୩୦ ଜଣ ଓ ଦ୍ଵିତୀୟ ଦିନ ୩୫ ଜଣ ଉଇକିଆଳି ଯୋଗ ଦେଇଥିଲେ ।
  • ଏଥିରେ ନୂଆ ଓ ପୁରୁଣା ଉଇକିଆଳିଙ୍କ ପାଇଁ ଏକ କର୍ମଶାଳାର ଆୟୋଜନ ମଧ୍ୟ ହୋଇଥିଲା ।
  • "ସି.ଆଇ.ଏସ୍" ତରଫରୁ ତନଭୀର୍ ହସନ୍ଟିଟୋ ଦତ୍ତ ଏହି କର୍ମଶାଳାରେ ଯୋଗଦାନ କରି ଉଇକିଆଳିମାନଙ୍କୁ ତାଲିମ୍ ତଥା ଅନେକ ଇନ୍ନତିମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।
  • ଦ୍ଵିତୀୟ ଦିନରେ ବିଶିଷ୍ଟ ସାହିତ୍ୟିକ ଓ ଅଧ୍ୟାପକ ଦାଶ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଉଇକିଆଳିଙ୍କୁ ସମ୍ମାନୀତ କରିଥିଲେ ।
  • ଡ଼ଃ ସୁବାଷ ଚନ୍ଦ୍ର ରାଉତ , ଯେ କି ଚିକିତ୍ସା ବିଜ୍ଞାନ ଉଇକିପ୍ରକଳ୍ପରେ ସର୍ବାଧିକ ପ୍ରସଙ୍ଗ ଅବଦାନ ରଖିବାର ବିରଳ କୃତିତ୍ଵ ଅର୍ଜନ କରିଛନ୍ତି , ସ୍ଵତନ୍ତ୍ର ଭାବେ ସମ୍ମାନୀତ ହୋଇଥିଲେ ।
ଫଳାଫଳ[ସମ୍ପାଦନା]
  • କର୍ମଶାଳା ହେତୁ ଉଇକିଆଳିମାନେ ସମ୍ପାଦନା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧନ ସହିତ ଅନେକ ନୂଆ ଜିନିଷ ମଧ୍ୟ ଶିଖିବାକୁ ପାଇଥିଲେ ।
  • ଆସନ୍ତା ବର୍ଷ ପାଇଁ ନୂତନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା ।
  • ଆଞ୍ଚଳିକ ଉଇକିଟୁଙ୍ଗୀରେ ହେଉଥିବା ସମସ୍ୟା ଓ ତା'ର ସମାଧାନ ସମ୍ବନ୍ଧରେ ଆଲୋଚନା ହୋଇଥିଲା ।

୧୨[ସମ୍ପାଦନା]

କାର୍ଯ୍ୟକ୍ରମ[ସମ୍ପାଦନା]
  • ଭୁବନେଶ୍ୱର ଉଇକିଟୁଙ୍ଗୀର ସକ୍ରିୟ ସଦସ୍ୟ ମାନେ , ଭୁବନେଶ୍ୱର ମହାନଗର ନିଗମ ତରଫରୁ ହେଉଥିବା ୨୨ତମ ରାହଗିରିରେ ଓଡ଼ିଆ ଉଇକିପିଡ଼ିଆକୁ ଲୋକମାନଙ୍କ ନିକଟକୁ ନେବାକୁ ପ୍ରୟାସ କରିଥିଲେ ।
  • ଭୁବନେଶ୍ୱର ମହାନଗର ନିଗମର ନଗରପାଳ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଏବଂ ଖୋର୍ଦ୍ଧା ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କୁ ମଧ୍ୟ ଭେଟିଥିଲେ ।
  • ଉଇକିପତ୍ରିକା ସମ୍ବନ୍ଧରେ ଆଲୋଚନା ହୋଇଥିଲା ।
ଫଳାଫଳ[ସମ୍ପାଦନା]

ବେଶ୍ କିଛି ଦିନର ନୀରବତା ପରେ ଓଡ଼ିଆ ଉଇକିପତ୍ରିକା ପୁଣିଥରେ ପ୍ରକାଶିତ ହେବାକୁ ସକ୍ଷମ ହେଲା ଏବଂ ନୂଆ କିଛି ଉଇକି ପ୍ରକଳ୍ପକୁ ଓଡିଆରେ ସଚଳ କରିବାକୁ ଚେଷ୍ଟା ଆରମ୍ଭ ହେଲା ।

୧୫ ରୁ ୧୭[ସମ୍ପାଦନା]

କାର୍ଯ୍ୟକ୍ରମ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ତରଫରୁ ଉଇକିଆଳି ଶୈଳେଶ ପଟ୍ଟନାୟକ ଓ ଚିନ୍ମୟୀ ମିଶ୍ର ଏବଂ ଉଇକିପାଠାଗାର ତରଫରୁ ପଙ୍କଜମାଳା ଷଡ଼ଙ୍ଗୀ ବାଙ୍ଗାଲୋର ଠାରେ ଅନୁଷ୍ଠିତ "ଟିଟିଟି-୨୦୧୬"ରେ ଯୋଗଦାନ କରିଥିଲେ । ଓଡ଼ିଆଉଇକିର ଅନ୍ୟତମ ପରିଚାଳକ ସୁଭାଶିଷ ପାଣିଗ୍ରାହୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ଫଳାଫଳ[ସମ୍ପାଦନା]

୧୭ ରୁ ୧୯[ସମ୍ପାଦନା]

କାର୍ଯ୍ୟକ୍ରମ[ସମ୍ପାଦନା]

ଉଇକିଆଳି ଶିତିକଣ୍ଠ ଦାସ ଓ ଜ୍ଞାନ ରଞ୍ଜନ ସାହୁ ବାଙ୍ଗାଲୋରରେ ଆୟୋଜିତ "ଏମ୍.ଡବ୍ଲ୍ୟୁ.ଟି-୨୦୧୬"ରେ ଯୋଗଦାନ କରିଥିଲେ ।

ଫଳାଫଳ[ସମ୍ପାଦନା]
ବି:ଦ୍ର - ଉଭୟ କର୍ମଶାଳା ପ୍ରାୟ ୮ ଟି ଭାରତୀୟ ଭାଷାର ୩୦ ଜଣ ଉଇକିଆଳିଙ୍କୁ ନେଇ ବାଙ୍ଗାଲୋରସ୍ଥିତ 'ସେଣ୍ଟର୍ ଫର୍ ଇଣ୍ଟରନେଟ ଆଣ୍ଡ୍ ସୋସାଇଟି' ଆନୁକୁଲ୍ୟରେ ସଙ୍ଗଠିତ ହୋଇଥିଲା ।

୨୪ ରୁ ୨୬[ସମ୍ପାଦନା]

କାର୍ଯ୍ୟକ୍ରମ[ସମ୍ପାଦନା]

ଚାରି ଜଣ ଓଡିଆ ଉଇକିଆଳି ଶ୍ରୀକାନ୍ତ କେଡିଆ,ଜ୍ଞାନ ରଞ୍ଜନ ସାହୁ,ଶୈଳେଶ ପଟ୍ଟନାୟକ ଓ ସୁଭାଶିଷ ପାଣିଗ୍ରାହୀ ଇଟାଲୀରେ ଆୟୋଜିତ "ଉଇକିମାନିଆ-୨୦୧୬:ଇଉସିନୋ ଲାରିଓ"ରେ ଯୋଗଦାନ କରିଥିଲେ ।

ଫଳାଫଳ[ସମ୍ପାଦନା]

ଉଇକିପାଠାଗାର[ସମ୍ପାଦନା]

ଏହା ମାଗଣା ପଢିବାକୁ ସୁଯୋଗ ଦେଉଥିବା ଏକ ଖୋଲା ପାଠାଗାର । ଏହାର ଶୁଭାରମ୍ଭ ୨୦ ଅକ୍ଟୋବର, ୨୦୧୪ରେ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏଠାରେ ୩୮୨ ଖଣ୍ଡ ପୁସ୍ତକ ଅଛି ।

ଉଇକିଅଭିଧାନ[ସମ୍ପାଦନା]

ଏହା ମାଗଣାରେ ଉପଲବ୍ଧ ଏକ ଅଭିଧାନ ଅଟେ । ଏହାର ଶୁଭାରମ୍ଭ ୮ ଫେବୃଆରୀ, ୨୦୦୯ରେ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏଥିରେ ୧,୦୮,୪୮୧ଟି ଶବ୍ଦ ଓ ଏହାର ଅର୍ଥ ରହିଛି । ୨୫ ମଇ, ୨୦୧୫ରେ ଏହା ୧,୦୦,୦୦୦ ଶବ୍ଦର ମାଇଲ୍ ଖୁଣ୍ଟ ଅତିକ୍ରମ କରିଥିଲା ।

ଉଇକିଡାଟା[ସମ୍ପାଦନା]

ଏହା ଏକ ଖୋଲା ତଥ୍ୟ ଭଣ୍ଡାର । ଏହାର ଶୁଭାରମ୍ଭ ୭ ଜାନୁଆରୀ, ୨୦୧୩ରେ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏଥିରେ ୧୮,୦୩୯,୧୮୪ଟି ଉପାଦାନ ରହିଛି ।


ଅଧିକ ସଚଳ ସଭ୍ୟ ଓ ଅବଦାନ ସଂଖ୍ୟା[ସମ୍ପାଦନା]

ଅପ୍ରେଲ[ସମ୍ପାଦନା]

ନାମ ଅବଦାନ
ମୃତ୍ୟୁଞ୍ଜୟ କର ୩୬୯
ଚିନ୍ମୟୀ ମିଶ୍ର ୨୪୭
ସୁବାଷ ଚନ୍ଦ୍ର ରାଉତ ୧୬୦
ରାଜଲକ୍ଷ୍ମୀ ମିଶ୍ର ୧୨୧
ଆଦିତ୍ୟ ମହାର ୧୧୯

ମଇ[ସମ୍ପାଦନା]

ନାମ ଅବଦାନ
ମୃତ୍ୟୁଞ୍ଜୟ କର ୪୮୦
ଆଭା ପ୍ରଧାନ ୩୩୨
ରାଜଲକ୍ଷ୍ମୀ ମିଶ୍ର ୨୯୭
ସୁବାଷ ଚନ୍ଦ୍ର ରାଉତ ୧୯୮
ସତ୍ୟଜିତ ନାୟକ ୧୭୩
ଚିନ୍ମୟୀ ମିଶ୍ର ୧୩୯
ସୁଭାଶିଷ ପାଣିଗ୍ରାହୀ ୧୨୪
ଶୈଳେଶ ପଟ୍ଟନାୟକ ୧୦୫

ଜୁନ[ସମ୍ପାଦନା]

ନାମ ଅବଦାନ
ରାଜଲକ୍ଷ୍ମୀ ମିଶ୍ର ୧୯୦
ସୁବାଷ ଚନ୍ଦ୍ର ରାଉତ ୧୪୫
ମୃତ୍ୟୁଞ୍ଜୟ କର ୧୩୮
ଆଭା ପ୍ରଧାନ ୧୦୫
ସୁଭାସିସ ପାଣିଗ୍ରାହୀ ୧୦୦

ଫଟୋ ଫିଚର[ସମ୍ପାଦନା]

ଆନ୍ତର୍ଜାତୀୟ ମହିଳା ମାସ ଗଣ ସମ୍ପାଦନା[ସମ୍ପାଦନା]

ପୁରୀ ମେଳଣ[ସମ୍ପାଦନା]

ଚତୁର୍ଦ୍ଦଶ ଓଡ଼ିଆ ଉଇକିପିଡ଼ିଆ ଜନ୍ମତିଥି[ସମ୍ପାଦନା]

OdiaWiki14 sitenotice.gif

ରାହଗିରିରେ ଭୁବନେଶ୍ୱର ଉଇକିଟୁଙ୍ଗୀ[ସମ୍ପାଦନା]

ଟି ଟି ଟି ୨୦୧୬, ବାଙ୍ଗାଲୋର[ସମ୍ପାଦନା]

ଏମ୍ ଡବ୍ଲ୍ୟୁ ଟି ୨୦୧୬, ବାଙ୍ଗାଲୋର[ସମ୍ପାଦନା]

ଉଇକିମାନିଆ ୨୦୧୬, ଇଟାଲୀ[ସମ୍ପାଦନା]

ପାଠକୀୟ ମତାମତ[ସମ୍ପାଦନା]