ଉଇକିପିଡ଼ିଆ ଆଲୋଚନା:ଉଇକିପତ୍ରିକା/ଜୁଲାଇ୨୦୧୬

Page contents not supported in other languages.
ଉଇକିପିଡ଼ିଆ‌ରୁ

ଇନ୍ଫୋବକ୍ସରେ ଭାଗ ଓ ସଂଖ୍ୟା ଯୋଗ କରିବାକୁ ଅନୁରୋଧ ।--Abha S Pradhan (ମୋ ଆଲୋଚନା) ୧୩:୦୩, ୧୮ ଜୁନ ୨୦୧୬ (IST)[reply]

ଅପ୍ରେଲ, ମେ, ଜୁନ ମାସରେ ତିଆରି କରିଥିବା ନିଜର ଶ୍ରେଷ୍ଠ ଲେଖା ତଥା ଛବିକୁ ବଛା ଛବି, ଲେଖା ପାଇଁ ଏଠାରେ ଉପସ୍ଥାପନ କରିବାକୁ ସମସ୍ତଙ୍କୁ ଅନୁରୋଧ ।--Abha S Pradhan (ମୋ ଆଲୋଚନା) ୦୨:୫୦, ୫ ଜୁଲାଇ ୨୦୧୬ (IST)[reply]

ଆଭା, ଅନେକ ପରିଶ୍ରମ କରିଛ ଏଇଟା ତିଆରି କରିବାରେ । ତେବେ ମୋଟାମୋଟି ଡିଜାଇବ ଉପରେ କିଛି ମତ ତଳେ ଦେଲି ।
ଇନଫୋବକ୍ସ
ଇନଫୋବକ୍ସ ପ୍ରସଙ୍ଗରେ ଲୋଡ଼ା, ଏଇଟା ଯେହେତୁ ଗୋଟେ ନିଉଜଲେଟର ଭଳି ଏଥିରେ ଆବଶ୍ୟକ ନାହିଁ । ଆଉ ନିଉଜଲେଟର ଡିଜାଇନ ପାଇଁ ଆଗରୁ ଥିବା ନିଉଜଲେଟର ଛାଞ୍ଚ ବ୍ୟବହାର କଲେ ଭଲ (ଉଦାହରଣ ୧, ଉଦାହରଣ ୨) ।
ଉଇକିପ୍ରସଙ୍ଗର ପୁନବ୍ୟବହାର
ଗଜପତିଙ୍କ ଉପରେ ଲେଖାଟା ବୋଧେ ଏଥିରେ ପୂରା ଦେବା ଆବଶ୍ୟକ ନାହିଁ । କାରଣ ଲେଖାଟା ପ୍ରସଙ୍ଗରେ ଯାଇ ଜଣେ ପଢ଼ିପାରିବ । ନିଉଜଲେଟରରେ ଅତି ବେଶିରେ ଲିଙ୍କ ଦେଇହେବ । ହେଲେ ତାହା କୌଣସି ପ୍ରକଳ୍ପର ଅଂଶ ହୋଇଥିଲେ ଦେଲେ ଠିକ ଲାଗିବ । ଅଥବା ଏ ମାସରେ ତିଆରି ହୋଇଥିବା ଦୀର୍ଘ ଲେଖାମାନଙ୍କର ଏକ ତାଲିକା ଦିଆଯାଇପାରେ ।
ଆକାର
ସବୁଠୁ ଜରୁରୀ ଜିନିଷ ହେଲା ନିଉଜଲେଟରର ଆକାର । ଯେତେ ସଂକ୍ଷେପରେ ହେବ ସେତେ ଭଲ । ତେବେ ସମ୍ପାଦକୀୟ କିମ୍ବା କୌଣସି ବିଶେଷ ଲେଖା ହୁଏତ ଟିକେ ଲମ୍ବା ହୋଇପାରେ । କିନ୍ତୁ ନିଉଜଲେଟରର ଲେଖା ସମ୍ପୂର୍ଣ୍ଣ ଭାବେ କମୁନିଟିର କାମ, ସଫଳତା, ବିଫଳତା, ଶିକ୍ଷା, ନୂଆ ପୁରୁଣା ପ୍ରକଳ୍ପର ବିଶ୍ଳେଷଣ ଆଦିକୁ ନେଇ ହେଲେ ଭଲ । ଲୋଗୋ ଆଉ ଫଟୋ ବ୍ୟବହାର କରି ସୁନ୍ଦର ଭାବେ ସଜେଇଛ । ହେଲେ ପ୍ରକଳ୍ପ ପିଛା ୨-୩ରୁ ଅଧିକ ଫଟୋ ଦେଲେ ଭଲ ଲାଗିବ ବୋଲି ଭାବୁନି ।
ଏ ମାସର ଉଇକିଆଳି
ଏ ମାସର ଉଇକିଆଳି ଭଳି ବିଭାଗଟିଏ ହେଲେ ଭଲ ହୁଅନ୍ତା । ନୂଆ ଭାବେ ଯୋଗଦେଇ ଆଶାତୀତ ସମ୍ପାଦନା କରିଥିବା ଜଣେ ଉଇକିଆଳିଙ୍କୁ ଏଥିରେ ସଭିଏଁ ବାଛି ତାଙ୍କ ବାବଦରେ ଲେଖିପାରନ୍ତେ । ଫଳରେ ସେ ଉତ୍ସାହୀତ ହୁଅନ୍ତେ ଆଉ ତାଙ୍କୁ ଦେଖି ବାକିମାନେ ବି ଉତ୍ସାହୀତ ହୁଅନ୍ତେ । ଏ ବିଭାଗରେ ତାଙ୍କୁ ସାକ୍ଷାତକାର କଲା ଭଳି କିଛି ପ୍ରଶ୍ନ ପଚାରି ତାକୁ ସଜାଇ ଗୋଟେ ପାରାଗ୍ରାଫ କରିପାରିବା ।
  • ସବୁ ଶେଷରେ ପୃଷ୍ଠାର ଲମ୍ବ ପ୍ରତି ଧ୍ୟାନ ଦେବାକୁ ହେବ । ଖୁବ ଲମ୍ବା ହୋଇଗଲେ ପାଠକ ଏତେ ଲମ୍ବା ଲେଖାଟିଏ ପଢ଼ିବେ କି ନାଁ ସେକଥାକୁ ଆଖିରେ ରଖିବାକୁ ପଡ଼ିବ । ଅନେକ ଉଇକିଆଳି ତମ ଭଳି ମୋବାଇଲରୁ ପଢୁଥିବେ । ସେମାନଙ୍କ କଥା ଆଗେ ବିଚାରକୁ ନେବାକୁ ହେବ । --ସୁଭାସିସ ପାଣିଗାହି (ଆଳାପ) ୦୯:୩୦, ୫ ଜୁଲାଇ ୨୦୧୬ (IST)[reply]
ସୁଭାସିସ ଭାଇ, ୩ଟି ବିଷୟରେ ଦ୍ଵନ୍ଦ ରହିଛି ।
ପ୍ରକୃତରେ ପତ୍ରିକାର କଳେବର ବଡ ହୋଇଛି, ଛୋଟ କରାଯିବ । ତେବେ ବିଶିଷ୍ଟ ବ୍ୟକ୍ତିତ୍ଵକୁ ଛୋଟ କରିବା ନା ମୂଳରୁ ରଖିବା ନାହିଁ ।
ସଫଳତା, ବିଫଳତା ଓ ବିଶ୍ଳେଷଣ - ପୂର୍ବରୁ କୌଣସି ତଥ୍ୟ ସାଇତା ଯାଇଥିବା ମୁଁ ପାଉନାହିଁ । ତେଣୁ ବିଶ୍ଳେଷଣ କାହାକୁ ନେଇ କରାଯିବ ଜାଣି ପାରୁନାହିଁ ।
ଏ ମାସର ଉଇକିଆଳି - ପ୍ରତି ମାସରେ ବହୁ ଉଇକିଆଳି ଯୋଗଦାନ କରୁଛନ୍ତି । ତେଣୁ ସେମାନଙ୍କ ଅଲଗା ତାଲିକା କେଉଁଠୁ ପାଇବି ଜଣାଇଲେ ବାଛିବାକୁ ସହଜ ହେବ ।--Abha S Pradhan (ମୋ ଆଲୋଚନା) ୧୨:୧୦, ୫ ଜୁଲାଇ ୨୦୧୬ (IST)[reply]