ଗୁରୁଦିବସ

ଉଇକିପିଡ଼ିଆ‌ରୁ
(ଗୁରୁ ଦିବସରୁ ଲେଉଟି ଆସିଛି)
ଗୁରୁଦିବସ
ପାଳନକାରୀଛାତ୍ରଛାତ୍ରୀ ଗଣ
ବିଶେଷତାଗୁରୁଙ୍କୁ ସମ୍ମାନ ପ୍ରଦାନ
ତାରିଖ୧୦ ସେପ୍ଟେମ୍ବର, ୧୧ ସେପ୍ଟେମ୍ବର, ୫ ଅକ୍ଟୋବର, ୨୪ ନଭେମ୍ବର, first Sunday in October, ୨୮ ଫେବୃଆରୀ, last Friday in October, ୭ ମାର୍ଚ୍ଚ, ୧୫ ଅକ୍ଟୋବର, ୨୦ ନଭେମ୍ବର, ୩୦ ଜାନୁଆରୀ, ୫ ସେପ୍ଟେମ୍ବର, ୨୫ ନଭେମ୍ବର, ୨ ମଇ, 12 Ordibehesht, ୨୭ ନଭେମ୍ବର, ୧୦ ସେପ୍ଟେମ୍ବର, ୨୮ ସେପ୍ଟେମ୍ବର, ୧୫ ମଇ, ୧୫ ମଇ, ୨୪ ଫେବୃଆରୀ, ୧୪ ଅକ୍ଟୋବର, first Friday in September, ୨୮ ମାର୍ଚ୍ଚ, ୧୬ ଜାନୁଆରୀ, ୧ ଅକ୍ଟୋବର, ୧୬ ମଇଛାଞ୍ଚ:Infobox holiday/wd
୨୦୨୪ ତାରିଖ୦୫ ସେପ୍ଟେମ୍ବର

ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବା ସମ୍ପ୍ରଦାୟରେ ସେମାନଙ୍କର ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥାଏ ।

ଉନବିଂଶ ଶତାବ୍ଦୀରେ ଅନେକ ଦେଶରେ ଶିକ୍ଷକ ଦିବସ ପାଳନ କରିବାର ଧାରଣା ଆରମ୍ଭ ହୋଇଥିଲା । ଅଧିକାଂଶ କ୍ଷେତ୍ରରେ ଜଣେ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତିଙ୍କ ଅବଦାନକୁ ପାଳନ କରାଯାଇଥାଏ । ଏହି ପ୍ରାଥମିକ କାରଣରୁ ବିଭିନ୍ନ ଦେଶ ଏହି ଦିନକୁ ବିଭିନ୍ନ ତାରିଖରେ ପାଳନ କରିଥାନ୍ତି । ଉଦାହରଣ ସ୍ୱରୂପ, ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ (ସେପ୍ଟେମ୍ବର ୫) ଜନ୍ମଦିନ ୧୯୬୨ ପରଠାରୁ[୧] ଗୁରୁ ଦିବସ ଭାବେ ପାଳନ କରାଯାଏ । ପାରମ୍ପାରିକ ଭାବରେ ହିନ୍ଦୁମାନଙ୍କଦ୍ୱାରା ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ । ଆର୍ଜେଣ୍ଟିନା ୧୯୧୫ ମସିହାରୁ ସେପ୍ଟେମ୍ବର ୧୧ରେ ଡୋମିଙ୍ଗୋ ଫାଉଷ୍ଟିନୋ ସାର୍ମିଏଣ୍ଟୋଙ୍କ ମୃତ୍ୟୁ ଦିବସକୁ ଶିକ୍ଷକ ଦିବସ ଭାବରେ ପାଳନ କରିଆସୁଛି ।[୨]

୧୯୯୪ରେ ୟୁନେସ୍କୋଦ୍ୱାରା ସ୍ଥାପିତ ବିଶ୍ୱ ଶିକ୍ଷକ ଦିବସ ସହିତ ମିଳିତ ଭାବରେ ଅନେକ ଦେଶ ଅକ୍ଟୋବର ୫ ତାରିଖରେ ସେମାନଙ୍କର ଶିକ୍ଷକ ଦିବସ ପାଳନ କରନ୍ତି ।[୩]

ଆଧାର[ସମ୍ପାଦନା]

  1. "Teachers' Day 2020: Know About Dr Sarvepalli Radhakrishnan". NDTV.com. Retrieved 2020-09-02.
  2. "Historia". Jardindeinfantesdfs.com.ar. Archived from the original on 20 August 2011. Retrieved 2 October 2011.
  3. "World Teachers' Day - 5 October 2017". UNESCO (in ଇଂରାଜୀ). Retrieved 2018-09-05.