ଇଥାମ୍ବୁଟଲ/ଆଇସୋନିଆଜିଡ/ପାଇରାଜିନାମାଇଡ/ରିଫାମ୍ପିସିନ

ଉଇକିପିଡ଼ିଆ‌ରୁ
ଇଥାମ୍ବୁଟଲ/ଆଇସୋନିଆଜିଡ/ପାଇରାଜିନାମାଇଡ/ରିଫାମ୍ପିସିନ
Combination of
EthambutolAnti-tuberculosis medication
IsoniazidAnti-tuberculosis medication
PyrazinamideAnti-tuberculosis medication
RifampicinAnti-tuberculosis medication
Clinical data
Trade namesVoractiv, Rimstar, others
ATC code

ଇଥାମ୍ବୁଟଲ/ଆଇସୋନିଆଜିଡ/ପାଇରାଜିନାମାଇଡ/ରିଫାମ୍ପିସିନ (ଇଂରାଜୀ ଭାଷାରେ Ethambutol/ isoniazid/ pyrazinamide/ rifampicin, ବା ethambutol/ isoniazid/ pyrazinamide/ rifampin) ଏକ ମିଶ୍ରିତ ଔଷଧ ଯାହା ଯକ୍ଷ୍ମା ରୋଗ ଚିକିତ୍ସାରେ ଦିଆଯାଏ । ଏଥିରେ ସ୍ଥିରୀକୃତ ମାତ୍ରାର (fixed dose combination) ଇଥାମ୍ବୁଟଲ, ଆଇସୋନିଆଜିଡ, ପାଇରାଜିନାମାଇଡରିଫାମ୍ପିସିନ ଔଷଧମାନଙ୍କର ମିଶ୍ରଣ ଥାଏ । ଏହି ଔଷଧ ଏକ‌କ ଭାବରେ ବା ଅନ୍ୟ ଯକ୍ଷ୍ମାରୋଧୀ ଔଷଧମାନଙ୍କ (antituberculosis medication) ସ‌ହିତ ଦିଆଯାଇପାରେ । ଏହା ପାଟିରେ ଦିଆଯାଏ । [୧]

ଏଥିରେ ଥିବା ଔଷଧମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[୧] କାଲୁଆ ଅନୁଭବ କମେଇବାକୁ ପାଇରିଡକ୍ସିନ (Pyridoxine) ଦିଆଯାଏ ।[୨] ଯକୃତ ସମସ୍ୟା (liver problems) ବା ସାଂଘାତିକ ବୃକ୍‌କ ସମସ୍ୟା (kidney problems) ଥିଲେ ଏହା ଦିଆଯାଏନାହିଁ ।[୩] ପିଲାମାନଙ୍କୁ ମଧ୍ୟ ଏହା ଦିଆଯାଏନାହିଁ । [୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୩]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଇଂଲଣ୍ଡରେ ଏହି ଔଷଧର ଏକ ମାସର ଡୋଜର ଖର୍ଚ୍ଚ ପ୍ରାୟ ୯୮.୭୫ ପାଉଣ୍ଡ ।[୨] ଭୋରାକ୍ଟିଭ ଓ ରିମସ୍ଟାର ନାମରେ ଏହା ଇଂଲଣ୍ଡରେ ବିକ୍ରୟ ହୁଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. p. 142. ISBN 9789241547659. Retrieved 8 December 2016.
  2. ୨.୦ ୨.୧ British national formulary : BNF 69 (69 ed.). British Medical Association. 2015. p. 403. ISBN 9780857111562.
  3. ୩.୦ ୩.୧ ୩.୨ "Rimstar Film-coated Tablet / Voractiv Film-coated Tablet - Summary of Product Characteristics (SPC) - (eMC)". www.medicines.org.uk. February 2016. Retrieved 18 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.