ଇଥାମ୍ବୁଟଲ

ଉଇକିପିଡ଼ିଆ‌ରୁ
(Ethambutolରୁ ଲେଉଟି ଆସିଛି)
ଇଥାମ୍ବୁଟଲ
Stereo, skeletal formula of ethambutol
Clinical data
Trade namesMyambutol, Etibi,[୨] Servambutol, others
Synonyms(2S,2’S)-2,2’-(Ethane-1,2-diyldiimino)dibutan-1-ol[୩]
AHFS/Drugs.commonograph
Pregnancy
category
Routes of
administration
by mouth
ATC code
Pharmacokinetic data
Protein binding20–30%
Metabolismliver
Elimination half-life3–4 hours
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.737 Edit this at Wikidata
Chemical and physical data
3D model (JSmol)
  • CC[C@@H](CO)NCCN[C@@H](CC)CO
  • InChI=1S/C10H24N2O2/c1-3-9(7-13)11-5-6-12-10(4-2)8-14/h9-14H,3-8H2,1-2H3/t9-,10-/m0/s1
     checkY
  • Key:AEUTYOVWOVBAKS-UWVGGRQHSA-N

ଇଥାମ୍ବୁଟଲ (ଇଂରାଜୀ ଭାଷାରେ Ethambutol ବା ଇଏମ୍‌ବି/EMB ବା /E) ଏକ ଔଷଧ ଯାହା ଯକ୍ଷ୍ମା ରୋଗ ଚିକିତ୍ସାରେ ପ୍ରାଥମିକ ଚିକିତ୍ସା ଭାବରେ ବ୍ୟବ‌ହାର ଦିଆଯାଏ ।[୧] ଏହା ଅନ୍ୟାନ୍ୟ ଯକ୍ଷ୍ମା ଔଷଧ (tuberculosis medications) ଯେପରିକି ଆସୋନିଆଜିଡ (isoniazid), ରିଫାମ୍ପିସିନପାଇରାଜିନାମାଇଡ (pyrazinamide) ସ‌ହିତ ଦିଆଯାଏ ।[୪] ମାଇକୋବାକ୍ଟେରିଅମ ଆଭିଅମ (Mycobacterium avium complex) ଓ ମାଇକୋବାକ୍ଟେରିଅମ କାନସାସି (Mycobacterium kansasii) ଜୀବାଣୁ ନିମନ୍ତେ ଏହି ଔଷଧ ଦିଆଯାଇପାରେ । ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃଷ୍ଟି ସମସ୍ୟା, ଗଣ୍ଠି ଯନ୍ତ୍ରଣା, ଅଇ, ମୁଣ୍ଡବଥା ଓ ଥକ୍କାଣ ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[୧] ପାଞ୍ଚ ବର୍ଷ ବୟସରୁ କମ ପିଲାଙ୍କୁ, ଅପଟିକ ନିଉରାଇଟିସ (optic neuritis) ବା ବୃକ୍‌କ ସମସ୍ୟା (kidney problems) ଇତ୍ୟାଦି ଅବସ୍ଥାରେ ଏହି ଔଷଧ ଦିଆଯାଏ ନାହିଁ । [୪] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା କୌଣସି କ୍ଷତି କରୁଥିବା ଜଣାଯାଇନାହିଁ ।[୪][୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁର ଆଖି ସମସ୍ୟା ସୃଷ୍ଟି କରୁଥିବା ନେଇ ଚିନ୍ତିତ ଅଛି । ଇଥାମ୍ବୁଟଲଦ୍ୱାରା ଜୀବାଣୁ ଜୀବକୋଷ ମେଟାବୋଲିଜ୍ମର (metabolism) କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।[୧]

ସନ ୧୯୬୧ରେ ଇଥାମ୍ବୁଟଲ ଆବିଷ୍କୃତ ହୋଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍‌ଧ ହୁଏ ।[୨] ଇଥାମ୍ବୁଟଲର ଏକ ମାସର ହୋଲସେଲ ମୂଲ୍ୟ ବିକାଶଶୀଳ ଦେଶମାନଙ୍କରେ (developing world) ପ୍ରାୟ ୨.୫୮ରୁ ୪.୭୩ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ମୂଲ୍ୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Ethambutol Hydrochloride". The American Society of Health-System Pharmacists. Retrieved 10 December 2016.
  2. ୨.୦ ୨.୧ ୨.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 48. ISBN 9781284057560.
  3. "ethambutol (CHEBI:4877)". Chemical Entities of Biological Interest. UK: European Bioinformatics Institute. 18 August 2010. Main. Retrieved 26 April 2012.
  4. ୪.୦ ୪.୧ ୪.୨ WHO Model Formulary 2008 (PDF). World Health Organization. 2009. pp. 136, 138, 588, 603. ISBN 9789241547659. Retrieved 8 December 2016.
  5. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
  6. Landau, Ralph; Achilladelis, Basil; Scriabine, Alexander (1999). Pharmaceutical Innovation: Revolutionizing Human Health (in ଇଂରାଜୀ). Chemical Heritage Foundation. p. 171. ISBN 9780941901215.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. "Ethambutol". International Drug Price Indicator Guide. Retrieved 8 December 2016.[permanent dead link]