Jump to content

ଇଥାମ୍ବୁଟଲ

ଉଇକିପିଡ଼ିଆ‌ରୁ
(Ethambutolରୁ ଲେଉଟି ଆସିଛି)
ଇଥାମ୍ବୁଟଲ
Stereo, skeletal formula of ethambutol
Clinical data
Trade namesMyambutol, Etibi,[] Servambutol, others
Synonyms(2S,2’S)-2,2’-(Ethane-1,2-diyldiimino)dibutan-1-ol[]
AHFS/Drugs.commonograph
Pregnancy
category
    Routes of
    administration
    by mouth
    ATC code
    Pharmacokinetic data
    Protein binding20–30%
    Metabolismliver
    Elimination half-life3–4 hours
    Identifiers
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.737 Edit this at Wikidata
    Chemical and physical data
    3D model (JSmol)
    • CC[C@@H](CO)NCCN[C@@H](CC)CO
    • InChI=1S/C10H24N2O2/c1-3-9(7-13)11-5-6-12-10(4-2)8-14/h9-14H,3-8H2,1-2H3/t9-,10-/m0/s1
       checkY
    • Key:AEUTYOVWOVBAKS-UWVGGRQHSA-N

    ଇଥାମ୍ବୁଟଲ (ଇଂରାଜୀ ଭାଷାରେ Ethambutol ବା ଇଏମ୍‌ବି/EMB ବା /E) ଏକ ଔଷଧ ଯାହା ଯକ୍ଷ୍ମା ରୋଗ ଚିକିତ୍ସାରେ ପ୍ରାଥମିକ ଚିକିତ୍ସା ଭାବରେ ବ୍ୟବ‌ହାର ଦିଆଯାଏ ।[] ଏହା ଅନ୍ୟାନ୍ୟ ଯକ୍ଷ୍ମା ଔଷଧ (tuberculosis medications) ଯେପରିକି ଆସୋନିଆଜିଡ (isoniazid), ରିଫାମ୍ପିସିନପାଇରାଜିନାମାଇଡ (pyrazinamide) ସ‌ହିତ ଦିଆଯାଏ ।[] ମାଇକୋବାକ୍ଟେରିଅମ ଆଭିଅମ (Mycobacterium avium complex) ଓ ମାଇକୋବାକ୍ଟେରିଅମ କାନସାସି (Mycobacterium kansasii) ଜୀବାଣୁ ନିମନ୍ତେ ଏହି ଔଷଧ ଦିଆଯାଇପାରେ । ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃଷ୍ଟି ସମସ୍ୟା, ଗଣ୍ଠି ଯନ୍ତ୍ରଣା, ଅଇ, ମୁଣ୍ଡବଥା ଓ ଥକ୍କାଣ ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[] ପାଞ୍ଚ ବର୍ଷ ବୟସରୁ କମ ପିଲାଙ୍କୁ, ଅପଟିକ ନିଉରାଇଟିସ (optic neuritis) ବା ବୃକ୍‌କ ସମସ୍ୟା (kidney problems) ଇତ୍ୟାଦି ଅବସ୍ଥାରେ ଏହି ଔଷଧ ଦିଆଯାଏ ନାହିଁ । [] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା କୌଣସି କ୍ଷତି କରୁଥିବା ଜଣାଯାଇନାହିଁ ।[][] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁର ଆଖି ସମସ୍ୟା ସୃଷ୍ଟି କରୁଥିବା ନେଇ ଚିନ୍ତିତ ଅଛି । ଇଥାମ୍ବୁଟଲଦ୍ୱାରା ଜୀବାଣୁ ଜୀବକୋଷ ମେଟାବୋଲିଜ୍ମର (metabolism) କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।[]

    ସନ ୧୯୬୧ରେ ଇଥାମ୍ବୁଟଲ ଆବିଷ୍କୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍‌ଧ ହୁଏ ।[] ଇଥାମ୍ବୁଟଲର ଏକ ମାସର ହୋଲସେଲ ମୂଲ୍ୟ ବିକାଶଶୀଳ ଦେଶମାନଙ୍କରେ (developing world) ପ୍ରାୟ ୨.୫୮ରୁ ୪.୭୩ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ମୂଲ୍ୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[]

    1. 1 2 3 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 48. ISBN 9781284057560.
    2. "ethambutol (CHEBI:4877)". Chemical Entities of Biological Interest. UK: European Bioinformatics Institute. 18 August 2010. Main. Retrieved 26 April 2012.
    3. 1 2 3 4 5 "Ethambutol Hydrochloride". The American Society of Health-System Pharmacists. Retrieved 10 December 2016.
    4. 1 2 3 WHO Model Formulary 2008 (PDF). World Health Organization. 2009. pp. 136, 138, 588, 603. ISBN 9789241547659. Retrieved 8 December 2016.
    5. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
    6. Landau, Ralph; Achilladelis, Basil; Scriabine, Alexander (1999). Pharmaceutical Innovation: Revolutionizing Human Health (in ଇଂରାଜୀ). Chemical Heritage Foundation. p. 171. ISBN 9780941901215.
    7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    8. "Ethambutol". International Drug Price Indicator Guide. Retrieved 8 December 2016.[permanent dead link]