ଇଥାମ୍ବୁଟଲ
Stereo, skeletal formula of ethambutol | |
| Clinical data | |
|---|---|
| Trade names | Myambutol, Etibi,[୨] Servambutol, others |
| Synonyms | (2S,2’S)-2,2’-(Ethane-1,2-diyldiimino)dibutan-1-ol[୩] |
| AHFS/Drugs.com | monograph |
| Pregnancy category |
|
| Routes of administration | by mouth |
| ATC code | |
| Pharmacokinetic data | |
| Protein binding | 20–30% |
| Metabolism | liver |
| Elimination half-life | 3–4 hours |
| Identifiers | |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.000.737 |
| Chemical and physical data | |
| 3D model (JSmol) | |
| |
| |
ଇଥାମ୍ବୁଟଲ (ଇଂରାଜୀ ଭାଷାରେ Ethambutol ବା ଇଏମ୍ବି/EMB ବା ଇ/E) ଏକ ଔଷଧ ଯାହା ଯକ୍ଷ୍ମା ରୋଗ ଚିକିତ୍ସାରେ ପ୍ରାଥମିକ ଚିକିତ୍ସା ଭାବରେ ବ୍ୟବହାର ଦିଆଯାଏ ।[୧] ଏହା ଅନ୍ୟାନ୍ୟ ଯକ୍ଷ୍ମା ଔଷଧ (tuberculosis medications) ଯେପରିକି ଆସୋନିଆଜିଡ (isoniazid), ରିଫାମ୍ପିସିନ ଓ ପାଇରାଜିନାମାଇଡ (pyrazinamide) ସହିତ ଦିଆଯାଏ ।[୪] ମାଇକୋବାକ୍ଟେରିଅମ ଆଭିଅମ (Mycobacterium avium complex) ଓ ମାଇକୋବାକ୍ଟେରିଅମ କାନସାସି (Mycobacterium kansasii) ଜୀବାଣୁ ନିମନ୍ତେ ଏହି ଔଷଧ ଦିଆଯାଇପାରେ । ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃଷ୍ଟି ସମସ୍ୟା, ଗଣ୍ଠି ଯନ୍ତ୍ରଣା, ଅଇ, ମୁଣ୍ଡବଥା ଓ ଥକ୍କାଣ ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[୧] ପାଞ୍ଚ ବର୍ଷ ବୟସରୁ କମ ପିଲାଙ୍କୁ, ଅପଟିକ ନିଉରାଇଟିସ (optic neuritis) ବା ବୃକ୍କ ସମସ୍ୟା (kidney problems) ଇତ୍ୟାଦି ଅବସ୍ଥାରେ ଏହି ଔଷଧ ଦିଆଯାଏ ନାହିଁ । [୪] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା କୌଣସି କ୍ଷତି କରୁଥିବା ଜଣାଯାଇନାହିଁ ।[୪][୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର ଆଖି ସମସ୍ୟା ସୃଷ୍ଟି କରୁଥିବା ନେଇ ଚିନ୍ତିତ ଅଛି । ଇଥାମ୍ବୁଟଲଦ୍ୱାରା ଜୀବାଣୁ ଜୀବକୋଷ ମେଟାବୋଲିଜ୍ମର (metabolism) କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।[୧]
ସନ ୧୯୬୧ରେ ଇଥାମ୍ବୁଟଲ ଆବିଷ୍କୃତ ହୋଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍ଧ ହୁଏ ।[୨] ଇଥାମ୍ବୁଟଲର ଏକ ମାସର ହୋଲସେଲ ମୂଲ୍ୟ ବିକାଶଶୀଳ ଦେଶମାନଙ୍କରେ (developing world) ପ୍ରାୟ ୨.୫୮ରୁ ୪.୭୩ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ମୂଲ୍ୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Ethambutol Hydrochloride". The American Society of Health-System Pharmacists. Retrieved 10 December 2016.
- ↑ ୨.୦ ୨.୧ ୨.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 48. ISBN 9781284057560.
- ↑ "ethambutol (CHEBI:4877)". Chemical Entities of Biological Interest. UK: European Bioinformatics Institute. 18 August 2010. Main. Retrieved 26 April 2012.
- ↑ ୪.୦ ୪.୧ ୪.୨ WHO Model Formulary 2008 (PDF). World Health Organization. 2009. pp. 136, 138, 588, 603. ISBN 9789241547659. Retrieved 8 December 2016.
- ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ Landau, Ralph; Achilladelis, Basil; Scriabine, Alexander (1999). Pharmaceutical Innovation: Revolutionizing Human Health (in ଇଂରାଜୀ). Chemical Heritage Foundation. p. 171. ISBN 9780941901215.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Ethambutol". International Drug Price Indicator Guide. Retrieved 8 December 2016.[permanent dead link]