ପାଇରାଜିନାମାଇଡ

ଉଇକିପିଡ଼ିଆ‌ରୁ
ପାଇରାଜିନାମାଇଡ
Clinical data
Trade namesRifater, Tebrazid, others[୧]
AHFS/Drugs.commonograph
MedlinePlusa682402
Pregnancy
category
  • C
Routes of
administration
by mouth
ATC code
Legal status
Legal status
  • ?
Pharmacokinetic data
Bioavailability>90%
Metabolismliver
Elimination half-life9 to 10 hours
Excretionkidney
Identifiers
  • pyrazine-2-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.002.470 Edit this at Wikidata
Chemical and physical data
FormulaC5H5N3O
Molar mass123.113 g/mol
3D model (JSmol)
  • O=C(N)c1nccnc1
  • InChI=1S/C5H5N3O/c6-5(9)4-3-7-1-2-8-4/h1-3H,(H2,6,9) checkY
  • Key:IPEHBUMCGVEMRF-UHFFFAOYSA-N checkY
  (verify)

ପାଇରାଜିନାମାଇଡ (ଇଂରାଜୀ ଭାଷାରେ Pyrazinamide) ଏକ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସାରେ ଦିଆଯାଏ । [୨] ସକ୍ରିୟ ଯକ୍ଷ୍ମା ନିମନ୍ତେ ପାଇରାଜିନାମାଇଡ, ଆଇସୋନିଆଜିଡ, ରିଫାମ୍ପିସିନ ସ‌ହିତ ସ୍ଟ୍ରେପ୍ଟୋମାଇସିନ (streptomycin) ଅଥବା ଇଥାମ୍ବୁଟଲ ଦିଆଯାଏ । [୩] ଗୁପ୍ତ ଯକ୍ଷ୍ମା ନିମନ୍ତେ ଏହା ସାଧରାଣତଃ ଦିଆଯାଏନାହିଁ ।[୨] ଏହି ଔଷଧ ପାଟିରେ ଦିଆଯାଏ । [୧]

ପାଇରାଜିନାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଅରୁଚି, ମାଂସପେଶୀ ଯନ୍ତ୍ରଣା ଓ ରାସ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଅଧିକ ସଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଗାଉଟ୍, ଯକୃତ ବିଷକ୍ରିୟା (liver toxicity) ଓ ସୂର୍ଯ୍ୟାଲୋକ ସମ୍ବେଦନଶୀଳ ଇତ୍ୟାଦି ହୋଇପାରେ ।[୨] ଉଲ୍ଲେଖନୀୟ ଯକୃତ ରୋଗପରଫିରିଆ ରୋଗମାନଙ୍କରେ ଏହା ଦେବାକୁ ମନାକରାଯାଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ କିନ୍ତୁ ସ୍ତନ୍ୟପାନ ସମୟରେ ଦିଆଯାଇପାରେ ।[୩] ପାଇରାଜିନାମାଇଡ ଏକ ଆଣ୍ଟିମାଇକୋବ୍ୟାକ୍ଟେରିଆଲ (antimycobacterial) ଶ୍ରେଣୀର ଔଷଧ । ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ଭାବରେ ଜଣାଯାଇନାହିଁ ।[୨]

ସନ ୧୯୩୬ରେ ପାଇରାଜିନାମାଇଡ ପ୍ରଥମେ ତିଆରି ହୋଇଥିଲା କିନ୍ତୁ ସନ ୧୯୭୨ରୁ ବ‌ହୁଳ ଭାବରେ ବ୍ୟବ‌ହାର ଆରମ୍ଭ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ପାଇରାଜିନାମାଇଡ ଜେନେରିକ ନାମରେ ବିକ୍ରୟ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୨.୭୬ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର କ୍ରୟ ମୁଲ୍ୟ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 49. ISBN 9781284057560.
  2. ୨.୦ ୨.୧ ୨.୨ ୨.୩ ୨.୪ "Pyrazinamide". The American Society of Health-System Pharmacists. Retrieved 8 December 2016.
  3. ୩.୦ ୩.୧ WHO Model Formulary 2008 (PDF). World Health Organization. 2009. pp. 136, 140, 594, 608. ISBN 9789241547659. Retrieved 8 December 2016.
  4. Donald, P. R.; Helden, P. D. van (2011). Antituberculosis Chemotherapy (in ଇଂରାଜୀ). Karger Medical and Scientific Publishers. p. 8. ISBN 9783805596282.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Pyrazinamide". International Drug Price Indicator Guide. Retrieved 8 December 2016.[permanent dead link]