ଇଣ୍ଟରଫେରନ ଆଲଫା

ଉଇକିପିଡ଼ିଆ‌ରୁ
ଇଣ୍ଟରଫେରନ ଆଲଫା
Drug class
Class identifiers
Pronunciationin"' ter feer' on[୧]
SynonymsHuIFN-alpha-Le
UseCancers, viral infections[୧]
Clinical data
Drugs.commonograph
In Wikidata

ଇଣ୍ଟରଫେରନ ଆଲଫା ହେଉଛି ଅନେକ ଔଷଧର ଏକ ଗୋଷ୍ଠୀ ଯାହାକି ଅନେକ କର୍କଟ ଏବଂ ଭୁତାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ବୃକ୍‌କ କର୍କଟ, ମେଲାନୋମା, ଏକାଧିକ ମାଇଲୋମା, ଲ୍ୟୁକେମିଆ, କାପୋସିର ସାର୍କୋମା ଏବଂ ଅଣ-ହଜକିନ୍ସ ଲିମ୍ଫୋମା ପାଇଁ ଏହା ବ୍ୟବହୃତ ହୁଏ ।[୨] ହେପାଟାଇଟିସ୍ ବି ଏବଂ ହେପାଟାଇଟିସ୍ ସି ସଂକ୍ରମଣରେ ମଧ୍ୟ ଏହା ବ୍ୟବ‌ହାର ହୋଇପାରେ ।[୧] ଏହା ସାଧାରଣତଃ ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଥକାପଣ, କେଶ ଝଡ଼ିବା, ଉଦାସୀନତା, ଅଣନିଶ୍ୱାସ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଅଗ୍ନାଶୟ ପ୍ରଦାହହୋଇପାରେ ।[୧] [୩] ଏହା ସାଧାରଣତଃ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଉତ୍ପାଦିତ ଏକ ସାଇଟୋକାଇନ୍ ।[୧] ଇଣ୍ଟରଫେରନ୍ ଆଲଫା-୨ଏ, ଇଣ୍ଟରଫେରନ୍ ଆଲଫା-୨ବି, ଏବଂ ଇଣ୍ଟରଫେରନ୍ ଆଲଫା-ଏନ୩ ଇତ୍ୟାଦି ଏହି ଗୋଷ୍ଟିରେ ଅନେକ ପ୍ରକାର ଔଷଧ ଅଛି ।[୧] [୩] ପ୍ରଭାବର ଅବଧି ବଢ଼େଇବା ପାଇଁ ଏଗୁଡିକ ପେଜିଲେଟେଡ୍ ( ପେଜିଣ୍ଟରଫେରନ୍ ଆଲଫା-୨ ଏବଂ ଆଲଫା-୨ ବି) କରାଯାଇପାରେ । [୧]

୧୯୮୦ ଦଶକରେ କର୍କଟ ରୋଗ ପାଇଁ ଏବଂ ୧୯୯୦ ଦଶକରେ ହେପାଟାଇଟିସ୍ ବି ଏବଂ ସି ଇତ୍ୟାଦିର ଚିକିତ୍ସା ବ୍ୟବହାର ପାଇଁ ଇଣ୍ଟରଫେରନ୍ ଆଲଫା ଅନୁମୋଦିତ ହୋଇଥିଲା ।[୧] ୨୦୦୦ରେ ପେଜିଲେଟେଡ୍ ସଂସ୍କରଣ ଉପଲବ୍ଧ ହେଲା ।[୧] ଇଣ୍ଟରଫେରନ୍ ଆଲଫା-୨ ଆଉ ତିଆରି ହେଉନାହିଁ ।[୪] ଯୁକ୍ତରାଜ୍ୟରେ ପେଜିନଣ୍ଟରଫେରନ୍ ଆଲଫା-୨ଏ ବ୍ୟବସାୟିକ ଭାବରେ ଉପଲବ୍ଧ | [୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Alpha Interferon". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 23 October 2021. Retrieved 27 November 2021.
  2. ୨.୦ ୨.୧ "Interferon alfa | Cancer information | Cancer Research UK". www.cancerresearchuk.org. Archived from the original on 2021-10-17. Retrieved 2021-10-17.
  3. ୩.୦ ୩.୧ ୩.୨ "Interferon Alfa Monograph for Professionals". Drugs.com (in ଇଂରାଜୀ). Archived from the original on 1 September 2015. Retrieved 27 November 2021.
  4. "Roferon-A, Interferon alfa-2a recombinant, injectable solution, 1mL". National Museum of American History (in ଇଂରାଜୀ). Archived from the original on 26 October 2016. Retrieved 27 November 2021.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 664. ISBN 978-0857114105.