କାପୋସିସ ସାର୍କୋମା

ଉଇକିପିଡ଼ିଆ‌ରୁ
କାପୋସିସ ସାର୍କୋମା (Kaposi's sarcoma), ମଲ୍ଟିପ୍ଲ ହେମୋରେଜିକ ସାର୍କୋମା (multiple haemorrhagic sarcoma)
କାପୋସି ସାର୍କୋମା (Kaposi sarcoma)
କାପୋସିସ ସାର୍କୋମା (ଏଚଆଇଭି ପଜିଟିଭ ମହିଳାଙ୍କର ନାକରେ ଗୋଟିଏ ପରପ୍ଲ ରଙ୍ଗର ଦାଗ ଦେଖାଯାଉଛି ।
ଉଚ୍ଚାରଣ
ବିଭାଗକର୍କଟ ରୋଗ ବିଜ୍ଞାନ (Oncology)
ଲକ୍ଷଣପରପ୍ଲ (Purple) ରଙ୍ଗର ଚମ ଦାଗ [୩]
ବିପଦ କାରକମାନବ ହର୍ପିସଭୁତାଣୁ ୮ ବା (ଏଚଏଚଭି୮) Human herpesvirus 8 (HHV8), ଇମ୍ମ୍ୟୁନୋସପ୍ରେସନ (poor immune function)[୩][୪]
ରୋଗ ନିର୍ଣ୍ଣୟ ପଦ୍ଧତିତନ୍ତୁ ବାୟୋପ୍ସି (Tissue biopsy), ମେଡିକାଲ ଇମେଜିଙ୍ଗ (medical imaging)[୪][୩]
ସଠିକ ରୋଗ ନିର୍ଣ୍ଣୟବ୍ଲୁ ରବର ବ୍ଲେବ ନେଭସ ସିଣ୍ଡ୍ରୋମ (Blue rubber bleb nevus syndrome), ପାଇରୋଜେନିକ ଗ୍ରାନୁଲୋମା (pyogenic granuloma), ମେଲାନୋସାଇଟିକ ନେଭି (melanocytic nevi), ମେଲାନୋମା (melanoma)[୪]
ଚିକିତ୍ସାଅପରେଶନ, କେମୋଥେରାପି (chemotherapy), ରାଡିଏସନ ଥେରାପି (radiation therapy), ବାୟୋଲୋଜିକ ଥେରାପି (biologic therapy) [୩]

କାପୋସିସ ସାର୍କୋମା (ଇଂରାଜୀ ଭାଷାରେ Kaposi's sarcoma/ KS) ଏକ ପ୍ରକାର କର୍କଟ ରୋଗ ଯେଉଁଥିରେ ଚର୍ମ, ଲସିକା ଗ୍ରନ୍ଥି ବା ଅନ୍ୟାନ୍ୟ ଅଙ୍ଗମାନଙ୍କରେ (organs) ଫୁଲା ବା ଗୋଟାଳି ହୁଏ ।[୩] ଏହି ଫୁଲା ବା ଦାଗର ରଙ୍ଗ ପରପ୍ଲ (Purple) ହୋଇଥାଏ ।[୩] ଏହା ସୀମିତ ସ୍ଥାନରେ ବା ବିଚ୍ଛୁରିତ ଭାବରେ ଦେଖାଯାଇପାରେ ।[୫] ଧୀରେ ଧୀରେ ବା ଦୃତ ଗତିରେ ଏହାର ଅବସ୍ଥା ଦିନ‌କୁ ଦିନ ଖରାପ ଦିଗକୁ ଗତି କରେ ।[୪] ଏହା ଫୁଲା ବା ସମତଳ ଆକାରର ହୋଇପାରେ ।[୪] ସମସ୍ତ ରୋଗୀଙ୍କର ମାନବ ହର୍ପିସଭୁତାଣୁ ୮/(ଏଚଏଚଭି୮) (Human herpesvirus 8? HHV8) ଥିବା ଦେଖାଯାଏ ।[୩] କ୍ରନିକ ଲିମ୍ଫିଡିମା (chronic lymphedema) ଓ ରୋଗ ବା କୌଣସି ଔଷଧ ବ୍ୟବ‌ହାର ଯୋଗୁ ଇମ୍ମ୍ୟୁନୋସପ୍ରେସନ (poor immune function) ଥିଲେ ଏହି ରୋଗ ସଙ୍କଟ ରହେ ।[୩][୪]

ଏହି ରୋଗ ଚାରି ପ୍ରକାର ହୋଇ ଦେଖାଯାଇପାରେ ଯଥା:- କ୍ଲାସିକ, ଏଣ୍ଡେମିକ, ଏପିଡେମିକ ଓ ଇମ୍ମୁନୋସପ୍ରେସନ ଥେରାପି ସମ୍ପର୍କୀୟ [୩][୬] ବୟସ୍କମାନଙ୍କୁ କ୍ଲାସିକ କେଏସ ରୋଗ ହୁଏ ଯାହା ଧୀରେ ବଢ଼େ ଓ ଗୋଡ଼କୁ ଆକ୍ରମଣ କରେ ।[୩] ଆଫ୍ରିକାରେ ଏଣ୍ଡେମିକ କେଏସ ରୋଗ ହୁଏ ଓ ଏହା ଅଧିକ ଆକ୍ରମଣକାରୀ ଥାଏ ।[୩] ଇମ୍ମୁନୋସପ୍ରେସନ ଥେରାପି ସମ୍ପର୍କୀୟ କେଏସ ରୋଗ ସାଧାରଣତଃ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଲୋକଙ୍କୁ ହୁଏ ଓ ପ୍ରାୟ ଚର୍ମରେ ହୁଏ ।[୩] ଏପିଡେମିକ କେଏସ ରୋଗ ଏଡସ ରୋଗୀଙ୍କୁ ହୁଏ ଓ ଦେହର ଅନେକ ସ୍ଥାନରେ ହୁଏ । AIDS [୩] ତନ୍ତୁ ବାୟୋପ୍ସି (Tissue biopsy) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୩][୪]

ରୋଗର ଅବସ୍ଥା ଉପରେ ଚିକିତ୍ସା ନିର୍ଭର କରେ, ଯେପରିକି ଏହା ସ୍ଥାନୀୟ କି ବ୍ୟାପିଥିବା ଓ ଲୋକର ଇମ୍ମ୍ୟୁନିଟି ଶକ୍ତି ।[୪] ସ୍ଥାନୀୟ ରୋଗ ହୋଇଥିଲେ ଅପରେଶନ, କେମୋଥେରାପି (chemotherapy) ବା ରାଡିଏସନ ଥେରାପି (radiation therapy) ଦେଇ ଚିକିତ୍ସା କରାଯାଏ । [୪] ବିଚ୍ଛୁରିତ ହୋଇଥିଲେ କେମୋଥେରାପି ବା ବାୟୋଲୋଜିକ ଥେରାପି (biologic therapy) ଚିକିତ୍ସା ଦିଆଯାଏ ।[୪][୩] ଏଚଆଇଭି/ଏଡସ ରୋଗ ଥିଲେ ସେହି ରୋଗକୁ ଆଣ୍ଟିରେଟ୍ରୋଭାଇରାଲ ଥେରାପି (highly active antiretroviral therapy ବା HAART) ଦେଲେ ଉଭୟ ରୋଗର ପ୍ରତିଷେଧ ଓ ଚିକିତ୍ସା ହୋଇଯାଏ । [୭] କେତେକ କେଶ୍‌ରେ କେମୋଥେରାପି ଆବଶ୍ୟକ ହୋଇପାରେ ।[୭] ଅତ୍ୟଧିକ ରୋଗ ହୋଇଥିଲେ ମୃତ୍ୟୁ ସମ୍ଭାବନା ଅଧିକ ହୁଏ । [୪]

ସାଧାରଣତଃ ଏଚଆଇଭି/ଏଡସ ରୋଗୀ ଓ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ରୋଗୀଙ୍କର ଏହି କାପୋସିସ ସାର୍କୋମା ହେବା ଦେଖାଯାଏ (୨୦୧୭) ।[୪][୭] ଏଚଆଇଭି/ଏଡସ ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୫% ରୋଗୀଙ୍କର ଏହି ରୋଗ ହୁଏ । [୮] ସନ ୧୮୭୨ରେ ମୋରିଜ କାପୋସି (Moritz Kaposi) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[୫][୯] ସନ ୧୯୮୦ରେ ଏହାକୁ ଏଡସ ଚିହ୍ନଟକାରୀ ରୋଗ ଭାବରେ ଅଭିହିତ କରାଯାଉଥିଲା ।[୫] ଭୁତାଣୁ ସ‌ହିତ ଏହାର ସମ୍ପର୍କ ଥିବା ସନ ୧୯୯୪ରେ ଆବିଷ୍କୃତ ହୋଇଥିଲା ।[୫][୧୦]

ଆଧାର[ସମ୍ପାଦନା]

  1. Collins English Dictionary – Complete and Unabridged, 12th Edition 2014. S.v. "Kaposi's sarcoma." Retrieved August 15, 2017 from http://www.thefreedictionary.com/Kaposi's+sarcoma
  2. Random House Kernerman Webster’s College Dictionary. S.v. "Kaposi's sarcoma." Retrieved August 15, 2017 from http://www.thefreedictionary.com/Kaposi's+sarcoma
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ "Kaposi Sarcoma Treatment". National Cancer Institute (in ଇଂରାଜୀ). 16 June 2017.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ Schwartz RA, Micali G, Nasca MR, Scuderi L (August 2008). "Kaposi sarcoma: a continuing conundrum". Journal of the American Academy of Dermatology. 59 (2): 179–206, quiz 207–8. doi:10.1016/j.jaad.2008.05.001. PMID 18638627.
  5. ୫.୦ ୫.୧ ୫.୨ ୫.୩ "Kaposi Sarcoma Treatment". National Cancer Institute (in ଇଂରାଜୀ). 1 October 2015. Retrieved 18 December 2017.
  6. Schneider JW, Dittmer DP (August 2017). "Diagnosis and Treatment of Kaposi Sarcoma". American Journal of Clinical Dermatology. 18 (4): 529–539. doi:10.1007/s40257-017-0270-4. PMC 5509489. PMID 28324233.
  7. ୭.୦ ୭.୧ ୭.୨ Hoffmann C, Sabranski M, Esser S (2017). "HIV-Associated Kaposi's Sarcoma". Oncology Research and Treatment. 40 (3): 94–98. doi:10.1159/000455971. PMID 28259888.
  8. Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 735. ISBN 9780323529570.
  9. Kaposi, M (1872). "Idiopathisches multiples Pigmentsarkom der Haut". Archiv für Dermatologie und Syphilis. 4 (2): 265–273. doi:10.1007/BF01830024.
  10. Chang Y, Cesarman E, Pessin MS, Lee F, Culpepper J, Knowles DM, Moore PS (December 1994). "Identification of herpesvirus-like DNA sequences in AIDS-associated Kaposi's sarcoma". Science. 266 (5192): 1865–9. Bibcode:1994Sci...266.1865C. doi:10.1126/science.7997879. PMID 7997879.