ନନ୍-ହଜକିନ୍ସ ଲିମ୍ଫୋମା

ଉଇକିପିଡ଼ିଆ‌ରୁ
ନନ୍-ହଜକିନ୍ସ ଲିମ୍ଫୋମା
ନନ୍-ହଜକିନ୍ସ ରୋଗ (non-Hodgkin disease)
ଇଲିଅମ ଶେଷ ଭାଗରେ ହୋଇଥିବା ମ୍ୟାଣ୍ଟଲ ସେଲ ଲିମ୍ଫୋମାର mantle cell lymphoma, ମାଇକ୍ରୋଗ୍ରାଫ ଚିତ୍ର, ଏହା ଏକ ପ୍ରକାର ନନ୍-ହଜକିନ୍ସ ଲିମ୍ଫୋମା ।H&E stain.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିରକ୍ତ ରୋଗ ବିଜ୍ଞାନ (hematology) ଓ କର୍କଟ ରୋଗ ବିଜ୍ଞାନ (oncology)
ଆଇସିଡ଼ି-୧୦C82.-C85.
ଆଇସିଡ଼ି-୯-ସିଏମ୍200, 202
ଆଇସିଡ଼ି-ଓ9591/3
ଓଏମ୍‌ଆଇଏମ୍605027
ରୋଗ ଡାଟାବେସ9065
ମେଡ଼ିସିନ-ପ୍ଲସ000581
ଇ-ମେଡ଼ିସିନmed/1363 ped/1343
Patient UKନନ୍-ହଜକିନ୍ସ ଲିମ୍ଫୋମା
MeSHD008228

ନନ୍-ହଜକିନ୍ସ ଲିମ୍ଫୋମା (ଇଂରାଜୀ ଭାଷାରେ Non-Hodgkin lymphoma ବା ଏନଏଚଏଲ/NHL) ଏକ ରକ୍ତ କର୍କଟ (blood cancers) ଗୋଷ୍ଠୀର ସଦସ୍ୟ ଯେଉଁଥିରେ ହଜକିନ୍ସ ଲିମ୍ଫୋମା ବ୍ୟତୀତ ସମସ୍ତ ପ୍ରକାରର ଲିମ୍ଫୋମା ଶ୍ରେଣୀଭୁକ୍ତ କରାଯାଇଛି ।[୧] ଲସିକା ଗ୍ରନ୍ଥି ବୃଦ୍ଧି, ଜ୍ୱର, ରାତ୍ରିକାଳୀନ ଝାଳ, ଓଜନ ହ୍ରାସ ଓ ଥକ୍କାଣ ଇତ୍ୟାଦି ଲକ୍ଷଣ ଏ ରୋଗରେ ପ୍ରକାଶ ପାଏ । ଅସ୍ଥି ଯନ୍ତ୍ରଣା, ଛାତି କଷ୍ଟ ଓ ଗଲୁ ଇତ୍ୟାଦି ଲକ୍ଷଣ ମଧ୍ୟ ଦେଖାଯାଇପାରେ । ଏମାନଙ୍କ ମଧ୍ୟରୁ କେତେକ ରୋଗ ଧୀର ଓ କେତେକ ତୀବ୍ର ଗତିରେ ବୃଦ୍ଧି ପ୍ରାପ୍ତ ହୁଏ ।[୧]

ରକ୍ତରେ ଥିବା ଶ୍ୱେତ ରକ୍ତ କଣିକା ମଧ୍ୟରୁ ଲିମ୍ଫୋସାଇଟରୁ ସୃଷ୍ଟି ହେଉଥିବା ଏକ ପ୍ରକାର କର୍କଟର ନାମ ଲିମ୍ଫୋମା ।[୨] ଏହି ରୋଗ ସଙ୍କଟ ସୃଷ୍ଟିକାରୀ କାରକମାନଙ୍କ ନାମ: ଇମ୍ମୁନିଟି ଅଭାବ (poor immune function), ଅଟୋଇମ୍ମ୍ୟୁନ ରୋଗ (autoimmune disease), ମୋଟାପଣ, ହେଲିକୋବ୍ୟାକ୍ଟର ପାଇଲୋରି ସଂକ୍ରମଣ (Helicobacter pylori infection), ହେପାଟାଇଟିସ ସିଏପସ୍ଟେନ‌-ବାର ଭୁତାଣୁ ସଂକ୍ରମଣ (Epstein-Barr virus infection) ।[୧][୩] ଡବ୍ଲ୍ୟୁଏଚଓ (World Health Organization) ଏହି ଲୋମ୍ଫୋମାକୁ ୫ ମୂଖ୍ୟ ଶ୍ରେଣୀରେ ବିଭକ୍ତ କରିଛି ଯାହା ମଧ୍ୟରେ ହଜକିନ୍ସ ଲିମ୍ଫୋମା ମଧ୍ୟ ଅଛି ।[୪] ନନ୍-ହଜକିନ୍ସ ଲିମ୍ଫୋମାର ଚାରି ଦଳ ମଧ୍ୟରେ ପ୍ରାୟ ୬୦ଟି ନିର୍ଦ୍ଦିଷ୍ଟ ଟାଇପର ଲିମ୍ଫୋମା ଅଛି ।[୫][୬] ଅସ୍ଥିମଜ୍ଜା (bone marrow) ବା ଲସିକା ଗ୍ରନ୍ଥିର ବାୟୋପ୍ସି (lymph node biopsy) କରି ରୋଗ ନିର୍ଣ୍ଣୟ କରାଯାଏ । କର୍କଟର ସ୍ଟେଜ (cancer staging) ନିର୍ଦ୍ଧାରଣ କରିବା ନିମନ୍ତେ ମେଡିକାଲ ଇମେଜିଙ୍ଗ (Medical imaging) କରାଯାଏ ।.[୧]

ଏହାର ଚିକିତ୍ସା ରୋଗର ଧୀର ବା ଦୃତ ଗତିରେ ବୃଦ୍ଧି ଓ ଏକ ବା ଏକାଧିକ ସ୍ଥାନରେ ସ୍ଥିତି ଉପରେ ନିର୍ଭର କରେ । ଏହାର ବିଭନ୍ନ ଚିକିତ୍ସା: କେମୋଥେରାପି (chemotherapy), ରାଡିଏସନ (radiation), ଇମ୍ମ୍ୟୁନ ଥେରାପି (immunotherapy), ଟାର୍ଗେଟେଡ ଥେରାପି (targeted therapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ (stem cell transplantation), ଅପରେଶନ, ବା ଜାଗ୍ରତ ଅପେକ୍ଷା (watchful waiting) । ଅଧିକ ଆଣ୍ଟିବଡି ଥିବା ଯୋଗୁ ରକ୍ତ ବ‌ହଳ ହୋଇଥିଲେ ପ୍ଲାଜମାଫେରେସିସ (plasmapheresis) ଆବଶ୍ୟକ ହୋଇପାରେ । ରାଡିଏସନ ଓ କେତେକ କେମୋଥେରାପିଦ୍ୱାରା ପରବର୍ତ୍ତୀ ସମୟରେ ହୃତ୍‌ପିଣ୍ଡ ରୋଗ (heart disease) ବା ସ୍ନାୟୁ ସମସ୍ୟା ଦେଖାଯାଇପାରେ ।[୧]

ସନ ୨୦୧୩ରେ ୨.୯୬ ନିୟୁତ ଲୋକଙ୍କୁ ନନ୍-ହଜକିନ୍ସ ଲିମ୍ଫୋମା ରୋଗ ହୋଇଥିଲା ଓ ସେଥିରୁ ୨୨୬,୦୦୦ ମୃତ୍ୟୁ ବରଣ କରିଥିଲେ ।[୭][୮] ଯୁକ୍ତରାଷ୍ଟ୍ର ଆମେରିକାରେ ୨.୧% ଲୋକ ଏହି ରୋଗରେ କେତେବେଳେ ହେଲେ ପୀଡ଼ିତ ହୁଅନ୍ତି । ରୋଗ ନିର୍ଣ୍ଣୟ କରିବାର ବୟସ ପ୍ରାୟ ୬୫ରୁ ୭୫ ବର୍ଷ ବୟସ ମଧ୍ୟରେ ଥାଏ । ସେଠାରେ ୫ ବର୍ଷ ବଞ୍ଚିବା ହାର ପ୍ରାୟ ୭୧% ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Adult Non-Hodgkin Lymphoma Treatment (PDQ®)–Patient Version". NCI. August 3, 2016. Retrieved 13 August 2016.
  2. ୨.୦ ୨.୧ "SEER Stat Fact Sheets: Non-Hodgkin Lymphoma". NCI. April 2016. Retrieved 13 August 2016.
  3. World Cancer Report 2014. World Health Organization. 2014. pp. Chapter 2.4, 2.6. ISBN 9283204298.
  4. "Adult Non-Hodgkin Lymphoma Treatment (PDQ®)–Health Professional Version". NCI. June 1, 2016. Retrieved 13 August 2016.
  5. "Different types of non Hodgkin lymphoma". Cancer Research UK. Archived from the original on 14 August 2016. Retrieved 13 August 2016.
  6. Bope, Edward T.; Kellerman, Rick D. (2015). Conn's Current Therapy 2016 (in ଇଂରାଜୀ). Elsevier Health Sciences. p. 878. ISBN 9780323355353.
  7. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  8. GBD 2013 Mortality and Causes of Death, Collaborators (10 January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet (London, England). 385 (9963): 117–71. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)