ବୃକ୍‌କ କର୍କଟ

ଉଇକିପିଡ଼ିଆ‌ରୁ
Kidney cancer
Renal cancer
Micrograph showing the most common type of kidney cancer (clear cell renal cell carcinoma). H&E stain.
ବିଭାଗOncology, nephrology
ଲକ୍ଷଣBlood in the urine, lump in the abdomen, back pain[୧][୨][୩]
ଆକ୍ରାନ୍ତ ସମୟAfter the age of 45[୪]
ବିପଦ କାରକSmoking, certain pain medications, previous bladder cancer, being overweight, high blood pressure, certain chemicals, family history[୧][୫]
ରୋଗ ନିର୍ଣ୍ଣୟ ପଦ୍ଧତିTissue biopsy[୧][୨][୩]
ଚିକିତ୍ସାSurgery, radiation therapy, chemotherapy, immunotherapy, targeted therapy[୧][୨][୬]
ପୁନଃପୌନିକ403,300 (2018)[୭]
ମୃତ୍ୟୁ ସାନ୍ଦ୍ରତା175,000[୭]

ବୃକ୍‌କ କର୍କଟ ଏକ କର୍କଟ ରୋଗ ଯାହା ବୃକ୍‌କରେ ଆରମ୍ଭ ହୁଏ | [୪] ଏହାର ଲକ୍ଷଣମାନଙ୍କ ମଧ୍ୟରେ ମୂତ୍ରରେ ରକ୍ତ, ପେଟରେ ଗୋଟାଳି କିମ୍ବା ପିଠି ଯନ୍ତ୍ରଣା ହୋଇପାରେ । [୧] [୨] [୩] ଜ୍ୱର, ଓଜନ ହ୍ରାସ ଏବଂ ଥକାପଣ ମଧ୍ୟ ହୋଇପାରେ | [୧] [୨] [୩] ରୋଗ ଜଟିଳ ହେଲେ ଫୁସଫୁସ କିମ୍ବା ମସ୍ତିଷ୍କ‌କୁ କର୍କଟ ବିସ୍ତାର ହୋଇପାରେ। [୮]

ବୃକ୍‌କ କର୍କଟ ରୋଗର ମୁଖ୍ୟ ପ୍ରକାର ହେଉଛି ବୃକକ୍ କୋଷ କର୍କଟ (ଆରସିସି), ଟ୍ରାଞ୍ଜିସନାଲ କୋଷ କର୍କଟ (ଟିସିସି) ଏବଂ ୱିମ୍‌ସ୍ ଟ୍ୟୁମର୍ | ସମୁଦାୟ କିଡନୀ କର୍କଟ ରୋଗର ପ୍ରାୟ ୮୦% କେବଳ ଆରସିସି ସୃଷ୍ଟି କରେ ଏବଂ ଅବଶିଷ୍ଟାଂଶ ଟିସିସି ରୋଗ କରେ | [୯] ଆରସିସି ଏବଂ ଟିସିସି ପାଇଁ ସଙ୍କଟ ଜନ‌କ କାରଣ ମଧ୍ୟରେ ଧୂମପାନ, କିଛି ଯନ୍ତ୍ରଣା ନିବାରକ ଔଷଧ, ପୂର୍ବତନ ମୂତ୍ରାଶୟ କର୍କଟ, ଅଧିକ ଓଜନ, ଉଚ୍ଚ ରକ୍ତଚାପ, କିଛି ରାସାୟନିକ ପଦାର୍ଥ ଏବଂ ପାରିବାରିକ ଇତିହାସ ସ୍ଥାନ ନେଇଥାଏ । [୧] [୨] ୱିମ୍‌ସ୍ ଅର୍ବୁଦ ପାଇଁ ବିପଦ କାରଣଗୁଡିକ ମଧ୍ୟରେ ପାରିବାରିକ ଇତିହାସ ଏବଂ ଡବ୍ଲ୍ୟୁଏଜିଆର (WAGR ) ସିଣ୍ଡ୍ରୋମ ପରି କେତେକ ଜେନେଟିକ୍ ବ୍ୟାଧି ଉତ୍ତରଦାୟୀ ଥାଏ | [୩] ଲକ୍ଷଣ, ପରିସ୍ରା ପରୀକ୍ଷା, ଏବଂ ଡାକ୍ତରୀ ଇମେଜିଙ୍ଗ ଉପରେ ଆଧାର କରି ରୋଗ ସନେହ କରାଯାଏ । [୧] [୨] [୩] ଏହା ତନ୍ତୁ ବାୟୋପସି କରି ନିଶ୍ଚିତ କରାଯାଏ | [୧] [୨] [୩]

ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଟାର୍ଗେଟେଡ୍ ଥେରାପି ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ | [୧] [୨] [୩] ନୂତନ ଭାବରେ ବୃକ୍‌କ କର୍କଟ ପ୍ରାୟ ୪0୩,୩00 ଲୋକଙ୍କୁ ପ୍ରଭାବିତ କରିଥିଲା ଏବଂ ୨୦୧୮ରେ ସାରା ବିଶ୍ୱରେ ୧୭୫,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ । [୭] ସାଧାରଣତଃ ୪୫ ବର୍ଷ ବୟସ ପରେ ଏହି ରୋଗ ଆରମ୍ଭ ହୁଏ। [୪] ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି। [୪] ସମୁଦାୟ ପାଞ୍ଚ ବର୍ଷର ବଞ୍ଚିବା ହାର ଯୁକ୍ତରାଷ୍ଟ୍ରରେ ୭୫%, କାନାଡାରେ ୭୧%, ଚାଇନାରେ ୭୦% ଏବଂ ୟୁରୋପରେ ୬୦% ରହିଛି। [୪] [୧୦] ବୃକ୍‌କରେ ସୀମିତ ଥିବା କର୍କଟ ରୋଗ ପାଇଁ ପାଞ୍ଚ ବର୍ଷର ବଞ୍ଚିବାର ହାର ୯୩%, ଯଦି ଏହା ଆଖପାଖର ଲସିକା ଗ୍ରନ୍ଥିରେ ବ୍ୟାପିଥାଏ ତେବେ ଏହା ୭୦% ଅଟେ ଏବଂ ଯଦି ଏହା ବ୍ୟାପକ ହୋଇଥାଏ ତେବେ ୧୨% ହୁଏ | [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Renal Cell Cancer Treatment". National Cancer Institute. 2019. Retrieved 8 June 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ ଆଧାର ଭୁଲ: ଅଚଳ <ref> ଚିହ୍ନ; NCI2019TCC ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ଆଧାର ଭୁଲ: ଅଚଳ <ref> ଚିହ୍ନ; NCI2019Wl ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Cancer of the Kidney and Renal Pelvis - Cancer Stat Facts". SEER. Retrieved 30 May 2019.
  5. "Transitional Cell Cancer (Kidney/Ureter) Treatment". National Cancer Institute. 2019. Retrieved 8 June 2019.
  6. "Wilms Tumor and Other Childhood Kidney Tumors Treatment". National Cancer Institute. 2019. Retrieved 8 June 2019.
  7. ୭.୦ ୭.୧ ୭.୨ "Cancer today". IARC. Retrieved 30 May 2019.
  8. Sommers, Marilyn S.; Fannin, Ehriel (2014). Diseases and Disorders: A Nursing Therapeutics Manual. F.A. Davis. p. 657. ISBN 9780803644878.
  9. Mulders PF, Brouwers AH, Hulsbergen-van der Kaa CA, van Lin EN, Osanto S, de Mulder PH (February 2008). "[Guideline 'Renal cell carcinoma']". Ned Tijdschr Geneeskd (in ଡଚ୍). 152 (7): 376–80. PMID 18380384.
  10. Zeng, Hongmei; Chen, Wanqing; Zheng, Rongshou; Zhang, Siwei; Ji, John S; Zou, Xiaonong; Xia, Changfa; Sun, Kexin; Yang, Zhixun (2018). "Changing cancer survival in China during 2003–15: a pooled analysis of 17 population-based cancer registries". The Lancet Global Health (in ଇଂରାଜୀ). 6 (5): e555–e567. doi:10.1016/S2214-109X(18)30127-X. PMID 29653628.