ଆମାଶୟ
Dysentery | |
---|---|
Bloody diarrhea | |
ବିଭାଗ | Infectious disease |
ଲକ୍ଷଣ | Bloody diarrhea, abdominal pain, fever[୧][୨] |
ଅବଧି | Less than a week[୩] |
କାରଣ | Usually Shigella or Entamoeba histolytica[୪] |
ବିପଦ କାରକ | Contamination of food and water with feces due to poor sanitation[୫] |
ପ୍ରତିକାର | Hand washing, food safety[୩] |
ଚିକିତ୍ସା | Drinking sufficient fluids, antibiotics (severe cases)[୩] |
ପୁନଃପୌନିକ | Common in the developing world[୬] |
ମୃତ୍ୟୁ ସାନ୍ଦ୍ରତା | > million a year[୬] |
ଆମାଶୟ ବା ଡିସେଣ୍ଟେରି (ଇଂରାଜୀ ଭାଷାରେ Dysentery) ଏକ ପ୍ରକାର ପାକସ୍ଥଳୀ-ଅନ୍ତନଳୀ ପ୍ରଦାହ ବା (gastroenteritis) ଯେଉଁଥିରେ ପତଳା ଝାଡା ସହିତ ରକ୍ତ ପଡ଼େ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ପେଟ ଯନ୍ତ୍ରଣା ଏବଂ ଅସମ୍ପୂର୍ଣ୍ଣ ମଳ ତ୍ୟାଗର ଅନୁଭବ ହୋଇପାରେ । [୭] [୫] ରୋଗ ଜଟିଳ ହେଲେ ଡିହାଇଡ୍ରେସନ୍ ହୋଇପାରେ | [୮]
ଆମାଶୟର କାରଣ ସାଧାରଣତଃ ଶିଗେଲା ଜୀବାଣୁ ଯୋଗୁ ହୁଏ, ଯେଉଁ କ୍ଷେତ୍ରରେ ଏହା ଶିଗେଲୋସିସ୍ ବା ଆମୋବା ଏଣ୍ଟାମୋବା ହିଷ୍ଟୋଲାଇଟିକା ଭାବରେ ଜଣାଶୁଣା | [୧] ଅନ୍ୟାନ୍ୟ କାରଣ ମଧ୍ୟରେ କେତେକ ରାସାୟନିକ ପଦାର୍ଥ, ଅନ୍ୟ ଜୀବାଣୁ, ଅନ୍ୟ ପ୍ରୋଟୋଜୋଆ କିମ୍ବା ପରଜୀବୀ ପୋକ ଅନ୍ତର୍ଭୁକ୍ତ ହୋଇପାରେ । ଏହା ଲୋକମାନଙ୍କ ମଧ୍ୟରେ ବ୍ୟାପିପାରେ | [୩] ସଙ୍କଟକାରକ ମଧରେ ମଳଦ୍ୱାରା ଅପମିଶ୍ରିତ ଖାଦ୍ୟ ଏବଂ ଦୁଷିତ ପରିମଳ ବ୍ୟବସ୍ଥା ଯୋଗୁ ହୁଏ ।[୫] ଅନ୍ତନଳୀରେ, ବିଶେଷତଃ କୋଲନ୍ରେ ପ୍ରଦାହ ହେବା ଯୋଗୁ ଏହି ରୋଗ ହୁଏ |
ଆମାଶୟକୁ ରୋକିବା ପ୍ରୟାସରେ ଅଧିକ ବିପଦ ଥିବା ଅଞ୍ଚଳରେ ଭ୍ରମଣ କରିବା ସମୟରେ ହାତ ଧୋଇବା ଏବଂ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଅନ୍ତର୍ଭୁକ୍ତ | [୩] ଏହି ଅବସ୍ଥା ସାଧାରଣତଃ ଏକ ସପ୍ତାହ ମଧ୍ୟରେ ନିଜେ ସମାଧାନ ହେଉଥିବାବେଳେ, ରିହାଇଡ୍ରେସନ୍ ସଲ୍ୟୁସନ୍ ବା ଓଆରଏସ ପରି ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପିଇବା ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା | [୩] ବିକାଶଶୀଳ ଦେଶରେ ଭ୍ରମଣ ସହ ଜଡ଼ିତ ମାମଲାଗୁଡ଼ିକର ଚିକିତ୍ସା ପାଇଁ ଆଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଇପାରେ।[୯] ଯେତେବେଳେ ଲୋପେରାମାଇଡ୍ ଭଳି ଡାଇରିଆ ହ୍ରାସ ପାଇଁ ବ୍ୟବହୃତ ହେଉଥିବା ଔଷଧଗୁଡ଼ିକ ନିଜେ ସୁପାରିଶ କରାଯାଏ ନାହିଁ, କିନ୍ତୁ ସେମାନେ ଆଣ୍ଟିବାୟୋଟିକ୍ ସହିତ ଏକାଠି ବ୍ୟବହୃତ ହୋଇପାରନ୍ତି | [୯] [୩]
ଶିଗେଲା ଯୋଗୁ ବର୍ଷକୁ ୧୬୫ ନିୟୁତ ତରଳ ଝାଡ଼ା ଏବଂ ବର୍ଷକୁ ୧.୧ ନିୟୁତ ମୃତ୍ୟୁ ଘଟିଥାଏ ଓ ପ୍ରାୟ ବିକାଶଶୀଳ ଦେଶମାନଙ୍କରେ ଏହି ସମସ୍ତ ରୋଗ ହୋଇଥାଏ।[୬] ପରିମଳ ଖରାପ ଥିବା ଅଞ୍ଚଳରେ ପ୍ରାୟ ଅର୍ଦ୍ଧକ ସଂଖ୍ୟକ ରୋଗ ଏଣ୍ଟାମୋଏବା ହିଷ୍ଟୋଲାଇଟିକା କାରଣରୁ ହୁଏ।[୫] ଏଣ୍ଟାମୋବା ହିଷ୍ଟୋଲାଇଟା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ ଏହା ଯୋଗୁ ବର୍ଷକୁ ୫୫,000ରୁ ଅଧିକ ମୃତ୍ୟୁ ଘଟିଥାଏ।[୧୦] ଏହା ସାଧାରଣତଃ କେନ୍ଦ୍ରୀୟ ଏବଂ ଦକ୍ଷିଣ ଆମେରିକା, ଆଫ୍ରିକା ଏବଂ ଏସିଆର କମ୍ ବିକଶିତ ଅଞ୍ଚଳରେ ଘଟିଥାଏ | [୧୧] ଅନ୍ତତଃ ପକ୍ଷେ ହିପୋକ୍ରାଟସ୍ ସମୟରୁ ଆମାଶୟ ରୋଗର ବର୍ଣ୍ଣନା କରାଯାଇଛି | [୧୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ଆଧାର ଭୁଲ: ଅଚଳ
<ref>
ଚିହ୍ନ;WHO2014
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Dysentery" at Dorland's Medical Dictionary
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Dysentery". nhs.uk (in ଇଂରାଜୀ). 18 October 2017. Retrieved 15 November 2019.
- ↑ "Dysentery". who.int. Archived from the original on 5 ଡିସେମ୍ବର 2014. Retrieved 28 ନଭେମ୍ବର 2014.
- ↑ ୫.୦ ୫.୧ ୫.୨ ୫.୩ Marie, C; Petri WA, Jr (30 August 2013). "Amoebic dysentery". BMJ Clinical Evidence. 2013. PMC 3758071. PMID 23991750.
- ↑ ୬.୦ ୬.୧ ୬.୨ "Dysentery (Shigellosis)" (PDF). WHO. November 2016. p. 2. Retrieved 15 November 2019.
- ↑ Tribble, DR (September 2017). "Antibiotic Therapy for Acute Watery Diarrhea and Dysentery". Military Medicine. 182 (S2): 17–25. doi:10.7205/MILMED-D-17-00068. PMC 5650106. PMID 28885920.
- ↑ "WHO EMRO | Dysentery | Health topics". www.emro.who.int. Retrieved 15 November 2019.
- ↑ ୯.୦ ୯.୧ Tribble, DR (September 2017). "Antibiotic Therapy for Acute Watery Diarrhea and Dysentery". Military Medicine. 182 (S2): 17–25. doi:10.7205/MILMED-D-17-00068. PMC 5650106. PMID 28885920.
- ↑ Shirley, DT; Farr, L; Watanabe, K; Moonah, S (July 2018). "A Review of the Global Burden, New Diagnostics, and Current Therapeutics for Amebiasis". Open Forum Infectious Diseases. 5 (7): ofy161. doi:10.1093/ofid/ofy161. PMC 6055529. PMID 30046644.
- ↑ Shirley, DT; Farr, L; Watanabe, K; Moonah, S (July 2018). "A Review of the Global Burden, New Diagnostics, and Current Therapeutics for Amebiasis". Open Forum Infectious Diseases. 5 (7): ofy161. doi:10.1093/ofid/ofy161. PMC 6055529. PMID 30046644.
- ↑ Grove, David (2013). Tapeworms, Lice, and Prions: A compendium of unpleasant infections (in ଇଂରାଜୀ). OUP Oxford. p. PT517. ISBN 9780191653452.