ଆମାଶୟ

ଉଇକିପିଡ଼ିଆ‌ରୁ
Dysentery
Bloody diarrhea
A person with dysentery in a Burmese hospital, 1943
ବିଭାଗInfectious disease
ଲକ୍ଷଣBloody diarrhea, abdominal pain, fever[୧][୨]
ଅବଧିLess than a week[୩]
କାରଣUsually Shigella or Entamoeba histolytica[୪]
ବିପଦ କାରକContamination of food and water with feces due to poor sanitation[୫]
ପ୍ରତିକାରHand washing, food safety[୩]
ଚିକିତ୍ସାDrinking sufficient fluids, antibiotics (severe cases)[୩]
ପୁନଃପୌନିକCommon in the developing world[୬]
ମୃତ୍ୟୁ ସାନ୍ଦ୍ରତା> million a year[୬]

ଆମାଶୟ ବା ଡିସେଣ୍ଟେରି (ଇଂରାଜୀ ଭାଷାରେ Dysentery) ଏକ ପ୍ରକାର ପାକସ୍ଥଳୀ-ଅନ୍ତନଳୀ ପ୍ରଦାହ ବା (gastroenteritis) ଯେଉଁଥିରେ ପତଳା ଝାଡା ସହିତ ରକ୍ତ ପଡ଼େ । [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ପେଟ ଯନ୍ତ୍ରଣା ଏବଂ ଅସମ୍ପୂର୍ଣ୍ଣ ମଳ ତ୍ୟାଗର ଅନୁଭବ ହୋଇପାରେ । [୭] [୫] ରୋଗ ଜଟିଳ ହେଲେ ଡିହାଇଡ୍ରେସନ୍ ହୋଇପାରେ | [୮]

ଆମାଶୟର କାରଣ ସାଧାରଣତଃ ଶିଗେଲା ଜୀବାଣୁ ଯୋଗୁ ହୁଏ, ଯେଉଁ କ୍ଷେତ୍ରରେ ଏହା ଶିଗେଲୋସିସ୍ ବା ଆମୋବା ଏଣ୍ଟାମୋବା ହିଷ୍ଟୋଲାଇଟିକା ଭାବରେ ଜଣାଶୁଣା | [୧] ଅନ୍ୟାନ୍ୟ କାରଣ ମଧ୍ୟରେ କେତେକ ରାସାୟନିକ ପଦାର୍ଥ, ଅନ୍ୟ ଜୀବାଣୁ, ଅନ୍ୟ ପ୍ରୋଟୋଜୋଆ କିମ୍ବା ପରଜୀବୀ ପୋକ ଅନ୍ତର୍ଭୁକ୍ତ ହୋଇପାରେ । ଏହା ଲୋକମାନଙ୍କ ମଧ୍ୟରେ ବ୍ୟାପିପାରେ | [୩] ସଙ୍କଟକାରକ ମଧରେ ମଳଦ୍ୱାରା ଅପମିଶ୍ରିତ ଖାଦ୍ୟ ଏବଂ ଦୁଷିତ ପରିମଳ ବ୍ୟବସ୍ଥା ଯୋଗୁ ହୁଏ[୫] ଅନ୍ତନଳୀରେ, ବିଶେଷତଃ କୋଲନ୍‌ରେ ପ୍ରଦାହ ହେବା ଯୋଗୁ ଏହି ରୋଗ ହୁଏ |

ଆମାଶୟକୁ ରୋକିବା ପ୍ରୟାସରେ ଅଧିକ ବିପଦ ଥିବା ଅଞ୍ଚଳରେ ଭ୍ରମଣ କରିବା ସମୟରେ ହାତ ଧୋଇବା ଏବଂ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଅନ୍ତର୍ଭୁକ୍ତ | [୩] ଏହି ଅବସ୍ଥା ସାଧାରଣତଃ ଏକ ସପ୍ତାହ ମଧ୍ୟରେ ନିଜେ ସମାଧାନ ହେଉଥିବାବେଳେ, ରିହାଇଡ୍ରେସନ୍ ସଲ୍ୟୁସନ୍ ବା ଓଆରଏସ ପରି ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପିଇବା ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା | [୩] ବିକାଶଶୀଳ ଦେଶରେ ଭ୍ରମଣ ସହ ଜଡ଼ିତ ମାମଲାଗୁଡ଼ିକର ଚିକିତ୍ସା ପାଇଁ ଆଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଇପାରେ। [୯] ଯେତେବେଳେ ଲୋପେରାମାଇଡ୍ ଭଳି ଡାଇରିଆ ହ୍ରାସ ପାଇଁ ବ୍ୟବହୃତ ହେଉଥିବା ଔଷଧଗୁଡ଼ିକ ନିଜେ ସୁପାରିଶ କରାଯାଏ ନାହିଁ, କିନ୍ତୁ ସେମାନେ ଆଣ୍ଟିବାୟୋଟିକ୍ ସହିତ ଏକାଠି ବ୍ୟବହୃତ ହୋଇପାରନ୍ତି | [୯] [୩]

ଶିଗେଲା ଯୋଗୁ ବର୍ଷକୁ ୧୬୫ ନିୟୁତ ତରଳ ଝାଡ଼ା ଏବଂ ବର୍ଷକୁ ୧.୧ ନିୟୁତ ମୃତ୍ୟୁ ଘଟିଥାଏ ଓ ପ୍ରାୟ ବିକାଶଶୀଳ ଦେଶମାନଙ୍କରେ ଏହି ସମସ୍ତ ରୋଗ ହୋଇଥାଏ। [୬] ପରିମଳ ଖରାପ ଥିବା ଅଞ୍ଚଳରେ ପ୍ରାୟ ଅର୍ଦ୍ଧକ ସଂଖ୍ୟକ ରୋଗ ଏଣ୍ଟାମୋଏବା ହିଷ୍ଟୋଲାଇଟିକା କାରଣରୁ ହୁଏ। [୫] ଏଣ୍ଟାମୋବା ହିଷ୍ଟୋଲାଇଟା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ ଏହା ଯୋଗୁ ବର୍ଷକୁ ୫୫,000ରୁ ଅଧିକ ମୃତ୍ୟୁ ଘଟିଥାଏ। [୧୦] ଏହା ସାଧାରଣତଃ କେନ୍ଦ୍ରୀୟ ଏବଂ ଦକ୍ଷିଣ ଆମେରିକା, ଆଫ୍ରିକା ଏବଂ ଏସିଆର କମ୍ ବିକଶିତ ଅଞ୍ଚଳରେ ଘଟିଥାଏ | [୧୧] ଅନ୍ତତଃ ପକ୍ଷେ ହିପୋକ୍ରାଟସ୍ ସମୟରୁ ଆମାଶୟ ରୋଗର ବର୍ଣ୍ଣନା କରାଯାଇଛି | [୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; WHO2014 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Dysentery" at Dorland's Medical Dictionary
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Dysentery". nhs.uk (in ଇଂରାଜୀ). 18 October 2017. Retrieved 15 November 2019.
  4. "Dysentery". who.int. Archived from the original on 5 ଡିସେମ୍ବର 2014. Retrieved 28 ନଭେମ୍ବର 2014.
  5. ୫.୦ ୫.୧ ୫.୨ ୫.୩ Marie, C; Petri WA, Jr (30 August 2013). "Amoebic dysentery". BMJ Clinical Evidence. 2013. PMC 3758071. PMID 23991750.
  6. ୬.୦ ୬.୧ ୬.୨ "Dysentery (Shigellosis)" (PDF). WHO. November 2016. p. 2. Retrieved 15 November 2019.
  7. Tribble, DR (September 2017). "Antibiotic Therapy for Acute Watery Diarrhea and Dysentery". Military Medicine. 182 (S2): 17–25. doi:10.7205/MILMED-D-17-00068. PMC 5650106. PMID 28885920.
  8. "WHO EMRO | Dysentery | Health topics". www.emro.who.int. Retrieved 15 November 2019.
  9. ୯.୦ ୯.୧ Tribble, DR (September 2017). "Antibiotic Therapy for Acute Watery Diarrhea and Dysentery". Military Medicine. 182 (S2): 17–25. doi:10.7205/MILMED-D-17-00068. PMC 5650106. PMID 28885920.
  10. Shirley, DT; Farr, L; Watanabe, K; Moonah, S (July 2018). "A Review of the Global Burden, New Diagnostics, and Current Therapeutics for Amebiasis". Open Forum Infectious Diseases. 5 (7): ofy161. doi:10.1093/ofid/ofy161. PMC 6055529. PMID 30046644.
  11. Shirley, DT; Farr, L; Watanabe, K; Moonah, S (July 2018). "A Review of the Global Burden, New Diagnostics, and Current Therapeutics for Amebiasis". Open Forum Infectious Diseases. 5 (7): ofy161. doi:10.1093/ofid/ofy161. PMC 6055529. PMID 30046644.
  12. Grove, David (2013). Tapeworms, Lice, and Prions: A compendium of unpleasant infections (in ଇଂରାଜୀ). OUP Oxford. p. PT517. ISBN 9780191653452.