ଶରଣ ଶ୍ରୀକ୍ଷେତ୍ର

ଉଇକିପିଡ଼ିଆ ରୁ
(ଆଠଗଡ଼ ପାଟଣା ରୁ ଲେଉଟି ଆସିଛି)
Jump to navigation Jump to search

ଗଞ୍ଜାମ ଜିଲ୍ଲାର ଆଠଗଡ଼ ପାଟଣାଠାରେ ଅବସ୍ଥିତ ପ୍ରାଚୀନ ଦୁର୍ଗସମୂହ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା, ରୁମାଗଡ଼, ଓପାଟିଗଡ଼କୁ ନେଇ ଗଠିତ । ଏହା ଶରଣ ଶ୍ରୀକ୍ଷେତ୍ର, ଗୁପ୍ତଗଡ଼ ଓ ଅଷ୍ଟଗଡ଼ ଭାବେ ଜଣା ।

ଇତିହାସ[ସମ୍ପାଦନା]

୧୬୦୦ ଖ୍ରୀଷ୍ଟାବ୍ଦରେ କଳାପହାଡ଼ ଆକ୍ରମଣ ସମୟରେ ଜଗନ୍ନାଥଙ୍କ ସୁରକ୍ଷା ଏବଂ ଗଜପତି ମହାରାଜାଙ୍କୁ ଶରଣ ଦେଇଥିବାରୁ ଏହି ସ୍ଥାନର ନାମ ଶରଣ ଶ୍ରୀକ୍ଷେତ୍ର । ଆଠଗଡ଼ ରାଜା ମଧୁସୂଦନ ଜଗଦେବ ତତ୍କାଲିନ ରାଜା ଗଜପତି ରମଚନ୍ଦ୍ର ଦେବ ଓ ତାଙ୍କ ସପରିବାରଙ୍କୁ ଆକ୍ରମଣକାରୀଙ୍କ ଠାରୁ ଉଦ୍ଧାର କରିବା ପାଇଁ ସହଯୋଗ କରିଥିଲେ । ପାନ୍ତିଆମାଗଡ଼ଠାରେ ଗଜପତି ଓ ରାଜପରିବାର ସଦସ୍ୟଙ୍କୁ ଭୂଗର୍ଭରେ ଥିବା ଏକ ମହଲ ଗୁପ୍ତଗଡ଼ଠାରେ ଶରଣ ଦେଇଥିଲେ । ଏକ ସୁନ୍ଦର ଉଦ୍ୟାନ ତଳେ ଏହି ମହଲଟି ନିର୍ମାଣ କରାଯାଇଥୁଲା ଯାହା ଫଳରେ ଆକ୍ରମଣକାରୀ ଏହାର କୌଣସି ସନ୍ଧାନ ମଧ୍ୟ ପାଇ ପାରିନଥିଲେ । ଏଥୁରୁ ପ୍ରମାଣିତ ହୁଏ ରାଜପରିବାରକୁ ସାହାଯ୍ୟ କରି ଉତ୍ତମ ବନ୍ଧୁର ପରିଚୟ ଦେଇଥିଲେ ଆଠଗଡ଼ ରାଜା । ଆଠଗଡ଼ ରାଜାଙ୍କ ଏହି ସାହାଯ୍ୟକୁ ଚିରଦିନ ଇତିହାସରେ ସାକ୍ଷୀ ଭାବରେ ରଖୁବାକୁ ତାଙ୍କୁ ପୁରୀ ଗଜପତି, ମନୋଦ୍ଧାରଣ ଶରଣ ପଞ୍ଜର ବିରାଧୀବୀର ଭାଇ ଶ୍ରୀ ହରିଚନ୍ଦନ ଜଗବ୍ଦବ ରାଜା ବାହାଦୂର ଉପାଧିରେ ଭୂଷିତ କରିଥିଲେ । ସେହିଦିନଠାରୁ ଆଠଗଡ଼ ରାଜାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଜଗନ୍ନାଥ ମନ୍ଦିରରେ ପ୍ରତି ଏକାଦଶୀ ତିଥିରେ ଏକ ମହାଦୀପ ଜଳିଥାଏ । ଗଜପତି ମହାରାଜା ଆଠଗଡ଼ଠାରେ ଅକ୍ଷୟକୀର୍ତ୍ତି ପ୍ରସ୍ତର ନିର୍ମିତ ସଭା ମଣ୍ଡପ ଓ ଜଗନ୍ନାଥ ମନ୍ଦିରର ଶୁଭ ଦେଇଥିଲେ । ପୁରୀ ଜଗନ୍ନାଥ ମନ୍ଦିର ଭଳି ଅନୁରୂପ ଏକ ମନ୍ଦିର ଆଠଗଡ଼ ପାଟଣାଠାରେ ନିର୍ମାଣ କରାଗଲା । ପୁରୀ ମହାରାଜା ଗଜପତି ଦିବ୍ୟସିଂହ ଦେବ ହୃଦୟଙ୍ଗମ କଲେ ଯେ ପ୍ରଭୁଙ୍କର ଏହି ସ୍ଥାନ ହିଁ ଶେଷ ଲୀଳା ଖେଳାର ସ୍ଥାନ । ତେଣୁ ଏହି ମନ୍ଦିରକୁ ସେ କିଛି ପରିମାଣର ସାହାଯ୍ୟ କରୁଛନ୍ତି ।

ନାମକରଣ[ସମ୍ପାଦନା]

ଏହାକୁ ଅଷ୍ଟଦୁର୍ଗ କୁହାଯିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହା ଏକ ଗଡ଼ଜାତ ରାଜ୍ୟ ଥୁଲା । ଏହି ରାଜ୍ୟଟି ଏକ ଭୂସ୍ୱର୍ଗ ସହ ସମାନ ଥୁଲା । ଏହାର ଚାରିପାଖରେ ସୁନ୍ଦର ବନାନୀ, ଫୁଲ ବଗିଚା ନାଗେଶ୍ୱର ଫୁଲର ବଗିଚା ଏହାକୁ ଅଧିକ ସୁନ୍ଦରମୟ କରୁଥିଲା । ବିଭିନ୍ନ ବନ ପଶୁ ଓ ପକ୍ଷୀଙ୍କ କୋଳାହଳ ଶବ୍ଦରେ ପ୍ରକମ୍ପିତ ହୋଇଉଠୁଥୁଲା ସମ୍ପୂର୍ଣ୍ଣ ପରିବେଶ । ଏହି ରାଜ୍ୟର ଚାରିପାଖେ ଆଠଟି ସୁରକ୍ଷିତ ପ୍ରାଚୀର ସଦୃଶ ଦୁର୍ଗ ରହିଥିଲା ତେଣୁ ଏହାର ନାମକରଣ ଏଇଭଳି ହୋଇଛି । ସେହି ଆଠଟି ଦୁର୍ଗ ମଧ୍ୟରେ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା ଦୁର୍ଗ, ରୁମାଗଡ଼, ଓପାଟିଗଡ଼ ଦୁର୍ଗ ସୁରକ୍ଷାର କବଚ ଭାବେ ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରୁଥିଲେ । [୧]

ସ୍ଥାନୀୟ ପ୍ରତିଭା[ସମ୍ପାଦନା]

କବି ବଳଦେବ ରଥଙ୍କ ଜନ୍ମସ୍ଥାନ ଓ ଯଦୁମଣି ମହାପାତ୍ରଙ୍କ ଲୀଳା ଖେଳା ଭାବରେ ରହିଛି ଏହାର ଇତିହାସ । ଏହି ମାଟିରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଅଜା ତ୍ରୀପୁରାରି ଓତା ଏଠାରେ ନିଜର ତନ୍ତ୍ର ସାଧନା କରି ମା ବନଦେବୀଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହୋଇଥିଲେ । ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ୧୭୮୧ ଖ୍ରୀଷ୍ଟାବ୍ଦରେ ଏହି ଭୂମିରେ ଜନ୍ମଗ୍ରହଣ କରିଥିଲେ । ଆଠଗଡ଼ ପାଟଣାର ଘୋଟିକା ସାହିରେ ସେ ଜନ୍ମଗ୍ରହଣ କରିଥୁଲେ । ସେଇଭଳି ବଳଦେବ ରଥ ୧୭୮୯ ଅଜା ତ୍ରୀପୁରାରି ଓ ତାଙ୍କ ଘରେ ଜନ୍ମଗ୍ରହଣ କରିଥୁଲେ । ଯେଉଁ ସମୟରେ ଅସାଧାରଣ ଜ୍ଞାନ, ପାଣ୍ଡିତ୍ୟ, କବି ପ୍ରତିଭା ବଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରିତୀଯୁଗରେ ପ୍ରତିଷ୍ଠିତ କବି ଭାବେ ଉଭା ହୋଇଥିଲେ । ସେତେବେଳେ ଏହି ଦୁଇ ମହାନ କବି ରିତୀଯୁଗର ଅନ୍ତିମ ସୂର୍ଯ୍ୟାଲୋକ ଭାବେ ଉଭା ହୋଇଥିଲେ ।

ଅନ୍ୟାନ୍ୟ ବିଶେଷତ୍ୱ[ସମ୍ପାଦନା]

ଆଠଗଡ଼ ପାଟଣାର ଆଉ ଏକ ବିଶେଷତ୍ୱ ହେଉଛି ଏଠାକାର ତିନିଦିଗକୁ ସୁରକ୍ଷା ଦେଉଥିବା ନଦୀମାନଙ୍କରୁ ଅନେକ ନଦୀ ପ୍ରବାହିତ ହେଉଛି । ଯାହା ଫଳରେ ଅଞ୍ଚଳର ଜନସାଧାରଣ ନିଜ ଚାଷ ଜମି ପାଇଁ ଜଳସେଚନ କରୁଛନ୍ତି । ସେଇଭଳି ଅନେକ ପାହାଡ଼ ଗୁମ୍ଫାରେ ବହୁ ଋଷିଗଣ ତପସ୍ୟା କରିଥିବାର ଇତିହାସ ରହିଛି । ସେମାନଙ୍କ ମଧ୍ୟରେ ପଣ୍ଡୁ ନାମକ ସାଧୁ ବହୁ ବର୍ଷ ଧରି ସାଧନା କରୁଥିବା କଥା ଜଣାଯାଏ । ଆଠଗଡ଼ ପାଟଣାରେ ଥିବା ରାଜଦରବାରରୁ ଧରାକୋଟ ରାଜ ଦରବାର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଥିବା ଚର୍ଚ୍ଚା ହୁଏ । [୨]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଡାକୁଆ, ରାମକୃଷ୍ଣ. "ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା". ଆମେ ଓଡ଼ିଆ - ମାସିକ ପତ୍ରିକା. Retrieved 11 October 2015.
  2. ଡାକୁଆ, ରାମକୃଷ୍ଣ. "ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା". ଆମେ ଓଡ଼ିଆ - ମାସିକ ପତ୍ରିକା. Retrieved 11 October 2015.