ଆଇସୋନିଆଜିଡ/ପାଇରିଡକ୍ସିନ/ସଲଫାମେଥୋକ୍ସାଜୋଲ/ଟ୍ରାଇମେଥୋପ୍ରିମ

ଉଇକିପିଡ଼ିଆ‌ରୁ
ଆଇସୋନିଆଜିଡ/ପାଇରିଡକ୍ସିନ/ସଲଫାମେଥୋକ୍ସାଜୋଲ/ଟ୍ରାଇମେଥୋପ୍ରିମ
Combination of
IsoniazidAnti-tuberculosis medication
PyridoxineVitamin
SulfamethoxazoleAntibiotic
TrimethoprimAntibiotic
Clinical data
Routes of
administration
By mouth[୧]

ଆଇସୋନିଆଜିଡ/ପାଇରିଡକ୍ସିନ/ସଲଫାମେଥୋକ୍ସାଜୋଲ/ଟ୍ରାଇମେଥୋପ୍ରିମ ବା ଆଇଏନଏଚ/ବି୬/ସିଟିଏକ୍ସ (ଇଂରାଜୀ ଭାଷାରେ Isoniazid/pyridoxine/sulfamethoxazole/trimethoprim (INH/B6/CTX) ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯାହା ଏଚଆଇଭି/ଏଡସରେ ହେଉଥିବା ସୁବିଧାବାଦୀ ସଂକ୍ରମଣର ପ୍ରତିଷେଧ ନିମନ୍ତେ ଦିଆଯାଏ ।[୧] ଏଥିରେ ଆଇସୋନିଆଜିଡ, ପାଇରିଡକ୍ସିନ, ସଲଫାମେଥୋକ୍ସାଜୋଲ (sulfamethoxazole) ଓ ଟ୍ରାଇମେଥୋପ୍ରିମ ଔଷଧ ଥାଏ ।[୧] ଏହି ଔଷଧ ବିଶେଷତଃ ଯକ୍ଷ୍ମା, ଟକ୍ସୋପ୍ଲାଜମୋସିସ (toxoplasmosis), ନିମୋନିଆ, ମ୍ୟାଲେରିଆଆଇସୋସ୍ପୋରିଆସିସ (isosporiasis) ରୋଗମାନଙ୍କରେ ପ୍ରତିଷେଧ ନିମନ୍ତେ ଦିଆଯାଏ ।.[୨][୩] ଏହାକୁ ପାଟିରେ ଦିଆଯାଏ ।[୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ ଅନୁଭବ, ବାନ୍ତି, ରାସ ଓ ଏକାଗ୍ରତା ଅଭାବ ଇତ୍ୟାଦି ଦେଖାଯାଏ ।[୨] ଯକୃତ ସମସ୍ୟା (liver problems) ଭଳି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ ।[୨] ଜି୬ପିଡି ଅଭାବ (G6PD deficiency) ଥିବା ରୋଗୀଙ୍କ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ହୁଏ ।[୨] ଉତ୍ତମ ଅନୁଶୀଳନ ହୋଇନଥିଲେ ମଧ୍ୟ ଗର୍ଭାବସ୍ଥାରେ ସମସ୍ୟା ନଥିବା ଦେଖାଯାଇଛି ।[୨]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧] ସନ ୨୦୧୬ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ବର୍ଷର କ୍ରୟ ମୂଲ୍ୟ ୧୫ ଆମେରିକୀୟ ଡଲାର ଥିଲା । [୩] ଏହି ମିଶ୍ରତ ଔଷଧ ରୋଗୀଙ୍କୁ ଅଧିକ ବଟିକା ଖାଇବାରୁ ବଞ୍ଚତି କରେ ତ‌ଥାପି ରୋଗୀ ସଠିକ ଭାବରେ ଔଷଧ ଖାଏ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।[୪] ଆମର ଅନୁଶୀଳନ ଅନୁସାରେ ଏହା ଫଳପ୍ରଦ ହୋଇଛି । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "WHO Model List of Essential Medicines Application" (PDF). March 2011. Retrieved 29 June 2017.
  3. ୩.୦ ୩.୧ ୩.୨ "WHO Model List of Essential Medicines Application" (PDF). Retrieved 13 December 2017.
  4. "WHO application for the inclusion of INH/CTX/B6 FDC in the WHO Essential Medicines List" (PDF). Retrieved 13 December 2017.