Jump to content

ଆଇସୋନିଆଜିଡ/ପାଇରିଡକ୍ସିନ/ସଲଫାମେଥୋକ୍ସାଜୋଲ/ଟ୍ରାଇମେଥୋପ୍ରିମ

ଉଇକିପିଡ଼ିଆ‌ରୁ
ଆଇସୋନିଆଜିଡ/ପାଇରିଡକ୍ସିନ/ସଲଫାମେଥୋକ୍ସାଜୋଲ/ଟ୍ରାଇମେଥୋପ୍ରିମ
Combination of
IsoniazidAnti-tuberculosis medication
PyridoxineVitamin
SulfamethoxazoleAntibiotic
TrimethoprimAntibiotic
Clinical data
Routes of
administration
By mouth[]

ଆଇସୋନିଆଜିଡ/ପାଇରିଡକ୍ସିନ/ସଲଫାମେଥୋକ୍ସାଜୋଲ/ଟ୍ରାଇମେଥୋପ୍ରିମ ବା ଆଇଏନଏଚ/ବି୬/ସିଟିଏକ୍ସ (ଇଂରାଜୀ ଭାଷାରେ Isoniazid/pyridoxine/sulfamethoxazole/trimethoprim (INH/B6/CTX) ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯାହା ଏଚଆଇଭି/ଏଡସରେ ହେଉଥିବା ସୁବିଧାବାଦୀ ସଂକ୍ରମଣର ପ୍ରତିଷେଧ ନିମନ୍ତେ ଦିଆଯାଏ ।[] ଏଥିରେ ଆଇସୋନିଆଜିଡ, ପାଇରିଡକ୍ସିନ, ସଲଫାମେଥୋକ୍ସାଜୋଲ (sulfamethoxazole) ଓ ଟ୍ରାଇମେଥୋପ୍ରିମ ଔଷଧ ଥାଏ ।[] ଏହି ଔଷଧ ବିଶେଷତଃ ଯକ୍ଷ୍ମା, ଟକ୍ସୋପ୍ଲାଜମୋସିସ (toxoplasmosis), ନିମୋନିଆ, ମ୍ୟାଲେରିଆଆଇସୋସ୍ପୋରିଆସିସ (isosporiasis) ରୋଗମାନଙ୍କରେ ପ୍ରତିଷେଧ ନିମନ୍ତେ ଦିଆଯାଏ ।.[][] ଏହାକୁ ପାଟିରେ ଦିଆଯାଏ ।[]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ ଅନୁଭବ, ବାନ୍ତି, ରାସ ଓ ଏକାଗ୍ରତା ଅଭାବ ଇତ୍ୟାଦି ଦେଖାଯାଏ ।[] ଯକୃତ ସମସ୍ୟା (liver problems) ଭଳି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ ।[] ଜି୬ପିଡି ଅଭାବ (G6PD deficiency) ଥିବା ରୋଗୀଙ୍କ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ହୁଏ ।[] ଉତ୍ତମ ଅନୁଶୀଳନ ହୋଇନଥିଲେ ମଧ୍ୟ ଗର୍ଭାବସ୍ଥାରେ ସମସ୍ୟା ନଥିବା ଦେଖାଯାଇଛି ।[]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସନ ୨୦୧୬ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ବର୍ଷର କ୍ରୟ ମୂଲ୍ୟ ୧୫ ଆମେରିକୀୟ ଡଲାର ଥିଲା । [] ଏହି ମିଶ୍ରତ ଔଷଧ ରୋଗୀଙ୍କୁ ଅଧିକ ବଟିକା ଖାଇବାରୁ ବଞ୍ଚତି କରେ ତ‌ଥାପି ରୋଗୀ ସଠିକ ଭାବରେ ଔଷଧ ଖାଏ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।[] ଆମର ଅନୁଶୀଳନ ଅନୁସାରେ ଏହା ଫଳପ୍ରଦ ହୋଇଛି । []

  1. 1 2 3 4 5 "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  2. 1 2 3 4 5 "WHO Model List of Essential Medicines Application" (PDF). March 2011. Retrieved 29 June 2017.
  3. 1 2 3 "WHO Model List of Essential Medicines Application" (PDF). Retrieved 13 December 2017.
  4. "WHO application for the inclusion of INH/CTX/B6 FDC in the WHO Essential Medicines List" (PDF). Retrieved 13 December 2017.