ଅସମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Osmotic demyelination syndrome
Central pontine demyelination, central pontine myelinolysis, extrapontine myelinolysis
MRI image showing hyperintensity in the pons with sparing of the peripheral fibers, in a person with alcoholism and an initial serum Na of 101 who was treated with hypertonic saline, and developed quadriplegia, trouble talking, and altered mental status.
ବିଭାଗNeurology
ଲକ୍ଷଣDifficulty swallowing, difficulty speaking, movement disorders, decreased level of consciousness, paralysis[୧]
ଆକ୍ରାନ୍ତ ସମୟOne day to two weeks of a trigger[୧]
କାରଣComplication of rapid correction of low sodium[୧]
ବିପଦ କାରକAlcoholism, malnutrition, liver transplantation, kidney failure[୧]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on symptoms, confirmed by MRI[୧]
ସଠିକ ରୋଗ ନିର୍ଣ୍ଣୟHypertensive encephalopathy, multiple sclerosis, brainstem stroke, pontine neoplasms, CNS lymphoma, progressive multifocal leukoencephalopathy[୨]
ପ୍ରତିକାରCorrect sodium at a rate of less than 0.5 mmol/L per hour[୧]
ଚିକିତ୍ସାSupportive care
ପୁନଃପୌନିକRare[୧]

ଅସମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ, ଯାହା ପୂର୍ବରୁ କେନ୍ଦ୍ରୀୟ ପଣ୍ଟାଇନ୍ ମାଇଲିନୋଲାଇସିସ ଭାବରେ ଜଣାଶୁଣା, ଏକ ରୋଗ ଯେଉଁଥିରେ ଇଲେକ୍ଟ୍ରୋଲାଇଟ ଅବ୍ୟବସ୍ଥାର ଶୀଘ୍ର ସଂଶୋଧନ କରିବା ପରେ ମସ୍ତିଷ୍କର କିଛି ଅଞ୍ଚଳ କ୍ଷତିଗ୍ରସ୍ତ ହୁଏ ।[୨] ଏହାର ଲକ୍ଷଣ: ଗିଳିବାରେ ଅସୁବିଧା, କ‌ହିବାରେ ଅସୁବିଧା, ଚଳପ୍ରଚଳ ଅସୁବିଧା, ଚେତନା ସ୍ତର ହ୍ରାସ ଓ ପକ୍ଷାଘାତ ହୋଇପାରେ ।[୧] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ବାତ ଏବଂ ଲକ୍‌ଡ ସିଣ୍ଡ୍ରୋମ ହୋଇପାରେ ।[୧] ଉତ୍ସର ଟ୍ରିଗର ପରେ ପ୍ରାୟ ଗୋଟିଏ ଦିନରୁ ଦୁଇ ସପ୍ତାହ ମଧ୍ୟରେ ଏହି ସିଣ୍ଡ୍ରୋମ ଆରମ୍ଭ ହୋଇଥାଏ ।[୧]

ଏହା ସାଧାରଣତଃ ରକ୍ତରେ ଅଳ୍ଫ ସୋଡ଼ିଅମର ଜଟିଳତା ଭାବରେ ଦେଖାଯାଏ, ବିଶେଷତଃ କମ ସୋଡିୟମ ସାଥିରେ ଏହାର ସଂଶୋଧନ ନିମନ୍ତେ ଦିନ‌କୁ ୧୨ ମିମୋଲ/ଲିରୁ ଅଧିକ ଥିଲେ ହୁଏ ।[୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣଗୁଡ଼ିକରେ କମ ରକ୍ତ ପୋଟାସିୟମ୍, ଅଧିକ ରକ୍ତ ସୋଡିୟମ୍, କମ ଫସଫେଟ୍, ଯକୃତ ପ୍ରତିରୋପଣ, ଉଚ୍ଚ ରକ୍ତ ଶର୍କରା ଏବଂ ବୃକ୍‌କ ବିଫଳତା ଯୋଗୁ ହୋଇପାରେ । [୧] ବିପଦ କାରଣଗୁଡ଼ିକ ମଧ୍ୟରେ ଅଧିକ ମଦ୍ୟପାନ ଏବଂ ପୁଷ୍ଟିହୀନତା ଉଲ୍ଲେଖନୀୟ । [୧] ଅନ୍ତର୍ନିହିତ କାର୍ଯ୍ୟଶୈଳୀ ମଧ୍ୟରେ ସେରମ ଟୋନିସିଟିର ଦ୍ରୁତ ଅଭିବୃଦ୍ଧି ହେବାଦ୍ୱାରା ଶ୍ୱେତ ମ୍ୟାଟରର ଡିମାୟେଲିନେସନ ହୋଇଯାଏ ।[୨] ପ୍ରାରମ୍ଭିକ ମାମଲାରେ ପନ୍ସ ପ୍ରଭାବିତ ହୋଇଥିବା ବର୍ଣ୍ଣନା କରାଯାଇଥିବାବେଳେ ମସ୍ତିଷ୍କର ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ଜଣାପଡିଛି ।[୧] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ଏମଆରଆଇ ଦ୍ୱରା ନିଶ୍ଚିତ କରାଯାଏ ।[୧]

ପ୍ରତି ଘଣ୍ଟା ୦.୫ ମିମୋଲ/ଲିରୁ କମ୍ ହାରରେ କମ ସୋଡିଅମ ସଂଶୋଧନ କରି ଏହି ରୋଗର ପ୍ରତିରୋଧ ସମ୍ଭବ ହେଉଛି ।[୧] ଥରେ ଅବସ୍ଥା ବିକଶିତ ହେବା ପରେ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, କିନ୍ତୁ ଇମ୍ୟୁନୋଥେରାପି ଏବଂ ଭାପଟାନ୍ସ ଦେଇ ଚେଷ୍ଟା କରାଯାଇପାରେ ।[୧] ଏକ ତୃତୀୟାଂଶରୁ ଅର୍ଦ୍ଧେକ କ୍ଷେତ୍ରରେ ଫଳାଫଳ ଖରାପ ହୁଏ ।[୧] ମୃତ୍ୟୁ ହେବାର ଆଶଙ୍କା ୧୦ରୁ ୬୦% ଅଟେ। [୧]

ଓସୋମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ ସାଧାରଣଃ ଏକ ବିରଳ ଅବସ୍ଥା, ଯଦିଓ ୩୦% ବିପଦ ଗୋଷ୍ଠୀ ଉପରେ ପ୍ରଭାବ ପକାଇପାରେ । [୧] ଏହା ସାଧାରଣତ ୩୦ରୁ ୫୦ବର୍ଷ ବୟସ ମଧ୍ୟରେ ହୋଇଥାଏ ।[୧] ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏହାକୁ ପ୍ରଥମେ ଆଡାମସ୍ ୧୯୫୯ ମସିହାରେ ବର୍ଣ୍ଣନା କରିଥିଲେ ।[୧] [୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ Lambeck, J; Hieber, M; Dreßing, A; Niesen, WD (2 September 2019). "Central Pontine Myelinosis and Osmotic Demyelination Syndrome". Deutsches Arzteblatt international. 116 (35–36): 600–606. doi:10.3238/arztebl.2019.0600. PMID 31587708.
  2. ୨.୦ ୨.୧ ୨.୨ Danyalian, A; Heller, D (January 2022). "Central Pontine Myelinolysis". PMID 31869161. {{cite journal}}: Cite journal requires |journal= (help)
  3. Adams, Raymond D. (1 February 1959). "Central Pontine Myelinolysis: A Hitherto Undescribed Disease Occurring in Alcoholic and Malnourished Patients". A.M.A. Archives of Neurology & Psychiatry. 81 (2): 154. doi:10.1001/archneurpsyc.1959.02340140020004.