ଅଳ୍ପ ସୋଡ଼ିଅମ ରକ୍ତ‌ତା

ଉଇକିପିଡ଼ିଆ‌ରୁ
(Hyponatremiaରୁ ଲେଉଟି ଆସିଛି)
ଅଳ୍ପ ସୋଡ଼ିଅମ ରକ୍ତ‌ତା
ହାଇପୋନାଟ୍ରେମିଆ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInternal medicine
ଆଇସିଡ଼ି-୧୦E87.1
ଆଇସିଡ଼ି-୯-ସିଏମ୍276.1
ରୋଗ ଡାଟାବେସ6483
ମେଡ଼ିସିନ-ପ୍ଲସ000394
ଇ-ମେଡ଼ିସିନemerg/275 med/1130 ped/1124
Patient UKଅଳ୍ପ ସୋଡ଼ିଅମ ରକ୍ତ‌ତା
MeSHD007010

ଅଳ୍ପ ସୋଡ଼ିଅମ ରକ୍ତ‌ତା (ଇଂରାଜୀ ଭାଷାରେ ହାଇପୋନାଟ୍ରେମିଆ/Hyponatremia, ବା hyponatraemia ଏକ ରକ୍ତର ଅବସ୍ଥା ଯେଉଁଥିରେ ସୋଡ଼ିଅମ ସ୍ତର ରକ୍ତରେ କମ ହୋଇଯାଏ ।[୧] ଲକ୍ଷଣ କଛି ନ ଥିବାଠାରୁ ସାଂଘାତିକ ହୋଇପାରେ ।[୨][୩] ଏହି ରୋଗର ମୃଦୁ ଲକ୍ଷଣରେ ଭାବନା ଶକ୍ତି କମ ହୋଇଯାଏ, ମୁଣ୍ଡବଥା, ଅଇ ଓ ପଡ଼ିଯିବା ସଙ୍କଟ ଅଧିକ ରହେ ।[୪] ସାଂଘାତିକ ହେଲେ ଦ୍ୱିଧା, କମ୍ପବାତ (ଫିଟ୍ସ) ଓ କୋମା ହୋଇପାରେ ।[୨][୩] ସାଧାରଣ ସେରମ ସ୍ତର ୧୩୫ରୁ ୧୪୫ ମି:ଇକ୍ୟୁ/ଲି (୧୩୫ - ୧୪୫ ମିମୋଲ/ଲି) ଥାଏ ।[୫] ସୋଡ଼ିଅମ ସ୍ତର ୧୩୫ଇକ୍ୟୁରୁ କମ ହେଲେ ସାଧାରଣତଃ ହାଇପୋନାଟ୍ରେମିଆ ବା ଅଳ୍ପ ସୋଡ଼ିଅମ ରକ୍ତ‌ତା କୁହାଯାଏ ଓ ୧୨୦ମି:ଇକ୍ୟୁରୁ କମ ଥିଲେ ସାଂଘାତିକ ବିବେଚନା କରାଯାଏ ।[୪]

ଲୋକର ତରଳ ପଦାର୍ଥର ସ୍ଥିତି ଅନୁସାରେ ହାଇପୋନାଟ୍ରେମିଆକୁ ତିନି ଭାଗରେ ବିଭକ୍ତ କରାଯାଇଛି: ଅଳ୍ପ ଆୟତନ (low volume), ସାଧାରଣ ଆୟତନ ଓ ଅଧିକ ଆୟତନ (high volume) ବିଶିଷ୍ଟ । ତରଳ ଝାଡ଼ା, ବାନ୍ତି, ମୂତ୍ରବର୍ଦ୍ଧକ ଔଷଧ ଓ ଅଧିକ ଝାଳ ବୋହିଲେ ଅଳ୍ପ ଆୟତନ ହାଇପୋନାଟ୍ରେମିଆ ହୁଏ । ସାଧାରଣ ଆୟତନ ହାଇପୋନାଟ୍ରେମିଆକୁ ପତଳା ଓ ଗାଢ଼ ପରିସ୍ରା ଅନୁସାରେ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପତଳା ପରିସ୍ରା ହେଉଥିବା ରୋଗ:ଆଡ୍ରେନାଲ ଇନସଫିସିଏନ୍ସି, ହାଇପୋଥାଇରଏଡିଜ୍ମ ଓ ପଲିଡିପସିଆ ବା ପୋଟୋମାନିଆ । ଗାଢ଼ ପରିସ୍ରା ହେଉଥିବା ରୋଗ: ସିଣ୍ଡ୍ରୋମ ଅଫ ଇନଆପ୍ରୋପ୍ରିଏଟ ଆଣ୍ଟିଡାଇୟୁରେଟକ ହରମୋନ ସିକ୍ରିସନ (ଏସଆଇଏଡିଏଚ) । ଅଧିକ ଆୟତନ ହାଇପୋନାଟ୍ରେମିଆ ରୋଗ: ହୃଦଘାତ, ଯକୃଟ ଫେଲ, ବୃକ୍‌କ ଫେଲ ।[୧] ମିଥ୍ୟା ଅଳ୍ପ ସୋଡ଼ିଅମ ମାତ୍ରା ଦେଖାଉଥିବା ରୋଗ: ମଲ୍ଟିପ୍ଲ ମାୟେଲୋମା, ହାଇପରଲିପିଡେମିଆହାଇପରଗ୍ଲାଇସେମିଆ[୬][୭]

ଅନ୍ତର୍ନିହିତ କାରଣ ଅନୁସାରେ ଏହି ବେମାରୀର ଚିକିତ୍ସା କରାଯାଏ ।[୧] ଅତି ଶୀଘ୍ର ଚିକିତ୍ସା କଲେ ଅଳ୍ପ ସୋଡ଼ିଅମ ରକ୍ତ‌ତା ଜଟିଳ ହୋଇଯାଏ ।[୬] ଉଲ୍ଲେଖନୀୟ ଲକ୍ଷଣ ଓ ତୁରନ୍ତ ଆରମ୍ଭ ହେଉଥିବା କେଶ୍‌ରେ ୩% ସାଲାଇନ ଦେଇ ଆଂଶିକ ଶୀଘ୍ର ଚିକିତ୍ସା କରାଯାଏ ।[୧][୭] ଶିରାଭ୍ୟନ୍ତର ନର୍ମାଲ ସାଲାଇନ ଦେଇ ଅଳ୍ପ ଆୟତନ ହାଇପୋନାଟ୍ରେମିଆ ଚିକିତ୍ସା କରାଯାଏ । ଏସଆଇଏଡିଏଚ ଥିଲେ ତରଳ ପଦାର୍ଥ ସୀମିତ କରାଯାଏ ଓ ଅଧିକ ଆୟତନ ବିଶିଷ୍ଟ ହାଇପୋନାଟ୍ରେମିଆ ଥିଲେ ଅଳ୍ପ ଲୁଣ ଥିବା ଖାଦ୍ୟ ଓ ସୀମିତ ତରଳ ପଦାର୍ଥ ଦିଆଯାଏ । ଅଳ୍ପ ସ୍ତର ୨ ଦିନରୁ ଅଧିକ ସମୟ ଧରି ଥିଲେ ଚିକିତ୍ସା ଧୀରେ କରାଯାଏ ।[୧]

ଜଳ-ଇଲେକ୍ଟ୍ରୋଲାଇଟ ଅଣସନ୍ତୁଳନ ଅବସ୍ଥାରେ ହାଇପୋନାଟ୍ରେମିଆ ସାଧାରଣତଃ ଦେଖାଯାଏ ।[୭][୮] ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ୨୦% ରୋଗୀଙ୍କ କେଶ୍‌ରେ ଏହା ଦେଖାଯାଏ ଓ ସ‌ହନଶୀଳ ଖେଳ ସମୟରେ ବା ତା'ପରେ ୧୦% ଲୋକଙ୍କୁ ହୁଏ ।[୬][୪] ଡାକ୍ତରଖାନାରେ ଥିବା ରୋଗୀ ରୋଗୀଙ୍କର ହାଇପୋନାଟ୍ରେମିଆ ଥିଲେ ମୃତ୍ୟୁ ସଙ୍କଟ ଅଧିକ ହୁଏ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ଆର୍ଥିକ ଖର୍ଚ୍ଚ ପ୍ରାୟ ୨.୬ ବିଲିଅନ ଡଲାର ହୁଏ ।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Lee, JJ; Kilonzo, K; Nistico, A; Yeates, K (13 May 2014). "Management of hyponatremia". CMAJ : Canadian Medical Association Journal (Journal de lAssociation medicale canadienne). 186 (8): E281-6. PMID 24344146.
  2. ୨.୦ ୨.୧ Williams, DM; Gallagher, M; Handley, J; Stephens, JW (July 2016). "The clinical management of hyponatraemia". Postgraduate medical journal. 92 (1089): 407–11. PMID 27044859.
  3. ୩.୦ ୩.୧ Ball, S; De Groot, LJ; Beck-Peccoz, P; Chrousos, G; Dungan, K; Grossman, A; Hershman, JM; Koch, C; McLachlan, R; New, M; Rebar, R; Singer, F; Vinik, A; Weickert, MO (2000). "Hyponatremia". PMID 25905359. Accessed 1 August 2016. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ Henry, DA (4 August 2015). "In The Clinic: Hyponatremia". Annals of internal medicine. 163 (3): ITC1-19. PMID 26237763.
  5. Kuruvilla, Jaya (2007). Essentials of Critical Care Nursing (in ଇଂରାଜୀ). Jaypee Brothers Publishers. p. 329. ISBN 9788180619205.
  6. ୬.୦ ୬.୧ ୬.୨ ୬.୩ Filippatos, TD; Liamis, G; Christopoulou, F; Elisaf, MS (April 2016). "Ten common pitfalls in the evaluation of patients with hyponatremia". European journal of internal medicine. 29: 22–5. PMID 26706473.
  7. ୭.୦ ୭.୧ ୭.୨ Marx, John; Walls, Ron; Hockberger, Robert (2013). Rosen's Emergency Medicine - Concepts and Clinical Practice (in ଇଂରାଜୀ) (8 ed.). Elsevier Health Sciences. p. 1639-1642. ISBN 1455749877.
  8. Ball, SG; Iqbal, Z (March 2016). "Diagnosis and treatment of hyponatraemia". Best practice & research. Clinical endocrinology & metabolism. 30 (2): 161–73. PMID 27156756.
  9. Simon, Eric E. (2014). Hyponatremia: Evaluation and Treatment (in ଇଂରାଜୀ). Springer Science & Business Media. p. 205. ISBN 9781461466451.