ଅର୍ଦଶିର ତାରାପୋର

ଉଇକିପିଡ଼ିଆ‌ରୁ

ଏ. ବି. ତାରାପୋର

ଜନ୍ମ(1923-08-18)୧୮ ଅଗଷ୍ଟ ୧୯୨୩
ବମ୍ବେ, ବମ୍ବେ ପ୍ରେସିଡେନ୍ସୀ, ବ୍ରିଟିଶ ଭାରତ
(ବର୍ତ୍ତମାନର ମୁମ୍ବାଇ, ମହାରାଷ୍ଟ୍ର, ଭାରତ)
ମୃତ୍ୟୁ୧୬ ସେପ୍ଟେମ୍ବର ୧୯୬୫(1965-09-16) (ବୟସ ୪୨)
ଚାୱିନ୍ଦା, ପାକିସ୍ତାନ
ନିଯୁକ୍ତିଦାତା Hyderabad State
 India
ସେବା/ବିଭାଗHyderabad Army
 Indian Army
କାର୍ଯ୍ୟକାଳ୧୯୪୦–୧୯୫୧ (Hyderabad Army)
1951–1965 (Indian Army)
ପଦବୀ Lieutenant colonel
ସେବା ସଂଖ୍ୟାIC-5565[୧][୨]
ସେନା ବିଭାଗHyderabad Lancers
Poona Horse
ସଂଘର୍ଷ/ଯୁଦ୍ଧ
ପୁରସ୍କାର Param Vir Chakra

ଲ୍ୟୁଟେନାଣ୍ଟ କର୍ଣ୍ଣେଲ ଅର୍ଦଶିର ବୁର୍ଜୋରଜୀ ତାରାପୋର‌, ପବୀଚ (୧୮ ଅଗଷ୍ଟ ୧୯୨୩ - ୧୬ ସେପ୍ଟେମ୍ବର ୧୯୬୫) ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ ଏବଂ ସାହସିକତା ପାଇଁ ଭାରତର ସର୍ବୋଚ୍ଚ ପୁରସ୍କାର ପରମବୀର ଚକ୍ର ପାଇଥିଲେ । ପୁନାରେ ପାଠପଢ଼ା ସାରି ସେ ହାଇଦ୍ରାବାଦ ସେନାରେ ଯୋଗ ଦେଇଥିଲେ ଏବଂ ଜାନୁଆରୀ ୧୯୪୨ରେ ନିଯୁକ୍ତି ପାଇଥିଲେ । ଆରମ୍ଭରେ ସେ ପଦାତିକ ବାହିନୀରେ ଯୋଗ ଦେଇଥିଲେ ହେଁ ପରେ ତାଙ୍କୁ ପ୍ରଥମ ହାଇଦ୍ରାବାଦ ଇମ୍ପେରିଆଲ୍ ସର୍ଭିସ୍ ଲାନ୍ସର୍ସ ନାମକ ଏକ ସୁରକ୍ଷା ରେଜିମେଣ୍ଟକୁ ବଦଳି କରାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାରାପୁରରେ ମଧ୍ୟପ୍ରାଚ୍ୟରେ କାର୍ଯ୍ୟା କରିଥିଲେ ।

୧୯୪୮ ମସିହାରେ ହାଇଦ୍ରାବାଦ ରାଜ୍ୟ ଭାରତରେ ଯୋଗ ହେବା ପରେ ତାରାପୋର ଭାରତୀୟ ସେନାରେ ଯୋଗ ଦେବା ପାଇଁ ମନୋନୀତ ହୋଇଥିଲେ । ୧୯୫୧ ମସିହା ଏପ୍ରିଲ ମାସରେ ସେ ପୁନର୍ବାର ନିଯୁକ୍ତି ପାଇଥିଲେ ଏବଂ ପୁନା ହର୍ସ ରେଜିମେଣ୍ଟର ୧୭ତମ ବାଟାଲିୟନରେ ନିୟୋଜିତ ହୋଇଥିଲେ । ପରେ ସେ ଯୁକ୍ତରାଜ୍ୟରେ ସେଞ୍ଚୁରିଆନ୍ ଟ୍ୟାଙ୍କରେ ଏକ ପ୍ରଶିକ୍ଷଣ ପାଠ୍ୟକ୍ରମରେ ଯୋଗ ଦେଇଥିଲେ । ୧୯୬୫ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୧୭ ହର୍ସ ସିଆଲକୋଟରେ ଯୁଦ୍ଧକାର୍ଯ୍ୟ ଦେଖିଥିଲା । ତାରାପୋର ସେପ୍ଟେମ୍ବର ୧୧ରୁ ୧୬ ସେପ୍ଟେମ୍ବର ମଧ୍ୟରେ ଅନେକ ଟ୍ୟାଙ୍କ ଯୁଦ୍ଧରେ ରେଜିମେଣ୍ଟର ନେତୃତ୍ୱ ନେଇଥିଲା ଏବଂ ସେପ୍ଟେମ୍ବର ୧୬ରେ ବୁତୁର-ଡୋଗରାନ୍ଦିଠାରେ ଏଭଳି ଏକ ଯୁଦ୍ଧରେ ସହିଦ ହୋଇଥିଲେ । ତାଙ୍କ ନେତୃତ୍ୱରେ ରେଜିମେଣ୍ଟ ୬୦ଟି ପାକିସ୍ତାନୀ ଟ୍ୟାଙ୍କ ନଷ୍ଟ କରିଥିବା ବେଳେ ଭାରତୀୟମାନେ ୯ଟି ଟ୍ୟାଙ୍କ ହରାଇଥିଲେ ।

ଆଧାର[ସମ୍ପାଦନା]

  1. Chakravorty 1995, p. 77.
  2. "Lt Col Ardeshir Burzorji Tarapore". Gallantry Awards, Ministry of Defence. Government of India. Archived from the original on 19 ଜାନୁଆରୀ 2018. Retrieved 17 ମଇ 2018.