ଅବଦୁଲ କଲାମ ଦ୍ୱୀପପୁଞ୍ଜ

Coordinates: 20°45′28″N 87°05′02″E / 20.75778°N 87.08389°E / 20.75778; 87.08389
ଉଇକିପିଡ଼ିଆ‌ରୁ
ଅବଦୁଲ କଲାମ ଦ୍ୱୀପପୁଞ୍ଜ
Geography
Locationବଙ୍ଗୋପସାଗର
Length୨ km (୧.୨ mi)
Administration
ରାଜ୍ୟଓଡ଼ିଶା
ଜିଲ୍ଲାଭଦ୍ରକ[୧]

ଅବଦୁଲ କଲାମ ଦ୍ୱୀପପୁଞ୍ଜ ଭାରତର ପୂର୍ବ ଉପକୂଳରେ ଥିବା ରାଜ୍ୟ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅବସ୍ଥିତ । ଏହାର ପୂର୍ବରୁ ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୧୫୦ କିମି ପୂର୍ବକୁ ଅବସ୍ଥିତ । ହ୍ୱିଲର ଦ୍ୱୀପପୁଞ୍ଜ ନାମରେ ପରିଚିତ ଥିଲା । ବ୍ରିଟିଶ ସରକାରଙ୍କ ଲେଫ୍ଟନାଣ୍ଟ କମାଣ୍ଡର ହ୍ୟୁଗ ହ୍ୱିଲରଙ୍କ ନାମାନୁସାରେ ଏହି ଦ୍ୱୀପପୁଞ୍ଜର ନାମ ହ୍ୱିଲର ଦ୍ୱୀପପୁଞ୍ଜ ରହିଥିଲା । ୨୦୧୫ ମସିହା ସେପ୍ଟେମ୍ବର ୪ ତାରିଖରେ ଭାରତର ପୂର୍ବତନ ରାଷ୍ଟ୍ରପତି ଏ. ପି. ଜେ. ଅବଦୁଲ କଲାମଙ୍କ ନାମରେ ଏହି ଦ୍ୱୀପପୁଞ୍ଜକୁ ଅବଦୁଲ କଲାମ ଦ୍ୱୀପପୁଞ୍ଜ ନାମରେ ନାମିତ କରାଯାଇଥିଲା ।[୨][୩][୪] ଏହି ଦ୍ୱୀପପୁଞ୍ଜରେ ଏକୀକୃତ ପରୀକ୍ଷଣ ରେଞ୍ଜ ମିସାଇଲ ପରୀକ୍ଷଣ ସୁବିଧା ରହିଛି । ଏହିଠାରୁ ଆକାଶ, ଅଗ୍ନୀ, ଅସ୍ତ୍ର, ବ୍ରାହ୍ମୋସ, ନିର୍ଭୟ, ପ୍ରହାର, ପୃଥିବୀ, ସୌର୍ଯ୍ୟ, ଆଡ଼ଭାନ୍ସଡ଼ ଏୟାର ଡିଫେନ୍ସ, ପୃଥିବୀ ଏୟାର ଡିଫେନ୍ସ, ଏଏସଏଟି ମିସାଇଲ ଆଦି ମିସାଇଲର ପରୀକ୍ଷଣ କରାଯାଇଛି ।[୫]

ଅବସ୍ଥିତି[ସମ୍ପାଦନା]

ଅବଦୁଲ କଲାମ ଦ୍ୱୀପପୁଞ୍ଜ, ବଙ୍ଗୋପସାଗରରେ ଥିବା ୫ଟି ଛୋଟ ଦ୍ୱୀପର ସମଷ୍ଠି । ଏହା ଭାରତର ପୂର୍ବତଟଠାରୁ ୧୦ କିମି ଓ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରଠାରୁ ୭୦ କିମି ପଶ୍ଚିମକୁ ଅବସ୍ଥିତ । ଏହି ଦ୍ୱୀପପୁଞ୍ଜର ଦୌର୍ଘ ପ୍ରାୟ ୨ କିମି ଓ କ୍ଷେତ୍ରଫଳ ୩୯୦ ଏକର ।[୬] ଏହା ଭଦ୍ରକ ଜିଲ୍ଲାରେ ଅବସ୍ଥିତ । ଧାମରା ବନ୍ଦର ଏହାର ନିକଟସ୍ଥ ବନ୍ଦର ।

ଏକୀକୃତ ପରୀକ୍ଷଣ ରେଞ୍ଜ[ସମ୍ପାଦନା]

ଅବଦୁଲ କଲାମ ଦ୍ୱୀପପୁଞ୍ଜ ଅନ୍ତର୍ଗତ ଏକୀକୃତ ପରୀକ୍ଷଣ ରେଞ୍ଜରେ ଥିବା ଦୁଇଟି କମ୍ପ୍ଲେକ୍ସ ମଧ୍ୟରୁ ଲଞ୍ଚ କମ୍ପ୍ଲେକ୍ସ- ୪ଟି ଅବଦୁଲ କଲାମ ଦ୍ୱୀପପୁଞ୍ଜରେ ଅଛି, ଅନ୍ୟ ଏକ ଲଞ୍ଚ କମ୍ପ୍ଲେକ୍ସ- ୩ ଚାନ୍ଦିପୁରଠାରେ ଅଛି । ୧୯୮୦ ଦଶକରେ ଭାରତ ସରକାର ଅଗ୍ନୀ କ୍ଷେପଣାସ୍ତ୍ରର ପରୀକ୍ଷଣ ନିମନ୍ତେ ଏକ ଉପଯୋଗୀ ସ୍ଥାନର ଖୋଜିବା ଆରମ୍ଭ କରିଥିଲେ । ଡିଆରଡି଼ଓ ପ୍ରଥମେ ଚାନ୍ଦିପୁରଠାରେ ଏକ ଅସ୍ଥାୟୀ ପରୀକ୍ଷଣ ସଂସ୍ଥାନ ନିର୍ମାଣ କରିଥିଲେ । ୧୯୮୬ରେ ଭାରତ ସରକାର ବାଲିଆପାଳଠାରେ ଏକ ସ୍ଥାୟୀ ପରୀକ୍ଷଣ କେନ୍ଦ୍ର ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ । ଏଥିପାଇଁ ସ୍ଥାନୀୟ ୧୩୦ଟି ଗ୍ରାମର ୧,୩୦,୦୦୦ ବାସିନ୍ଦାଙ୍କୁ ବିସ୍ଥାପିତ କରିବାକୁ ଥିଲା ।[୭] ୧୯୮୯ ମସିହା ମେ ମାସ ୨୨ ତାରିଖରେ ଅଗ୍ନୀ-୧ର ପରୀକ୍ଷଣ ଚାନ୍ଦିପୁରଠାରେ ଲଞ୍ଚ କମ୍ପ୍ଲେକ୍ସ- ୩ରେ କରାଯାଇଥିଲା ।[୮] ୧୯୯୫ ମସିହାରେ ସରକାର ନିଜର ପୂର୍ବ ଘୋଷିତ ବାଲିଆପାଳ ପରୀକ୍ଷଣ କେନ୍ଦ୍ର ସ୍ଥାପନା କାର୍ଯ୍ୟକ୍ରମକୁ ବାତିଲ କରିଥିଲେ ଓ ଅବଦୁଲ କଲାମ ଦ୍ୱୀପପୁଞ୍ଜରେ ଲଞ୍ଚ କମ୍ପ୍ଲେକ୍ସ- ୪ ନିର୍ମାଣ କରିଥିଲେ ।[୭] ୧୯୮୨ ମସିହାରେ ଏ. ପି. ଜେ. ଅବଦୁଲ କଲାମ ଏହି ଏକୀକୃତ ପରୀକ୍ଷଣ ରେଞ୍ଜର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ ।[୯] ୧୯୯୩ ମସିହାରେ ପୃଥିବୀ ମିସାଇଲର ସଫଳ ପରୀକ୍ଷଣ ପରେ, ଭାରତୀୟ ସେନା ତରଫରୁ ପୃଥିବୀ ମିସାଇଲର ସ୍ଥଳଭାଗରେ ପରୀକ୍ଷଣ କରିବା ପାଇଁ ଅନୁରୋଧ କରାଯାଇଥିଲା ।[୧୦][୧୧] ବିଭିନ୍ନ ସୁରକ୍ଷା ଓ ଅନ୍ୟ ରାଜନୈତିକ କାରଣରୁ ଡିଆରଡି଼ଓ ଏହି ପରୀକ୍ଷଣ ରାଜସ୍ଥାନ ବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଠାରେ ଏହି ପରୀକ୍ଷଣ କରି ପାରିନଥିଲା । ପରେ ଭାରତର ପୂର୍ବତଟ ଉପକୂଳରେ ଏହି ପରୀକ୍ଷଣ କରିବା ପାଇଁ ସରକାର ନିଶ୍ଚୟ କରିଥିଲେ । ଏହି ପରୀକ୍ଷଣ ପାଇଁ ଅବଦୁଲ କଲାମ, ମାନଚିତ୍ରରେ ଧାମରା ନିକଟରେ ତିନିଟି ଦ୍ୱୀପ ଚିହ୍ନଟ କରିଥିଲେ । ମାନଚିତ୍ରରେ ଏହି ଦ୍ୱୀପଗୁଡ଼ିକ ସ୍ମଲ ହ୍ୱିଲରକୋକାନଟ ହ୍ୱିଲର ନାମରେ ଚିହ୍ନିତ ଥିଲା ।

କଲାମ ନିଜର ଦୁଇଜଣ ବୈଜ୍ଞାନିକ ଭି କେ ସାରସ୍ୱତ ଓ ଏସ କେ ସାଲୱାନ ଏହି ଦ୍ୱୀପପୁଞ୍ଜ ଖୋଜିବା ପାଇଁ ପଠାଇଥିଲେ । ଏହି ଦୁଇ ବୈଜ୍ଞାନିକ ଧାମରାଠାରୁ ଏକ ନୈକା ନେଇ ଦ୍ୱୀପ ଖୋଜିବାକୁ ବାହାରିଥିଲେ । ସମୂଦ୍ର ମଧ୍ୟରେ ସେମାନେ ବାଟ ଭୁଲି ଯାଇଥିଲେ ଓ ସେଠାକାର ମତ୍ସଜୀବିମାନଙ୍କୁ ହ୍ୱିଲରର ଦ୍ୱୀପପୁଞ୍ଜକୁ ବାଟ ପଚାରି ବୁଝିଥିଲେ । ମତ୍ସଜୀବିମାନେ ହ୍ୱିଲର ଦୀପପୁଞ୍ଜ ବିଷୟରେ ନିଜର ଅଜ୍ଞତା ପ୍ରକାଶ କରିଥିଲେ ଓ ଚନ୍ଦ୍ରଚୂଡ଼ ନାମକ ଏକ ଦ୍ୱୀପପୁଞ୍ଜକୁ ବାଟ ବତେଇଥିଲେ । ବୈଜ୍ଞାନିକମାନେ ଚନ୍ଦ୍ରଚୂଡ଼ ଦ୍ୱୀପରେ ପହଞ୍ଚି ଜାଣିପାରିଲେ ଯେ, ଚନ୍ଦ୍ରଚୂଡ଼ ଦ୍ୱୀପପୁଞ୍ଜହିଁ ବାସ୍ତବରେ ହ୍ୱିଲରର ଦ୍ୱୀପପୁଞ୍ଜ । କଲାମ, ନିଜ ପୁସ୍ତକ ଇଗନାଇଟେଡ଼ ମାଇଣ୍ଡରେ ଲେଖିଛନ୍ତି ଯେ, ସେ ଦୁଇ ବୈଜ୍ଞାନିକ ହ୍ୱିଲରର ଦ୍ୱୀପପୁଞ୍ଜରେ, ବାଂଲାଦେଶର ପତକା ଦେଖିବାକୁ ପାଇଥିଲେ ଓ ତୁରନ୍ତ ସେ ପତକାକୁ ହଟେଇଥିଲେ ।[୧୧][୧୨] ସେ ଦ୍ୱୀପପୁଞ୍ଜର ଆବିସ୍କାର ପରେ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସେ ଦ୍ୱୀପପୁଞ୍ଜକୁ ଅଧିଗ୍ରହଣ ପାଇଁ ଚିଠି ଲେଖିଥିଲେ ।[୧୩]

ଦ୍ୱୀପପୁଞ୍ଜର ଅଧିଗ୍ରହଣ କରିବା ପାଇଁ କଲାମ, ବିଜୁ ପଟ୍ଟନାୟକଙ୍କୁ ଭେଟିଥିଲେ । ସେ ଭେଟ ସମ୍ପର୍କରେ କଲାମ ଲେଖିଥିଲେ ଯେ, "ଅଧିଗ୍ରହଣ ବାବଦରେ ଫାଇଲଟି ବିଜୁ ବାବୁଙ୍କ ଟେବୁଲ ଉପରେ ଥୁଆ ହୋଇଥିଲା । ବିଜୁ ବାବୁ କହିଥିଲେ କଲାମ, ମୁଁ ତୁମକୁ ସେଠାରେ ଥିବା ୫ଟି ଦ୍ୱୀପକୁ ଡିଆରଡି଼ଓକୁ ସମ୍ପୂର୍ଣ୍ଣ ବିନାମୂଲ୍ୟରେ ଦେଇଦେବି, କିନ୍ତୁ ତୁମକୁ ମତେ ଗୋଟିଏ କଥା ଦେବାକୁ ପଡ଼ିବ । ମତେ ଏବେ ଚୀନ ଗସ୍ତରେ ଯିବାକୁ ନିମନ୍ତ୍ରଣ ଆସିଛି । ତୁମକୁ ଏମିତି ଏକ ମିସାଇଲ ତିଆରି କରିବାକୁ ପଡ଼ିବ ଯାହା ଭାରତରୁ ଚିନ ପର୍ଯ୍ୟନ୍ତ ଦୂରତା ଅତିକ୍ରମଣ କରିପାରିବ । ତୁମେ କଥା ଦେଲେ ଯାଇ, ମୁଁ ଚୀନ ଯିବି । କଲାମ କହିଥିଲେ, ୟେ ସେ ନିଶ୍ଚିତ ଏ ଦିଗରେ କାର୍ଯ୍ୟ କରିବେ । କଲାମ ଏ ବିଷୟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଏ ବାବଦରେ କଥା ହେଲେ ଓ ଦ୍ୱୀପଗୁଡି଼କୁ ବ୍ୟବହାର କରିବା ପାଇଁ ଅନୁମତି ମଧ୍ୟ ହାସଲ କଲେ ।"[୧୧] ଓଡ଼ିଶା ସରକାର ଡିଆରଡ଼ିଓକୁ ହ୍ୱିଲର ଦ୍ୱୀପପୁଞ୍ଜକୁ ୯୯ ବର୍ଷ ପାଇଁ ଲିଜ ସୂତ୍ରରେ ପ୍ରଦାନ କରିଛନ୍ତି ।[୧୦] କଲାମ ଏହି ଦ୍ୱୀପପୁଞ୍ଜକୁ ନିଜର କର୍ମଭୂମୀ (ଥିଏଟର ଅଫ ଆକ୍ସନ) କହିଥିଲେ ।[୧୪][୧୫]

୧୯୯୩ ମସିହା ନଭେମ୍ବର ୩୦ ତାରିଖରେ ଅବଦୁଲ କଲାମ ଦ୍ୱୀପପୁଞ୍ଜରୁ ପୃଥିବୀ ମିସାଲର ସଫଳ ପରୀକ୍ଷଣ କରାଯାଇଥିଲା ।[୧୧] ଅବଦୁଲ କଲାମ ଦ୍ୱୀପପୁଞ୍ଜରେ ଦେଶର ସୁରକ୍ଷା ବାବଦରେ ବିଭିନ୍ନ ପରୀକ୍ଷଣ ହେଉଥିବାରୁ ଏହି ସ୍ଥାନକୁ ସାଧାରଣ ଜନତାଙ୍କ ପ୍ରବେଶ ବାରଣ କରାଯାଇଛି । କେବଳ ରକ୍ଷା ମନ୍ତ୍ରଣାଳୟର ଲୋକ ଓ ଡିଆରଡି଼ଓର ବୈଜ୍ଞାନିକଙ୍କୁ ଏଠାକୁ ପ୍ରବେଶ ଅଧିକାର ରହିଛି ।[୧୬] ଏହି ଦ୍ୱୀପପୁଞ୍ଜଙ୍କୁ କେବଳ ବୁଡ଼ାଜାହାଜଦ୍ୱାରା ପରିବହନର ବ୍ୟବସ୍ଥା ଅଛି । ଏଠାରେ ଡିଆରଡ଼ିଓ ବୈଜ୍ଞାନିକ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କପାଇଁ ସରକାରୀ କ୍ୱାର୍ଟର ମଧ୍ୟ ନିର୍ମାଣ କରାଯାଇଛି ।[୧୨]

ଜୈବ ବିବିଧତା[ସମ୍ପାଦନା]

ଅବଦୁଲ କଲାମ ଦ୍ୱୀପପୁଞ୍ଜ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନିକଟରେ ଅବସ୍ଥିତ । ଅବଦୁଲ କଲାମ ଦ୍ୱୀପପୁଞ୍ଜର ବାଲୁକାମୟ ଉପକୂଳ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛମାନଙ୍କର ଅଣ୍ଡାଦାନ ପାଇଁ ଅନୁକୂଳ । ମିସାଇଲ ପରୀକ୍ଷଣ ସଂସ୍ଥାନର ଉଜ୍ୱଳ ଆଲୁଅ କଇଁଛମାନଙ୍କୁ ଦିଗଭ୍ରଷ୍ଟ କରୁଥିବାରୁ, ସେମାନଙ୍କ ଅଣ୍ଡାଦାନ ସମୟରେ ଆଲୁଅର ତୀବ୍ରତାକୁ କମ କରିଦିଆଯାଏ । ଏହି ସମୟରେ ମିସାଇଲ ପରୀକ୍ଷଣ ମଧ୍ୟ ଯଥାସମ୍ଭବ କମ କରାଯାଏ ।[୧୭][୧୮] ଡିଆରଡ଼ିଓ ଅନୁସାରେ ୨୦୧୩ ମସିହା ଫେବୃଆରୀ-ମାର୍ଚ୍ଚ ମାସରେ ୧,୫୦,୦୦୦ ଅଲିଭ ରିଡ଼ଲେ କଇଁଛ ଅବଦୁଲ କଲାମ ଦ୍ୱୀପପୁଞ୍ଜରେ ଅଣ୍ଡା ଦେଇଥିଲେ ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Wheeler Island renamed APJ Abdul Kalam Island on former president's death anniversary". Firstpost. 28 July 2017. Retrieved 2019-10-20.
  2. "In tribute to India's 'Missile Man' Dr.APJ Abdul Kalam, Wheeler Island named after him". Zee News. 4 September 2015.
  3. "Dr. Kalam Island inspires youth in india. All India youth were proud to be a person lived in this generation for only india". TNP. Hyderabad, India. 5 September 2015.
  4. "Wheeler Island renamed after Missile Man". The Times of India. Retrieved 7 September 2015.
  5. "India Fourth To Test ASAT, Pioneered By US, Soviet Union 60 Years Ago". NDTV India. Retrieved 27 March 2019.
  6. "Wheeler Island". Global Security. Retrieved 2014-12-18.
  7. ୭.୦ ୭.୧ "Integrated Test Range". www.nti.org. Archived from the original on 1 October 2021. Retrieved 2 November 2016.
  8. Dilip, Bobb; Menon, Amarnath K. (15 June 1989). "Agni: India successfully launches its first Intermediate Range Ballistic Missile". India Today (in ଇଂରାଜୀ). Archived from the original on 29 October 2021. Retrieved 2021-11-29.
  9. Bisoyi, Sujit Kumar. "Wheeler Island renamed after Missile Man". The Times of India (in ଇଂରାଜୀ). Retrieved 28 November 2021.
  10. ୧୦.୦ ୧୦.୧ Shukla, Ajai (2013-09-14). "Wheeler Island readies for Agni-5 missile launch". Business Standard India. Retrieved 2021-11-29.
  11. ୧୧.୦ ୧୧.୧ ୧୧.୨ ୧୧.୩ Bagla, Pallava (2 August 2015). "'Kalam Island' should be the new name of Wheeler Island". The Economic Times. Retrieved 2021-11-29.
  12. ୧୨.୦ ୧୨.୧ "Kalam to visit his 'theatre of action'". The Times of India (in ଇଂରାଜୀ). 4 July 2006. Archived from the original on 8 July 2015. Retrieved 2021-11-29.
  13. "Wheeler Islands: Kalam's association remembered". The Pioneer (in ଇଂରାଜୀ). 29 July 2015. Archived from the original on 29 November 2021. Retrieved 2021-11-29.
  14. "Odisha's Wheeler Island to be renamed after APJ Abdul Kalam". Hindustan Times. 4 September 2015. Retrieved 2 November 2016.
  15. "Odisha government renames Wheeler Island as Abdul Kalam Island". India Today. Retrieved 2 November 2016.
  16. Khan, Imran (3 January 2001). "Two remote cameras stolen from Wheeler Island missile base". Rediff. Archived from the original on 8 February 2001. Retrieved 2021-11-29.
  17. "How Dr. APJ Abdul Kalam helped save Odishas Olive Ridley turtles". India Today. Retrieved 2 November 2016.
  18. "'Kalam Island' should be the new name of Wheeler Island". The Economic Times. Retrieved 2 November 2016.