ଅନନ୍ତ ନାରାୟଣ ସିଂହ ଦେଓ
ଅନନ୍ତ ନାରାୟଣ ସିଂହ ଦେଓ | |
|---|---|
| ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୫ – ୨୦୦୦ | |
| ପୂର୍ବ ଅଧିକାରୀ | ଗନ୍ତାୟତ ସ୍ୱାଇଁ |
| ପର ଅଧିକାରୀ | ଶାନ୍ତି ଦେବୀ |
| ନିର୍ବାଚନ ମଣ୍ଡଳୀ | ସୋରଡ଼ା |
| ସାଂସଦ: ୯ମ ଲୋକ ସଭା | |
| କାର୍ଯ୍ୟକାଳ ୧୯୮୯ – ୧୯୯୧ | |
| ପୂର୍ବ ଅଧିକାରୀ | ସୋମନାଥ ରଥ |
| ପର ଅଧିକାରୀ | ରାମଚନ୍ଦ୍ର ରଥ |
| ନିର୍ବାଚନ ମଣ୍ଡଳୀ | ଆସିକା |
| ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୭ – ୧୯୮୦ | |
| ପୂର୍ବ ଅଧିକାରୀ | ଶରତ ଚନ୍ଦ୍ର ପଣ୍ଡା |
| ପର ଅଧିକାରୀ | ଗନ୍ତାୟତ ସ୍ୱାଇଁ |
| ନିର୍ବାଚନ ମଣ୍ଡଳୀ | ସୋରଡ଼ା |
| ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୭ – ୧୯୭୩ | |
| ପୂର୍ବ ଅଧିକାରୀ | ଅର୍ଜୁନ ନାଏକ |
| ପର ଅଧିକାରୀ | ଶରତ ଚନ୍ଦ୍ର ପଣ୍ଡା |
| ନିର୍ବାଚନ ମଣ୍ଡଳୀ | ସୋରଡ଼ା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୫ ସେପ୍ଟେମ୍ବର ୧୯୨୯ |
| ମୃତ୍ୟୁ | ୧ ଡିସେମ୍ବର ୨୦୦୩ (ବୟସ ୭୪) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱତନ୍ତ୍ର ପାର୍ଟି, ଜନତା ପାର୍ଟି |
| ଜୀବନ ସାଥୀ | ଶାନ୍ତି ଦେବୀ |
| ସନ୍ତାନ | କିଶୋର ଚନ୍ଦ୍ର ସିଂହ ଦେଓ (ପୁଅ) |
| ବାପା/ବୋଉ | ବ୍ରଜ କିଶୋର ସିଂହ ଦେଓ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଅନନ୍ତ ନାରାୟଣ ସିଂହ ଦେଓ (୫ ସେପ୍ଟେମ୍ବର ୧୯୨୯ - ୧ ଡିସେମ୍ବର ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧, ୧୯୭୭ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ, ୭ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଅନନ୍ତ ନାରାୟଣ ସିଂହ ଦେଓ ୧୯୨୯ ମସିହାର ସେପ୍ଟେମ୍ବେର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରଜ କିଶୋର ସିଂହ ଦେଓ ଓ ପତ୍ନୀଙ୍କ ନାମ ଶାନ୍ତି ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଅନନ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ସ୍ୱତନ୍ତ୍ର ପାର୍ଟି ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ସେ ୧୯୬୭ରୁ ୧୯୬୯, ୧୯୭୧ରୁ ୧୯୭୨ ଏବଂ ୧୯୮୦ ମସିହାରେ କିଛି ମାସ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ସୋରଡ଼ା | ସ୍ୱତନ୍ତ୍ର ପାର୍ଟି |
| ୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ସୋରଡ଼ା | ସ୍ୱତନ୍ତ୍ର ପାର୍ଟି |
| ୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ସୋରଡ଼ା | ଜନତା ପାର୍ଟି |
| ୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ସୋରଡ଼ା | ଭାରତୀୟ ଜନତା ପାର୍ଟି |
ମୃତ୍ୟୁ
[ସମ୍ପାଦନା]ଅନନ୍ତ ୨୦୦୩ ମସିହାର ଡିସେମ୍ବର ୧ ତାରିଖରେ ୭୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Ananta Narayan Singh Deo". odishaassembly.nic.in. Odisha Assembly. Retrieved 18 February 2021.